इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

କଥାବାର୍ତ୍ତା ଆରମ୍ଭ କରିବା

ପାଠ ୬

ସାହସର ସହ ପ୍ରଚାର କରନ୍ତୁ

ସାହସର ସହ ପ୍ରଚାର କରନ୍ତୁ

ସିଦ୍ଧାନ୍ତ: ‘ତୁମ୍ଭମାନଙ୍କ ନିକଟରେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କରିବା ନିମନ୍ତେ ଆମ୍ଭମାନଙ୍କ ଈଶ୍ୱରଙ୍କ ଦ୍ୱାରା ସାହସପ୍ରାପ୍ତ ହୋଇଥିଲୁ ।’—୧ ଥେସ. ୨:୨.

ଯୀଶୁ କʼଣ କଲେ ?

୧. ଭିଡିଓ ଦେଖନ୍ତୁ କିମ୍ବା ଲୂକ ୧୯:୧-୭ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:

  1.   କ. କିଛି ଲୋକ କାହିଁକି ଜଖୀୟଙ୍କଠାରୁ ଦୂରେଇ ରହୁଥିବେ ?

  2.  ଖ. ତଥାପି ଯୀଶୁ କାହିଁକି ତାଙ୍କୁ ସାକ୍ଷ୍ୟ ଦେଇପାରିଲେ ?

ଯୀଶୁଙ୍କଠାରୁ ଆମେ କʼଣ ଶିଖୁ ?

୨. ଯଦି ଆମ ଭିତରେ ସାହସ ଥିବ, ତାହେଲେ ଆମେ କାହାରିକୁ ଭେଦଭାବ ନ କରି ସମସ୍ତଙ୍କୁ ସାକ୍ଷ୍ୟ ଦେଇପାରିବା ।

ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

୩. ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ । ଯୀଶୁ ପବିତ୍ର ଶକ୍ତି ସାହାଯ୍ୟରେ ସାହସର ସହ ପ୍ରଚାର କରିପାରିଲେ । ଆମେ ମଧ୍ୟ ଏପରି କରିପାରିବା । (ମାଥି. ୧୦:୧୯, ୨୦; ଲୂକ ୪:୧୮) ସାହସ ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯାହାଫଳରେ ଆପଣ ସେହି ଲୋକମାନଙ୍କୁ ସାକ୍ଷ୍ୟ ଦେଇପାରିବେ ଯେଉଁମାନଙ୍କ ଠାରୁ ଆପଣଙ୍କୁ ଡର ଲାଗେ ।—ପ୍ରେରି. ୪:୨୯.

୪. ଆଗରୁ ହିଁ ଭାବନ୍ତୁ ନାହିଁ ଯେ ଲୋକମାନେ ଶୁଣିବେ ନାହିଁ । ହୁଏତ କିଛି ଲୋକଙ୍କ ରୂପ-ରଙ୍ଗ, ପଦବୀ, ଜୀବନଶୈଳୀ କିମ୍ବା ସେମାନଙ୍କ ଧର୍ମକୁ ଦେଖି ଆମେ ସେମାନଙ୍କ ସହ କଥା ହେବା ପାଇଁ ପଛଘୁଞ୍ଚା ଦେଇପାରୁ । ହୁଏତ ଆମେ ପୂର୍ବରୁ ହିଁ ଭାବିଦେଉ ଯେ ସେହି ବ୍ୟକ୍ତି ଆମ କଥା ଶୁଣିବ ନାହିଁ । କିନ୍ତୁ ମନେ ରଖନ୍ତୁ:

  1.   କ. ଆମେ ଲୋକମାନଙ୍କ ହୃଦୟର କଥା ଜାଣିପାରିବାନି, କେବଳ ଯିହୋବା ଓ ଯୀଶୁ ହିଁ ଜାଣିପାରିବେ ।

  2.  ଖ. ଯିହୋବା ଯେକୌଣସି ବ୍ୟକ୍ତିକୁ ନିଜ ଆଡ଼କୁ ଆକର୍ଷିତ କରିପାରିବେ ।

୫. ସାହସର ସହ ସତର୍କ ହୋଇ କାମ କରନ୍ତୁ । (ମାଥି. ୧୦:୧୬) କାହାରି ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଯଦି କେହି ଆପଣଙ୍କ କଥା ଶୁଣିବା ପାଇଁ ଚାହେଁନି କିମ୍ବା ଆପଣଙ୍କୁ ଲାଗେ ଯେ ଆପଣ ବିପଦରେ ଅଛନ୍ତି, ତେବେ କଥାବାର୍ତ୍ତା ଶେଷ କରିଦିଅନ୍ତୁ ଓ ଶାନ୍ତିର ସହ ସେଠାରୁ ଚାଲିଯାʼନ୍ତୁ ।—ହିତୋ. ୧୭:୧୪.