इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୪୬

ସମର୍ପଣ କରିବା ଓ ବାପ୍ତିସ୍ମ ନେବା କାହିଁକି ଜରୁରୀ ଅଟେ ?

ସମର୍ପଣ କରିବା ଓ ବାପ୍ତିସ୍ମ ନେବା କାହିଁକି ଜରୁରୀ ଅଟେ ?

ଯେତେବେଳେ ଜଣେ ବ୍ୟକ୍ତି ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରେ, ସେତେବେଳେ ସେ ତାଙ୍କୁ ପ୍ରାର୍ଥନା କରେ ଓ ପ୍ରତିଜ୍ଞା କରେ ଯେ ସେ କେବଳ ତାଙ୍କର ହିଁ ଉପାସନା କରିବ ଓ ତାଙ୍କ ଇଚ୍ଛାକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବ । (ଗୀତସଂହିତା ୪୦:୮) ତାʼପରେ ସେ ବାପ୍ତିସ୍ମ ନିଏ । ବାପ୍ତିସ୍ମ ନେଲା ପରେ ଅନ୍ୟମାନେ ଜାଣିପାରନ୍ତି ଯେ ସେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିଛି । ଯିହୋବାଙ୍କୁ ସମର୍ପଣ କରିବା ଜୀବନର ସବୁଠୁ ବଡ଼ ନିଷ୍ପତ୍ତି ଅଟେ । ଏହି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ତାକୁ କେଉଁ କେଉଁ କଥା ସାହାଯ୍ୟ କରିବ ? ଆସନ୍ତୁ ଜାଣିବା ।

୧. କେଉଁ କଥା ଜଣେ ବ୍ୟକ୍ତିକୁ ସମର୍ପଣ କରିବା ପାଇଁ ସାହାଯ୍ୟ କରିବ ?

ଯିହୋବାଙ୍କ ପାଇଁ ପ୍ରେମ ଜଣେ ବ୍ୟକ୍ତିକୁ ସମର୍ପଣ କରିବା ପାଇଁ ସାହାଯ୍ୟ କରିବ । (୧ ଯୋହନ ୪:୧୦, ୧୯) ବାଇବଲ ଆମକୁ ପ୍ରୋତ୍ସାହନ ଦିଏ, “ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର ।” (ମାର୍କ ୧୨:୩୦) ଆମେ କେବଳ ନିଜ କଥାରେ ନୁହେଁ, ବରଂ ନିଜ କାମରେ ବି ଦେଖାଉ ଯେ ଆମେ ତାଙ୍କୁ ପ୍ରେମ କରୁ । ଯେପରି ଯଦି ଜଣେ ପୁଅଝିଅ ପରସ୍ପରକୁ ପ୍ରେମ କରନ୍ତି, ତାହେଲେ ସେମାନେ ବିବାହ କରିବେ । ଠିକ୍‌ ସେହିପରି ଯଦି ଆମେ ଯିହୋବାଙ୍କୁ ପ୍ରେମ କରୁ, ତାହେଲେ ଆମେ ନିଜ ଜୀବନ ତାଙ୍କୁ ସମର୍ପଣ କରିବା ଓ ବାପ୍ତିସ୍ମ ନେବା ।

୨. ଯେଉଁମାନେ ବାପ୍ତିସ୍ମ ନେଇ ଯିହୋବାଙ୍କ ସାକ୍ଷୀ ହୁଅନ୍ତି, ସେମାନଙ୍କୁ ଯିହୋବା କʼଣ କʼଣ ଆଶିଷ ଦିଅନ୍ତି ?

ବାପ୍ତିସ୍ମ ନେଲା ପରେ ଯିହୋବା ଆପଣଙ୍କ ପିତା ହୋଇଯିବେ ଏବଂ ଆପଣ ତାଙ୍କ ପରିବାରର ସଦସ୍ୟ ହୋଇଯିବେ । ଏହାପରେ ଆପଣ ଅନେକ ଉପାୟରେ ଯିହୋବାଙ୍କ ପ୍ରେମକୁ ଅନୁଭବ କରିପାରିବେ ଏବଂ ତାଙ୍କ ସହିତ ଆପଣଙ୍କ ସମ୍ପର୍କ ଆହୁରି ମଜବୁତ୍‌ ହୋଇଯିବ । (ମଲାଖି ୩:୧୬-୧୮ ପଢ଼ନ୍ତୁ ।) ତାʼସହିତ ଆପଣଙ୍କୁ ସାରା ଦୁନିଆରେ ଖ୍ରୀଷ୍ଟୀୟ ଭାଇଭଉଣୀ ମିଳିବେ, ଯେଉଁମାନେ ଆପଣଙ୍କୁ ଓ ଯିହୋବା ଈଶ୍ୱରଙ୍କୁ ବହୁତ ପ୍ରେମ କରନ୍ତି । (ମାର୍କ ୧୦:୨୯, ୩୦ ପଢ଼ନ୍ତୁ ।) ବାପ୍ତିସ୍ମ ନେବା ପୂର୍ବେ ଆପଣଙ୍କୁ କିଛି ପଦକ୍ଷେପ ଉଠାଇବାକୁ ପଡ଼ିବ । ଯିହୋବାଙ୍କ ବିଷୟରେ ଶିଖିବାକୁ ପଡ଼ିବ, ତାଙ୍କୁ ପ୍ରେମ କରିବାକୁ ପଡ଼ିବ ଓ ତାଙ୍କ ପୁତ୍ରଙ୍କ ଉପରେ ବିଶ୍ୱାସ କରିବାକୁ ପଡ଼ିବ । ତାʼପରେ ଆପଣଙ୍କୁ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବାକୁ ପଡ଼ିବ । ଏସବୁ କଲାପରେ ଆପଣ ବାପ୍ତିସ୍ମ ନେବେ, ଯାହାଫଳରେ ଆପଣଙ୍କୁ ସବୁଦିନ ଯାଏଁ ଖୁସିରେ ବଞ୍ଚିବାର ସୁଯୋଗ ମିଳିବ । ତେଣୁ ପରମେଶ୍ୱରଙ୍କ ବାକ୍ୟରେ ଲେଖାଅଛି, ‘ବାପ୍ତିସ୍ମ ତୁମ୍ଭମାନଙ୍କୁ ପରିତ୍ରାଣ କରୁଅଛି ।’​—୧ ପିତର ୩:୨୧.

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବା ଓ ବାପ୍ତିସ୍ମ ନେବା ଆପଣଙ୍କ ପାଇଁ କାହିଁକି ଜରୁରୀ ।

୩. ଆମ ସମସ୍ତଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଆମେ କାହାର ସେବା କରିବା

ପ୍ରାଚୀନ ସମୟରେ କିଛି ଇସ୍ରାଏଲୀୟ ଭାବୁଥିଲେ ଯେ ସେମାନେ ଯିହୋବାଙ୍କୁ ଉପାସନା କରିବା ସହ ମିଥ୍ୟା ଦେବତା ବାଲ୍‌କୁ ମଧ୍ୟ ଉପାସନା କରିପାରିବେ । କିନ୍ତୁ ସେମାନଙ୍କ ଏହି ଭୁଲ ଧାରଣାକୁ ସୁଧାରିବା ପାଇଁ ଯିହୋବା ନିଜ ଭବିଷ୍ୟଦ୍‌ବକ୍ତା ଏଲୀୟଙ୍କୁ ତାଙ୍କ ପାଖକୁ ପଠାଇଲେ । ୧ ରାଜାବଳୀ ୧୮:୨୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଇସ୍ରାଏଲୀୟମାନଙ୍କୁ କʼଣ ନିଷ୍ପତ୍ତି ନେବାର ଥିଲା ?

ଇସ୍ରାଏଲୀୟମାନଙ୍କ ଭଳି ଆମକୁ ମଧ୍ୟ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଆମେ କାହାର ସେବା କରିବା । ଲୂକ ୧୬:୧୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଯିହୋବାଙ୍କ ଉପାସନା କରିବା ସହ ଆମେ କାହିଁକି ଅନ୍ୟ କାହାରିକୁ କିମ୍ବା ଅନ୍ୟ କୌଣସି ଜିନିଷକୁ ଉପାସନା କରିପାରିବା ନାହିଁ ?

  • ଆପଣ ଯିହୋବାଙ୍କୁ କିପରି ଦେଖାଇପାରିବେ ଯେ ଆପଣ କେବଳ ତାଙ୍କୁ ହିଁ ଉପାସନା କରିବାର ନିଷ୍ପତ୍ତି ନେଇଛନ୍ତି ?

୪. ଭାବନ୍ତୁ ଯେ ଯିହୋବା ଆପଣଙ୍କୁ କେତେ ପ୍ରେମ କରନ୍ତି

ଯିହୋବା ଆମକୁ ବହୁତଗୁଡ଼ିଏ ବହୁମୂଲ୍ୟ ଉପହାର ଦେଇଛନ୍ତି । ଆମେ ତାʼବଦଳରେ ତାଙ୍କୁ କʼଣ ଦେଇପାରିବା ? ଭିଡିଓ ଦେଖନ୍ତୁ 

ଯିହୋବା କେଉଁ କେଉଁ ଉପାୟରେ ଆମକୁ ପ୍ରେମ ଦେଖାଇଛନ୍ତି, ଆସନ୍ତୁ ସେଗୁଡ଼ିକ ଉପରେ ଧ୍ୟାନ ଦେବା । ଗୀତସଂହିତା ୧୦୪:୧୪, ୧୫ ୧ ଯୋହନ ୪:୯, ୧୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଆପଣ ଯିହୋବାଙ୍କଠାରୁ ମିଳିଥିବା କେଉଁ ଉପହାରଗୁଡ଼ିକ ପାଇଁ କୃତଜ୍ଞ ଅଛନ୍ତି ?

  • ଏହି ଉପହାରଗୁଡ଼ିକ ପାଇ ଆପଣ ଯିହୋବାଙ୍କ ବିଷୟରେ କିପରି ଅନୁଭବ କରନ୍ତି ?

ଯେତେବେଳେ ଆମକୁ କୌଣସି ଉପହାର ଭଲ ଲାଗେ, ସେତେବେଳେ ଆମେ ଉପହାର ଦେଇଥିବା ବ୍ୟକ୍ତି ପାଇଁ ନିଜ କୃତଜ୍ଞତା ଦେଖାଇବା ଚାହୁଁ ଏବଂ ତାଙ୍କ ପାଇଁ କିଛି କରିବାକୁ ଚାହୁଁ । ଦ୍ୱିତୀୟ ବିବରଣ ୧୬:୧୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯେତେବେଳେ ଆପଣ ସମୟ କାଢ଼ି ଏହା ଭାବନ୍ତି ଯେ ଯିହୋବା ଆପଣଙ୍କ ପାଇଁ କେତେ କʼଣ କରିଛନ୍ତି, ତାʼବଦଳରେ ଆପଣ ତାଙ୍କ ପାଇଁ କʼଣ କରିବାକୁ ଚାହିଁବେ ?

୫. ସମର୍ପଣ କଲେ ଅନେକ ଆଶିଷ ମିଳେ

ଅନେକ ଲୋକ ଭାବନ୍ତି ଯେ ଭଲ କ୍ୟାରିଅର ଓ ପଇସା ଥିଲେ କିମ୍ବା ସମାଜରେ ବଡ଼ ଲୋକ ହେଲେ ହିଁ ଜଣେ ବ୍ୟକ୍ତି ସତରେ ଖୁସିରେ ରହିପାରିବ । କିନ୍ତୁ କʼଣ ଏହା ସତ ? ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଭିଡିଓରେ ଥିବା ଖେଳାଳିଙ୍କୁ ଫୁଟବଲ୍‌ ଖେଳିବା ବହୁତ ପସନ୍ଦ ଥିଲା । ତଥାପି ସେ କାହିଁକି ଏହି କ୍ୟାରିଅରକୁ ଛାଡ଼ିଦେଲେ ?

  • ସେ ନିଷ୍ପତ୍ତି ନେଲେ ଯେ ସେ ଫୁଟବଲ୍‌ରେ ନୁହେଁ, ବରଂ ଯିହୋବାଙ୍କ ସେବାରେ ନିଜ ମନ ପ୍ରାଣ ଲଗାଇବେ । ଆପଣ କʼଣ ଭାବନ୍ତି, ସେ ଯାହା ନିଷ୍ପତ୍ତି ନେଲେ, କʼଣ ତାହା ଠିକ୍‌ ଥିଲା ? ଆପଣ ଏପରି କାହିଁକି କହିପାରିବେ ?

ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପ୍ରେରିତ ପାଉଲ ଗୋଟିଏ ଭଲ କ୍ୟାରିଅର କରିବା ପାଇଁ ଉଚ୍ଚ ଶିକ୍ଷା ନେଉଥିଲେ । ସେ ଜଣେ ପ୍ରସିଦ୍ଧ ଶିକ୍ଷକଙ୍କଠାରୁ ଯିହୁଦୀ ଆଇନ କାନୁନ ଶିଖୁଥିଲେ । କିନ୍ତୁ ଖ୍ରୀଷ୍ଟିୟାନ ହେବା ପାଇଁ ସେ ଏସବୁକୁ ଛାଡ଼ିଦେଲେ । କʼଣ ପାଉଲଙ୍କୁ ଏହା ପାଇଁ କିଛି ଅବଶୋଷ ଥିଲା ? ଫିଲିପ୍‌ପୀୟ ୩:୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଯେଉଁ କଥାଗୁଡ଼ିକ ପଛରେ ଯାଉଥିଲେ, ସେଗୁଡ଼ିକୁ ସେ “ଆବର୍ଜନା” ବୋଲି କାହିଁକି କହିଲେ ?

  • ପାଉଲ ଯାହାସବୁ ଛାଡ଼ିଲେ, ତାʼବଦଳରେ ସେ କʼଣ ପାଇଲେ ?

  • ଆପଣଙ୍କୁ ସବୁଠୁ ବେଶି ଖୁସି କେଉଁଥିରୁ ମିଳିପାରିବ, ଯିହୋବାଙ୍କ ସେବା କଲେ ନା ଜୀବନରେ ଆଉ କିଛି ହାସଲ କଲେ ? ଆପଣ ଏପରି କାହିଁକି କହିପାରିବେ ?

ଖ୍ରୀଷ୍ଟିୟାନ ହେବା ପାଇଁ ପାଉଲ ଯାହା କିଛି ତ୍ୟାଗ କରିଥିଲେ, ତାʼଠାରୁ କାହିଁ କେତେ ଅଧିକ ସେ ପାଇଲେ

କିଛି ଲୋକ କହନ୍ତି: “ମୁଁ ସମର୍ପଣ କରିବି, କିନ୍ତୁ ଏବେ ନୁହେଁ ।”

  • ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରିବା କାହିଁକି ଜରୁରୀ ?

ଆମେ କʼଣ ଶିଖିଲୁ ?

ଯିହୋବାଙ୍କ ପାଇଁ ପ୍ରେମ ଆମକୁ ନିଜ ଜୀବନ ତାଙ୍କୁ ସମର୍ପଣ କରିବା ପାଇଁ ଓ ବାପ୍ତିସ୍ମ ନେବା ପାଇଁ ପ୍ରେରିତ କରେ ।

ଆପଣ କʼଣ କହିବେ ?

  • ଆମେ କାହିଁକି କେବଳ ଯିହୋବାଙ୍କୁ ଉପାସନା ଓ ପ୍ରେମ କରିବା ଉଚିତ୍‌ ?

  • ଯେଉଁ ଲୋକମାନେ ବାପ୍ତିସ୍ମ ନେଇ ଯିହୋବାଙ୍କ ସାକ୍ଷୀ ହୁଅନ୍ତି, ସେମାନଙ୍କୁ ସେ କʼଣ କʼଣ ଆଶିଷ ଦିଅନ୍ତି ?

  • କʼଣ ଆପଣ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବାକୁ ଚାହିଁବେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଦୁଇଜଣ ଯୁବା ସଙ୍ଗୀତ ଓ ଖେଳରେ ନିଜ କ୍ୟାରିଅର କରିବା ପରିବର୍ତ୍ତେ ଯିହୋବାଙ୍କୁ ନିଜ ଜୀବନ କାହିଁକି ସମର୍ପଣ କଲେ ? ଆସନ୍ତୁ ଦେଖିବା ।

ଯୁବକଯୁବତୀମାନଙ୍କ ପ୍ରଶ୍ନ​—ମୁଁ ଆଗକୁ କʼଣ କରିବି ?—ଅତୀତ (୬:୫୪)

ଆପଣ କାହିଁକି ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବା ଉଚିତ୍‌, ତାʼର ଆଉ କିଛି କାରଣଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ ।

“ଆମେ କାହିଁକି ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବା ଉଚିତ୍‌ ?” (ପ୍ରହରୀଦୁର୍ଗ-ହି, ୧୫ ଜାନୁୟାରୀ, ୨୦୧୦)

ସଙ୍ଗୀତର ଏହି ଭିଡିଓରେ ଦେଖନ୍ତୁ ଯେ ଯେଉଁ ଲୋକମାନେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରି ବାପ୍ତିସ୍ମ ନେଉଛନ୍ତି, ସେମାନଙ୍କୁ କେତେ ଖୁସି ମିଳୁଛି ।

ତୁମ ପାଇଁ ବଞ୍ଚେ (୪:୩୦)

“ଅନେକ ବର୍ଷରୁ ମୁଁ ଭାବୁଥିଲି, ‘ଆମକୁ କାହିଁକି ସୃଷ୍ଟି କରାଯାଇଛି ?’” ଏହି କାହାଣୀରେ ଜାଣନ୍ତୁ ଯେ ଜଣେ ମହିଳା କାହିଁକି ଭାବିବାକୁ ଲାଗିଲେ ଯେ କେଉଁ କଥା ତାଙ୍କ ଜୀବନରେ ସବୁଠୁ ଅଧିକ ମହତ୍ତ୍ୱ ରଖେ ।

“ବାଇବଲ ଜୀବନ ବଦଳାଇ ଦିଏ” (ପ୍ରହରୀଦୁର୍ଗ ଲେଖା-ହି)