इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୫୦

ବାପାମାଆ ଓ ପିଲାମାନେ କିପରି ଖୁସିରେ ରହିପାରିବେ ?

ବାପାମାଆ ଓ ପିଲାମାନେ କିପରି ଖୁସିରେ ରହିପାରିବେ ?

ପିଲାମାନେ ଯିହୋବାଙ୍କ ତରଫରୁ ଏକ ବହୁମୂଲ୍ୟ ଉପହାର ଅଟନ୍ତି । ଯିହୋବା ଚାହାନ୍ତି ଯେ ବାପାମାଆ ତାଙ୍କର ଭଲ ଭାବେ ଯତ୍ନ ନିଅନ୍ତୁ । ତେଣୁ ସେ ବାପାମାଆଙ୍କୁ କିଛି ବଢ଼ିଆ ପରାମର୍ଶ ଦେଇଛନ୍ତି । ଯିହୋବା ପିଲାମାନଙ୍କୁ ମଧ୍ୟ କିଛି ପରାମର୍ଶ ଦେଇଛନ୍ତି, ଯାହାକୁ ମାନିଲେ ପୂରା ପରିବାର ଖୁସିରେ ରହିପାରିବ ।

୧. ଯିହୋବା ବାପାମାଆମାନଙ୍କୁ କʼଣ ପରାମର୍ଶ ଦେଇଛନ୍ତି ?

ଯିହୋବା ବାପାମାଆଙ୍କଠାରୁ ଚାହାନ୍ତି ଯେ ସେମାନେ ନିଜ ପିଲାମାନଙ୍କୁ ପ୍ରେମ କରନ୍ତୁ ଏବଂ ଯେତେ ହୋଇପାରେ ସେତେ ସମୟ ନିଜ ପିଲାମାନଙ୍କ ସହ ବିତାନ୍ତୁ । ସେ ଏହା ମଧ୍ୟ ଚାହାନ୍ତି ଯେ ବାପାମାଆ ନିଜ ପିଲାମାନଙ୍କୁ ବିପଦରୁ ରକ୍ଷା କରନ୍ତୁ ଏବଂ ବାଇବଲର ସିଦ୍ଧାନ୍ତଗୁଡ଼ିକ ଅନୁସାରେ ସେମାନଙ୍କୁ ଶିଖାନ୍ତୁ । (ହିତୋପଦେଶ ୧:୮) ବାଇବଲରେ ବାପାମାନଙ୍କୁ ପରାମର୍ଶ ଦିଆଯାଇଛି, ‘ପିଲାମାନଙ୍କୁ ଯିହୋବାଙ୍କ ଚେତନା ଦ୍ୱାରା ପ୍ରତିପାଳନ କର ।’ ଅର୍ଥାତ୍‌ ସେମାନଙ୍କୁ ଯିହୋବାଙ୍କ ଇଚ୍ଛା ମୁତାବକ ବୁଝାଇ ଲାଳନପାଳନ କର । (ଏଫିସୀୟ ୬:୪ ପଢ଼ନ୍ତୁ ।) ଯେତେବେଳେ ବାପାମାଆ ଏପରି ଭାବରେ ନିଜ ପିଲାମାନଙ୍କର ଲାଳନପାଳନ କରନ୍ତି ଏବଂ ନିଜ ଦାୟିତ୍ୱ ଅନ୍ୟମାନଙ୍କ ଉପରେ ଛାଡ଼ନ୍ତି ନାହିଁ, ସେତେବେଳେ ଯିହୋବା ଏହା ଦେଖି ବହୁତ ଖୁସି ହୁଅନ୍ତି ।

୨. ଯିହୋବା ପିଲାମାନଙ୍କୁ କʼଣ ପରାମର୍ଶ ଦେଇଛନ୍ତି ?

ଯିହୋବା ପିଲାମାନଙ୍କୁ କହିଛନ୍ତି, “ସମସ୍ତ ବିଷୟରେ ପିତାମାତାଙ୍କର ଆଜ୍ଞାବହ ହୁଅ ।” (କଲସୀୟ ୩:୨୦ ପଢ଼ନ୍ତୁ ।) ଯେତେବେଳେ ପିଲାମାନେ ବାପାମାଆଙ୍କ ଆଜ୍ଞା ପାଳନ କରନ୍ତି ଓ ତାଙ୍କୁ ଆଦର କରନ୍ତି, ସେତେବେଳେ ଯିହୋବା ବହୁତ ଖୁସି ହୁଅନ୍ତି । ତାʼସହ ବାପାମାଆ ମଧ୍ୟ ବହୁତ ଖୁସି ହୁଅନ୍ତି । (ହିତୋପଦେଶ ୨୩:୨୨-୨୫) ଯୀଶୁ ଯେତେବେଳେ ଛୋଟ ଥିଲେ, ସେତେବେଳେ ସେ ମଧ୍ୟ ଏ ମାମଲାରେ ଗୋଟିଏ ବଢ଼ିଆ ଉଦାହରଣ ରଖିଲେ । ତାଙ୍କ ବାପାମାଆ ଅପରିପୂର୍ଣ୍ଣ ଥିଲେ, ତଥାପି ସେ ସେମାନଙ୍କର ଆଜ୍ଞା ପାଳନ କଲେ ଓ ସେମାନଙ୍କୁ ଆଦର କଲେ ।​—ଲୂକ ୨:୫୧, ୫୨.

୩. ଗୋଟିଏ ପରିବାର ଯିହୋବାଙ୍କ ସହ ନିଜ ସମ୍ପର୍କ କିପରି ମଜବୁତ୍‌ କରିପାରିବ ?

ଯଦି ଆପଣଙ୍କର ପିଲା ଅଛନ୍ତି, ତାହେଲେ ଆପଣ ନିଶ୍ଚୟ ଚାହିଁବେ ଯେ ସେମାନେ ମଧ୍ୟ ଯିହୋବାଙ୍କୁ ସେତେ ପ୍ରେମ କରନ୍ତୁ, ଯେତେ ଆପଣ କରନ୍ତି । ଆପଣ ସେମାନଙ୍କୁ କିପରି ସାହାଯ୍ୟ କରିପାରିବେ ? ବାଇବଲର ଏହି ପରାମର୍ଶକୁ ମାନନ୍ତୁ, ‘ତୁମ୍ଭେ ଆପଣା ସନ୍ତାନଗଣକୁ ଯତ୍ନପୂର୍ବକ ଯିହୋବାଙ୍କ ବାକ୍ୟ ଶିଖାଇବ ଓ ତୁମ୍ଭେ ଆପଣା ଗୃହରେ ବସିବା ବେଳେ ଓ ତୁମ୍ଭେ ପଥରେ ଚାଲିବା ବେଳେ, ସେମାନଙ୍କ ସଙ୍ଗେ ସେବିଷୟରେ କଥାବାର୍ତ୍ତା କରିବ ।’ (ଦ୍ୱିତୀୟ ବିବରଣ ୬:୭) ଏଥିରୁ ଜଣାପଡ଼େ ଯେ ଥରେ ‘ଶିଖାଇବା’ ଯଥେଷ୍ଟ ନୁହେଁ । ଆମକୁ ସେମାନଙ୍କୁ ବାରମ୍ବାର ଶିଖାଇବାକୁ ପଡ଼ିବ । ଆଉ ଏକଥା ଆପଣ ବି ଜାଣନ୍ତି ଯେ ପିଲାମାନେ ଥରକରେ କୌଣସି କଥା ମନେ ରଖିପାରନ୍ତି ନାହିଁ, ସେମାନଙ୍କୁ ବାରମ୍ବାର କହିବାକୁ ପଡ଼ିଥାଏ । ଏ ପଦରୁ ଏହା ମଧ୍ୟ ଜଣାପଡ଼େ ଯେ ଆପଣଙ୍କୁ ଯେତେବେଳେ ବି ସୁଯୋଗ ମିଳେ, ଆପଣ ନିଜ ପିଲାମାନଙ୍କ ସହ ଯିହୋବାଙ୍କ ବିଷୟରେ କଥା ହେବା ଉଚିତ୍‌ । ତାʼଛଡ଼ା, ଭଲ ହେବ ଯଦି ଆପଣ ପ୍ରତି ସପ୍ତାହ ଟିକିଏ ସମୟ ବାହାର କରି ପୂରା ପରିବାର ସାଙ୍ଗରେ ମିଶି ପାରିବାରିକ ଉପାସନା କରିବେ । ଯଦି ଆପଣଙ୍କର ପିଲା ନାହାନ୍ତି, ତାହେଲେ ମଧ୍ୟ ଆପଣ ପ୍ରତି ସପ୍ତାହ ଈଶ୍ୱରଙ୍କ ବାକ୍ୟର ଅଧ୍ୟୟନ କଲେ, ଆପଣଙ୍କୁ ଲାଭ ହେବ ।

ଭାବନ୍ତୁ ଓ ଶିଖନ୍ତୁ

କିଛି ଉପାୟଗୁଡ଼ିକ ବିଷୟରେ ଜାଣନ୍ତୁ ଯେଉଁଗୁଡ଼ିକୁ ମାନିଲେ ପରିବାରରେ ସମସ୍ତେ ଖୁସିରେ ରହିବେ ଏବଂ ସୁରକ୍ଷିତ ଅନୁଭବ କରିବେ ।

୪. ନିଜ ପିଲାମାନଙ୍କୁ ପ୍ରେମର ସହ ଶିଖାନ୍ତୁ

ପିଲାମାନଙ୍କୁ ଶିଖାଇବା ଏତେ ସହଜ ହୋଇ ନ ଥାଏ । କʼଣ ଏବିଷୟରେ ବାଇବଲ ଆମକୁ କିଛି ସାହାଯ୍ୟ କରିପାରେ ? ଯାକୁବ ୧:୧୯, ୨୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ପିଲାମାନଙ୍କ ସହ କଥା ହେବା ବେଳେ ବାପାମାଆ କିପରି ଦେଖାଇପାରିବେ ଯେ ସେମାନେ ତାଙ୍କୁ ପ୍ରେମ କରନ୍ତି ?

  • ଯେତେବେଳେ ପିଲାମାନେ କିଛି ଭୁଲ କରନ୍ତି, ସେତେବେଳେ ବାପାମାଆ କାହିଁକି ରାଗିଯାଇ ତାଙ୍କୁ ସୁଧାରିବା ବା ଶାସ୍ତି ଦେବା ଉଚିତ୍‌ ନୁହେଁ ? a

୫. ନିଜ ପିଲାମାନଙ୍କୁ ରକ୍ଷା କରନ୍ତୁ

ପିଲାମାନଙ୍କୁ ରକ୍ଷା କରିବା ପାଇଁ ଏହା ବହୁତ ଜରୁରୀ ଯେ ଆପଣ ନିଜ ପ୍ରତ୍ୟେକ ପିଲାଙ୍କ ସହ ସେକ୍ସ ବିଷୟରେ କଥା ହୁଅନ୍ତୁ ଏବଂ ଏବିଷୟରେ ସେମାନଙ୍କୁ ବୁଝାନ୍ତୁ । ଏବିଷୟରେ କଥା ହେବା ପାଇଁ ହୁଏତ ଆପଣଙ୍କୁ ଲାଜ ଲାଗୁଥିବ । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • କିଛି ବାପାମାଆଙ୍କୁ ନିଜ ପିଲା ସହ ସେକ୍ସ ବିଷୟରେ କଥା ହେବା କାହିଁକି କଠିନ ଲାଗେ ?

  • ଏବିଷୟରେ ନିଜ ପିଲାମାନଙ୍କୁ ବୁଝାଇବା ପାଇଁ କିଛି ବାପାମାଆ କʼଣ କଲେ ?

ଯେପରି ବାଇବଲରେ କୁହାଯାଇଥିଲା, ଠିକ୍‌ ସେହିପରି ଆଜି ଶୟତାନର ଦୁନିଆ ଦିନକୁ ଦିନ ଆହୁରି ଖରାପ ହୋଇ ହୋଇ ଯାଉଛି । ୨ ତୀମଥି ୩:୧, ୧୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ପଦ ୧୩ରେ ଯେଉଁ ଦୁଷ୍ଟ ଲୋକମାନଙ୍କ ବିଷୟରେ କୁହାଯାଇଛି, ସେମଧ୍ୟରୁ କିଛି ଲୋକ ପିଲାମାନଙ୍କ ସହ ଖରାପ କାମ କରନ୍ତି । ତେଣୁ ଏହା କାହିଁକି ଜରୁରୀ ଯେ ବାପାମାଆ ନିଜ ପିଲାମାନଙ୍କୁ ସେକ୍ସ ବିଷୟରେ ବୁଝାନ୍ତୁ ଏବଂ ଖରାପ ଲୋକମାନଙ୍କଠାରୁ ନିଜକୁ ରକ୍ଷା କରିବା ବିଷୟରେ ଶିଖାନ୍ତୁ ?

କʼଣ ଆପଣ ଜାଣନ୍ତି ?

ଯିହୋବାଙ୍କ ସାକ୍ଷୀମାନେ ଅନେକ ପ୍ରକାଶନ ତିଆରି କରନ୍ତି, ଯେଉଁଥିରୁ ବାପାମାଆଙ୍କୁ ବହୁତ ସାହାଯ୍ୟ ମିଳେ । ସେଥିରେ କୁହାଯାଇଛି ଯେ ବାପାମାଆମାନେ କିପରି ନିଜ ପିଲାମାନଙ୍କୁ ସେକ୍ସ ବିଷୟରେ ବୁଝାଇପାରିବେ ଏବଂ ଖରାପ ଲୋକମାନଙ୍କଠାରୁ ସେମାନଙ୍କୁ କିପରି ରକ୍ଷା କରିପାରିବେ । କିଛି ପ୍ରକାଶନ ଆଗକୁ ଦିଆଯାଇଛି:

୬. ନିଜ ବାପାମାଆଙ୍କୁ ଆଦର କରନ୍ତୁ

ପିଲା ଓ ଯୁବାମାନେ ଯେଉଁଭଳି ଭାବରେ ନିଜ ବାପାମାଆଙ୍କ ସହ କଥା ହୁଅନ୍ତି, ସେଥିରୁ ସେମାନେ ଦେଖାଇପାରିବେ ଯେ ସେମାନେ ତାଙ୍କୁ ଆଦର କରନ୍ତି । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ବାପାମାଆଙ୍କ ସହିତ ଆଦରର ସହ କଥା ହେଲେ ଜଣେ ଯୁବାକୁ କʼଣ ଲାଭ ହେବ ?

  • ବାପାମାଆଙ୍କ ସହିତ ଆଦରର ସହ କଥା ହେବା ପାଇଁ ଜଣେ ଯୁବା କʼଣ କʼଣ କରିପାରିବ ?

ହିତୋପଦେଶ ୧:୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯେତେବେଳେ ଜଣେ ଯୁବାକୁ ତାʼ ବାପାମାଆ କିଛି ପରାମର୍ଶ ଦିଅନ୍ତି, ସେତେବେଳେ ତାକୁ କʼଣ କରିବା ଉଚିତ୍‌ ?

୭. ନିଜ ପରିବାର ସହ ମିଶି ଯିହୋବାଙ୍କର ଉପାସନା କରନ୍ତୁ

ଯିହୋବାଙ୍କ ସାକ୍ଷୀମାନେ ପ୍ରତି ସପ୍ତାହ ନିଜ ପରିବାର ସହ ମିଶି ପାରିବାରିକ ଉପାସନା କରିବା ପାଇଁ କିଛି ସମୟ ଅଲଗା ରଖନ୍ତି । ପାରିବାରିକ ଉପାସନାରେ ସେମାନେ କʼଣ କରନ୍ତି, ଏହା ଜାଣିବା ପାଇଁ ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ପ୍ରତି ସପ୍ତାହ ପାରିବାରିକ ଉପାସନା କରିବା ପାଇଁ ଗୋଟିଏ ପରିବାର କʼଣ କରିପାରେ ?

  • ବାପାମାଆ କʼଣ କରିପାରିବେ ଯାହାଫଳରେ ପାରିବାରିକ ଉପାସନାରୁ ସମସ୍ତଙ୍କୁ ଲାଭ ମିଳିବ ଓ ମଜା ଆସିବ ?​—ପାଠର ଆରମ୍ଭରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।

  • ନିଜ ପରିବାର ସହ ମିଶି ପାରିବାରିକ ଉପାସନା କରିବାରେ କʼଣ କʼଣ ବାଧା ଆସିପାରେ ?

ପ୍ରାଚୀନ ଇସ୍ରାଏଲରେ, ଯିହୋବା ପରିବାରଗୁଡ଼ିକଠାରୁ ଚାହୁଁଥିଲେ ଯେ ସେମାନେ ପ୍ରତିଦିନ ଶାସ୍ତ୍ର ବିଷୟରେ ପରସ୍ପର ସହ କଥା ହୁଅନ୍ତୁ । ଦ୍ୱିତୀୟ ବିବରଣ ୬:୬, ୭ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆପଣ ଏହି ସିଦ୍ଧାନ୍ତକୁ କିପରି ମାନିପାରିବେ ?

ପାରିବାରିକ ଉପାସନା ପାଇଁ ପରାମର୍ଶ:

  • ସଭାଗୁଡ଼ିକ ପାଇଁ ପ୍ରସ୍ତୁତି କରନ୍ତୁ ।

  • ବାଇବଲର ଏପରି କୌଣସି ଘଟଣା ପଢ଼ନ୍ତୁ ଓ ଚର୍ଚ୍ଚା କରନ୍ତୁ, ଯାହା ଆପଣଙ୍କ ପରିବାରକୁ ବହୁତ ଭଲ ଲାଗିବ ।

  • jw.org ୱେବସାଇଟ୍‌ରେ ଛୋଟ ପିଲାମାନଙ୍କ ପାଇଁ ଅନେକ ଜିନିଷ ଦିଆଯାଇଛି । ସେମଧ୍ୟରୁ କୌଣସି ଗୋଟିଏକୁ ଡାଉନଲୋଡ୍‌ କିମ୍ବା ପ୍ରିଣ୍ଟ କରନ୍ତୁ ଏବଂ ନିଜ ପିଲାମାନଙ୍କ ସହ ତାହା କରନ୍ତୁ ।

  • jw.org ୱେବସାଇଟ୍‌ରେ ଯୁବାମାନଙ୍କ ପାଇଁ ଯେଉଁ ଲେଖାଗୁଡ଼ିକ ଦିଆଯାଇଛି, ସେମଧ୍ୟରୁ କୌଣସି ଗୋଟିଏ ଉପରେ ଆଲୋଚନା କରନ୍ତୁ ।

  • ନିଜ ପିଲାମାନଙ୍କ ସହ ମିଶି ବାଇବଲର କୌଣସି କାହାଣୀର ନାଟକ କରନ୍ତୁ ।

  • jw.org ୱେବସାଇଟ୍‌ରେ ଦିଆଯାଇଥିବା କୌଣସି ଭିଡିଓ ଦେଖନ୍ତୁ ଓ ତାʼଉପରେ ଆଲୋଚନା କରନ୍ତୁ ।

କିଛି ଲୋକ କହନ୍ତି: “ବାଇବଲକୁ ବୁଝିବା ପାଇଁ ବଡ଼ମାନଙ୍କୁ ତ ଏତେ କଷ୍ଟ ଲାଗେ, ତାହେଲେ ଛୋଟ ପିଲାମାନେ କʼଣ ବୁଝିବେ ?”

  • ଆପଣ କʼଣ ଉତ୍ତର ଦେବେ ?

ଆମେ କʼଣ ଶିଖିଲୁ ?

ଯିହୋବା ବାପାମାଆଙ୍କଠାରୁ ଚାହାନ୍ତି ଯେ ସେମାନେ ପିଲାମାନଙ୍କୁ ପ୍ରେମ କରନ୍ତୁ, ସେମାନଙ୍କୁ ଶିଖାନ୍ତୁ ଓ ତାଙ୍କୁ ରକ୍ଷା କରନ୍ତୁ । ସେ ପିଲାମାନଙ୍କଠାରୁ ଚାହାନ୍ତି ଯେ ସେମାନେ ନିଜ ବାପାମାଆଙ୍କୁ ଆଦର କରନ୍ତୁ ଓ ସେମାନଙ୍କର ଆଜ୍ଞା ପାଳନ କରନ୍ତୁ । ସେ ପରିବାରଠାରୁ ଚାହାନ୍ତି ଯେ ସମସ୍ତେ ମିଶି ତାଙ୍କର ଉପାସନା କରନ୍ତୁ ।

ଆପଣ କʼଣ କହିବେ ?

  • ବାପାମାଆ ନିଜ ପିଲାମାନଙ୍କୁ ଶିଖାଇବା ପାଇଁ ଓ ତାଙ୍କୁ ରକ୍ଷା କରିବା ପାଇଁ କʼଣ କରିପାରିବେ ?

  • ପିଲାମାନେ ନିଜ ବାପାମାଆଙ୍କୁ କିପରି ଆଦର କରିପାରିବେ ?

  • ପ୍ରତି ସପ୍ତାହ ପାରିବାରିକ ଉପାସନା ପାଇଁ କିଛି ସମୟ ଅଲଗା ରଖିଲେ କʼଣ କʼଣ ଲାଭ ହୁଏ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଆପଣ ନିଜ ପିଲାମାନଙ୍କୁ କʼଣ କʼଣ କଥା ଶିଖାଇପାରିବେ, ଯାହା ବଡ଼ ହେଲେ ସେମାନଙ୍କୁ ସାହାଯ୍ୟ କରିବ ?

“ପିଲାମାନଙ୍କ ପାଇଁ ଛଅଟି ମହତ୍ତ୍ୱପୂର୍ଣ୍ଣ ଶିକ୍ଷା” (ସଜାଗ ହୁଅ !-ହି ସଂ. ୨ ୨୦୧୯)

ଯେଉଁମାନେ ନିଜ ବୃଦ୍ଧ ବାପାମାଆଙ୍କର ଯତ୍ନ ନିଅନ୍ତି, ସେମାନଙ୍କ ପାଇଁ ବାଇବଲରେ କʼଣ ପରାମର୍ଶ ଦିଆଯାଇଛି ? ଆସନ୍ତୁ ଜାଣିବା ।

“ପବିତ୍ର ଶାସ୍ତ୍ର ବୃଦ୍ଧ ବାପାମାଆଙ୍କର ଯତ୍ନ ନେବା ବିଷୟରେ କʼଣ କହେ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଜଣେ ବ୍ୟକ୍ତି ନିଜ ପିଲାମାନଙ୍କର ଭଲ ଭାବେ ଲାଳନପାଳନ କରିବାକୁ ଚାହୁଁଥିଲେ, କିନ୍ତୁ ସେ ଜାଣି ନ ଥିଲେ ଯେ ସେ ଏହା କିପରି କରିବେ । ଆସନ୍ତୁ ଜାଣିବା ଯେ ସେ କିପରି ଜଣେ ଭଲ ବାପା ହୋଇପାରିଲେ ।

ଯିହୋବା ଆମକୁ ପିଲାମାନଙ୍କୁ ଲାଳନପାଳନ କରିବା ଶିଖାଇଲେ (୫:୫୮)

ଜାଣନ୍ତୁ ଯେ ଜଣେ ବାପା ନିଜ ପୁଅମାନଙ୍କ ସାଙ୍ଗରେ ନିଜ ସମ୍ପର୍କକୁ କିପରି ମଜବୁତ୍‌ କରିପାରିବେ ।

“ବାପା ଓ ପୁଅର ସମ୍ପର୍କ, କିପରି ହେବ ଗଭୀର ?” (ପ୍ରହରୀଦୁର୍ଗ-ହି, ଏପ୍ରିଲ୍‌-ଜୁନ୍‌, ୨୦୧୨)

a ବାଇବଲରେ ଦିଆଯାଇଥିବା ‘ଶାସ୍ତି’ ଶବ୍ଦରେ ଶିଖାଇବା, ବୁଝାଇବା, ସଠିକ୍‌ ବାଟ ଦେଖାଇବା ଓ ଦଣ୍ଡ ଦେବା ମଧ୍ୟ ସାମିଲ୍‌ । କିନ୍ତୁ ଶାସ୍ତି ଦେବାର ଅର୍ଥ ସେମାନଙ୍କ ସହ ଦୁର୍ବ୍ୟବହାର କରିବା କିମ୍ବା ନିଷ୍ଠୁରତାର ସହ ବ୍ୟବହାର କରିବା ନୁହେଁ ।​—ହିତୋପଦେଶ ୨୯:୧୭.