इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

କଥାବାର୍ତ୍ତା ଆରମ୍ଭ କରିବା

ପାଠ ୪

ନମ୍ର ରହନ୍ତୁ

ନମ୍ର ରହନ୍ତୁ

ସିଦ୍ଧାନ୍ତ: “ନମ୍ରଚିତ୍ତ ହୋଇ ପ୍ରତ୍ୟେକେ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେ କର ।”—ଫିଲିପ୍‌. ୨:୩.

ପାଉଲ କʼଣ କଲେ ?

୧. ଭିଡିଓ ଦେଖନ୍ତୁ କିମ୍ବା ପ୍ରେରିତ ୨୬:୨, ୩ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:

  1.   କ. ପାଉଲ ରାଜା ଆଗ୍ରିପ୍‌ପାଙ୍କ ସହ ଯେପରି ଭାବେ କଥା ହେଲେ, ସେଥିରୁ କିପରି ଜଣାପଡ଼େ ଯେ ସେ ନମ୍ର ଥିଲେ ?

  2.  ଖ. ପାଉଲ ଲୋକମାନଙ୍କ ଧ୍ୟାନ ନିଜ ଉପରେ ନୁହେଁ, ବରଂ ଯିହୋବା ଓ ଶାସ୍ତ୍ର ଉପରେ ରହୁ ବୋଲି କʼଣ କଲେ ?—ପ୍ରେରିତ ୨୬:୨୨ ଦେଖନ୍ତୁ ।

ପାଉଲଙ୍କଠାରୁ ଆମେ କʼଣ ଶିଖୁ ?

୨. ଯେବେ ଆମେ ନମ୍ର ରହୁ ଓ ଆଦରର ସହ କଥା ହେଉ ତେବେ ଲୋକମାନଙ୍କୁ ଆମ କଥା ଶୁଣିବା ଆହୁରି ଭଲ ଲାଗେ ।

ପାଉଲଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

୩. କାହାରିକୁ ଛୋଟ ଅନୁଭବ କରାନ୍ତୁ ନାହିଁ । ଏପରି କଥାବାର୍ତ୍ତା ହୁଅନ୍ତୁ ନାହିଁ ଯେଉଁଥିରୁ ଜଣେ ବ୍ୟକ୍ତିକୁ ଲାଗିବ ଯେ ଆପଣଙ୍କୁ ହିଁ ସବୁକିଛି ଜଣା ଓ ତାକୁ କିଛି ଜଣାନାହିଁ । ଆଦରର ସହ କଥା ହୁଅନ୍ତୁ ।

୪. ବାଇବଲ ଉପରେ ଲୋକଙ୍କ ଧ୍ୟାନ ଲଗାଇ ରଖନ୍ତୁ । ବାଇବଲରେ ଦିଆଯାଇଥିବା ସତ୍ୟଗୁଡ଼ିକ ଲୋକମାନଙ୍କର ହୃଦୟକୁ ଛୁଇଁଯାଏ । ତେଣୁ ବାଇବଲର ବ୍ୟବହାର କରନ୍ତୁ । ଲୋକମାନଙ୍କୁ ଜଣାପଡ଼ିବା ଉଚିତ୍‌ ଯେ ଆପଣ ଯାହା ଶିଖାଉଛନ୍ତି, ତାହା ବାଇବଲରୁ ହିଁ ଅଟେ । ଏପରି ଭାବରେ ବାଇବଲ ଉପରେ ତାଙ୍କର ବିଶ୍ୱାସ ବଢ଼ିବ ।

୫. ଶାନ୍ତିରେ କଥା ହୁଅନ୍ତୁ । ନିଜ କଥାକୁ ଠିକ୍‌ ବୋଲି ପ୍ରମାଣିତ କରିବା ପାଇଁ ଅଡ଼ି ରହନ୍ତୁ ନାହିଁ । ଆମେ କାହାରି ସହ ଯୁକ୍ତିତର୍କ କରିବା ଉଚିତ୍‌ ନୁହେଁ । ତାʼ ବଦଳରେ ଆମକୁ ଶାନ୍ତ ରହିବା ଉଚିତ୍‌ ଆଉ କଥା ଆଗକୁ ବଢ଼ିବା ପୂର୍ବରୁ ସେଠାରୁ ଚାଲିଯିବା ଉଚିତ୍‌ । (ହିତୋ. ୧୭:୧୪; ତୀତ. ୩:୨) ଶାନ୍ତ ହୋଇ କଥା ହେଲେ ହୋଇପାରେ ବ୍ୟକ୍ତି ଜଣକ ପରେ ଆମ ସହ କଥା ହେବା ପାଇଁ ରାଜି ହୋଇପାରେ ।