इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୨ରେ ଆପଣ କʼଣ ଶିଖିଲେ ?

ଭାଗ ୨ରେ ଆପଣ କʼଣ ଶିଖିଲେ ?

ଯିଏ ଆପଣଙ୍କୁ ବାଇବଲ ଶିଖାଉଛନ୍ତି, ତାଙ୍କ ସହ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:

  1. ୧. ଈଶ୍ୱର ମିଥ୍ୟା ଧର୍ମଗୁଡ଼ିକୁ କʼଣ କରିବେ ?

    (ପାଠ ୧୩ ଦେଖନ୍ତୁ ।)

  2. ୨. ଯାତ୍ରା ପୁସ୍ତକ ୨୦:୪-୬ ପଢ଼ନ୍ତୁ ।

    • ମୂର୍ତ୍ତିଗୁଡ଼ିକର ଉପାସନା କଲେ ଯିହୋବାଙ୍କୁ କିପରି ଲାଗେ ?

      (ପାଠ ୧୪ ଦେଖନ୍ତୁ ।)

  3. ୩. ଯୀଶୁ କିଏ ଅଟନ୍ତି ?

    (ପାଠ ୧୫ ଦେଖନ୍ତୁ ।)

  4. ୪. ଯୀଶୁଙ୍କ କେଉଁ କେଉଁ ଗୁଣ ଆପଣଙ୍କୁ ସବୁଠୁ ଅଧିକ ଭଲ ଲାଗେ ?

    (ପାଠ ୧୭ ଦେଖନ୍ତୁ ।)

  5. ୫. ଯୋହନ ୧୩:୩୪, ୩୫ ପ୍ରେରିତ ୫:୪୨ ପଢ଼ନ୍ତୁ ।

    • ଆଜି କେଉଁମାନେ ସତ୍ୟ ଖ୍ରୀଷ୍ଟିୟାନ ଅଟନ୍ତି ? କେଉଁ କେଉଁ କଥାରୁ ଜଣାପଡ଼େ ଯେ ସେମାନେ ସତ୍ୟ ଖ୍ରୀଷ୍ଟିୟାନ ଅଟନ୍ତି ?

      (ପାଠ ୧୮ ୧୯ ଦେଖନ୍ତୁ ।)

  6. ୬. ମଣ୍ଡଳୀର ମୁଖିଆ କିଏ ଏବଂ ସେ କିପରି ମଣ୍ଡଳୀକୁ ମାର୍ଗଦର୍ଶନ ଦେଉଛନ୍ତି ?

    (ପାଠ ୨୦ ଦେଖନ୍ତୁ ।)

  7. ୭. ମାଥିଉ ୨୪:୧୪ ପଢ଼ନ୍ତୁ ।

    • ଏହି ଭବିଷ୍ୟତବାଣୀ ଆଜି କିପରି ପୂରା ହେଉଛି ?

    • ଆପଣ ବାଇବଲରୁ ଯାହା ଶିଖିଛନ୍ତି, ତାହା କାହାକୁ କହୁଛନ୍ତି ?

      (ପାଠ ୨୧ ୨୨ ଦେଖନ୍ତୁ ।)

  8. ୮. କʼଣ ବାପ୍ତିସ୍ମ ନେଲେ ଆମକୁ ଆଶିଷ ମିଳେ ? ଆପଣ ଏପରି କାହିଁକି କହିପାରିବେ ?

    (ପାଠ ୨୩ ଦେଖନ୍ତୁ ।)

  9. ୯. ଶୟତାନ ଓ ତାʼର ଦୁଷ୍ଟ ସ୍ୱର୍ଗଦୂତମାନଙ୍କଠାରୁ ରକ୍ଷା ପାଇବା ପାଇଁ ଆପଣ କʼଣ କରିପାରିବେ ?

    (ପାଠ ୨୪ ଦେଖନ୍ତୁ ।)

  10. ୧୦. ଈଶ୍ୱର ଆମକୁ କାହିଁକି ସୃଷ୍ଟି କରିଛନ୍ତି ?

    (ପାଠ ୨୫ ଦେଖନ୍ତୁ ।)

  11. ୧୧. ଆମ ଉପରେ ଦୁଃଖକଷ୍ଟ କାହିଁକି ଆସେ ଏବଂ ଆମର ମୃତ୍ୟୁ କାହିଁକି ହୁଏ ?

    (ପାଠ ୨୬ ଦେଖନ୍ତୁ ।)

  12. ୧୨. ଯୋହନ ୩:୧୬ ପଢ଼ନ୍ତୁ ।

    • ଯିହୋବା ଆମକୁ ପାପ ଓ ମୃତ୍ୟୁରୁ ରକ୍ଷା କରିବା ପାଇଁ କʼଣ କରିଛନ୍ତି ?

      (ପାଠ ୨୭ ଦେଖନ୍ତୁ ।)

  13. ୧୩. ଉପଦେଶକ ୯:୫ ପଢ଼ନ୍ତୁ ।

    • ମୃତ୍ୟୁ ପରେ ଆମର କʼଣ ହୁଏ ?

    • ଆଜି ଯେଉଁ ଲକ୍ଷ ଲକ୍ଷ ଲୋକମାନଙ୍କର ମୃତ୍ୟୁ ହୋଇଯାଇଛି, ସେମାନଙ୍କ ପାଇଁ ଯୀଶୁ କʼଣ କରିବେ ?

      (ପାଠ ୨୯ ୩୦ ଦେଖନ୍ତୁ ।)

  14. ୧୪. ଈଶ୍ୱରଙ୍କ ରାଜ୍ୟ କାହିଁକି ମଣିଷ ସରକାରଠାରୁ ଅଧିକ ଭଲ ?

    (ପାଠ ୩୧ ୩୩ ଦେଖନ୍ତୁ ।)

  15. ୧୫. କʼଣ ଆପଣଙ୍କୁ ପୂରା ଭରସା ଯେ ଈଶ୍ୱରଙ୍କ ରାଜ୍ୟ ସ୍ୱର୍ଗରେ ଶାସନ କରିବା ଆରମ୍ଭ କରିଦେଇଛି ? ଆପଣ ଏପରି କାହିଁକି କହିପାରିବେ ? ଈଶ୍ୱରଙ୍କ ରାଜ୍ୟ କେବେଠାରୁ ଶାସନ କରିବା ଆରମ୍ଭ କଲା ?

    (ପାଠ ୩୨ ଦେଖନ୍ତୁ ।)