इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ


ଏହି ପୁସ୍ତିକାରୁ ଅଧିକରୁ ଅଧିକ ଲାଭ ପାଇବା ପାଇଁ କʼଣ କରିବା ?

ଏହି ପୁସ୍ତିକାରୁ ଅଧିକରୁ ଅଧିକ ଲାଭ ପାଇବା ପାଇଁ କʼଣ କରିବା ?

ଜଣେ ଯିହୋବାଙ୍କ ସାକ୍ଷୀଙ୍କ ସହ ଏ ବହିରୁ ଚର୍ଚ୍ଚା କରନ୍ତୁ: ଯିଏ ଆପଣଙ୍କୁ ଏହି ପୁସ୍ତିକା ଦେଇଥିଲେ ତାଙ୍କ ସହ ଚର୍ଚ୍ଚା କରନ୍ତୁ କିମ୍ବା ଆପଣ jw.org/or ୱେବସାଇଟ୍‌ରେ ଯାଇ ଫର୍ମ ଭରନ୍ତୁ ।

ପ୍ରଥମ ଭାଗ

ସବୁ ପାରାଗ୍ରାଫ, ମୋଟା ଅକ୍ଷରରେ ଦିଆଯାଇଥିବା ପ୍ରଶ୍ନ (୧) ଓ ପଦଗୁଡ଼ିକୁ (୨) ପଢ଼ନ୍ତୁ । ଯେଉଁ ପଦଗୁଡ଼ିକ ପରେ “ପଢ଼ନ୍ତୁ” ଲେଖାଅଛି, ସେଗୁଡ଼ିକୁ ନିଶ୍ଚୟ ପଢ଼ନ୍ତୁ ।

ଦ୍ୱିତୀୟ ଭାଗ

ଭାବନ୍ତୁ ଓ ଶିଖନ୍ତୁ ଭାଗର ତଳେ (୩) କମ୍‌ ଶବ୍ଦରେ କୁହାଯାଇଛି ଯେ ଏହି ଭାଗ କେଉଁ ବିଷୟରେ କହେ । ଉପଶୀର୍ଷକଗୁଡ଼ିକରେ (୪) ପାଠର ମୁଖ୍ୟ କଥା ଦିଆଯାଇଛି । ପଦଗୁଡ଼ିକୁ ପଢ଼ନ୍ତୁ, ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ ଏବଂ ଭିଡିଓ (୫) ଦେଖନ୍ତୁ ।

ଧ୍ୟାନର ସହ ଚିତ୍ରଗୁଡ଼ିକୁ ଦେଖନ୍ତୁ ଏବଂ ଚିତ୍ରଶୀର୍ଷକ (୬) ପଢ଼ନ୍ତୁ । ଭାବନ୍ତୁ ଯେ ଆପଣ କିଛି ଲୋକ କହନ୍ତି ଭାଗରେ (୭) ଦିଆଯାଇଥିବା ପ୍ରଶ୍ନର କʼଣ ଉତ୍ତର ଦେବେ ।

ତୃତୀୟ ଭାଗ

ଆମେ କʼଣ ଶିଖିଲୁ ?ଆପଣ କʼଣ କହିବେ ? ଭାଗରେ (୮) ପାଠର ମୁଖ୍ୟ କଥାଗୁଡ଼ିକ ଦିଆଯାଇଛି । ପାଠ ଶେଷ ହେବା ପରେ ସେହିଦିନର ତାରିଖକୁ ଲେଖନ୍ତୁ । ଆପଣଙ୍କୁ ଯେଉଁ ଲକ୍ଷ୍ୟ (୯) ଦିଆଯିବ, ସେଗୁଡ଼ିକୁ ପୂରା କଲେ ଆପଣ ଆହୁରି ଅଧିକ ଶିଖିପାରିବେ । ଆପଣ ଚାହିଁଲେ ଅଧିକ ଜାଣନ୍ତୁ ଭାଗରେ (୧୦) ଦିଆଯାଇଥିବା ଲେଖା ଓ ଭିଡିଓଗୁଡ଼ିକୁ ମଧ୍ୟ ଦେଖିପାରିବେ ।

ପବିତ୍ର ଶାସ୍ତ୍ରର ପଦଗୁଡ଼ିକୁ କେମିତି ପାଇବା ?

ପବିତ୍ର ଶାସ୍ତ୍ରରେ ଅନେକ ଛୋଟ ଛୋଟ ବହି ଅଛି । ପ୍ରତ୍ୟେକ ବହିକୁ ଅଧ୍ୟାୟରେ ଏବଂ ପ୍ରତ୍ୟେକ ଅଧ୍ୟାୟକୁ ପଦଗୁଡ଼ିକରେ ଭାଗ କରାଯାଇଛି । ଯେଉଁଠାରେ କୌଣସି ଶାସ୍ତ୍ରପଦ ଉଲ୍ଲେଖ କରାଯାଇଛି, ସେଠାରେ ପ୍ରଥମେ ବହିର ନାମ (୧), ତାʼର ଅଧ୍ୟାୟ (୨) ଏବଂ ତାʼପରେ ପଦ କିମ୍ବା ପଦଗୁଡ଼ିକ (୩) ଦିଆଯାଇଛି । ଯେପରି, ଯୋହନ ୧୭:୩ ପଦର ଅର୍ଥ ହେଉଛି ଯୋହନ ବହି, ତାʼର ୧୭ ଅଧ୍ୟାୟ ଓ ୩ ପଦ ।