इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୪୨

ଅବିବାହିତ ରହିବା ଓ ବିବାହ କରିବା ବିଷୟରେ ବାଇବଲରେ କʼଣ କୁହାଯାଇଛି ?

ଅବିବାହିତ ରହିବା ଓ ବିବାହ କରିବା ବିଷୟରେ ବାଇବଲରେ କʼଣ କୁହାଯାଇଛି ?

କିଛି ସଂସ୍କୃତିରେ ଲୋକେ ବିଶ୍ୱାସ କରନ୍ତି ଯେ ଯେପର୍ଯ୍ୟନ୍ତ ଜଣେ ବ୍ୟକ୍ତି ବିବାହ କରିନି, ସେ ଖୁସିରେ ରହିପାରିବନି । କିନ୍ତୁ ଏହା ଜରୁରୀ ନୁହେଁ ଯେ ଯେଉଁମାନେ ବିବାହ କରିଛନ୍ତି, ସେମାନେ ସମସ୍ତେ ଖୁସିରେ ଅଛନ୍ତି କିମ୍ବା ଯେଉଁମାନେ ଅବିବାହିତ ଅଛନ୍ତି, ସେମାନେ ସମସ୍ତେ ଦୁଃଖରେ ଅଛନ୍ତି । ବାଇବଲରେ କୁହାଯାଇଛି ଯେ ଅବିବାହିତ ରହିବା ଓ ବିବାହ କରିବା, ଦୁଇଟିଯାକ ଈଶ୍ୱରଙ୍କ ତରଫରୁ ଉପହାର ଅଟେ ।

୧. ଅବିବାହିତ ରହିବାର କିଛି ଲାଭଗୁଡ଼ିକ କʼଣ ?

ବାଇବଲରେ ଲେଖାଅଛି, “ଯିଏ ବିବାହ କରେ, ସେ ଭଲ କରେ । କିନ୍ତୁ ଯିଏ ବିବାହ କରେ ନାହିଁ, ସେ ଆହୁରି ଭଲ କରେ ।” (୧ କରିନ୍ଥୀୟ ୭:୩୨, ୩୩, ୩୮, NWT) ତାହା କିପରି ? ଅବିବାହିତ ବ୍ୟକ୍ତିକୁ ଏହା ଚିନ୍ତା ନ ଥାଏ ଯେ ସେ ନିଜ ଜୀବନସାଥୀର ଆବଶ୍ୟକତାଗୁଡ଼ିକୁ କିପରି ପୂରଣ କରିବ । ଏହା ଯୋଗୁଁ ତାʼ ପାଖରେ ଅନ୍ୟ କାମଗୁଡ଼ିକ କରିବା ପାଇଁ ଅଧିକ ସମୟ ଓ ସ୍ୱାଧୀନତା ଥାଏ । ତେଣୁ କିଛି ଅବିବାହିତ ଲୋକମାନେ ଯିହୋବାଙ୍କ ସେବାରେ ଅଧିକ କରିପାରନ୍ତି । ଯେପରି, ସେମାନେ ଏପରି ଜାଗାରେ ଯାଇ ପ୍ରଚାର କରନ୍ତି ଯେଉଁଠି ଅଧିକ ଆବଶ୍ୟକତା ରହିଛି । ସବୁଠୁ ବଡ଼ କଥା, ସେମାନେ ଯିହୋବାଙ୍କ ସହ ନିଜ ସମ୍ପର୍କ ମଜବୁତ୍‌ କରିବା ପାଇଁ ଅଧିକ ସମୟ ବାହାର କରିପାରନ୍ତି ।

୨. ଆଇନ ଅନୁସାରେ ବିବାହ କଲେ କʼଣ କʼଣ ଲାଭ ହୁଏ ?

ଯେପରି ଅବିବାହିତ ରହିବାର ଲାଭ ରହିଛି, ଠିକ୍‌ ସେହିପରି ବିବାହ କରିବାର ମଧ୍ୟ ଲାଭ ରହିଛି । ବାଇବଲରେ ଲେଖାଅଛି, “ଏକ ଜଣରୁ ଦୁଇ ଜଣ ଭଲ ।” (ଉପଦେଶକ ୪:୯) ଏକଥା ବିଶେଷ କରି ସେହି ସ୍ୱାମୀ ସ୍ତ୍ରୀମାନଙ୍କ ମାମଲାରେ ସତ, ଯେଉଁମାନେ ବିବାହ ବିଷୟରେ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ମାନନ୍ତି । ଯେଉଁ ସ୍ୱାମୀ ସ୍ତ୍ରୀ ଆଇନ ଅନୁସାରେ ବିବାହ କରନ୍ତି, ସେମାନେ ସୁରକ୍ଷିତ ଅନୁଭବ କରନ୍ତି । କାରଣ ଏପରି କରି ସେମାନେ ପ୍ରତିଜ୍ଞା କରନ୍ତି ଯେ ସେମାନେ ପରସ୍ପରକୁ ପ୍ରେମ କରିବେ, ଆଦର କରିବେ ଓ ପରସ୍ପରର ଯତ୍ନ ନେବେ । ତାʼସହ ସେମାନଙ୍କର ପିଲାମାନେ ମଧ୍ୟ ସୁରକ୍ଷିତ ଅନୁଭବ କରନ୍ତି । କିନ୍ତୁ ଯେଉଁମାନେ ବିବାହ ନ କରି ସାଙ୍ଗରେ ରହନ୍ତି, ସେମାନଙ୍କ ମାମଲାରେ ଏହା ଗ୍ୟାରେଣ୍ଟି ନ ଥାଏ ଯେ ସେମାନେ ସବୁଦିନ ସାଙ୍ଗରେ ରହିବେ ।

୩. ବିବାହ ବିଷୟରେ ଯିହୋବା କʼଣ ଭାବନ୍ତି ?

ଯେତେବେଳେ ଯିହୋବା ପ୍ରଥମ ପୁରୁଷ ଓ ସ୍ତ୍ରୀକୁ ବିବାହ ବନ୍ଧନରେ ବାନ୍ଧିଲେ, ସେତେବେଳେ ସେ କହିଲେ, “ମନୁଷ୍ୟ ଆପଣା ପିତାମାତାଙ୍କୁ ଛାଡ଼ି ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ ।” (ଆଦି ପୁସ୍ତକ ୨:୨୪) ଏହାର ଅର୍ଥ ଯିହୋବା ଚାହାନ୍ତି ଯେ ସ୍ୱାମୀ ସ୍ତ୍ରୀ ସାରା ଜୀବନ ପରସ୍ପରକୁ ପ୍ରେମ କରନ୍ତୁ ଏବଂ ଏକା ସହ ରହନ୍ତୁ । ଯେତେବେଳେ ସ୍ୱାମୀ କିମ୍ବା ସ୍ତ୍ରୀ ମଧ୍ୟରୁ କେହି ଜଣେ ବ୍ୟଭିଚାର କରି ପାପ କରେ, ସେତେବେଳେ ଯିହୋବା ଛାଡ଼ପତ୍ର ନେବା ପାଇଁ ଅନୁମତି ଦିଅନ୍ତି । ଏପରି ପରିସ୍ଥିତିରେ ନିର୍ଦ୍ଦୋଷ ସାଥୀ ଛାଡ଼ପତ୍ର ନେବ ନା ନାହିଁ, ଏହି ନିଷ୍ପତ୍ତି ଯିହୋବା ତାʼ ଉପରେ ଛାଡ଼ିଛନ୍ତି । a (ମାଥିଉ ୧୯:୯) ଯିହୋବା ଖ୍ରୀଷ୍ଟିୟାନମାନଙ୍କୁ ଏକରୁ ଅଧିକ ସ୍ୱାମୀ କିମ୍ବା ସ୍ତ୍ରୀ ରଖିବା ପାଇଁ ଅନୁମତି ଦିଅନ୍ତି ନାହିଁ ।​—୧ ତୀମଥି ୩:୨.

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଆପଣ ଅବିବାହିତ ଥାʼନ୍ତୁ କିମ୍ବା ବିବାହିତ, ଆପଣ କିପରି ଖୁସିରେ ରହିପାରିବେ ଏବଂ ଆପଣ ଯିହୋବାଙ୍କ ହୃଦୟକୁ ମଧ୍ୟ କିପରି ଖୁସି କରିପାରିବେ ।

୪. ଅବିବାହିତ ରହିବା ଗୋଟିଏ ଉପହାର ଅଟେ, ଏହାର ଭଲ ବ୍ୟବହାର କରନ୍ତୁ

ଯୀଶୁ ଅବିବାହିତ ରହିବାକୁ ଗୋଟିଏ ଉପହାର ବୋଲି ମନେ କଲେ । (ମାଥିଉ ୧୯:୧୧, ୧୨) ମାଥିଉ ୪:୨୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯୀଶୁ ଅବିବାହିତ ଥିଲେ । ସେ ଏହି ଉପହାରକୁ ନିଜ ପିତାଙ୍କ ସେବା କରିବା ପାଇଁ ଓ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ କିପରି ବ୍ୟବହାର କଲେ ?

ଯୀଶୁଙ୍କ ଭଳି ଅବିବାହିତ ଖ୍ରୀଷ୍ଟିୟାନମାନେ ମଧ୍ୟ ନିଜ ଜୀବନରେ ଖୁସି ପାଇପାରିବେ । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଯେଉଁ ଭାଇଭଉଣୀମାନେ ବିବାହ କରି ନାହାନ୍ତି, ସେମାନେ ନିଜ ସମୟର ଲାଭ କିପରି ଉଠାଇପାରିବେ ?

କʼଣ ଆପଣ ଜାଣନ୍ତି ?

ବାଇବଲରେ ଏହା କୁହାଯାଇ ନାହିଁ ଯେ ଜଣେ ବ୍ୟକ୍ତି କେଉଁ ବୟସରେ ବିବାହ କରିବା ଉଚିତ୍‌ । ଏଥିରେ ପ୍ରୋତ୍ସାହନ ଦିଆଯାଇଛି ଯେ ଜଣେ ବ୍ୟକ୍ତି ସେତେବେଳେ ବିବାହ ବିଷୟରେ ଭାବିବା ଉଚିତ୍‌, ଯେତେବେଳେ ସେ “ଯୌବନ ଅବସ୍ଥାର ଆରମ୍ଭ ସମୟ” ପାର କରି ସାରିଥିବ । କାରଣ ଏହି ସମୟରେ ଯୌନ ଇଚ୍ଛାଗୁଡ଼ିକ ବହୁତ ପ୍ରବଳ ହୋଇଥାଏ ଏବଂ ଏହି କାରଣ ଯୋଗୁଁ ହୁଏତ ଜଣେ ଯୁବା ସଠିକ୍‌ ନିଷ୍ପତ୍ତି ନ ନେଇପାରେ ।​—୧ କରିନ୍ଥୀୟ ୭:୩୬, NWT.

୫. ବୁଝିବିଚାରି ଜୀବନସାଥୀ ବାଛନ୍ତୁ

ଆମେ କାହାକୁ ବିବାହ କରିବା, ଏହି ନିଷ୍ପତ୍ତି ଜୀବନର ସବୁଠୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ । ମାଥିଉ ୧୯:୪-୬,  ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଜଣେ ଖ୍ରୀଷ୍ଟିୟାନକୁ କାହିଁକି ବିବାହ କରିବା ପାଇଁ ହଡ଼ବଡ଼ି କରିବା ଉଚିତ୍‌ ନୁହେଁ ?

ବାଇବଲରେ କୁହାଯାଇଛି ଯେ ଜଣେ ଜୀବନସାଥୀଠାରେ କେଉଁ କେଉଁ ଗୁଣ ହେବା ଉଚିତ୍‌ । ସେମଧ୍ୟରୁ ସବୁଠୁ ଜରୁରୀ ଗୁଣ ହେଉଛି, ସେ ଯିହୋବାଙ୍କୁ ପ୍ରେମ କରୁଥିବା କଥା । b ୧ କରିନ୍ଥୀୟ ୭:୩୯ ୨ କରିନ୍ଥୀୟ ୬:୧୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଆମେ କାହିଁକି କେବଳ ଯିହୋବାଙ୍କ ଜଣେ ସେବକଙ୍କୁ ହିଁ ବିବାହ କରିବା ଉଚିତ୍‌ ?

  • ଯଦି ଆପଣ ଏପରି ବ୍ୟକ୍ତି ସହ ବିବାହ କରନ୍ତି ଯିଏ ଯିହୋବାଙ୍କୁ ପ୍ରେମ କରେନି, ତାହେଲେ ଯିହୋବାଙ୍କୁ କିପରି ଲାଗିବ ?

ଯଦି ଦୁଇଟା ଅଲଗା ଅଲଗା ପଶୁକୁ ସାଙ୍ଗରେ ଯୋଚା ଯାଏ, ତାହେଲେ ସେମାନଙ୍କୁ କଷ୍ଟ ହେବ । ଠିକ୍‌ ସେହିପରି ଯେତେବେଳେ ଜଣେ ଖ୍ରୀଷ୍ଟିୟାନ ଏପରି ଜଣେ ବ୍ୟକ୍ତି ସହ ବିବାହ କରେ ଯିଏ ଯିହୋବାଙ୍କ ସେବା କରେ ନାହିଁ, ତାହେଲେ ତାକୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିବ

୬. ବିବାହ ବିଷୟରେ ଯିହୋବାଙ୍କ ଭଳି ଦୃଷ୍ଟିକୋଣ ରଖନ୍ତୁ

ପ୍ରାଚୀନ ସମୟରେ କିଛି ଇସ୍ରାଏଲୀୟ ପୁରୁଷମାନେ ନିଜ ସ୍ୱାର୍ଥ ପାଇଁ ନିଜ ସ୍ତ୍ରୀମାନଙ୍କୁ ଛାଡ଼ପତ୍ର ଦେଉଥିଲେ । ମଲାଖି ୨:୧୩, ୧୪, ୧୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯିହୋବା ଏପରି ବ୍ୟକ୍ତିମାନଙ୍କୁ କାହିଁକି ଘୃଣା କରନ୍ତି, ଯେଉଁମାନେ ବ୍ୟଭିଚାର ଛଡ଼ା ଅନ୍ୟ କୌଣସି କାରଣ ଯୋଗୁଁ ଛାଡ଼ପତ୍ର ଦିଅନ୍ତି ?

ବ୍ୟଭିଚାର ଓ ଛାଡ଼ପତ୍ରରୁ ନିର୍ଦ୍ଦୋଷ ସାଥୀ ଓ ପିଲାମାନଙ୍କୁ ବହୁତ ଦୁଃଖ ପହଞ୍ଚେ

ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଯଦି ଆପଣଙ୍କ ସ୍ୱାମୀ କିମ୍ବା ସ୍ତ୍ରୀ ଯିହୋବାଙ୍କ ସେବକ ନୁହନ୍ତି, ତାହେଲେ ଆପଣ କʼଣ କରିପାରିବେ ଯାହାଫଳରେ ଆପଣ ନିଜ ବୈବାହିକ ଜୀବନରେ ଖୁସି ରହିପାରିବେ ?

୭. ବିବାହ ବିଷୟରେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନନ୍ତୁ

ବିବାହ ବିଷୟରେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବା ହୁଏତ ଜଣେ ବ୍ୟକ୍ତି ପାଇଁ ଏତେ ସହଜ ହୋଇ ନ ପାରେ । ତାକୁ ହୁଏତ ବହୁତ ସଂଘର୍ଷ କରିବାକୁ ପଡ଼ିପାରେ । c କିନ୍ତୁ ଯଦି ସେ ଏପରି କରେ, ତାହେଲେ ଯିହୋବା ତାକୁ ଆଶିଷ ଦେବେ । ଭିଡିଓ ଦେଖନ୍ତୁ 

ଏବ୍ରୀ ୧୩:୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଆପଣଙ୍କୁ କʼଣ ଲାଗେ, ବିବାହ ବିଷୟରେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବା କʼଣ ସମ୍ଭବ ? ଆପଣ ଏପରି କାହିଁକି କହିପାରିବେ ?

ଯିହୋବା ଚାହାନ୍ତି ଯେ ଖ୍ରୀଷ୍ଟିୟାନମାନେ ପକ୍କା କରନ୍ତୁ ଯେ ସେମାନଙ୍କ ବିବାହ କିମ୍ବା ଛାଡ଼ପତ୍ରକୁ ସରକାର ଆଡ଼ୁ ଆଇନ ମାନ୍ୟତା ମିଳିଥିବା କଥା । ଏପରି କାହିଁକି ? କାରଣ ଅଧିକାଂଶ ଦେଶଗୁଡ଼ିକରେ ସରକାର ନିଜ ଲୋକମାନଙ୍କଠାରୁ ଏହା ଚାହେଁ । ତୀତସ ୩:୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯଦି ଆପଣ ବିବାହିତ, ତାହେଲେ କʼଣ ଆପଣ ପୂରା ଭରସାର ସହ କହିପାରିବେ ଯେ ଆପଣଙ୍କ ବିବାହକୁ ସରକାର ଆଡ଼ୁ ଆଇନ ମାନ୍ୟତା ମିଳିଛି ?

ହୁଏତ କେହି ପଚାରିପାରନ୍ତି: “ପୁଅଝିଅ ତ ଏମିତି ବି ସାଙ୍ଗରେ ରହିପାରିବେ । ବାହା ହେବା କʼଣ ଦରକାର ?”

  • ଆପଣ କʼଣ ଉତ୍ତର ଦେବେ ?

ଆମେ କʼଣ ଶିଖିଲୁ ?

ଅବିବାହିତ ରହିବା ଓ ବିବାହ କରିବା ଦୁଇଟିଯାକ ଯିହୋବାଙ୍କ ତରଫରୁ ଉପହାର ଅଟେ । ଯଦି ଅବିବାହିତ ଓ ବିବାହିତ ଲୋକେ ଯିହୋବାଙ୍କ ଇଚ୍ଛା ଅନୁସାରେ ଜୀବନ ଜୀଇଁବେ, ତାହେଲେ ଦୁହେଁ ନିଜ ଜୀବନରେ ଖୁସି ରହିପାରିବେ ।

ଆପଣ କʼଣ କହିବେ ?

  • ଯିଏ ବିବାହ କରି ନାହାନ୍ତି, ସେ ନିଜ ସମୟର ଲାଭ କିପରି ଉଠାଇପାରିବେ ?

  • ବାଇବଲ କାହିଁକି କହେ ଯେ ଆମେ କେବଳ ଯିହୋବାଙ୍କ ଜଣେ ସେବକକୁ ହିଁ ବିବାହ କରିବା ଉଚିତ୍‌ ?

  • ବାଇବଲ ଅନୁସାରେ କେବଳ କେଉଁ ଆଧାରରେ ଜଣେ ବ୍ୟକ୍ତି ଛାଡ଼ପତ୍ର ଦେଇପାରିବ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

“ପ୍ରଭୁଙ୍କଠାରେ ବିଶ୍ୱାସୀ” ଲୋକକୁ ବିବାହ କରିବାର ଅର୍ଥ କʼଣ ?

“ପାଠକମାନଙ୍କ ପ୍ରଶ୍ନ” (ପ୍ରହରୀଦୁର୍ଗ-ହି, ୧ ଜୁଲାଇ, ୨୦୦୪)

ଜୀବନସାଥୀ ବାଛିବା ଓ ବିବାହ କରିବା ବିଷୟରେ ଆପଣ ସଠିକ୍‌ ନିଷ୍ପତ୍ତି କିପରି ନେଇପାରିବେ ? ଆସନ୍ତୁ ଦୁଇଟି ଛୋଟ ଭିଡିଓ ଦେଖିବା ।

ବିବାହ ପାଇଁ ପ୍ରସ୍ତୁତି କିପରି କରିବା ? (୧୧:୫୩)

ଜଣେ ଭାଇ କହନ୍ତି ଯେ ଯିହୋବା ତାଙ୍କୁ ଯେଉଁ ଆଶିଷଗୁଡ଼ିକ ଦେଇଛନ୍ତି, ତା ସାମନାରେ ସେ କରିଥିବା ତ୍ୟାଗଗୁଡ଼ିକ କିଛି ବି ନୁହେଁ । ତାଙ୍କୁ ଏପରି କାହିଁକି ଲାଗେ ଆସନ୍ତୁ ଜାଣିବା ।

ମୁଁ ଆଶା କରୁଥିଲି ଯେ ସେ ମଧ୍ୟ ସତ୍ୟ ଶିଖିବ (୧:୫୬)

ଜଣେ ବ୍ୟକ୍ତି ନିଜ ଜୀବନସାଥୀରୁ ଅଲଗା ହେବା କିମ୍ବା ଛାଡ଼ପତ୍ର ଦେବା ପୂର୍ବରୁ କେଉଁ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ୍‌ ?

“‘ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି,’ ତାହାକୁ ଆଦର କରନ୍ତୁ” (ପ୍ରହରୀଦୁର୍ଗ-ହି, ଡିସେମ୍ବର ୨୦୧୮)

a ଛାଡ଼ପତ୍ର ନ ଦେଇ ଅଲଗା ହେବା ବିଷୟରେ ଅଧିକ ବିବରଣୀ ୪ ଦେଖନ୍ତୁ ।

b କିଛି ସଂସ୍କୃତିରେ ବାପାମାଆ ନିଜ ପିଲା ପାଇଁ ଜୀବନସାଥୀ ବାଛନ୍ତି । ଯେଉଁ ବାପାମାଆ ନିଜ ପିଲାକୁ ପ୍ରେମ କରନ୍ତି, ସେମାନେ ତାʼ ପାଇଁ ଜୀବନସାଥୀ ଖୋଜିବା ବେଳେ ପ୍ରଥମେ ଏହା ଦେଖିବା ଉଚିତ୍‌ ଯେ ସେମାନେ ଯାହାକୁ ନିଜ ପିଲା ପାଇଁ ଜୀବନସାଥୀ ଭାବେ ବାଛୁଛନ୍ତି, ତାʼର ଯିହୋବାଙ୍କ ସହ ସମ୍ପର୍କ କେମିତି ଅଛି, ନା କି ଏହା ଯେ ତାʼ ପାଖରେ କେତେ ଧନସମ୍ପତ୍ତି ଅଛି କିମ୍ବା ସମାଜରେ ତାʼର କେତେ ମାନସମ୍ମାନ ଅଛି ।

c ଯଦି ଆପଣ କାହାରି ସହ ବିବାହ ନ କରି ରହୁଛନ୍ତି, ତାହେଲେ ଆପଣ ତାକୁ ବିବାହ କରିବେ ନା ଛାଡ଼ିବେ, ତାହା ଆପଣଙ୍କ ନିଷ୍ପତ୍ତି ଅଟେ ।