इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୫୩

ଏପରି ମନୋରଞ୍ଜନ ବାଛନ୍ତୁ, ଯାହା ଯିହୋବା ପସନ୍ଦ କରନ୍ତି

ଏପରି ମନୋରଞ୍ଜନ ବାଛନ୍ତୁ, ଯାହା ଯିହୋବା ପସନ୍ଦ କରନ୍ତି

ଯିହୋବା “ଆନନ୍ଦିତ ଈଶ୍ୱର” ଅଟନ୍ତି । (୧ ତୀମଥି ୧:୧୧, NWT) ସେ ଚାହାନ୍ତି ଯେ ଆମେ ଖୁସିରେ ରହୁ ଓ ଜୀବନର ମଜା ନେଉ । ତେଣୁ ଯେତେବେଳେ ଆମେ ନିଜ କାମରୁ ସମୟ ବାହାର କରୁ, ଆରାମ କରୁ ଓ ନିଜ ସାଙ୍ଗମାନଙ୍କ ସହ ମିଶି ମଜା କରୁ, ସେତେବେଳେ ଯିହୋବା ଏହା ଦେଖି ଖୁସି ହୁଅନ୍ତି । କିନ୍ତୁ ଆମେ ଏହି ସମୟରେ କʼଣ କରିପାରିବା, ଯାହାଫଳରେ ଆମକୁ ମଜା ଲାଗିବ ଓ ଯିହୋବା ମଧ୍ୟ ଖୁସି ହେବେ ? ଆସନ୍ତୁ ଏ ବିଷୟରେ ଜାଣିବା ।

୧. ମନୋରଞ୍ଜନ ବାଛିବା ସମୟରେ ଆମେ କେଉଁ କେଉଁ କଥା ମନେ ରଖିବା ଉଚିତ୍‌ ?

କିଛି ଲୋକଙ୍କୁ ଘରେ ରହି ବହି ପଢ଼ିବା, ଇଣ୍ଟରନେଟ୍‌ ଚଲାଇବା, ଗୀତ ଶୁଣିବା ଓ ଫିଲ୍ମ ଦେଖିବା ଭଲ ଲାଗେ । ଆଉ କିଛି ଲୋକମାନଙ୍କୁ ନିଜ ସାଙ୍ଗମାନଙ୍କ ସହ ବାହାରେ ବୁଲିବା, ଖାଇବା କିମ୍ବା ଖେଳା ଖେଳି କରିବା ଭଲ ଲାଗେ । ଆପଣ ନିଜ ଖାଲି ସମୟରେ କʼଣ କରିବା ପାଇଁ ପସନ୍ଦ କରନ୍ତି ? ଆମେ ଯାହା ବି ମନୋରଞ୍ଜନ କରୁ ନା କାହିଁକି, ଆମେ ଧ୍ୟାନ ଦେବା ଯେ ଆମ ପସନ୍ଦ ‘ପ୍ରଭୁଙ୍କର ସନ୍ତୋଷଜନକ’ ହୋଇଥିବା ଉଚିତ୍‌ । (ଏଫିସୀୟ ୫:୧୦) ଏପରି କରିବା ବହୁତ ଜରୁରୀ କାରଣ ଆଜିକାଲିର ଅଧିକାଂଶ ମନୋରଞ୍ଜନରେ ଏପରି କାମଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଏ ଯାହା ଯିହୋବା ଘୃଣା କରନ୍ତି । ଯେପରି ମାରପିଟ୍‌, ଅଶ୍ଳିଳ କାମ ଓ ଯାଦୁବିଦ୍ୟା । (ଗୀତସଂହିତା ୧୧:୫ ପଢ଼ନ୍ତୁ ।) ତାହେଲେ ମନୋରଞ୍ଜନ ବାଛିବା ସମୟରେ ଆମେ କିପରି ଭାବିଚିନ୍ତି ନିଷ୍ପତ୍ତି ନେଇପାରିବା ?

ଯେପରି ଆମେ ପାଠ ୪୮ରେ ଶିଖିଥିଲୁ “ଜ୍ଞାନୀ ସଙ୍ଗରେ ଗମନାଗମନ କର, ତହିଁରେ ତୁମ୍ଭେ ଜ୍ଞାନୀ ହେବ ।” କିନ୍ତୁ ଯଦି ଆମେ ଅଧିକାଂଶ ସମୟ ଏପରି ଲୋକମାନଙ୍କ ସହ ବିତାଇବା ଯେଉଁମାନେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନନ୍ତି ନାହିଁ, ତାହେଲେ ଆମେ ‘କ୍ଳେଶ ପାଇବା ।’ (ହିତୋପଦେଶ ୧୩:୨୦) ତେଣୁ ଆମେ ଏପରି ଲୋକମାନଙ୍କ ସହ ସାଙ୍ଗ ହେବା ଉଚିତ୍‌, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି । ଏପରି କଲେ ସେମାନଙ୍କର ଆମ ଉପରେ ଭଲ ପ୍ରଭାବ ପଡ଼ିବ ଏବଂ ଆମେ ମନୋରଞ୍ଜନ ମାମଲାରେ ବି ଠିକ୍‌ ନିଷ୍ପତ୍ତି ନେଇପାରିବା ।

୨. ଆମେ ମନୋରଞ୍ଜନରେ କେତେ ସମୟ ବିତାଉ, ତାହା ଧ୍ୟାନ ଦେବା କାହିଁକି ଜରୁରୀ ?

ହୁଏତ ଆମେ ନିଜ ମନୋରଞ୍ଜନ ପାଇଁ ଯାହା ଦେଖୁ, ଶୁଣୁ କିମ୍ବା କରୁ, ତାହା ଭୁଲ ନ ଥିବ । କିନ୍ତୁ ଆମେ ଧ୍ୟାନ ଦେବା ଜରୁରୀ ଯେ ଆମେ ସେଠାରେ କେତେ ସମୟ ବିତାଉଛୁ । ଯଦି ଆମେ ଏପରି କରିବାନି, ତାହେଲେ ଆମ ପାଖରେ ଜରୁରୀ କାମଗୁଡ଼ିକ କରିବା ପାଇଁ ସମୟ ରହିବନି । ତେଣୁ ବାଇବଲରେ ଆମକୁ ପରାମର୍ଶ ଦିଆଯାଇଛି ଯେ ଆମେ “ନିଜ ସମୟର ସଠିକ୍‌ ବ୍ୟବହାର” କରିବା ଉଚିତ୍‌ ।​—ଏଫିସୀୟ ୫:୧୫, ୧୬ NWT.

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ମନୋରଞ୍ଜନ ବାଛିଲା ବେଳେ ଆପଣ କିପରି ଭଲ ନିଷ୍ପତ୍ତି ନେଇପାରିବେ ।

୩. ଖରାପ ମନୋରଞ୍ଜନଠାରୁ ଦୂରେଇ ରହନ୍ତୁ

ମନୋରଞ୍ଜନ ବାଛିବା ସମୟରେ ଆମେ କାହିଁକି ଭାବିଚିନ୍ତି ନିଷ୍ପତ୍ତି ନେବା ଉଚିତ୍‌ ? ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ ।

  • ପ୍ରାଚୀନ କାଳରେ ରୋମରେ ଯେଉଁ ଖେଳ ଖେଳା ଯାଉଥିଲା ଓ ଆଜିକାଲିର କିଛି ମନୋରଞ୍ଜନଗୁଡ଼ିକରେ ଯାହା ଦେଖିବାକୁ ମିଳେ, ସେଥିରେ କେଉଁ କଥା ସମାନ ?

  • ଡେନି ମନୋରଞ୍ଜନ ବିଷୟରେ କʼଣ ଶିଖିଲା ?

ରୋମୀୟ ୧୨:୯ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଭଲ ମନୋରଞ୍ଜନ ବାଛିବା ପାଇଁ ଏହି ପଦ ଆପଣଙ୍କୁ କିପରି ସାହାଯ୍ୟ କରିପାରିବ ?

ଯିହୋବା କʼଣ କʼଣ ଘୃଣା କରନ୍ତି ? ହିତୋପଦେଶ ୬:୧୬, ୧୭ ଗାଲାତୀୟ ୫:୧୯-୨୧ ପଢ଼ନ୍ତୁ । ପ୍ରତ୍ୟେକ ପଦ ପଢ଼ିବା ପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଏହି ପଦରେ ଯାହାସବୁ କୁହାଯାଇଛି, ସେମଧ୍ୟରୁ କେଉଁ କେଉଁ କଥା ଆଜିକାଲିର ମନୋରଞ୍ଜନରେ ଦେଖିବାକୁ ମିଳେ ?

 ଭଲ ମନୋରଞ୍ଜନ କିପରି ବାଛିପାରିବା ?

ନିଜକୁ ପଚାରନ୍ତୁ:

  • ଏହା କେଉଁ ପ୍ରକାରର ମନୋରଞ୍ଜନ ଅଟେ ? କʼଣ ଏଥିରେ କିଛି ଏପରି ଅଛି ଯାହା ଯିହୋବା ଘୃଣା କରନ୍ତି ?

  • ଏଥିରେ କେତେ ସମୟ ଯିବ ? କʼଣ ମୋତେ ଅନ୍ୟ ଜରୁରୀ କାମଗୁଡ଼ିକୁ କରିବା ପାଇଁ ସମୟ ମିଳିବ ?

  • ଏଥିରେ ମୁଁ କେଉଁଭଳି ଲୋକଙ୍କ ସମ୍ପର୍କରେ ଆସିବି ? କʼଣ ମୁଁ ବାରମ୍ବାର ଏପରି ଲୋକମାନଙ୍କ ସମ୍ପର୍କରେ ଆସିବି ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ନାହିଁ ?

ଆମେ ଯେତେ ହୋଇପାରେ ସେତେ ବିପଦରୁ ଦୂରେଇ ରହୁ । ତେଣୁ ଯଦି ଆମକୁ ଲାଗେ ଯେ କୌଣସି ମନୋରଞ୍ଜନ ଠିକ୍‌ ନୁହେଁ, ତାହେଲେ ଆମେ ସେଥିରୁ ଦୂରେଇ ରହିବା ଉଚିତ୍‌

୪. ନିଜ ସମୟର ଭଲ ବ୍ୟବହାର କରନ୍ତୁ

ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଏହା ସତ ଯେ ସେ ଭାଇ କୌଣସି ଖରାପ ଜିନିଷ ଦେଖୁ ନ ଥିଲେ, ତଥାପି ସେ ନିଜ ଖାଲି ସମୟରେ ଯାହା କଲେ, ତାହା ତାଙ୍କ ଉପରେ କିପରି ପ୍ରଭାବ ପକାଇଲା ?

ଫିଲିପ୍‌ପୀୟ ୧:୧୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଏହି ପଦରେ କୁହାଯାଇଛି ଯେ ଆମେ ଉତ୍କୃଷ୍ଟ ବିଷୟଗୁଡ଼ିକୁ ସମର୍ଥନ କରିବା ବା ଅଧିକ ମହତ୍ତ୍ୱ ରଖୁଥିବା ବିଷୟଗୁଡ଼ିକ ପାଇଁ ସମୟ ଦେବା ଜରୁରୀ । ଏକଥା ଆମକୁ କିପରି ଏହା ଜାଣିବା ପାଇଁ ସାହାଯ୍ୟ କରିବ ଯେ ଆମେ ମନୋରଞ୍ଜନ ପାଇଁ କେତେ ସମୟ ଦେଉଛୁ ?

୫. ଭଲ ମନୋରଞ୍ଜନ କରନ୍ତୁ

କିଛି ମନୋରଞ୍ଜନ ଯିହୋବା ପସନ୍ଦ କରନ୍ତି ନାହିଁ । କିନ୍ତୁ ଏପରି ଅନେକ ମନୋରଞ୍ଜନ ଅଛି ଯାହା ଯିହୋବାଙ୍କ ଦୃଷ୍ଟିରେ ଭୁଲ ନୁହେଁ ଏବଂ ଆପଣ ସେଗୁଡ଼ିକୁ କରିପାରିବେ ଆଉ ମଜା ନେଇପାରିବେ । ଉପଦେଶକ ୮:୧୫ ଫିଲିପ୍‌ପୀୟ ୪:୮ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆପଣ କେଉଁ କେଉଁ ଭଲ ମନୋରଞ୍ଜନ କରିବା ପାଇଁ ପସନ୍ଦ କରନ୍ତି ?

ଆପଣ ଏପରି ଅନେକ ମନୋରଞ୍ଜନ କରିପାରିବେ ଯାହା ଯିହୋବାଙ୍କୁ ବି ପସନ୍ଦ ଥିବ ଏବଂ ଯେଉଁଥିରୁ ଆପଣଙ୍କୁ ବି ବହୁତ ମଜା ଆସିବ

କିଛି ଲୋକ କହନ୍ତି: “ଆଜିକାଲି ମାରପିଟ୍‌, ଅଶ୍ଳିଳ ଓ ଯାଦୁବିଦ୍ୟା ଭଳି ମନୋରଞ୍ଜନ ହିଁ ଚାଲୁଛି । ମୁଁ ସେସବୁ ଖାଲି ମଜା ପାଇଁ ଦେଖେ । ମୁଁ ସେସବୁ କେବେ କରିବିନି ।”

  • ଆପଣ କʼଣ ଉତ୍ତର ଦେବେ ?

ଆମେ କʼଣ ଶିଖିଲୁ ?

ଯିହୋବା ଚାହାନ୍ତି ଯେ ଆମେ ଏପରି ମନୋରଞ୍ଜନ ବାଛୁ, ଯାହା ସେ ପସନ୍ଦ କରନ୍ତି ଏବଂ ଯେଉଁଥିରୁ ଆମକୁ ମଧ୍ୟ ମଜା ଆସିବ ।

ଆପଣ କʼଣ କହିବେ ?

  • ଖ୍ରୀଷ୍ଟିୟାନମାନଙ୍କୁ କେଉଁଭଳି ମନୋରଞ୍ଜନଠାରୁ ଦୂରେଇ ରହିବା ଉଚିତ୍‌ ?

  • ଆମେ ମନୋରଞ୍ଜନରେ କେତେ ସମୟ ବିତାଉ, ତାହା ଧ୍ୟାନ ଦେବା କାହିଁକି ଜରୁରୀ ?

  • ଆପଣ କାହିଁକି ଏପରି ମନୋରଞ୍ଜନ କରିବା ପାଇଁ ଚାହାନ୍ତି, ଯେଉଁଥିରୁ ଯିହୋବା ଖୁସି ହୁଅନ୍ତି ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଆପଣ କେଉଁ ମନୋରଞ୍ଜନ କରିବେ କିମ୍ବା କରିବେ ନାହିଁ, ତାହାର ନିଷ୍ପତ୍ତି ନେବାର ଦାୟିତ୍ୱ କାହାର ? ଆସନ୍ତୁ ଜାଣିବା ।

“କʼଣ ଯିହୋବାଙ୍କ ସାକ୍ଷୀମାନେ କୌଣସି ଫିଲ୍ମ ଦେଖିବା ପାଇଁ, ବହି ପଢ଼ିବା ପାଇଁ ବା ଗୀତ ଶୁଣିବା ପାଇଁ ମନା କରନ୍ତି ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ଯଦି ଆପଣ ନିଜ ଖାଲି ସମୟରେ କିଛି କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ କେଉଁ କଥାଗୁଡ଼ିକ ଧ୍ୟାନରେ ରଖିବା ଉଚିତ୍‌ ? ଆସନ୍ତୁ ଜାଣିବା ।

“କʼଣ ଆପଣ ଯେଉଁ ମନୋରଞ୍ଜନ କରୁଛନ୍ତି, ତାହା ଠିକ୍‌ ଅଟେ ?” (ପ୍ରହରୀଦୁର୍ଗ-ହି, ୧୫ ଅକ୍ଟୋବର, ୨୦୧୧)

“ମୁଁ ନିଜ ଭିତରୁ ଭେଦଭାବକୁ ବି ବାହାର କରିଦେଲି,” ଏହି କାହାଣୀରେ କୁହାଯାଇଛି ଯେ ଜଣେ ବ୍ୟକ୍ତି ଭଲ ମନୋରଞ୍ଜନ କରୁ ନ ଥିଲା । କିନ୍ତୁ ପରେ ସେ ନିଜ ମନୋରଞ୍ଜନକୁ ବଦଳାଇଲା । ଜାଣନ୍ତୁ ଯେ ସେ ଏପରି କାହିଁକି କଲା ।

“ବାଇବଲ ଜୀବନ ବଦଳାଇ ଦିଏ” (ପ୍ରହରୀଦୁର୍ଗ ଲେଖା-ହି)

ଜଣେ ମାଆ ଟିଭି ଦେଖିଲା ବେଳେ ହଠାତ୍‌ ଚ୍ୟାନେଲରେ ଭୂତପ୍ରେତ ଥିବା କାହାଣୀ ଆସିଗଲା । ଜାଣନ୍ତୁ ଯେ ସେ ଏହି ମାମଲାରେ ସଠିକ୍‌ ନିଷ୍ପତ୍ତି କିପରି ନେଇପାରିଲେ ।

ଏପରି ମନୋରଞ୍ଜନଠାରୁ ଦୂରେଇ ରହନ୍ତୁ ଯେଉଁଥିରେ ଭୂତପ୍ରେତ ସାମିଲ୍‌ ଥାଏ (୨:୦୨)