इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପାଠ ୫୯

ଆପଣ ଅତ୍ୟାଚାରର ସାମନା କରିପାରିବେ

ଆପଣ ଅତ୍ୟାଚାରର ସାମନା କରିପାରିବେ

ଆଜି ନୁହେଁ ତ କାଲି, ଲୋକମାନେ ସବୁ ଖ୍ରୀଷ୍ଟିୟାନମାନଙ୍କୁ ଯିହୋବାଙ୍କ ସେବା କରିବାଠାରୁ ରୋକିବେ । ସେମାନେ ଆମର ବିରୋଧ କରିବେ, ଏପରିକି ଆମ ଉପରେ ଅତ୍ୟାଚାର ମଧ୍ୟ କରିବେ । କʼଣ ଏହା ଯୋଗୁଁ ଆମେ ଡରିବା ଉଚିତ୍‌ ? ଆସନ୍ତୁ ଜାଣିବା ।

୧. ଯେତେବେଳେ ଆମ ଉପରେ ଅତ୍ୟାଚାର କରାଯାଏ, ସେତେବେଳେ ଆମେ କାହିଁକି ଆଶ୍ଚର୍ଯ୍ୟ ହୋଇ ନ ଥାଉ ?

ବାଇବଲରେ ସ୍ପଷ୍ଟ କୁହାଯାଇଛି, “ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ ।” (୨ ତୀମଥି ୩:୧୨) ଯୀଶୁଙ୍କ ଉପରେ ଅତ୍ୟାଚାର କରାଯାଇଥିଲା, କାରଣ ସେ ଶୟତାନର ଜଗତର ଭାଗ ନ ଥିଲେ । ଆମେ ମଧ୍ୟ ଏହି ଜଗତର ଭାଗ ନୋହୁଁ । ତେଣୁ ଯେତେବେଳେ ସରକାର ଓ ଧାର୍ମିକ ସଂଗଠନ ଆମ ଉପରେ ଅତ୍ୟାଚାର କରେ, ସେତେବେଳେ ଆମେ ଆଶ୍ଚର୍ଯ୍ୟ ହୋଇ ନ ଥାଉ ।—ଯୋହନ ୧୫:୧୮, ୧୯.

୨. ଅତ୍ୟାଚାରର ସାମନା କରିବା ପାଇଁ ଆମେ ଏବେଠାରୁ କʼଣ କରିପାରିବା ?

ଆମକୁ ଏବେଠାରୁ ଯିହୋବାଙ୍କ ଉପରେ ନିଜ ବିଶ୍ୱାସ ବଢ଼ାଇବାକୁ ପଡ଼ିବ । ଆମକୁ ପ୍ରତିଦିନ ପ୍ରାର୍ଥନା କରିବା ଓ ତାଙ୍କ ବାକ୍ୟ ପଢ଼ିବା ପାଇଁ ସମୟ ବାହାର କରିବାକୁ ପଡ଼ିବ । ତାʼସହ ଆମକୁ ଲଗାତାର ସଭାଗୁଡ଼ିକରେ ଯିବାକୁ ପଡ଼ିବ । ଏସବୁ କଲେ ଆମେ ସାହସର ସହ ଯେକୌଣସି ଅତ୍ୟାଚାରର ସାମନା କରିପାରିବା । ଏପରିକି ଯଦି ଆମର ପରିବାର ଲୋକେ ମଧ୍ୟ ଆମକୁ ହଇରାଣ କରନ୍ତି କିମ୍ବା ବିରୋଧ କରନ୍ତି, ତାହେଲେ ମଧ୍ୟ ଆମେ ଏହାର ସାମନା କରିପାରିବା । ପ୍ରେରିତ ପାଉଲଙ୍କୁ ମଧ୍ୟ ଅନେକ ଥର ଅତ୍ୟାଚାରର ସାମନା କରିବାକୁ ପଡ଼ିଲା । କିନ୍ତୁ ସେ ଲେଖିଲେ, ‘ଯିହୋବା ମୋହର ସହାୟ, ମୁଁ ଭୟ କରିବି ନାହିଁ ।’ଏବ୍ରୀ ୧୩:୬.

ନିୟମିତ ଭାବରେ ପ୍ରଚାର କଲେ ମଧ୍ୟ ଆମର ସାହସ ବଢ଼ିବ । ପ୍ରଚାର କରିବା ଦ୍ୱାରା ଆମେ ଯିହୋବାଙ୍କ ଉପରେ ଭରସା କରିବା ଶିଖୁ ଓ ନିଜ ମନରୁ ଲୋକମାନଙ୍କ ଡର ବାହାର କରିପାରୁ । (ହିତୋପଦେଶ ୨୯:୨୫) ଯଦି ଆମେ ଆଜି ସାହସର ସହ ପ୍ରଚାର କରିବା, ତାହେଲେ ଆମେ ସେତେବେଳେ ମଧ୍ୟ ପ୍ରଚାର କରିପାରିବା, ଯେତେବେଳେ ସରକାର ଆମ କାମ ଉପରେ କଟକଣା ଜାରି କରେ ।—୧ ଥେସଲନୀକୀୟ ୨:୨.

୩. ଅତ୍ୟାଚାର ସହି ମଧ୍ୟ ଯଦି ଆମେ ବିଶ୍ୱସ୍ତ ରହୁ, ତାହେଲେ ତାʼର କʼଣ କʼଣ ଲାଭ ହୁଏ ?

ଅତ୍ୟାଚାର ସହିବା ଆମକୁ ବି ଭଲ ଲାଗେନି । କିନ୍ତୁ ଯେତେବେଳେ ଆମେ ଅତ୍ୟାଚାର ସହି ମଧ୍ୟ ଯିହୋବାଙ୍କର ବିଶ୍ୱସ୍ତ ରହୁ, ସେତେବେଳେ ଆମ ବିଶ୍ୱାସ ଆହୁରି ମଜବୁତ୍‌ ହୋଇଯାଏ । ତାହା କିପରି ? ଯେତେବେଳେ ଅତ୍ୟାଚାର ସହୁ ସହୁ ଆମକୁ ଲାଗେ ଯେ ଆମେ ଆଉ ତାହା ସହିପାରିବାନି, ସେତେବେଳେ ଆମେ ଅନୁଭବ କରିପାରୁ ଯେ ଯିହୋବା କିପରି ଆମକୁ ସମ୍ଭାଳିଛନ୍ତି । ଏହା ଯୋଗୁଁ ଯିହୋବାଙ୍କ ସହ ଆମ ସମ୍ପର୍କ ଆହୁରି ମଜବୁତ୍‌ ହୋଇଥାଏ । (ଯାକୁବ ୧:୨-୪ ପଢ଼ନ୍ତୁ ।) ଯେତେବେଳେ ଆମେ ଦୁଃଖ ସହୁ, ସେତେବେଳେ ଏହା ଦେଖି ଯିହୋବାଙ୍କୁ ବି ବହୁତ ଦୁଃଖ ଲାଗେ । କିନ୍ତୁ ଏପରି ସମୟରେ ମଧ୍ୟ ଯଦି ଆମେ ବିଶ୍ୱସ୍ତ ରହୁ, ତାହେଲେ ସେ ବହୁତ ଖୁସି ହୁଅନ୍ତି । ବାଇବଲରେ ଲେଖାଅଛି, “ଯଦି ସତ୍କର୍ମ କରି ଦୁଃଖ ସହ୍ୟ କର, ତେବେ ତାହା ଈଶ୍ୱରଙ୍କ ନିକଟରେ ପ୍ରଶଂସାର ବିଷୟ ।” (୧ ପିତର ୨:୨୦) ଯଦି ଆମେ ଯିହୋବାଙ୍କର ବିଶ୍ୱସ୍ତ ରହିବା, ତାହେଲେ ଆମେ ନୂଆ ଦୁନିଆରେ ସବୁଦିନ ଯାଏଁ ବଞ୍ଚିପାରିବା । ତାʼପରେ ଯେଉଁମାନେ ସେଠାରେ ଥିବେ ସମସ୍ତେ ଯିହୋବାଙ୍କର ସେବା କରିବେ ଏବଂ ଆମକୁ କେହି ବିରୋଧ କରିବେ ନାହିଁ ।—ମାଥିଉ ୨୪:୧୩.

ଭାବନ୍ତୁ ଓ ଶିଖନ୍ତୁ

ଜାଣନ୍ତୁ ଯେ ଆମେ କାହିଁକି କହିପାରିବା ଯେ ଆମକୁ କେହି ବିରୋଧ କଲେ କିମ୍ବା ଆମ ଉପରେ ଅତ୍ୟାଚାର କଲେ ମଧ୍ୟ ଆମେ ଯିହୋବାଙ୍କର ବିଶ୍ୱସ୍ତ ରହିପାରିବା ଏବଂ ଯିହୋବା ଆମକୁ ତାʼପାଇଁ ପୁରସ୍କାର ମଧ୍ୟ ଦେବେ ।

୪. ଯେତେବେଳେ ପରିବାର ଲୋକେ ବିରୋଧ କରନ୍ତି, ସେତେବେଳେ ଆପଣ ତାହା ସହିପାରିବେ

ଯେତେବେଳେ ଆମେ ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନେଉ, ସେତେବେଳେ ଆମ ପରିବାରର କିଛି ଲୋକମାନଙ୍କୁ ହୁଏତ ତାହା ଭଲ ଲାଗି ନ ପାରେ । ଯୀଶୁ ଏହି କଥା ଭଲ ଭାବେ ଜାଣିଥିଲେ । ମାଥିଉ ୧୦:୩୪-୩୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯେତେବେଳେ ଜଣେ ବ୍ୟକ୍ତି ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନିଏ, ସେତେବେଳେ ହୁଏତ ତାʼ ପରିବାର ଲୋକେ କʼଣ କରିପାରନ୍ତି ?

ଏହି କଥାକୁ ଆହୁରି ଭଲ ଭାବେ ବୁଝିବା ପାଇଁ ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଯଦି ଆପଣଙ୍କ କୌଣସି ସାଙ୍ଗ କିମ୍ବା ସମ୍ପର୍କୀୟମାନେ ଆପଣଙ୍କୁ ଯିହୋବାଙ୍କ ସେବା କରିବାଠାରୁ ରୋକନ୍ତି, ତାହେଲେ ଆପଣ କʼଣ କରିବେ ?

ଗୀତସଂହିତା ୨୭:୧୦ ମାର୍କ ୧୦:୨୯, ୩୦ ପଢ଼ନ୍ତୁ । ପ୍ରତ୍ୟେକ ପଦ ପଢ଼ିବା ପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯଦି ଆପଣଙ୍କ ପରିବାର ଲୋକେ କିମ୍ବା ସାଙ୍ଗମାନେ ଆପଣଙ୍କୁ ବିରୋଧ କରନ୍ତି, ତାହେଲେ ଏହି ପ୍ରତିଜ୍ଞାରୁ କିପରି ଆପଣଙ୍କୁ ସାହାଯ୍ୟ ମିଳିପାରେ ?

୫. ଯେତେବେଳେ ଆପଣଙ୍କ ଉପରେ ଅତ୍ୟାଚାର କରାଯାଏ, ସେତେବେଳେ ମଧ୍ୟ ଯିହୋବାଙ୍କ ଉପାସନା କରିବା ଛାଡ଼ନ୍ତୁ ନାହିଁ

ଯେତେବେଳେ ଲୋକମାନେ ଆମର ବିରୋଧ କରନ୍ତି, ସେତେବେଳେ ମଧ୍ୟ ଯିହୋବାଙ୍କ ଉପାସନା ଜାରି ରଖିବା ପାଇଁ ଆମକୁ ସାହସ ଦରକାର ହୋଇଥାଏ । ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଏହି ଅନୁଭୂତିଗୁଡ଼ିକରେ କୁହାଯାଇଥିବା କେଉଁ କଥାଗୁଡ଼ିକରୁ ଆପଣଙ୍କୁ ସାହସ ମିଳିଲା ?

ପ୍ରେରିତ ୫:୨୭-୨୯ ଏବ୍ରୀ ୧୦:୨୪, ୨୫ ପଢ଼ନ୍ତୁ । ପ୍ରତ୍ୟେକ ପଦ ପଢ଼ିବା ପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଯେତେବେଳେ ସରକାର ସଭାଗୁଡ଼ିକରେ ଏକାଠି ହେବା ଓ ପ୍ରଚାର କାମ ଉପରେ କଟକଣା ଜାରି କରେ, ସେତେବେଳେ ମଧ୍ୟ ଆମେ କାହିଁକି ଯିହୋବାଙ୍କ ସେବା କରିବା ଜାରି ରଖିବା ଉଚିତ୍‌ ?

୬. ଯିହୋବା ଆପଣଙ୍କୁ ସହିବା ପାଇଁ ଶକ୍ତି ଦେବେ

ସାରା ଦୁନିଆରେ ଥିବା ଭିନ୍ନ ଭିନ୍ନ ବୟସର ସାକ୍ଷୀମାନଙ୍କ ଉପରେ ଅତ୍ୟାଚାର କରାଯାଏ । ତଥାପି ସେମାନେ ଯିହୋବାଙ୍କର ବିଶ୍ୱସ୍ତ ରହନ୍ତି ଏବଂ ତାଙ୍କର ସେବା କରିବା ଛାଡ଼ନ୍ତି ନାହିଁ । କେଉଁ କଥା ତାଙ୍କୁ ଏପରି କରିବା ପାଇଁ ସାହାଯ୍ୟ କଲା ? ଜାଣିବା ପାଇଁ ଭିଡିଓ ଦେଖନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ ।

  • ଭିଡିଓରେ ଥିବା ଭାଇଭଉଣୀମାନଙ୍କୁ ଅତ୍ୟାଚାର ସହିବା ପାଇଁ କʼଣ ସାହାଯ୍ୟ କଲା ?

ରୋମୀୟ ୮:୩୫, ୩୭-୩୯ ଫିଲିପ୍‌ପୀୟ ୪:୧୩ ପଢ଼ନ୍ତୁ । ପ୍ରତ୍ୟେକ ପଦ ପଢ଼ିବା ପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଏ ପଦରୁ କିପରି ଆପଣଙ୍କର ଭରସା ବଢ଼େ ଯେ ଯେକୌଣସି ପରୀକ୍ଷା ଆସିଲେ ମଧ୍ୟ ଆପଣ ତାହାର ସାମନା କରିପାରିବେ ?

ମାଥିଉ ୫:୧୦-୧୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:

  • ଆପଣ କାହିଁକି ଅତ୍ୟାଚାର ସତ୍ତ୍ୱେ ଖୁସିରେ ରହିପାରିବେ ?

ଯିହୋବାଙ୍କର ଲକ୍ଷ ଲକ୍ଷ ସେବକ ବିରୋଧର ସାମନା ଓ ଅତ୍ୟାଚାରଗୁଡ଼ିକୁ ସହିପାରିଛନ୍ତି । ଆପଣ ମଧ୍ୟ ନିଶ୍ଚୟ କରିପାରିବେ !

କିଛି ଲୋକ କହନ୍ତି: “ମୋତେ ଲାଗେନି ଯେ ମୁଁ ଅତ୍ୟାଚାର ସବୁ ସହିପାରିବି ।”

  • ଆପଣ କେଉଁ ପଦ ଦେଖାଇ ତାଙ୍କର ସାହସ ବଢ଼ାଇପାରିବେ ?

ଆମେ କʼଣ ଶିଖିଲୁ ?

ଯେତେବେଳେ ଆମେ ଅତ୍ୟାଚାର ସତ୍ତ୍ୱେ ଯିହୋବାଙ୍କ ସେବା କରିବା ଛାଡ଼ି ନ ଥାଉ, ସେତେବେଳେ ସେ ବହୁତ ଖୁସି ହୁଅନ୍ତି । ତାଙ୍କ ସାହାଯ୍ୟରେ ଆମେ ଅତ୍ୟାଚାରଗୁଡ଼ିକୁ ସହିପାରିବା ।

ଆପଣ କʼଣ କହିବେ ?

  • ଯେତେବେଳେ ଖ୍ରୀଷ୍ଟିୟାନମାନଙ୍କ ଉପରେ ଅତ୍ୟାଚାର କରାଯାଏ, ସେତେବେଳେ ସେମାନେ କାହିଁକି ଆଶ୍ଚର୍ଯ୍ୟ ହୋଇ ନ ଥାʼନ୍ତି ?

  • ଅତ୍ୟାଚାରର ସାମନା କରିବା ପାଇଁ ଆପଣ ଏବେଠାରୁ କʼଣ କରିପାରିବେ ?

  • କେଉଁ କଥାରୁ ଆପଣଙ୍କୁ ଭରସା ହେଲା ଯେ ଯେକୌଣସି ପରୀକ୍ଷା ଆସିଲେ ମଧ୍ୟ ଆପଣ ଯିହୋବାଙ୍କର ବିଶ୍ୱସ୍ତ ରହିପାରିବେ ?

ଲକ୍ଷ୍ୟ

ଅଧିକ ଜାଣନ୍ତୁ

ନିଷ୍ପକ୍ଷ ରହିବା ଯୋଗୁଁ ଜଣେ ଭାଇଙ୍କୁ ଜେଲଦଣ୍ଡ ଦିଆଗଲା । ଭିଡିଓରେ ସେ କହନ୍ତି ଯେ ଯିହୋବା କିପରି ତାଙ୍କୁ ଏହି ପରିସ୍ଥିତିର ସାମନା କରିବା ପାଇଁ ସାହାଯ୍ୟ କଲେ ।

ଅତ୍ୟାଚାର ସତ୍ତ୍ୱେ ଧୈର୍ଯ୍ୟ ଧରନ୍ତୁ (୨:୩୪)

ଅନେକ ବର୍ଷରୁ ଅତ୍ୟାଚାର ସହୁଥିବା ଜଣେ ସ୍ୱାମୀ ସ୍ତ୍ରୀ କିପରି ଯିହୋବାଙ୍କର ବିଶ୍ୱସ୍ତ ରହିପାରିଲେ ଓ ତାଙ୍କ ସେବା କରିବା ଜାରି ରଖିପାରିଲେ ? ଆସନ୍ତୁ ଜାଣିବା ।

ପରିସ୍ଥିତି ବଦଳିବା ସତ୍ତ୍ୱେ ଯିହୋବାଙ୍କ ସେବା କରିବା (୭:୧୧)

ଜାଣନ୍ତୁ ଯେ ଭବିଷ୍ୟତରେ ଆସିବାକୁ ଥିବା ଅତ୍ୟାଚାରଗୁଡ଼ିକୁ ସହିବା ପାଇଁ ଆମେ ଏବେଠାରୁ କିପରି ନିଜର ସାହସ ବଢ଼ାଇପାରିବା ।

“ଅତ୍ୟାଚାର ପାଇଁ ଏବେଠାରୁ ପ୍ରସ୍ତୁତି କରନ୍ତୁ” (ପ୍ରହରୀଦୁର୍ଗ-ହି, ଜୁଲାଇ ୨୦୧୯)

ଯେତେବେଳେ ଆମ ପରିବାର ଲୋକେ ଆମକୁ ବିରୋଧ କରନ୍ତି, ସେତେବେଳେ ଆମେ କେଉଁ କଥା ମନେ ରଖିବା ଉଚିତ୍‌ ? ଆପଣ ଏପରି ପରିସ୍ଥିତିର କିପରି ସାମନା କରିପାରିବେ ?

“ସତ୍ୟ ଶାନ୍ତି ଦିଏ ନାହିଁ ବରଂ ଖଡ଼୍‌ଗ ଦିଏ” (ପ୍ରହରୀଦୁର୍ଗ-ହି, ଅକ୍ଟୋବର ୨୦୧୭)