इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୪୭

କʼଣ ଆପଣ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ଅଛନ୍ତି ?

କʼଣ ଆପଣ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ଅଛନ୍ତି ?

ଏବେ ଯାଏଁ ଆପଣ ନିଜ ବାଇବଲ ଅଧ୍ୟୟନରୁ ଯିହୋବାଙ୍କ ବିଷୟରେ ବହୁତ କିଛି ଶିଖିଛନ୍ତି । ଆପଣ ଯାହା ଶିଖିଛନ୍ତି ସେ ଅନୁସାରେ କିଛି ପରିବର୍ତ୍ତନ ମଧ୍ୟ କରିଥିବେ । ତଥାପି ହୁଏତ ଆପଣଙ୍କୁ କିଛି କଥା ସମର୍ପଣ କରିବା ଓ ବାପ୍ତିସ୍ମ ନେବା ପାଇଁ ରୋକୁଥିବ । ଏହି ପାଠରେ କିଛି ବାଧାଗୁଡ଼ିକ ବିଷୟରେ କୁହାଯାଇଛି ଏବଂ ଏହା ମଧ୍ୟ କୁହାଯାଇଛି ଯେ ଆପଣ ସେଗୁଡ଼ିକୁ କିପରି ପାର କରିପାରିବେ ।

୧. ବାପ୍ତିସ୍ମ ନେବା ପାଇଁ ଆପଣଙ୍କୁ ବାଇବଲର କେତେ ଜ୍ଞାନ ହେବା ଉଚିତ୍‌ ?

ବାପ୍ତିସ୍ମ ନେବା ପାଇଁ “ସତ୍ୟ ସମ୍ବନ୍ଧରେ ଜ୍ଞାନ” ହେବା ଜରୁରୀ । (୧ ତୀମଥି ୨:୪) କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣଙ୍କୁ ବାଇବଲର ସବୁ ପ୍ରଶ୍ନର ଉତ୍ତର ଜଣା ହେବା ଉଚିତ୍‌ । ଦେଖିବାକୁ ଗଲେ ଯେଉଁ ଖ୍ରୀଷ୍ଟିୟାନମାନେ ବହୁତ ବର୍ଷ ପୂର୍ବେ ବାପ୍ତିସ୍ମ ନେଇଥିଲେ, ସେମାନେ ମଧ୍ୟ ଏବେ ବି ବାଇବଲର ନୂଆ ନୂଆ କଥାଗୁଡ଼ିକ ଶିଖୁଛନ୍ତି । (କଲସୀୟ ୧:୯, ୧୦) କିନ୍ତୁ ଏକଥା ସତ ଯେ ବାପ୍ତିସ୍ମ ନେବା ପାଇଁ ଆପଣଙ୍କୁ ବାଇବଲର ମୌଳିକ ଶିକ୍ଷାଗୁଡ଼ିକ ଜଣା ହେବା ଉଚିତ୍‌ । କʼଣ ଆପଣ ଏହି ଶିକ୍ଷାଗୁଡ଼ିକ ଜାଣିଛନ୍ତି ? ଏହା ଜାଣିବା ପାଇଁ ଆପଣ ମଣ୍ଡଳୀର ପ୍ରାଚୀନମାନଙ୍କ ସହିତ କଥା ହୋଇପାରିବେ ।

୨. ବାପ୍ତିସ୍ମ ନେବା ପାଇଁ କେଉଁ କେଉଁ ପଦକ୍ଷେପ ନେବା ଜରୁରୀ ?

ବାପ୍ତିସ୍ମ ନେବା ପାଇଁ କିଛି ପଦକ୍ଷେପ ନେବା ଜରୁରୀ ଅଟେ । ବାଇବଲରେ ଲେଖାଅଛି, ‘ମନ ପରିବର୍ତ୍ତନ କରି ଫେରିଆସ ।’ (ପ୍ରେରିତ ୩:୧୯ ପଢ଼ନ୍ତୁ।) ଏହାର ଅର୍ଥ ଜଣେ ବ୍ୟକ୍ତିକୁ ନିଜ ପାପ ପାଇଁ ଗଭୀର ଅବଶୋଷ କରିବା କଥା ଏବଂ ତାʼପାଇଁ ଯିହୋବାଙ୍କୁ କ୍ଷମା ମାଗିବା କଥା । ତାକୁ ଏହା ମଧ୍ୟ ଦୃଢ଼ ସଂକଳ୍ପ କରିବା ଉଚିତ୍‌ ଯେ ସେ ଏବେଠୁ ଖରାପ କାମ କରିବ ନାହିଁ ଏବଂ ଏପରି ଜୀବନ ବିତାଇବ ଯେଉଁଥିରୁ ଯିହୋବା ଖୁସି ହୁଅନ୍ତି । ତାʼସହ ସଭାଗୁଡ଼ିକରେ ଯିବା ଏବଂ ବାପ୍ତିସ୍ମରହିତ ପ୍ରଚାରକ ହେବା ମଧ୍ୟ ଜରୁରୀ ।

୩. ଆପଣଙ୍କୁ ବାପ୍ତିସ୍ମ ନେବା ପାଇଁ କାହିଁକି ଡରିବା ଉଚିତ୍‌ ନୁହେଁ ?

କିଛି ଲୋକ ଯିହୋବାଙ୍କ ସେବା କରିବା ପାଇଁ ଚାହାନ୍ତି, କିନ୍ତୁ ସେମାନେ ଡରନ୍ତି ଯେ ସେମାନେ ଯିହୋବାଙ୍କ ସେବା କରିବା ପାଇଁ ଯାହା ପ୍ରତିଜ୍ଞା କରିବେ, ତାହା ପୂରା କରିପାରିବେ ନାହିଁ । ଏହା ସତ ଯେ ଆପଣଙ୍କଠାରୁ ମଧ୍ୟ ଅନେକ ଭୁଲ ହେବ । ବାଇବଲରେ କୁହାଯାଇଥିବା ବିଶ୍ୱସ୍ତ ସେବକମାନଙ୍କଠାରୁ ମଧ୍ୟ ଅନେକ ଭୁଲ ହୋଇଥିଲା । ଯିହୋବା ଏହା ଆଶା କରନ୍ତି ନାହିଁ ଯେ ଆପଣଙ୍କଠାରୁ କେବେ କୌଣସି ଭୁଲ ହେବ ନାହିଁ । (ଗୀତସଂହିତା ୧୦୩:୧୩, ୧୪ ପଢ଼ନ୍ତୁ ।) କିନ୍ତୁ ଯେତେବେଳେ ଆପଣ ମନପ୍ରାଣ ଦେଇ ଯିହୋବାଙ୍କ ସ୍ତର ଅନୁସାରେ ଚାଲିବାକୁ ଚେଷ୍ଟା କରନ୍ତି, ସେତେବେଳେ ସେ ବହୁତ ଖୁସି ହୁଅନ୍ତି ଏବଂ ସେ ଏପରି କରିବା ପାଇଁ ଆପଣଙ୍କୁ ସାହାଯ୍ୟ ମଧ୍ୟ କରିବେ । କେବଳ ଏତିକି ନୁହେଁ, ସେ ଏହା ମଧ୍ୟ ଭରସା ଦିଅନ୍ତି ଯେ କୌଣସି ଜିନିଷ ଆପଣଙ୍କୁ ‘ଈଶ୍ୱରଙ୍କ ପ୍ରେମରୁ ବିଚ୍ଛିନ୍ନ କରିପାରିବ ନାହିଁ ।’​—ରୋମୀୟ ୮:୩୮, ୩୯ ପଢ଼ନ୍ତୁ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଯିହୋବାଙ୍କୁ ଭଲ ଭାବେ ଜାଣିଲେ ଏବଂ ତାଙ୍କ ସାହାଯ୍ୟ ନେଲେ ଆପଣ କିପରି ଯେକୌଣସି ବାଧାକୁ ପାର କରିପାରିବେ ।

୪. ଯିହୋବାଙ୍କୁ ଆହୁରି ଭଲ ଭାବେ ଜାଣନ୍ତୁ

ବାପ୍ତିସ୍ମ ନେବା ପାଇଁ ଆପଣଙ୍କୁ ଯିହୋବାଙ୍କ ବିଷୟରେ କେତେ ଜାଣିବାକୁ ହେବ ? କମ୍‌ରୁ କମ୍‌ ଏତିକି, ଯାହାଦ୍ୱାରା ଆପଣ ଯିହୋବାଙ୍କୁ ପ୍ରେମ କରିପାରିବେ ଏବଂ ତାଙ୍କୁ ଖୁସି କରିବାକୁ ଚାହିଁବେ । ସାରା ଦୁନିଆରେ ସାକ୍ଷୀମାନଙ୍କ ସହ ବାଇବଲ ଅଧ୍ୟୟନ କରୁଥିବା ଲୋକମାନେ ଏପରି ହିଁ କରିଛନ୍ତି । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଯେପରି ଆମେ ଭିଡିଓରେ ଦେଖିଲୁ, ବାପ୍ତିସ୍ମର ଯୋଗ୍ୟ ହେବା ପାଇଁ କିଛି ଲୋକ କʼଣ କଲେ ?

ରୋମୀୟ ୧୨:୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • କʼଣ ଆପଣଙ୍କୁ ବାଇବଲର କୌଣସି ଶିକ୍ଷାକୁ ନେଇ କିଛି ସନ୍ଦେହ ଅଛି ? କʼଣ ଆପଣଙ୍କୁ ଲାଗେ ଯେ ଯିହୋବାଙ୍କ ସାକ୍ଷୀମାନେ ହିଁ ସତ୍ୟ ଶିଖାନ୍ତି ?

  • ଯଦି ଆପଣଙ୍କ ମନରେ ଏପରି କୌଣସି ସନ୍ଦେହ ଅଛି, ତାହେଲେ ଆପଣ କʼଣ କରିପାରିବେ ?

୫. ଯାହା ବି ବାଧା ଆସିଲେ, ଆପଣ ତାକୁ ପାର କରିପାରିବେ

ଯେତେବେଳେ ଆମେ ନିଷ୍ପତ୍ତି ନେଉ ଯେ ଆମେ ସମର୍ପଣ କରିବା ଓ ବାପ୍ତିସ୍ମ ନେବା, ସେତେବେଳେ ଆମ ସମସ୍ତଙ୍କ ସାମନାରେ କିଛି ନା କିଛି ବାଧା ନିଶ୍ଚୟ ଆସେ । ଆସନ୍ତୁ ଦେଖିବା ଯେ ଜଣେ ଝିଅର ସାମନାରେ କʼଣ ବାଧାଗୁଡ଼ିକ ଆସିଲା । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଯିହୋବାଙ୍କ ସେବା କରିବା ପାଇଁ ନାରଏଙ୍ଗେଲଙ୍କୁ କେଉଁ କେଉଁ ବାଧା ପାର କରିବାକୁ ପଡ଼ିଲା ?

  • ଯିହୋବାଙ୍କ ପାଇଁ ପ୍ରେମ ଥିବା ଯୋଗୁଁ ସେ କିପରି ସେହି ବାଧାଗୁଡ଼ିକୁ ପାର କରିପାରିଲେ ?

ହିତୋପଦେଶ ୨୯:୨୫ ୨ ତୀମଥି ୧:୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ବାଧାଗୁଡ଼ିକୁ ପାର କରିବା ପାଇଁ ଆମକୁ କେଉଁ କଥାରୁ ସାହସ ମିଳେ ?

୬. ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବେ

ଯିହୋବା ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବେ । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଯେପରି ଆମେ ଭିଡିଓରେ ଦେଖିଲୁ, ବାଇବଲ ବିଦ୍ୟାର୍ଥୀ ବାପ୍ତିସ୍ମ ନେବା ପାଇଁ କାହିଁକି ଡରୁଥିଲେ ?

  • ସେ ଯିହୋବାଙ୍କ ବିଷୟରେ ଏପରି କେଉଁ କଥା ଜାଣିଲେ, ଯେଉଁଥିରୁ ଯିହୋବାଙ୍କ ଉପରେ ତାଙ୍କ ଭରସା ବଢ଼ିଲା ?

ଯିଶାଇୟ ୪୧:୧୦, ୧୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆପଣ କାହିଁକି ଭରସା ରଖିପାରିବେ ଯେ ଆପଣ ନିଜ ସମର୍ପଣର ପ୍ରତିଜ୍ଞାକୁ ନିଶ୍ଚୟ ପୂରଣ କରିପାରିବେ ?

୭. ଯିହୋବାଙ୍କ ପ୍ରେମ ପାଇଁ ନିଜ କୃତଜ୍ଞତା ବଢ଼ାନ୍ତୁ

ଆପଣ ଯେତେ ଅଧିକ ଯିହୋବାଙ୍କ ପ୍ରେମ ବିଷୟରେ ଭାବିବେ, ସେତେ ଅଧିକ ଆପଣ ତାଙ୍କ କୃତଜ୍ଞ ରହିବେ ଏବଂ ଆପଣଙ୍କ ଭିତରେ ସବୁଦିନ ପାଇଁ ତାଙ୍କ ସେବା କରିବାକୁ ଇଚ୍ଛା ବଢ଼ିବ । ଗୀତସଂହିତା ୪୦:୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆପଣ ବିଶେଷ କରି କେଉଁ ଆଶିଷ ପାଇଁ ଯିହୋବାଙ୍କ କୃତଜ୍ଞ ଅଟନ୍ତି ?

ଭବିଷ୍ୟଦ୍‌ବକ୍ତା ଯିରିମୀୟ ଯିହୋବାଙ୍କୁ ଓ ତାଙ୍କ ବାକ୍ୟକୁ ବହୁତ ଭଲ ପାଉଥିଲେ । ସେ ବହୁତ ଗର୍ବ ଅନୁଭବ କରୁଥିଲେ ଯେ ସେ ଯିହୋବାଙ୍କ ନାମରେ ଜଣାଯାଉଥିଲେ । ସେ କହିଲେ, “ତୁମ୍ଭର ବାକ୍ୟ ମୋର ଆନନ୍ଦ ଓ ଚିତ୍ତର ଆହ୍ଲାଦଜନକ ହେଲା; କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର, ମୁଁ ତୁମ୍ଭ ନାମରେ ଖ୍ୟାତ ଅଟେ ।” (ଯିରିମୀୟ ୧୫:୧୬) ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଆପଣ କʼଣ ଉତ୍ତର ଦେବେ ?

  • ଯିହୋବାଙ୍କ ସାକ୍ଷୀ ହେବା କାହିଁକି ଗୋଟିଏ ବହୁତ ବଡ଼ ସମ୍ମାନ ଅଟେ ?

  • କʼଣ ଆପଣ ବାପ୍ତିସ୍ମ ନେଇ ଯିହୋବାଙ୍କ ଜଣେ ସାକ୍ଷୀ ହେବା ପାଇଁ ଚାହାନ୍ତି ?

  • କʼଣ କୌଣସି କଥା ଆପଣଙ୍କୁ ଏପରି କରିବା ପାଇଁ ରୋକୁଛି ?

  • ଆପଣ କʼଣ ଭାବନ୍ତି, ବାପ୍ତିସ୍ମ ନେବା ପାଇଁ ଆପଣଙ୍କୁ କʼଣ କରିବାକୁ ପଡ଼ିବ ?

କିଛି ଲୋକ କହନ୍ତି: “ଜଣାନାଇଁ ବାପ୍ତିସ୍ମ ପରେ ଯିହୋବା ଯାହା ଚାହାନ୍ତି, ତାହା ମୁଁ ପୂରା କରିପାରିବି ନା ନାହିଁ ।”

  • କʼଣ ଆପଣ ବି ଏପରି ଅନୁଭବ କରନ୍ତି ?

ଆମେ କʼଣ ଶିଖିଲୁ ?

ଯିହୋବାଙ୍କ ସାହାଯ୍ୟରେ ଆପଣ ଯେକୌଣସି ବାଧାକୁ ପାର କରିପାରିବେ ଏବଂ ବାପ୍ତିସ୍ମ ନେଇପାରିବେ ।

ଆପଣ କʼଣ କହିବେ ?

  • ବାପ୍ତିସ୍ମ ନେବା ପାଇଁ ଆପଣଙ୍କ ପାଖରେ ବାଇବଲର କେତେ ଜ୍ଞାନ ହେବା ଉଚିତ୍‌ ?

  • ବାପ୍ତିସ୍ମ ନେବା ପାଇଁ ଆପଣଙ୍କୁ ହୁଏତ କʼଣ ପରିବର୍ତ୍ତନ କରିବାକୁ ପଡ଼ିପାରେ ?

  • ଆପଣଙ୍କୁ ବାପ୍ତିସ୍ମ ନେବା ପାଇଁ କାହିଁକି ଡରିବା ଉଚିତ୍‌ ନୁହେଁ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଜାଣନ୍ତୁ ଯେ ବାପ୍ତିସ୍ମ ନେବା ପାଇଁ ଆପଣଙ୍କୁ ଯେଉଁ କଥାଗୁଡ଼ିକ ବାଧା ଦେଉଛି, ସେଗୁଡ଼ିକୁ ଆପଣ କିପରି ପାର କରିପାରିବେ ।

“ଏବେ ମୋତେ ବାପ୍ତିସ୍ମ ନେବା ପାଇଁ କେଉଁ କଥା ବାଧା ଦେଉଛି ?” (ପ୍ରହରୀଦୁର୍ଗ-ହି, ମାର୍ଚ୍ଚ ୨୦୧୯)

ଜାଣନ୍ତୁ ଯେ ଜଣେ ବ୍ୟକ୍ତି କିପରି ବଡ଼ ବଡ଼ ସମସ୍ୟାଗୁଡ଼ିକୁ ପାର କରି ବାପ୍ତିସ୍ମ ନେଇପାରିଲେ ।

‘ଆପଣ ବାପ୍ତିସ୍ମ ନେବା ପାଇଁ କାହିଁକି ଡେରି କରୁଛନ୍ତି ?’ (୧:୧୦)

ଅଟ୍ଟା ନାମକ ଜଣେ ବ୍ୟକ୍ତି ବାପ୍ତିସ୍ମ ନେବା ପାଇଁ ଡରୁଥିଲେ । ତଥାପି କେଉଁ କଥାରୁ ତାଙ୍କୁ ଭରସା ହେଲା ଯେ ତାଙ୍କୁ ଏହି ପଦକ୍ଷେପ ନେବା ଉଚିତ୍‌ ? ଆସନ୍ତୁ ଜାଣିବା ।

କʼଣ ମୁଁ ସତରେ ଏହି ଆଶିଷଗୁଡ଼ିକୁ ପାଇବାର ଯୋଗ୍ୟ ଅଟେ ? (୭:୨୧)