इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୪୮

ଭାବିଚିନ୍ତି ସାଙ୍ଗ ବାଛନ୍ତୁ

ଭାବିଚିନ୍ତି ସାଙ୍ଗ ବାଛନ୍ତୁ

ଯେଉଁ ବ୍ୟକ୍ତି ଆମ ଖୁସିରେ ଖୁସି ହୁଏ ଓ ଆମ ଦୁଃଖରେ ଦୁଃଖି ହୁଏ କିମ୍ବା ଖରାପ ସମୟରେ ଆମର ସାହସ ବଢ଼ାଏ ବା ଆମକୁ ସାହାଯ୍ୟ କରେ, ସେ ହେଉଛି ପ୍ରକୃତ ସାଙ୍ଗ । ବାଇବଲ ସତର୍କ କରାଏ ଯେ ସମସ୍ତେ ଭଲ ସାଙ୍ଗ ନୁହନ୍ତି । ତାହେଲେ ଆମେ ଭଲ ସାଙ୍ଗ କିପରି ବାଛିପାରିବା ? ଆସନ୍ତୁ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଧ୍ୟାନ ଦେବା ।

୧. ଆପଣଙ୍କ ସାଙ୍ଗମାନଙ୍କର ଆପଣଙ୍କ ଉପରେ କʼଣ ପ୍ରଭାବ ପଡ଼ିପାରେ ?

ଆମେ ଯେଉଁଭଳି ବ୍ୟକ୍ତିଙ୍କ ସହ ସମୟ ବିତାଉ, ଏପରିକି ସେ ବ୍ୟକ୍ତି ଆମ ପାଖରେ ଥାʼନ୍ତୁ ବା ଅନଲାଇନ୍‌ରେ, ଆମେ ଧୀରେ ଧୀରେ ତାଙ୍କ ଭଳି ହୋଇଯାଉ । ତାଙ୍କର ଆମ ଉପରେ ଭଲ କିମ୍ବା ଖରାପ ପ୍ରଭାବ ପଡ଼ିପାରେ । ବାଇବଲରେ ଲେଖାଅଛି, “ଜ୍ଞାନୀ ସଙ୍ଗରେ ଗମନାଗମନ କର, ତହିଁରେ ତୁମ୍ଭେ ଜ୍ଞାନୀ ହେବ; ମାତ୍ର ମୂର୍ଖମାନଙ୍କର [ଅର୍ଥାତ୍‌ ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ନାହିଁ] ସଙ୍ଗୀ କ୍ଳେଶ ପାଇବ ।” (ହିତୋପଦେଶ ୧୩:୨୦) ଯଦି ଆପଣଙ୍କ ସାଙ୍ଗମାନେ ଯିହୋବାଙ୍କୁ ପ୍ରେମ କରନ୍ତି ଓ ତାଙ୍କ ଉପାସନା କରନ୍ତି, ତାହେଲେ ସେମାନେ ଆପଣଙ୍କୁ ଯିହୋବାଙ୍କ ସହ ମଜବୁତ୍‌ ସମ୍ପର୍କ ରଖିବା ପାଇଁ ଏବଂ ଭଲ ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ କରିପାରିବେ । କିନ୍ତୁ ଯଦି ଆପଣ ଏପରି ଲୋକଙ୍କ ସହ ସାଙ୍ଗ ହୁଅନ୍ତି, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ନାହିଁ, ତାହେଲେ ସେମାନେ ଆପଣଙ୍କୁ ଯିହୋବାଙ୍କଠାରୁ ଦୂରେଇ ନେଇଯାଇପାରନ୍ତି । ତେଣୁ ଆମକୁ ଭାବିଚିନ୍ତି ସାଙ୍ଗ ବାଛିବା ପାଇଁ ବାଇବଲରେ ପ୍ରୋତ୍ସାହନ ଦିଆଯାଇଛି । ଯେତେବେଳେ ଆମେ ଏପରି ଲୋକଙ୍କ ସହ ସାଙ୍ଗ ହେଉ, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି, ସେତେବେଳେ ଆମକୁ ଓ ସେମାନଙ୍କୁ ମଧ୍ୟ ଲାଭ ହୋଇଥାଏ । କାରଣ ଏପରି କରି ଆମେ ‘ପରସ୍ପରର ସାହସ ବଢ଼ାଇପାରୁ ଓ ପରସ୍ପରକୁ ମଜବୁତ୍‌ କରିପାରୁ ।’—୧ ଥେସଲନୀକୀୟ ୫:୧୧, NWT.

୨. ଆପଣ ଯେଉଁଭଳି ଲୋକମାନଙ୍କ ସହ ସାଙ୍ଗ ହୁଅନ୍ତି, ତାହା ଦେଖି ଯିହୋବାଙ୍କୁ କିପରି ଲାଗେ ?

ଯିହୋବା ସମସ୍ତଙ୍କ ସହ ସାଙ୍ଗ ହୁଅନ୍ତି ନାହିଁ, “ମାତ୍ର ସରଳାଚାରୀମାନଙ୍କ ସଙ୍ଗେ ତାହାଙ୍କର ମିତ୍ରାଳାପ ଥାଏ ।” (ହିତୋପଦେଶ ୩:୩୨) ଯଦି ଆମେ ଏପରି ଲୋକମାନଙ୍କ ସହ ସାଙ୍ଗ ହେବା, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ନାହିଁ, ତାହେଲେ ଭାବନ୍ତୁ ଯିହୋବାଙ୍କୁ କିପରି ଲାଗିବ ? ତାଙ୍କୁ ବହୁତ ଦୁଃଖ ଲାଗିବ । (ଯାକୁବ ୪:୪ ପଢ଼ନ୍ତୁ ।) କିନ୍ତୁ ଯଦି ଆମେ ଖରାପ ଲୋକମାନଙ୍କଠାରୁ ଦୂରେଇ ରହିବା ଏବଂ ଏପରି ଲୋକମାନଙ୍କ ସହ ସାଙ୍ଗ ହେବା, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି, ତାହେଲେ ସେ ବହୁତ ଖୁସି ହେବେ ଓ ଆମକୁ ନିଜ ସାଙ୍ଗ ଭାବେ ବାଛିବେ ।—ଗୀତସଂହିତା ୧୫:୧-୪.

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଭାବିଚିନ୍ତି ସାଙ୍ଗ ବାଛିବା କାହିଁକି ଜରୁରୀ ଏବଂ ଆପଣ ଏପରି ସାଙ୍ଗ କିପରି କରିପାରିବେ ଯେଉଁମାନେ ଆପଣଙ୍କ ଜୀବନରେ ଖୁସି ଭରିଦେବେ ।

୩. ଖରାପ ସଙ୍ଗତିଠାରୁ ସତର୍କ ରହନ୍ତୁ

ଯେଉଁ ଲୋକମାନେ ଯିହୋବା ଓ ତାଙ୍କ ସ୍ତରଗୁଡ଼ିକୁ ପ୍ରେମ କରନ୍ତି ନାହିଁ, ସେମାନଙ୍କ ସହ ସାଙ୍ଗ ହେବାକୁ ଖରାପ ସଙ୍ଗତି କୁହାଯାଏ । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଆମେ କିପରି ଅଜାଣତରେ ଖରାପ ସଙ୍ଗତିର ଫାନ୍ଦରେ ପଡ଼ିପାରୁ ?

୧ କରିନ୍ଥୀୟ ୧୫:୩୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • କେଉଁଭଳି ଲୋକମାନେ ଆପଣଙ୍କ ପାଇଁ ଖରାପ ସଙ୍ଗତି ହୋଇପାରନ୍ତି ଓ କାହିଁକି ?

ଗୀତସଂହିତା ୧୧୯:୬୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • କେଉଁଭଳି ଲୋକମାନଙ୍କ ସହ ଆପଣଙ୍କୁ ସାଙ୍ଗ ହେବା ଉଚିତ୍‌ ?

ଗୋଟିଏ ସଢ଼ିଯାଇଥିବା ସେଓ, ବାକି ସବୁ ସେଓକୁ ସଢ଼ାଇଦିଏ । ସେହିଭଳି ଜଣେ ଖରାପ ସାଙ୍ଗର ଆପଣଙ୍କ ଉପରେ କʼଣ ପ୍ରଭାବ ପଡ଼ିପାରେ ?

୪. ଯେଉଁମାନେ ଆମଠାରୁ ପୂରା ଅଲଗା, ସେମାନେ ମଧ୍ୟ ଆମର ଭଲ ସାଙ୍ଗ ହୋଇପାରିବେ

ବାଇବଲରେ ଦାଉଦ ଓ ଯୋନାଥନ ନାମକ ଦୁଇଜଣ ଇସ୍ରାଏଲୀୟଙ୍କ ବିଷୟରେ କୁହାଯାଇଛି । ଯୋନାଥନ ଦାଉଦଙ୍କଠାରୁ ବୟସରେ ବହୁତ ବଡ଼ ଥିଲେ । ସେ ଦୁହିଁଙ୍କ ଲାଳନପାଳନ ମଧ୍ୟ ଅଲଗା ଅଲଗା ଜାଗାରେ ହୋଇଥିଲା । ତଥାପି ସେମାନେ ଦୁହେଁ ବହୁତ ଭଲ ସାଙ୍ଗ ଥିଲେ । ୧ ଶାମୁୟେଲ ୧୮:୧ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • କʼଣ ଦୁଇଜଣ ଲୋକ ତେବେଯାଇ ସାଙ୍ଗ ହୋଇପାରିବେ, ଯଦି ସେମାନଙ୍କର ବୟସ ସମାନ ଓ ସେମାନଙ୍କର ଲାଳନପାଳନ ଏକାଭଳି ହୋଇଥିବ ? ଆପଣ ଏପରି କାହିଁକି କହିପାରିବେ ?

ରୋମୀୟ ୧:୧୧, ୧୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯେଉଁ ସାଙ୍ଗମାନେ ଯିହୋବାଙ୍କୁ ପ୍ରେମ କରନ୍ତି, ସେମାନେ ପରସ୍ପରର ଉତ୍ସାହ କିପରି ବଢ଼ାଇପାରିବେ ?

ଆଗକୁ ଦିଆଯାଇଥିବା ଭିଡିଓରେ ଧ୍ୟାନ ଦିଅନ୍ତୁ ଯେ ଜଣେ ଯୁବା ଭାଇଙ୍କୁ କିପରି ଏକ ଭଲ ସାଙ୍ଗ ମିଳିଲା । ସେ କେବେ ବି ଭାବି ନ ଥିଲେ ଯେ ସେହି ବ୍ୟକ୍ତି ତାଙ୍କର ଏତେ ଭଲ ସାଙ୍ଗ ହୋଇଯିବେ । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଅଖିଳଙ୍କ ବାପାମାଆଙ୍କୁ କାହିଁକି ଚିନ୍ତା ହେଉଥିଲା ଯେ ଅଖିଳ ସ୍କୁଲରେ କେଉଁମାନଙ୍କ ସହ ସାଙ୍ଗ ହେଉଛନ୍ତି ?

  • ଆରମ୍ଭରେ ଅଖିଳଙ୍କୁ ସେମାନଙ୍କ ସହ ସାଙ୍ଗ ହେବା କାହିଁକି ଭଲ ଲାଗୁଥିଲା ?

  • ସେ କʼଣ କଲା ଯାହାଫଳରେ ତାଙ୍କୁ ଆଉ ଏକୁଟିଆ ଲାଗିଲା ନାହିଁ ?

୫. ଭଲ ସାଙ୍ଗ କିପରି କରିପାରିବା ?

ଧ୍ୟାନ ଦିଅନ୍ତୁ ଯେ ଆପଣ କିପରି ଭଲ ସାଙ୍ଗ କରିପାରିବେ ଏବଂ ଆପଣ ନିଜେ ମଧ୍ୟ ଅନ୍ୟମାନଙ୍କର ଭଲ ସାଙ୍ଗ କିପରି ହୋଇପାରିବେ । ଭିଡିଓ ଦେଖନ୍ତୁ

ହିତୋପଦେଶ ୧୭:୧୭ ୨୭:୧୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ପ୍ରକୃତ ସାଙ୍ଗ କିପରି ପରସ୍ପରକୁ ସାହାଯ୍ୟ କରନ୍ତି ?

  • କʼଣ ଆପଣଙ୍କର ମଧ୍ୟ ପ୍ରକୃତ ସାଙ୍ଗ ଅଛନ୍ତି ? ଯଦି ନାହାନ୍ତି, ତାହେଲେ ଆପଣ ଏପରି ସାଙ୍ଗ କିପରି କରିପାରିବେ ?

୧ କରିନ୍ଥୀୟ ୧୦:୨୪ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯଦି ଆପଣଙ୍କୁ ଭଲ ସାଙ୍ଗ ଦରକାର, ତାହେଲେ ଆପଣଙ୍କୁ ନିଜେ ମଧ୍ୟ ଜଣେ ଭଲ ସାଙ୍ଗ ହେବାକୁ ପଡ଼ିବ । ଆପଣ ଏହା କିପରି କରିପାରିବେ ?

ଯଦି ଆପଣଙ୍କୁ ଭଲ ସାଙ୍ଗ ଦରକାର, ତାହେଲେ ଆପଣଙ୍କୁ ନିଜେ ମଧ୍ୟ ଜଣେ ଭଲ ସାଙ୍ଗ ହେବାକୁ ପଡ଼ିବ

କିଛି ଲୋକ କହନ୍ତି: “ଆମେ ଯାହା ସହ ଇଚ୍ଛା ସାଙ୍ଗ ହୋଇପାରିବା ।”

  • ଆପଣ କʼଣ ଉତ୍ତର ଦେବେ ?

ଆମେ କʼଣ ଶିଖିଲୁ ?

ଭାବିଚିନ୍ତି ସାଙ୍ଗ ବାଛିଲେ ଯିହୋବା ଖୁସି ହୁଅନ୍ତି ଏବଂ ଆମର ମଧ୍ୟ ଲାଭ ହୋଇଥାଏ ।

ଆପଣ କʼଣ କହିବେ ?

  • ଆମେ ଯେଉଁଭଳି ଲୋକଙ୍କ ସହ ସାଙ୍ଗ ହେଉ, ତାହା କାହିଁକି ଯିହୋବାଙ୍କ ପାଇଁ ମହତ୍ତ୍ୱ ରଖେ ?

  • ଆମେ କେଉଁ ଲୋକମାନଙ୍କ ସହ ସାଙ୍ଗ ହେବା ଉଚିତ୍‌ ନୁହେଁ ?

  • ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ଆମେ କିପରି ନିଜର ଭଲ ସାଙ୍ଗ କରିପାରିବା ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଆସନ୍ତୁ ଜାଣିବା ଯେ କଠିନ ପରିସ୍ଥିତିରେ ଭଲ ସାଙ୍ଗମାନେ କିପରି ଆମକୁ ସାହାଯ୍ୟ କରନ୍ତି ।

“ଯୁଗାନ୍ତ ଆସିବା ପୂର୍ବରୁ ଭଲ ସାଙ୍ଗ କରନ୍ତୁ” (ପ୍ରହରୀଦୁର୍ଗ-ହି, ନଭେମ୍ବର ୨୦୧୯)

ଧ୍ୟାନ ଦିଅନ୍ତୁ ଯେ ଭଲ ସାଙ୍ଗ ବାଛିବା ପାଇଁ ଆପଣ କʼଣ କରିପାରିବେ ।

“ମୁଁ ଭଲ ସାଙ୍ଗ କିପରି ବାଛିପାରିବି ?” (ଅନଲାଇନ୍‌ ଲେଖା-ହି)

ସୋଶିଆଲ୍‌ ମିଡିଆରେ ସାଙ୍ଗ ବାଛିବା ପୂର୍ବରୁ ଆପଣଙ୍କୁ କʼଣ ଜଣା ହେବା ଉଚିତ୍‌ ?

ସୋଶିଆଲ୍‌ ମିଡିଆ—ଟିକେ ସାବଧାନ ! (୪:୧୨)

“ମୁଁ ଜଣେ ପିତା ଚାହୁଁଥିଲି,” ଏହି କାହାଣୀରେ ପଢ଼ନ୍ତୁ ଯେ ଜଣେ ବ୍ୟକ୍ତି କାହିଁକି ନିଜ ପୁରୁଣା ସାଙ୍ଗମାନଙ୍କୁ ଛାଡ଼ି ନୂଆ ସାଙ୍ଗ କଲେ ।

(ପ୍ରହରୀଦୁର୍ଗ-ହି, ଜୁଲାଇ-ସେପ୍ଟେମ୍ବର, ୨୦୧୨)