इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୫୪

“ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” କିଏ ଏବଂ ସେ କʼଣ କରେ ?

“ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” କିଏ ଏବଂ ସେ କʼଣ କରେ ?

ଖ୍ରୀଷ୍ଟିୟାନ ମଣ୍ଡଳୀର ମୁଖିଆ ଯୀଶୁ ଅଟନ୍ତି । (ଏଫିସୀୟ ୫:୨୩) ଆଜି ସେ ସ୍ୱର୍ଗରୁ ପୃଥିବୀରେ ଥିବା ନିଜ ଶିଷ୍ୟମାନଙ୍କର ନେତୃତ୍ୱ ନେଉଛନ୍ତି । ସେ ଏହା “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ଜରିଆରେ କରୁଛନ୍ତି । (ମାଥିଉ ୨୪:୪୫ ପଢ଼ନ୍ତୁ ।) ଏହି ‘ଦାସକୁ’ ଯୀଶୁ ନିଜେ ନିଯୁକ୍ତ କରିଛନ୍ତି ଏବଂ କିଛି ନିଷ୍ପତ୍ତି ନେବାର ଅଧିକାର ଦେଇଛନ୍ତି । ଏପରି ଅଧିକାର ଥିବା ସତ୍ତ୍ୱେ ଏହି ଦାସ ଯୀଶୁଙ୍କ ଅଧୀନରେ ରହେ ଓ ଖ୍ରୀଷ୍ଟିୟାନ ଭାଇମାନଙ୍କର ସେବା କରେ । କିନ୍ତୁ ପ୍ରଶ୍ନ ଉଠେ ଯେ ଏହି ଦାସ କିଏ ଏବଂ ସେ କିପରି ଆମର ଯତ୍ନ ନିଏ ? ଆସନ୍ତୁ ଜାଣିବା ।

୧. “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” କିଏ ?

ଯିହୋବା ଆରମ୍ଭରୁ ହିଁ କୌଣସି ବ୍ୟକ୍ତି କିମ୍ବା ଲୋକମାନଙ୍କର ଏକ ଛୋଟ ସମୂହ ଦ୍ୱାରା ନିଜ ଲୋକମାନଙ୍କୁ ନିର୍ଦ୍ଦେଶ ଦେଇ ଆସିଛନ୍ତି । (ମଲାଖି ୨:୭; ଏବ୍ରୀ ୧:୧) ଯୀଶୁଙ୍କ ମୃତ୍ୟୁ ପରେ ଯିରୂଶାଲମରେ ପ୍ରେରିତ ଓ ପ୍ରାଚୀନମାନେ ଈଶ୍ୱରଙ୍କ ଲୋକମାନଙ୍କ ନେତୃତ୍ୱ ନେଲେ । (ପ୍ରେରିତ ୧୫:୨) ଠିକ୍‌ ସେହିପରି, ଆଜି ପ୍ରାଚୀନମାନଙ୍କର ଏକ ଛୋଟ ସମୂହ ଈଶ୍ୱରଙ୍କ ବାକ୍ୟରୁ ଆଧ୍ୟାତ୍ମିକ ଖାଦ୍ୟ ଦେଇଥାଏ ଓ ପ୍ରଚାର କାମରେ ନିର୍ଦ୍ଦେଶ ଦେଇଥାଏ । ଏହି ସମୂହକୁ ଯିହୋବାଙ୍କ ସାକ୍ଷୀମାନଙ୍କର ପ୍ରଶାସନ ଦଳ କୁହାଯାଏ । ଏହି ପ୍ରଶାସନ ଦଳ ହିଁ ‘ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ ଅଟେ,’ ଯାହାକୁ ଯୀଶୁ ନିଯୁକ୍ତ କରିଥିଲେ । (ମାଥିଉ ୨୪:୪୫) ପ୍ରଶାସନ ଦଳର ପ୍ରତ୍ୟେକ ସଦସ୍ୟ ଅଭିଷିକ୍ତ ଖ୍ରୀଷ୍ଟିୟାନ ଅଟନ୍ତି ଏବଂ ସେମାନଙ୍କର ଆଶା ଯେ ସେମାନେ ପୃଥିବୀରେ ନିଜ ଜୀବନ ଶେଷ କରିବା ପରେ ସ୍ୱର୍ଗ ଯିବେ ଓ ଖ୍ରୀଷ୍ଟଙ୍କ ସହ ଶାସନ କରିବେ ।

୨. ବିଶ୍ୱସ୍ତ ଦାସ ଆମକୁ ଯେଉଁ ଆଧ୍ୟାତ୍ମିକ ଖାଦ୍ୟ ଦିଏ, ତାହା କʼଣ ?

ଯୀଶୁ କହିଥିଲେ ଯେ ବିଶ୍ୱସ୍ତ ଦାସ ନିଜ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କୁ “ଯଥା ସମୟରେ ପଡ଼ି [‘ଠିକ୍‌ ସମୟରେ ଖାଦ୍ୟ,’ NWT] ଦେବ ।” (ମାଥିଉ ୨୪:୪୫) ଏହି ଖାଦ୍ୟ କʼଣ ? ଏହା ଈଶ୍ୱରଙ୍କ ବାକ୍ୟରୁ ମିଳୁଥିବା ମାର୍ଗଦର୍ଶନ ଅଟେ । ଯେପରି ଖାଦ୍ୟ ଖାଇଲେ ଆମକୁ ଶକ୍ତି ମିଳିଥାଏ ଓ ଆମର ସ୍ୱାସ୍ଥ୍ୟ ଭଲ ରହିଥାଏ, ଠିକ୍‌ ସେହିପରି ଈଶ୍ୱରଙ୍କ ବାକ୍ୟରୁ ମିଳୁଥିବା ଆଧ୍ୟାତ୍ମିକ ଖାଦ୍ୟରୁ ମଧ୍ୟ ଆମକୁ ଶକ୍ତି ମିଳେ । ଏହି ଶକ୍ତି ଯୋଗୁଁ ଆମେ ନିଜ ବିଶ୍ୱାସ ମଜବୁତ୍‌ ରଖିପାରୁ ଓ ଆମକୁ ଯୀଶୁ ଯେଉଁ କାମ ଦେଇଛନ୍ତି, ତାହା କରିପାରୁ । (୧ ତୀମଥି ୪:୬) ଏହି ଆଧ୍ୟାତ୍ମିକ ଖାଦ୍ୟ ଆମକୁ ସଭା, ସମ୍ମିଳନୀ, ଅଧିବେଶନ, ପ୍ରକାଶନ ଓ ଭିଡିଓଗୁଡ଼ିକରୁ ମିଳେ । ଏଗୁଡ଼ିକ ସାହାଯ୍ୟରେ ଆମେ ଈଶ୍ୱରଙ୍କ ଇଚ୍ଛା ଜାଣିପାରୁ ଓ ତାଙ୍କ ସହ ନିଜ ସମ୍ପର୍କକୁ ମଜବୁତ୍‌ କରିପାରୁ ।

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଆମକୁ କାହିଁକି “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ଅର୍ଥାତ୍‌ ପ୍ରଶାସନ ଦଳର ଆବଶ୍ୟକତା ରହିଛି ।

ପ୍ରଶାସନ ଦଳ ସାରା ଦୁନିଆରେ ଯିହୋବାଙ୍କ ସାକ୍ଷୀମାନଙ୍କୁ ଈଶ୍ୱରଙ୍କ ବାକ୍ୟରୁ ଆଧ୍ୟାତ୍ମିକ ଖାଦ୍ୟ ଦିଏ, ସେମାନଙ୍କୁ ନିର୍ଦ୍ଦେଶ ଦିଏ ଓ ଆବଶ୍ୟକତା ସମୟରେ ସାହାଯ୍ୟ କରେ

୩. ଯିହୋବାଙ୍କ ଲୋକମାନେ ସଂଗଠିତ ଭାବରେ କାମ କରନ୍ତି

ପ୍ରଶାସନ ଦଳ ଯୀଶୁଙ୍କ ନିର୍ଦ୍ଦେଶରେ ଯିହୋବାଙ୍କ ସାକ୍ଷୀମାନଙ୍କର କାମକୁ ଦେଖାରେଖା କରେ । ଏହିପରି ବ୍ୟବସ୍ଥା ପ୍ରଥମ ଶତାବ୍ଦୀରେ ମଧ୍ୟ ଥିଲା ।

ଭିଡିଓ ଦେଖନ୍ତୁ

୧ କରିନ୍ଥୀୟ ୧୪:୩୩, ୪୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଏହି ପଦରୁ କିପରି ଜଣାପଡ଼େ ଯେ ଯିହୋବା ଚାହାନ୍ତି ଯେ ତାଙ୍କ ଲୋକମାନେ ସଂଗଠିତ ଭାବରେ କାମ କରନ୍ତୁ ?

୪. ବିଶ୍ୱସ୍ତ ଦାସ ପ୍ରଚାର କାମକୁ ସଂଗଠିତ କରେ

ପ୍ରଥମ ଶତାବ୍ଦୀରେ ଖ୍ରୀଷ୍ଟିୟାନମାନେ ପ୍ରଚାର କାମକୁ ସବୁଠୁ ବେଶି ମହତ୍ତ୍ୱ ଦେଲେ । ପ୍ରେରିତ ୮:୧୪, ୨୫ ପଢ଼ନ୍ତୁ, ତାʼ ପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ପ୍ରଥମ ଶତାବ୍ଦୀରେ ପ୍ରଚାର କାମ ବିଷୟରେ କିଏ ନିର୍ଦ୍ଦେଶ ଦେଉଥିଲା ?

  • ଯେତେବେଳେ ପିତର ଓ ଯୋହନ ଅନ୍ୟ ପ୍ରେରିତମାନଙ୍କଠାରୁ ନିର୍ଦ୍ଦେଶ ପାଇଲେ, ସେତେବେଳେ ସେମାନେ କʼଣ କଲେ ?

ଆଜି ପ୍ରଶାସନ ଦଳ ପ୍ରଚାର କାମକୁ ସବୁଠୁ ବେଶି ମହତ୍ତ୍ୱ ଦିଏ । ଭିଡିଓ ଦେଖନ୍ତୁ

ଯୀଶୁ କହିଥିଲେ ଯେ ପ୍ରଚାର କାମ କେତେ ଜରୁରୀ । ମାର୍କ ୧୩:୧୦ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ପ୍ରଶାସନ ଦଳ ପ୍ରଚାର କାମକୁ ଏତେ ମହତ୍ତ୍ୱ କାହିଁକି ଦିଏ ?

  • ସାରା ଦୁନିଆରେ ଏହି କାମକୁ କରିବା ପାଇଁ ଆମକୁ କାହିଁକି ‘ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସର’ ଆବଶ୍ୟକତା ରହିଛି ?

୫. ବିଶ୍ୱସ୍ତ ଦାସ ମଣ୍ଡଳୀଗୁଡ଼ିକୁ ନିର୍ଦ୍ଦେଶ ଦିଏ

ପ୍ରଶାସନ ଦଳ ସାରା ଦୁନିଆରେ ଥିବା ମଣ୍ଡଳୀଗୁଡ଼ିକୁ ନିର୍ଦ୍ଦେଶ ଦିଏ । ସେ କିପରି ନିଷ୍ପତ୍ତି ନିଏ ଯେ କେବେ କʼଣ ନିର୍ଦ୍ଦେଶ ଦେବା ଉଚିତ୍‌ ? ଧ୍ୟାନ ଦିଅନ୍ତୁ ଯେ ପ୍ରଥମ ଶତାବ୍ଦୀରେ ପ୍ରେରିତ ଓ ପ୍ରାଚୀନମାନଙ୍କୁ ନେଇ ତିଆରି ପ୍ରଶାସନ ଦଳ କʼଣ କରୁଥିଲା । ପ୍ରେରିତ ୧୫:୧, ୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • କେଉଁ ମାମଲାକୁ ନେଇ ପ୍ରଥମ ଶତାବ୍ଦୀର କିଛି ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ବିବାଦ ହେଲା ?

  • ଏହି ମାମଲାର ସମାଧାନ କରିବା ପାଇଁ ପାଉଲ, ବର୍ଣ୍ଣବ୍‌ବା ଓ କିଛି ଭାଇମାନେ କାହା ପାଖକୁ ଗଲେ ?

ପ୍ରେରିତ ୧୫:୧୨-୧୮, ୨୩-୨୯ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ପ୍ରଥମ ଶତାବ୍ଦୀର ପ୍ରଶାସନ ଦଳ ନିଷ୍ପତ୍ତି ନେବା ପୂର୍ବରୁ ଈଶ୍ୱରଙ୍କ ଚିନ୍ତାଧାରା ଜାଣିବା ପାଇଁ କʼଣ କଲା ?​—ପଦ ୧୨, ୧୫୨୮ ଦେଖନ୍ତୁ ।

ପ୍ରେରିତ ୧୫:୩୦, ୩୧ ୧୬:୪, ୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  • ପ୍ରଶାସନ ଦଳ ଯାହା ନିଷ୍ପତ୍ତି ନେଲା, ତାହା ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ଉପରେ କʼଣ ପ୍ରଭାବ ପକାଇଲା ?

  • ପ୍ରଶାସନ ଦଳର କଥା ମାନିବା ଯୋଗୁଁ ସେମାନଙ୍କୁ ଯିହୋବା କʼଣ କʼଣ ଆଶିଷ ଦେଲେ ?

୨ ତୀମଥି ୩:୧୬ ଯାକୁବ ୧:୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆଜି ପ୍ରଶାସନ ଦଳ ନିଷ୍ପତ୍ତି ନେବା ବେଳେ କʼଣ କରେ ?

କିଛି ଲୋକ କହନ୍ତି: “ପ୍ରଶାସନ ଦଳ ତ ମଣିଷମାନଙ୍କୁ ନେଇ ତିଆରି । ତାʼମାନେ ତ ତମେ ମଣିଷମାନଙ୍କ କଥା ଶୁଣ ।”

  • ଆପଣଙ୍କୁ କାହିଁକି ବିଶ୍ୱାସ ଯେ ଯୀଶୁ ପ୍ରଶାସନ ଦଳର ନେତୃତ୍ୱ ନିଅନ୍ତି ?

ଆମେ କʼଣ ଶିଖିଲୁ ?

ଯିହୋବାଙ୍କ ସାକ୍ଷୀମାନଙ୍କ ପ୍ରଶାସନ ଦଳ ହିଁ “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ଅଟେ, ଯାହାକୁ ଯୀଶୁ ନିଯୁକ୍ତ କରିଛନ୍ତି । ଏହି ଦାସ ସବୁ ଖ୍ରୀଷ୍ଟିୟାନମାନଙ୍କୁ ନିର୍ଦ୍ଦେଶ ଦିଏ ଓ ସେମାନଙ୍କ ବିଶ୍ୱାସକୁ ମଜବୁତ୍‌ କରିବା ପାଇଁ ଆଧ୍ୟାତ୍ମିକ ଖାଦ୍ୟ ଦିଏ ।

ଆପଣ କʼଣ କହିବେ ?

  • ‘ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସକୁ’ କିଏ ନିଯୁକ୍ତ କରିଛନ୍ତି ?

  • ପ୍ରଶାସନ ଦଳ ଆମର କିପରି ଯତ୍ନ ନିଏ ?

  • କʼଣ ଆପଣ ବିଶ୍ୱାସ କରନ୍ତି ଯେ ପ୍ରଶାସନ ଦଳ ହିଁ “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ଅଟେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ଜାଣନ୍ତୁ ଯେ ପ୍ରଶାସନ ଦଳ କିପରି ସଂଗଠିତ ଭାବେ କାମ କରେ ।

“ଯିହୋବାଙ୍କ ସାକ୍ଷୀମାନଙ୍କର ପ୍ରଶାସନ ଦଳ କʼଣ ?” (jw.org ୱେବସାଇଟ୍‌ରେ ଥିବା ଲେଖା)

ପ୍ରଶାସନ ଦଳ କିପରି ଧ୍ୟାନ ରଖେ ଯେ ଆମ ବିଶ୍ୱାସକୁ ମଜବୁତ୍‌ କରିବା ପାଇଁ ଯାହା ବି ମାର୍ଗଦର୍ଶନ ଦିଆଯାଏ, ତାହା ଭରସାଯୋଗ୍ୟ ହେଉ ? ଆସନ୍ତୁ ଜାଣିବା ।

ସଠିକ୍‌ ତଥ୍ୟ ଦେବା ପାଇଁ କରାଯାଉଥିବା ପରିଶ୍ରମ (୧୭:୧୮)

ଯୀଶୁ ପ୍ରଶାସନ ଦଳକୁ ଯେଉଁ କାମ ଦେଇଛନ୍ତି, ସେହି କାମ ବିଷୟରେ ତାʼର ସଦସ୍ୟମାନେ କିପରି ଅନୁଭବ କରନ୍ତି ?

ଗୋଟିଏ ବିଶେଷ ସମ୍ମାନ (୭:୦୪)

ସଭା ଓ ଅଧିବେଶନଗୁଡ଼ିକରୁ କିପରି ଜଣାପଡ଼େ ଯେ ଯିହୋବା ପ୍ରଶାସନ ଦଳର ନେତୃତ୍ୱ ନେଉଛନ୍ତି ?

ଯିହୋବା ନିଜ ଲୋକମାନଙ୍କୁ ଶିଖାଉଛନ୍ତି (୯:୩୯)