इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପୁଣିଥରେ ଭେଟିବା ସମୟରେ

ପାଠ ୮

ଧୈର୍ଯ୍ୟ ଧରନ୍ତୁ

ଧୈର୍ଯ୍ୟ ଧରନ୍ତୁ

ସିଦ୍ଧାନ୍ତ: “ପ୍ରେମ ଦୀର୍ଘସହିଷ୍ଣୁ ।”—୧ କରି. ୧୩:୪.

ଯୀଶୁ କʼଣ କଲେ ?

୧. ଭିଡିଓ ଦେଖନ୍ତୁ କିମ୍ବା ଯୋହନ ୭:୩-୫ ୧ କରିନ୍ଥୀୟ ୧୫:୩, ୪, ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:

  1.   କ. କʼଣ ଆରମ୍ଭରେ ଯୀଶୁଙ୍କ ଭାଇମାନେ ତାଙ୍କ କଥା ଉପରେ ବିଶ୍ୱାସ କଲେ ?

  2.  ଖ. କିପରି ଜଣାପଡ଼େ ଯେ ଯୀଶୁଙ୍କୁ ଭରସା ଥିଲା ଯେ ତାଙ୍କ ଭାଇ ଯାକୁବ ଦିନେ ନା ଦିନେ ତାଙ୍କ ଉପରେ ବିଶ୍ୱାସ କରିବେ ?

ଯୀଶୁଙ୍କଠାରୁ ଆମେ କʼଣ ଶିଖୁ ?

୨. ହୁଏତ କିଛି ଲୋକମାନଙ୍କୁ ଆମ ସନ୍ଦେଶ ଉପରେ ବିଶ୍ୱାସ କରିବା ପାଇଁ ଅଧିକ ସମୟ ଲାଗିପାରେ । ଏପରି ସମୟରେ ଆମକୁ ଧୈର୍ଯ୍ୟ ଧରିବା ଉଚିତ୍‌ ।

ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

୩. ଉପାୟ ବଦଳାଇ ଦେଖନ୍ତୁ । ଯଦି କୌଣସି ବ୍ୟକ୍ତି ବାଇବଲ ଅଧ୍ୟୟନ କରିବା ପାଇଁ ତୁରନ୍ତ ରାଜି ହୁଏନି, ତେବେ ତାକୁ ବାଧ୍ୟ କରନ୍ତୁ ନାହିଁ । ଯଦି ସମ୍ଭବ, ଆପଣ ତାକୁ କୌଣସି ଭିଡିଓ କିମ୍ବା ଲେଖା ଦେଖାଇପାରିବେ । ଏଥିରୁ ସେ ହୁଏତ ବୁଝିପାରିବ ଯେ ବାଇବଲ ଅଧ୍ୟୟନ କିପରି ହୁଏ ଆଉ ତାକୁ ଏଥିରୁ କିପରି ଲାଭ ହେବ ।

୪. ତୁଳନା କରନ୍ତୁ ନାହିଁ । ସମସ୍ତଙ୍କର ପରିସ୍ଥିତି ଅଲଗା ଅଲଗା ହୋଇଥାଏ । ହୋଇପାରେ ଆପଣଙ୍କ କୌଣସି ସମ୍ପର୍କୀୟ କିମ୍ବା ଆଉ କେହି ବାଇବଲ ଅଧ୍ୟୟନ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି କିମ୍ବା ତାଙ୍କୁ ବାଇବଲର କୌଣସି ଶିକ୍ଷା ମାନିବା ପାଇଁ ମୁସ୍କିଲ ଲାଗୁଛି । ତେବେ ଭାବନ୍ତୁ ଯେ ତାଙ୍କୁ ଏପରି କାହିଁକି ଲାଗୁଛି ? କʼଣ ତାଙ୍କୁ ନିଜ ଧର୍ମର କୌଣସି ଶିକ୍ଷା କିମ୍ବା ରୀତିନୀତି ଛାଡ଼ିବା ପାଇଁ କଷ୍ଟ ଲାଗୁଛି ? କିମ୍ବା କʼଣ ତାଙ୍କର ସମ୍ପର୍କୀୟ, ପଡ଼ୋଶୀମାନେ ତାଙ୍କୁ ଏପରି କରିବା ପାଇଁ ମନା କରୁଛନ୍ତି ? କାହାରିକୁ ବାଇବଲର କଥା ବୁଝିବା ପାଇଁ ଆଉ ତାକୁ ମାନିବା ପାଇଁ ସମୟ ଲାଗିପାରେ । ସେଥିପାଇଁ ଧୈର୍ଯ୍ୟ ଧରନ୍ତୁ ।

୫. ପ୍ରାର୍ଥନା କରନ୍ତୁ । ଆପଣ ନିରାଶ ନ ହେବା ପାଇଁ ଓ ଲୋକମାନଙ୍କ ସହ ଭାବିଚିନ୍ତି କଥା ହେବା ପାଇଁ ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ । ଯଦି ଆପଣଙ୍କୁ ଲାଗେ ଯେ ଆପଣ ଯାହା ସହ କଥା ହେଉଛନ୍ତି, ସେ ବେଶି ଆଗ୍ରହ ଦେଖାଉ ନାହିଁ ଓ ଆପଣଙ୍କୁ ଏହା ବି ଲାଗୁଛି ଯେ ତାʼସହ ଭେଟିବା ବନ୍ଦ କରିଦେବା ଉଚିତ୍‌, ତାହେଲେ ଏବିଷୟରେ ପ୍ରାର୍ଥନା କରନ୍ତୁ ।—୧ କରି. ୯:୨୬.