इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୫୧

ଏପରି କଥାବାର୍ତ୍ତା କରନ୍ତୁ, ଯାହା ଯିହୋବା ପସନ୍ଦ କରନ୍ତି

ଏପରି କଥାବାର୍ତ୍ତା କରନ୍ତୁ, ଯାହା ଯିହୋବା ପସନ୍ଦ କରନ୍ତି

ଯେତେବେଳେ ଯିହୋବା ଆମକୁ ସୃଷ୍ଟି କଲେ, ସେତେବେଳେ ସେ ଆମକୁ ଗୋଟିଏ ବଢ଼ିଆ ଉପହାର ଦେଲେ । ତାହା ହେଉଛି, କଥା ହେବାର ଦକ୍ଷତା । କʼଣ ଯିହୋବାଙ୍କୁ ଏଥିରୁ କିଛି ଫରକ ପଡ଼େ ଯେ ଆମେ ଏହାର କିପରି ବ୍ୟବହାର କରୁ ? ହଁ, ପଡ଼େ । (ଯାକୁବ ୧:୨୬ ପଢ଼ନ୍ତୁ ।) ତାହେଲେ ଆମେ କʼଣ କରିପାରିବା, ଯାହାଫଳରେ ଆମ କଥାବାର୍ତ୍ତାରୁ ଏବଂ ଆମେ ଯେଉଁଭଳି ଭାବରେ କଥା ହେଉ, ସେଥିରୁ ଯିହୋବା ଖୁସି ହେବେ ?

୧. ଆମେ ନିଜ କଥା ହେବାର ଦକ୍ଷତାକୁ କିପରି ଭଲ ବ୍ୟବହାର କରିପାରିବା ?

ବାଇବଲରେ ଆମକୁ କୁହାଯାଇଛି, “ପରସ୍ପରର ସାହସ ବଢ଼ାଉଥାଅ ଓ ପରସ୍ପରକୁ ମଜବୁତ୍‌ କରୁଥାଅ ।” (୧ ଥେସଲନୀକୀୟ ୫:୧୧, NWT) କʼଣ ଏପରି କେହି ବ୍ୟକ୍ତି ଅଛନ୍ତି, ଯାହାଙ୍କର ଆପଣ ସାହସ ବଢ଼ାଇପାରିବେ ? ଆପଣ ତାଙ୍କର ସାହସ କିପରି ବଢ଼ାଇପାରିବେ ? ଆପଣ ତାଙ୍କୁ ଭରସା ଦେଇପାରିବେ ଯେ ଆପଣ ତାଙ୍କ ପାଇଁ ଚିନ୍ତା କରନ୍ତି । ଆପଣ ତାଙ୍କୁ ଏହା ବି କହିପାରିବେ ଯେ ଆପଣଙ୍କୁ ତାଙ୍କର କେଉଁ କଥା ବହୁତ ଭଲ ଲାଗେ । ବାଇବଲରେ ସାହସ ବଢ଼ାଉଥିବା ଅନେକ ପଦ ଦିଆଯାଇଛି । ଆପଣ ସେମଧ୍ୟରୁ କିଛି ପଦ ଦେଖାଇ ତାଙ୍କର ସାହସ ବଢ଼ାଇପାରିବେ । ଆଉ ଗୋଟିଏ କଥା ମନେ ରଖନ୍ତୁ: ଆପଣ ଯାହା କହନ୍ତି ତାହା ଯେତିକି ମହତ୍ତ୍ୱ ରଖେ, ସେତିକି ମହତ୍ତ୍ୱ ଆପଣ ଯେପରି କହନ୍ତି, ତାହା ବି ରଖେ । ତେଣୁ ସବୁବେଳେ ଅନ୍ୟମାନଙ୍କ ସହ ପ୍ରେମ ଓ କୋମଳତାର ସହିତ କଥା ହୁଅନ୍ତୁ ।​—ହିତୋପଦେଶ ୧୫:୧.

୨. ଆମେ କେଉଁଭଳି କଥା ହେବା ଉଚିତ୍‌ ନୁହେଁ ?

ବାଇବଲରେ ଲେଖାଅଛି, “ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ ।” (ଏଫିସୀୟ ୪:୨୯ ପଢ଼ନ୍ତୁ ।) ଏହାର ଅର୍ଥ, ଆମେ ଖରାପ କଥା କହିବା ନାହିଁ ଓ ଗାଳିଗୁଲଜ କରିବା ନାହିଁ । ଏପରିକି ଆମେ ଅନ୍ୟକୁ କଷ୍ଟ ପହଞ୍ଚାଇଲା ଭଳି କିମ୍ବା ନୀଚ ଦେଖାଇଲା ଭଳି କଥା ମଧ୍ୟ କହିବା ନାହିଁ । ତାʼଛଡ଼ା, ଆମେ କଥା ହେଉ ହେଉ କାହାରି ନିନ୍ଦା କରିବା ନାହିଁ ଏବଂ ଜାଣିଶୁଣି କାହାରିକୁ ବଦନାମ କରିବା ନାହିଁ ।​—ହିତୋପଦେଶ ୧୬:୨୮ ପଢ଼ନ୍ତୁ ।

୩. ଆମେ କିପରି ନିଜ କଥାରୁ ଅନ୍ୟମାନଙ୍କର ସାହସ ବଢ଼ାଇପାରିବା ?

ସାଧାରଣତଃ ଆମ ମୁହଁରୁ ସେପରି କଥା ବାହାରେ ଯେପରି କଥା ଆମ ମନରେ ଭରିଥାଏ । (ଲୂକ ୬:୪୫) ତେଣୁ ଆମକୁ ଭଲ କଥାଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ୍‌ । ଅର୍ଥାତ୍‌ ଏପରି କଥାଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ୍‌ ଯାହା ଈଶ୍ୱରଙ୍କ ଦୃଷ୍ଟିରେ ଠିକ୍‌ ଥିବ, ଶୁଦ୍ଧ ଥିବ, ଶୁଣିବାକୁ ଭଲ ଓ ପ୍ରଶଂସାର ବିଷୟ ହୋଇଥିବ । (ଫିଲିପ୍‌ପୀୟ ୪:୮) ଭଲ କଥାଗୁଡ଼ିକ ଉପରେ ଧ୍ୟାନ ଦେବା ପାଇଁ ଆମକୁ ଭାବିଚିନ୍ତି ମନୋରଞ୍ଜନ କରିବା ଓ ସାଙ୍ଗ ବାଛିବା ଉଚିତ୍‌ । (ହିତୋପଦେଶ ୧୩:୨୦) ତାʼଛଡ଼ା, ଆମେ କିଛି କହିବା ପୂର୍ବରୁ ଭାବିବା ଉଚିତ୍‌ ଯେ କʼଣ କହିବା ଓ କିପରି କହିବା । କାରଣ ଆମେ ଯାହା କହୁ, ତାହା ଅନ୍ୟମାନଙ୍କ ଉପରେ ବହୁତ ପ୍ରଭାବ ପକାଏ । ବାଇବଲରେ ଲେଖାଅଛି, “କାହାର କାହାର ବାଚାଳତା [ବିନା ଭାବିଚିନ୍ତି କହିବା, NWT] ଖଡ଼୍‌ଗାଘାତ ପରି; ମାତ୍ର ଜ୍ଞାନୀର ଜିହ୍ୱା ସ୍ୱାସ୍ଥ୍ୟଜନକ ।”​—ହିତୋପଦେଶ ୧୨:୧୮.

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଆମେ କʼଣ କରିପାରିବା, ଯାହାଫଳରେ ଆମ କଥାବାର୍ତ୍ତା ଏବଂ ଆମେ ଯେଉଁଭଳି ଭାବରେ କଥା ହେଉ, ତାହା ଯିହୋବାଙ୍କୁ ପସନ୍ଦ ଆସିବ ଓ ଅନ୍ୟମାନଙ୍କର ସାହସ ବଢ଼ିବ ।

୪. ଧ୍ୟାନ ରଖନ୍ତୁ ଯେ ଆପଣ କʼଣ କହୁଛନ୍ତି, କିପରି କହୁଛନ୍ତି ଓ କେତେବେଳେ କହୁଛନ୍ତି

ବେଳେ ବେଳେ ଆମେ କାହାରିକୁ ଏପରି କଥା କହି ଦେଉ, ଯାହା ଯୋଗୁଁ ଆମକୁ ପରେ ଖରାପ ଲାଗେ । (ଯାକୁବ ୩:୨) ଗାଲାତୀୟ ୫:୨୨, ୨୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ଏହି ପଦରେ ଦିଆଯାଇଥିବା କେଉଁ ଗୁଣଗୁଡ଼ିକ ପାଇଁ ଆପଣ ପ୍ରାର୍ଥନା କରିବା ପାଇଁ ଚାହିଁବେ, ଯାହାଫଳରେ ଆପଣ ନିଜ କଥାବାର୍ତ୍ତା ଉପରେ ଧ୍ୟାନ ଦେଇପାରିବେ ? ଏହି ଗୁଣଗୁଡ଼ିକ ଆପଣଙ୍କୁ କିପରି ସାହାଯ୍ୟ କରିପାରିବ ?

୧ କରିନ୍ଥୀୟ ୧୫:୩୩ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ମନୋରଞ୍ଜନ ଓ ସାଙ୍ଗସାଥୀମାନଙ୍କର ଆପଣଙ୍କ କଥାବାର୍ତ୍ତା ଉପରେ କିପରି ପ୍ରଭାବ ପଡ଼ିପାରେ ?

ଉପଦେଶକ ୩:୧,  ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ବେଳେ ବେଳେ କିଛି ନ କହିବା ଭଲ ହେବ କିମ୍ବା ବେଳେ ବେଳେ ଚୁପ୍‌ ରହି ପରେ କହିବା ଭଲ ହେବ । ଆପଣ କʼଣ ଭାବନ୍ତି, କେତେବେଳେ ଏପରି କରିବା ଭଲ ହେବ ?

୫. ଅନ୍ୟମାନଙ୍କ ବିଷୟରେ ଭଲ କଥା କହନ୍ତୁ

ଆମେ ଧ୍ୟାନ ଦେବା ଉଚିତ୍‌ ଯେ ଆମେ କାହାରି ନିନ୍ଦା ନ କରୁ ଏବଂ ଏପରି କଥା ନ କହୁ, ଯାହା କାହାରି ମନକୁ କଷ୍ଟ ଦେଉଥିବ । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ଭିଡିଓରେ ଥିବା ଭାଇଙ୍କର କେଉଁ ଖରାପ ଅଭ୍ୟାସ ଥିଲା ଏବଂ ସେ କାହିଁକି ତାହାକୁ ଛାଡ଼ିବାକୁ ଚାହୁଁଥିଲେ ?

  • ନିଜକୁ ବଦଳାଇବା ପାଇଁ ସେ କʼଣ କଲେ ?

ଉପଦେଶକ ୭:୧୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯେତେବେଳେ ଆମକୁ କାହାରି ନିନ୍ଦା କରିବାକୁ ଇଚ୍ଛା ହୁଏ, ସେତେବେଳେ ଆମକୁ କେଉଁ କଥା ମନେ ରଖିବା ଉଚିତ୍‌ ?

ଉପଦେଶକ ୭:୨୧, ୨୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯଦି ଆପଣଙ୍କୁ ଜଣାପଡ଼େ ଯେ କେହି ଆପଣଙ୍କ ବିଷୟରେ ଓଲଟା-ସିଧା କହୁଛନ୍ତି, ତାହେଲେ ହୁଏତ ଆପଣଙ୍କୁ ତାହା ଶୁଣି ଖରାପ ଲାଗିପାରେ ବା ରାଗ ଲାଗିପାରେ । ଏପରି ସମୟରେ ଏହି ପଦଗୁଡ଼ିକ ଆପଣଙ୍କୁ କିପରି ସାହାଯ୍ୟ କରିପାରେ ?

୬. ନିଜ ପରିବାର ସହିତ କୋମଳତାର ସହ କଥା ହୁଅନ୍ତୁ

ଯିହୋବା ଚାହାନ୍ତି ଯେ ଆପଣ ନିଜ ପରିବାର ସହିତ ପ୍ରେମ ଓ କୋମଳତାର ସହ କଥା ହୁଅନ୍ତୁ । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • କେଉଁ କଥା ଆପଣଙ୍କୁ ନିଜ ପରିବାର ସହିତ ପ୍ରେମର ସହ କଥା ହେବା ପାଇଁ ସାହାଯ୍ୟ କରିପାରେ ?

ଏଫିସୀୟ ୪:୩୧, ୩୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • କେଉଁଭଳି କଥା ହେଲେ ପରିବାରରେ ପ୍ରେମ ରହିବ ?

ଯିହୋବା ସ୍ପଷ୍ଟ ଭାବେ କହିଲେ ଯେ ସେ ନିଜ ପୁତ୍ର ଯୀଶୁଙ୍କ ପାଇଁ କିପରି ଅନୁଭବ କରନ୍ତି । ମାଥିଉ ୧୭:୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ପରିବାର ସହ କଥା ହେବା ବିଷୟରେ ଆପଣ ଯିହୋବାଙ୍କଠାରୁ କʼଣ ଶିଖନ୍ତି ?

ଅନ୍ୟମାନଙ୍କୁ ପ୍ରଶଂସା କରିବା ପାଇଁ ସୁଯୋଗ ଖୋଜନ୍ତୁ

କିଛି ଲୋକ କହନ୍ତି: “ମୋ ମନରେ ଯାହା ଆସେ ତାହା କହି ଦିଏ । ଅନ୍ୟମାନଙ୍କୁ ଖରାପ ଲାଗିଲେ ଲାଗୁ, ମୁଁ କʼଣ କରିବି ।”

  • କʼଣ ଆପଣ ବି ଏପରି ଭାବନ୍ତି ? ଆପଣଙ୍କୁ ଏପରି କାହିଁକି ଲାଗେ ?

ଆମେ କʼଣ ଶିଖିଲୁ ?

ଆମେ ନିଜ କଥାବାର୍ତ୍ତାରୁ କାହାରି ସାହସ ବଢ଼ାଇପାରୁ କିମ୍ବା କାହାରି ସାହସ ଭାଙ୍ଗିପାରୁ । ତେଣୁ ଆମେ ଧ୍ୟାନ ଦେବା ଉଚିତ୍‌ ଯେ ଆମେ କʼଣ କହୁ, କେତେବେଳେ କହୁ ଏବଂ କିପରି କହୁ ।

ଆପଣ କʼଣ କହିବେ ?

  • ଆପଣ ନିଜ କଥା ହେବାର ଦକ୍ଷତାକୁ କିପରି ଭଲ ବ୍ୟବହାର କରିପାରିବେ ?

  • ଆପଣ କେଉଁଭଳି କଥାବାର୍ତ୍ତା କରିବା ପାଇଁ ଚାହାନ୍ତି ନାହିଁ ?

  • ଆପଣ କʼଣ କରିପାରିବେ, ଯାହାଫଳରେ ଆପଣଙ୍କ କଥାରୁ ଅନ୍ୟମାନଙ୍କର ସାହସ ବଢ଼ିବ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଆମେ କʼଣ କରିପାରିବା, ଯାହାଫଳରେ ଆମ କଥାରୁ ଅନ୍ୟମାନଙ୍କର ସାହସ ବଢ଼ିବ ?

କହିବା ଆଗରୁ ଭାବନ୍ତୁ (୮:୦୪)

ଜାଣନ୍ତୁ ଯେ ଆପଣ ଗାଳିଗୁଲଜଠାରୁ କିପରି ଦୂରେଇ ରହିପାରିବେ ।

“ଗାଳିଗୁଲଜ କରିବା କʼଣ ଭୁଲ ଅଟେ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଅନ୍ୟମାନଙ୍କ ବିଷୟରେ କଥା ହେଉ ହେଉ ହୁଏତ ଆମେ ତାଙ୍କ ବିଷୟରେ ନିନ୍ଦା କରିପାରୁ । ଆସନ୍ତୁ ଜାଣିବା ଯେ ଆମେ ଏପରି ନ କରିବା ପାଇଁ କʼଣ କରିପାରିବା ।

ବାଜେ ଗପସପକୁ କିପରି ରୋକିବା ? (୨:୩୬)

ଜଣେ ବ୍ୟକ୍ତି ବହୁତ ଗାଳିଗୁଲଜ କରୁଥିଲା । ତାʼପାଇଁ ଏହି ଅଭ୍ୟାସକୁ ଛାଡ଼ିବା ଏତେ ସହଜ ନ ଥିଲା । ଜାଣନ୍ତୁ ଯେ ଯିହୋବା କିପରି ତାକୁ ସାହାଯ୍ୟ କଲେ ।

“ମୁଁ ଗଭୀରତାର ସହ ଭାବିବାକୁ ଲାଗିଲି ଯେ ମୋ ଜୀବନର ଉଦ୍ଦେଶ୍ୟ କʼଣ” (ପ୍ରହରୀଦୁର୍ଗ-ହି, ଅକ୍ଟୋବର-ଡିସେମ୍ବର, ୨୦୧୩)