इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

କଥାବାର୍ତ୍ତା ଆରମ୍ଭ କରିବା

ପାଠ ୨

କଥା କଥାରେ ହିଁ ସାକ୍ଷ୍ୟ ଦିଅନ୍ତୁ

କଥା କଥାରେ ହିଁ ସାକ୍ଷ୍ୟ ଦିଅନ୍ତୁ

ସିଦ୍ଧାନ୍ତ: “ଯଥାକାଳର କଥା କିପରି ଉତ୍ତମ !”—ହିତୋ. ୧୫:୨୩.

ଫିଲିପ୍ପ କʼଣ କଲେ ?

୧. ଭିଡିଓ ଦେଖନ୍ତୁ କିମ୍ବା ପ୍ରେରିତ ୮:୩୦, ୩୧ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:

  1.   କ. ଫିଲିପ୍ପ କେଉଁ ବିଷୟରେ ପ୍ରଶ୍ନ ପଚାରିଲେ ?

  2.  ଖ. ଏପରି ପ୍ରଶ୍ନ ପଚାରିବାରୁ କିପରି କଥାବାର୍ତ୍ତା ଆପେ ଆପେ ଆଗକୁ ବଢ଼ିଲା ? ଆଉ ଏଥିରୁ ଫିଲିପ୍ପଙ୍କୁ ଆଗକୁ ଯାଇ କʼଣ କରିବାର ସୁଯୋଗ ମିଳିଲା ?

ଫିଲିପ୍ପଙ୍କଠାରୁ ଆମେ କʼଣ ଶିଖୁ ?

୨. ଯଦି ଆମେ ତରତର ହୋଇ ସାକ୍ଷ୍ୟ ନ ଦେଇ ଆରାମରେ କଥାବାର୍ତ୍ତା ହେବା, ତେବେ ଆମେ ଯାହା ସହ କଥା ହେବା, ସେ ଡରିବ ନାହିଁ । ତାʼପରେ ଯେବେ ଆମେ କଥା କଥାରେ ହିଁ ତାକୁ ବାଇବଲର କୌଣସି ବିଷୟରେ କହିବା, ତାହେଲେ ହୁଏତ ସେ ଆମ କଥା ଧ୍ୟାନର ସହ ଶୁଣିପାରେ ।

ଫିଲିପ୍ପଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

୩. ଲୋକମାନଙ୍କ ଉପରେ ଧ୍ୟାନ ଦିଅନ୍ତୁ । ଜଣେ ବ୍ୟକ୍ତିର ଚେହେରା ଓ ତାʼର ହାବଭାବରୁ ବହୁତ କିଛି ଜଣାପଡ଼େ । କʼଣ ତାକୁ ଦେଖିକି ଲାଗୁଛି ଯେ ସେ ଆମ ସହ କଥା ହେବ ? ବାଇବଲର କୌଣସି କଥା କହିବା ପାଇଁ ଆପଣ ଏପରି କିଛି କହିପାରିବେ, ଯେପରି “କʼଣ ଆପଣ ଜାଣନ୍ତି . . . ?” ଯଦି କେହି କଥା ହେବା ପାଇଁ ଚାହାନ୍ତି ନାହିଁ, ତେବେ ତାଙ୍କୁ ଜୋର ଜବରଦସ୍ତି କରନ୍ତୁ ନାହିଁ ।

୪. ଧୈର୍ଯ୍ୟ ଧରନ୍ତୁ । ତରତର ହୋଇ କୁହନ୍ତୁ ନାହିଁ । ଏହା ଭାବନ୍ତୁ ନାହିଁ ଯେ ଆପଣଙ୍କୁ ବାଇବଲର କୌଣସି କଥା କହିବାର ହିଁ ଅଛି । ଠିକ୍‌ ସମୟର ଅପେକ୍ଷା କରନ୍ତୁ । ହୋଇପାରେ ପ୍ରଥମ ସାକ୍ଷାତରେ ବାଇବଲର କୌଣସି କଥା କହିବା ପାଇଁ ଆପଣଙ୍କୁ ସୁଯୋଗ ମିଳି ନ ପାରେ, କିନ୍ତୁ ପୁଣିଥରେ ଭେଟିବା ବେଳେ ଯଦି ଆପଣଙ୍କୁ ଏହି ସୁଯୋଗ ମିଳେ, ତେବେ ଆପଣ କଥା କଥାରେ ହିଁ ତାଙ୍କୁ ବାଇବଲର କୌଣସି ବିଷୟରେ କୁହନ୍ତୁ ।

୫. ଆବଶ୍ୟକ ଅନୁସାରେ ବିଷୟ ପରିବର୍ତ୍ତନ କରନ୍ତୁ । ବେଳେବେଳେ ହୋଇପାରେ, ଆମେ ଯାହା ସହିତ କଥା ହେଉ, ସେ କୌଣସି ଅନ୍ୟ ବିଷୟରେ କଥା ହେବାକୁ ଲାଗେ । ଏପରି ସମୟରେ ଆପଣ ଯାହା ଭାବିକି ଯାଇଥିଲେ ସେବିଷୟରେ କଥା ହୁଅନ୍ତୁ ନାହିଁ । ତାʼ ପରିବର୍ତ୍ତେ ସେହି ବ୍ୟକ୍ତିର ଆବଶ୍ୟକତା ଅନୁସାରେ ବାଇବଲର କୌଣସି ଅନ୍ୟ ବିଷୟ ଉପରେ କଥା ହୁଅନ୍ତୁ ।