इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୪୧

ଯୌନ ସମ୍ପର୍କ ବିଷୟରେ ବାଇବଲରେ କʼଣ କୁହାଯାଇଛି ?

ଯୌନ ସମ୍ପର୍କ ବିଷୟରେ ବାଇବଲରେ କʼଣ କୁହାଯାଇଛି ?

ଅନେକ ଲୋକଙ୍କୁ ଯୌନ ସମ୍ପର୍କ ବା ସେକ୍ସ ବିଷୟରେ କଥା ହେବାକୁ ଲାଜ ଲାଗେ । କିନ୍ତୁ ବାଇବଲରେ ଏବିଷୟରେ ସ୍ପଷ୍ଟ ଭାବେ ଓ ଆଦରର ସହ କୁହାଯାଇଛି । ଏହି ପରାମର୍ଶଗୁଡ଼ିକୁ ମାନିଲେ ଆମର ହିଁ ଲାଭ ହୋଇଥାଏ । କାରଣ ଏହି ପରାମର୍ଶଗୁଡ଼ିକ ଆମ ସୃଷ୍ଟିକର୍ତ୍ତା ଯିହୋବା ଦେଇଛନ୍ତି । ତାଙ୍କଠୁ ବଢ଼ିଆ ପରାମର୍ଶ ଆଉ କେହି ଦେଇପାରିବେ ନାହିଁ । ତାଙ୍କ ପରାମର୍ଶ ମାନିଲେ ଆମେ ସବୁଦିନ ପାଇଁ ଖୁସିରେ ରହିପାରିବା ଏବଂ ତାଙ୍କ ହୃଦୟକୁ ମଧ୍ୟ ଖୁସି କରିପାରିବା ।

୧. ଯୌନ ସମ୍ପର୍କ ବିଷୟରେ ଯିହୋବା କʼଣ ଭାବନ୍ତି ?

ଯୌନ ସମ୍ପର୍କ ଯିହୋବାଙ୍କ ତରଫରୁ ମଣିଷମାନଙ୍କୁ ଦିଆଯାଇଥିବା ଏକ ଉପହାର ଭଳି ଅଟେ । ସେ ଚାହାନ୍ତି ଯେ ଜଣେ ପୁରୁଷ ଓ ସ୍ତ୍ରୀ ପରସ୍ପର ସହ ବିବାହ କଲାପରେ ହିଁ ଏହି ଉପହାରର ଆନନ୍ଦ ନିଅନ୍ତୁ । ଏହି ଉପହାର ଜରିଆରେ ସ୍ୱାମୀ ସ୍ତ୍ରୀ ପିଲା ଜନ୍ମ କରିପାରନ୍ତି । ତାʼସହ ସେମାନେ ପରସ୍ପର ପାଇଁ ନିଜ ପ୍ରେମ ଦେଖାଇପାରନ୍ତି ଓ ପରସ୍ପରକୁ ଖୁସି ଦେଇପାରନ୍ତି । ତେଣୁ ବାଇବଲରେ ଲେଖାଅଛି, “ଆପଣା ଯୌବନକାଳର ଭାର୍ଯ୍ୟାଠାରେ ଆମୋଦ କର ।” (ହିତୋପଦେଶ ୫:୧୮, ୧୯) ଯିହୋବା ଖ୍ରୀଷ୍ଟିୟାନମାନଙ୍କଠାରୁ ଚାହାନ୍ତି ଯେ ସେମାନେ ପରସ୍ପର ପ୍ରତି ବିଶ୍ୱସ୍ତ ରହନ୍ତୁ । ତେଣୁ ସେମାନେ ବ୍ୟଭିଚାର କରିବେ ନାହିଁ ଅର୍ଥାତ୍‌ ଅନ୍ୟ କାହାରି ସହ ଯୌନ ସମ୍ପର୍କ ରଖିବେ ନାହିଁ ।​—ଏବ୍ରୀ ୧୩:୪ ପଢ଼ନ୍ତୁ ।

୨. ଅନୈତିକ ଯୌନ ସମ୍ପର୍କର ଅର୍ଥ କʼଣ ?

ବାଇବଲରେ ଲେଖାଅଛି, ‘ବ୍ୟଭିଚାରୀମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ।’ (୧ କରିନ୍ଥୀୟ ୬:୯, ୧୦) ବାଇବଲର ଲେଖକମାନେ ଅନୈତିକ ଯୌନ ସମ୍ପର୍କ ପାଇଁ ଯେଉଁ ଗ୍ରୀକ୍‌ ଶବ୍ଦ ବ୍ୟବହାର କଲେ ତାହା ହେଉଛି, ପୋର୍ନିଆ । ଏହି ଶବ୍ଦରେ ଏକଥାଗୁଡ଼ିକ ସାମିଲ୍‌: (୧) ଏପରି ଦୁଇଜଣ ଲୋକଙ୍କ ମଧ୍ୟରେ ଯୌନ ସମ୍ପର୍କ ଯେଉଁମାନେ ପରସ୍ପରକୁ ବିବାହ କରି ନାହାନ୍ତି, a (୨) ସମଲିଙ୍ଗୀ ସମ୍ପର୍କ ଏବଂ (୩) ପଶୁମାନଙ୍କ ସହ ଯୌନ ସମ୍ପର୍କ । ଯେତେବେଳେ ଆମେ ‘ବ୍ୟଭିଚାରରୁ ପୃଥକ୍‌ ରହୁ’ ବା ଦୂରେଇ ରହୁ, ସେତେବେଳେ ଆମେ ଯିହୋବାଙ୍କ ହୃଦୟକୁ ଖୁସି କରିଥାଉ ଏବଂ ଏଥିରୁ ଆମର ହିଁ ଲାଭ ହୋଇଥାଏ ।​—୧ ଥେସଲନୀକୀୟ ୪:୩.

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଆପଣ ଅନୈତିକ ଯୌନ ସମ୍ପର୍କରୁ କିପରି ଦୂରେଇ ରହିପାରିବେ ଏବଂ ନିଜ ଚାଲିଚଳନ ଶୁଦ୍ଧ ରଖିଲେ ଆପଣଙ୍କୁ କʼଣ ଲାଭ ହେବ ।

୩. ଅନୈତିକ ଯୌନ ସମ୍ପର୍କଠାରୁ ପୂରାପୂରି ଦୂରେଇ ରହନ୍ତୁ

ଯୋଷେଫ ଇଶ୍ୱରଙ୍କ ଜଣେ ବିଶ୍ୱସ୍ତ ସେବକ ଥିଲେ । ତାଙ୍କୁ ନିଜ ଚାଲିଚଳନ ଶୁଦ୍ଧ ରଖିବା ପାଇଁ ବହୁତ ସଂଘର୍ଷ କରିବାକୁ ପଡ଼ିଲା । ଆଦି ପୁସ୍ତକ ୩୯:୧-୧୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଯୋଷେଫ କାହିଁକି ସେଠାରୁ ତୁରନ୍ତ ପଳାଇଲେ ?​—ପଦ ୯ ଦେଖନ୍ତୁ ।

  • କʼଣ ଆପଣଙ୍କୁ ଲାଗେ ଯେ ଯୋଷେଫ ଯାହା କଲେ ତାହା ଠିକ୍‌ ଥିଲା ? ଆପଣ ଏପରି କାହିଁକି କହିବେ ?

ଆଜି ଯୁବାମାନେ କିପରି ଯୋଷେଫଙ୍କ ଭଳି ଅନୈତିକ ଯୌନ ସମ୍ପର୍କରୁ ପୂରାପୂରି ଦୂରେଇ ରହିପାରିବେ ? ଭିଡିଓ ଦେଖନ୍ତୁ 

ଯିହୋବା ଆମ ସମସ୍ତଙ୍କଠାରୁ ଚାହାନ୍ତି ଯେ ଆମେ ଅନୈତିକ ଯୌନ ସମ୍ପର୍କଠାରୁ ପୂରାପୂରି ଦୂରେଇ ରହୁ । ୧ କରିନ୍ଥୀୟ ୬:୧୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଆପଣ କʼଣ ଭାବନ୍ତି, ଏପରି କେଉଁ ପରିସ୍ଥିତିଗୁଡ଼ିକରେ ଜଣେ ବ୍ୟକ୍ତି ଅନୈତିକ ଯୌନ ସମ୍ପର୍କର ଫାନ୍ଦରେ ପଡ଼ିପାରେ ?

  • ଆପଣ ଅନୈତିକ ଯୌନ ସମ୍ପର୍କଠାରୁ କିପରି ଦୂରେଇ ରହିପାରିବେ ?

୪. ଆପଣ ଖରାପ ଇଚ୍ଛାଗୁଡ଼ିକୁ ନିଜ ମନରୁ କାଢ଼ିପାରିବେ

ଆମେ ଖରାପ ଇଚ୍ଛାଗୁଡ଼ିକୁ ନିଜ ମନରୁ କାଢ଼ିବା ଏବଂ ଅନୈତିକ ଯୌନ ସମ୍ପର୍କରୁ ଦୂରେଇ ରହିବା ପାଇଁ ଚାହୁଁ । କିନ୍ତୁ କେଉଁ କାରଣଗୁଡ଼ିକ ଯୋଗୁଁ ଏପରି କରିବା ଆମ ପାଇଁ କଠିନ ହୋଇପାରେ ? ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଯେତେବେଳେ ଭାଇଙ୍କୁ ଜଣାପଡ଼ିଲା ଯେ ସେ ଯାହା ଭାବୁଛନ୍ତି ଓ ଯାହା କାମ କରୁଛନ୍ତି, ତାʼଯୋଗୁଁ ହୁଏତ ସେ ଆଗକୁ ଯାଇ ନିଜ ସ୍ତ୍ରୀଙ୍କ ସହ ବିଶ୍ୱାସଘାତ କରିପାରନ୍ତି, ସେତେବେଳେ ସେ କʼଣ କଲେ ?

ବିଶ୍ୱସ୍ତ ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ବେଳେ ବେଳେ ନିଜ ମନକୁ ଶୁଦ୍ଧ ରଖିବା କଠିନ ଲାଗିପାରେ । ଆପଣ କʼଣ କରିପାରିବେ, ଯାହାଫଳରେ ଆପଣ ଖରାପ କଥାଗୁଡ଼ିକ ବିଷୟରେ ଭାବିବେ ନାହିଁ ? ଫିଲିପ୍‌ପୀୟ ୪:୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଆମକୁ କେଉଁ କଥାଗୁଡ଼ିକ ବିଷୟରେ ଭାବିବା ଉଚିତ୍‌ ?

  • ବାଇବଲ ପଢ଼ିବା ଓ ଯିହୋବାଙ୍କ ସେବାରେ ବ୍ୟସ୍ତ ରହିବା ଦ୍ୱାରା ଆପଣ କେଉଁ ଖରାପ ଇଚ୍ଛାଗୁଡ଼ିକୁ ନିଜ ମନରୁ କାଢ଼ିପାରିବେ ଏବଂ ପାପ କରିବାଠାରୁ ଦୂରେଇ ରହିପାରିବେ ?

୫. ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିଲେ ଆମକୁ ଲାଭ ହୁଏ

ଯିହୋବା ଜାଣନ୍ତି ଯେ ଆମ ପାଇଁ ସବୁଠୁ ଭଲ କʼଣ । ସେ କହିଛନ୍ତି ଯେ ଆମେ ନିଜ ଚାଲିଚଳନକୁ କିପରି ଶୁଦ୍ଧ ରଖିପାରିବା ଏବଂ ଏଥିରୁ ଆମକୁ କʼଣ କʼଣ ଲାଭ ହେବ । ହିତୋପଦେଶ ୭:୭-୨୭ ପଢ଼ନ୍ତୁ କିମ୍ବା ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ସେହି ଯୁବା ଜଣକ କʼଣ କଲେ ଯାହାଦ୍ୱାରା ସେ ପ୍ରଲୋଭନରେ ପଡ଼ିଲେ ?​—ହିତୋପଦେଶ ୭:୮, ୯ ଦେଖନ୍ତୁ ।

  • ହିତୋପଦେଶ ୭:୨୩, ୨୬ ପଦରେ କୁହାଯାଇଛି ଯେ ଅନୈତିକ ଯୌନ ସମ୍ପର୍କ ରଖିଲେ କʼଣ କʼଣ ଖରାପ ପରିଣାମ ହୋଇପାରେ । ଯଦି ଆମେ ନିଜ ଚାଲିଚଳନ ଶୁଦ୍ଧ ରଖିବା, ତାହେଲେ ଆମେ କେଉଁ କେଉଁ ସମସ୍ୟାରୁ ବଞ୍ଚିପାରିବା ?

  • ଯଦି ଆମେ ସବୁଦିନ ପାଇଁ ଖୁସିରେ ରହିବାକୁ ଚାହୁଁ, ତାହେଲେ ଶୁଦ୍ଧ ଚାଲିଚଳନ ରଖିବା କାହିଁକି ଜରୁରୀ ?

ବାଇବଲରେ ସମଲିଙ୍ଗୀ ସମ୍ପର୍କ ବିଷୟରେ ଯାହା କୁହାଯାଇଛି, ତାʼଯୋଗୁଁ କିଛି ଲୋକ ଭାବନ୍ତି ଯେ ଈଶ୍ୱର ଏପରି ଲୋକମାନଙ୍କୁ ଘୃଣା କରନ୍ତି । କିନ୍ତୁ ଏହା ସତ ନୁହେଁ । ଯିହୋବା ପ୍ରେମ କରୁଥିବା ଈଶ୍ୱର ଅଟନ୍ତି ଏବଂ ସେ ଚାହାନ୍ତି ଯେ ଆମେ ସମସ୍ତେ ସବୁଦିନ ପାଇଁ ଖୁସିରେ ରହୁ । କିନ୍ତୁ ଏପରି ଜୀବନ ପାଇବା ପାଇଁ ଆମକୁ ତାଙ୍କ ସ୍ତରଗୁଡ଼ିକୁ ମାନିବାକୁ ପଡ଼ିବ । ୧ କରିନ୍ଥୀୟ ୬:୯-୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • କʼଣ ଈଶ୍ୱରଙ୍କ ଦୃଷ୍ଟିରେ କେବଳ ସମଲିଙ୍ଗୀ ଇଚ୍ଛାଗୁଡ଼ିକ ହିଁ ଭୁଲ ଅଟେ ?

ଈଶ୍ୱରଙ୍କୁ ଖୁସି କରିବାକୁ ହେଲେ ଆମ ସମସ୍ତଙ୍କୁ ନିଜଠାରେ କିଛି ନା କିଛି ପରିବର୍ତ୍ତନ କରିବାକୁ ପଡ଼ିବ ଏବଂ ଏଥିରେ ପରିଶ୍ରମ ମଧ୍ୟ ଲାଗେ । କିନ୍ତୁ ଏପରି କଲେ କʼଣ ଆମକୁ କିଛି ଲାଭ ହେବ ? ଗୀତସଂହିତା ୧୯:୮, ୧୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଆପଣଙ୍କୁ କʼଣ ଲାଗେ, ଯିହୋବା ଦେଇଥିବା ନୈତିକ ସ୍ତରଗୁଡ଼ିକୁ ମାନିବା ଠିକ୍‌ ହେବ ? ଆପଣ ଏପରି କାହିଁକି କହନ୍ତି ?

ଯିହୋବା ନିଜ ନୈତିକ ସ୍ତରଗୁଡ଼ିକ ଅନୁସାରେ ଚାଲିବା ପାଇଁ ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ସେ ଆପଣଙ୍କୁ ମଧ୍ୟ ସାହାଯ୍ୟ କରିପାରିବେ

କିଛି ଲୋକ କହନ୍ତି: “ଯଦି ଆପଣ କାହାରିକୁ ପ୍ରେମ କରନ୍ତି, ତାହେଲେ ସେ ଯିଏ ବି ହୋଇଥାଉ ନା କାହିଁକି ଆପଣ ତାʼସହ ସମ୍ପର୍କ ରଖିପାରିବେ ।”

  • ଆପଣ କʼଣ ଉତ୍ତର ଦେବେ ?

ଆମେ କʼଣ ଶିଖିଲୁ ?

ଯୌନ ସମ୍ପର୍କ ଯିହୋବାଙ୍କ ତରଫରୁ ଆମମାନଙ୍କ ପାଇଁ ଏକ ଉପହାର ଭଳି ଅଟେ । ସେ ଚାହାନ୍ତି ଯେ କେବଳ ସ୍ୱାମୀ ସ୍ତ୍ରୀ ଏହାର ଆନନ୍ଦ ନିଅନ୍ତୁ ।

ଆପଣ କʼଣ କହିବେ ?

  • ଅନୈତିକ ଯୌନ ସମ୍ପର୍କରେ କʼଣ କʼଣ ସାମିଲ୍‌ ଅଛି ?

  • ଆମେ ଅନୈତିକ ଯୌନ ସମ୍ପର୍କରୁ କିପରି ଦୂରେଇ ରହିପାରିବା ?

  • ଯିହୋବା ଦେଇଥିବା ନୈତିକ ସ୍ତରଗୁଡ଼ିକୁ ମାନିଲେ ଆମକୁ କʼଣ ଲାଭ ହୁଏ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

କʼଣ ଜଣେ ସ୍ତ୍ରୀ ଓ ପୁରୁଷ ବିବାହ ନ କରି ସାଙ୍ଗରେ ରହିପାରିବେ ? ଏବିଷୟରେ ଈଶ୍ୱର କʼଣ ଭାବନ୍ତି ? ଆସନ୍ତୁ ଜାଣିବା ।

“ବିବାହ ନ କରି ସାଙ୍ଗରେ ରହିବା ବିଷୟରେ ବାଇବଲ କʼଣ କହେ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ବାଇବଲରେ ସମଲିଙ୍ଗୀ ସମ୍ପର୍କକୁ ଭୁଲ ବୋଲି କୁହାଯାଇଛି । କିନ୍ତୁ କʼଣ ତା ଅର୍ଥ ଆମେ ସମଲିଙ୍ଗୀ ଲୋକମାନଙ୍କୁ ଘୃଣା କରିବା କଥା ? ଆସନ୍ତୁ ଜାଣିବା ।

“କʼଣ ସମଲିଙ୍ଗୀ ସମ୍ପର୍କ ଭୁଲ ଅଟେ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଜାଣନ୍ତୁ ଯେ ସେକ୍ସ ବିଷୟରେ ଈଶ୍ୱର ଯେଉଁ ନିୟମ ଦେଇଛନ୍ତି, ସେଥିରୁ କିପରି ଆମକୁ ସୁରକ୍ଷା ମିଳେ ।

“କʼଣ ମୁଖ ଗହ୍ୱର ଯୌନକ୍ରିୟା (ଓରାଲ ସେକ୍ସ) ସତରେ ସେକ୍ସ ଅଟେ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

“ସେମାନେ ମୋ ସହିତ ଆଦରର ସହ ବ୍ୟବହାର କଲେ,” ଏହି କାହାଣୀ ପଢ଼ନ୍ତୁ ଓ ଜାଣନ୍ତୁ ଯେ ଜଣେ ସମଲିଙ୍ଗୀ ବ୍ୟକ୍ତି କାହିଁକି ଯିହୋବାଙ୍କୁ ଖୁସି କରିବା ପାଇଁ ନିଜକୁ ପରିବର୍ତ୍ତନ କଲେ ।

“ବାଇବଲ ଜୀବନ ବଦଳାଇ ଦିଏ” (ପ୍ରହରୀଦୁର୍ଗ ଲେଖା-ହି)

a ଯୌନ ସମ୍ପର୍କ ଛଡ଼ା ପୋର୍ନିଆ ଶବ୍ଦରେ ଆଉ କିଛି ଖରାପ କାମଗୁଡ଼ିକ ମଧ୍ୟ ସାମିଲ୍‌ । ଯେପରି, ମୁଖ ଗହ୍ୱର ଯୌନକ୍ରିୟା (ଓରାଲ ସେକ୍ସ), ମଳଦ୍ୱାର ଯୌନକ୍ରିୟା (ଏନାଲ ସେକ୍ସ) ଏବଂ ଯୌନ ଉତ୍ତେଜନା ବଢ଼ାଇବା ପାଇଁ ଖରାପ ଉଦ୍ଦେଶ୍ୟରେ କାହାରି ଗୁପ୍ତାଙ୍ଗକୁ ଛୁଇଁବା କିମ୍ବା କାହାରି ଗୁପ୍ତାଙ୍ଗ ସହ ଖେଳିବା ।