इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପୁଣିଥରେ ଭେଟିବା ସମୟରେ

ପାଠ ୯

ଲୋକମାନଙ୍କର କଷ୍ଟକୁ ବୁଝନ୍ତୁ

ଲୋକମାନଙ୍କର କଷ୍ଟକୁ ବୁଝନ୍ତୁ

ସିଦ୍ଧାନ୍ତ: “ଯେଉଁମାନେ ଆନନ୍ଦ କରନ୍ତି, ସେମାନଙ୍କ ସହିତ ଆନନ୍ଦ କର; ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ କର ।” —ରୋମୀ. ୧୨:୧୫.

ଯୀଶୁ କʼଣ କଲେ ?

୧. ଭିଡିଓ ଦେଖନ୍ତୁ କିମ୍ବା ମାର୍କ ୬:୩୦-୩୪ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:

  1.   କ. ଯୀଶୁ ଆଉ ତାଙ୍କ ଶିଷ୍ୟମାନେ କାହିଁକି ଗୋଟିଏ “ନିର୍ଜ୍ଜନ” ଜାଗାକୁ ଯିବା ପାଇଁ ଚାହୁଁଥିଲେ ?

  2.  ଖ. ଯୀଶୁ କାହିଁକି ଲୋକମାନଙ୍କୁ ଶିଖାଇବାକୁ ଲାଗିଲେ ?

ଯୀଶୁଙ୍କଠାରୁ ଆମେ କʼଣ ଶିଖୁ ?

୨. ଯଦି ଆମେ ଲୋକମାନଙ୍କ କଷ୍ଟକୁ ବୁଝିବା, ତେବେ ଆମେ ସେମାନଙ୍କୁ କେବଳ ସନ୍ଦେଶ ଶୁଣାଇବାନି ବରଂ ତାଙ୍କ ବିଷୟରେ ଚିନ୍ତା ବି କରିବା ।

ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

୩. ଧ୍ୟାନ ଦେଇ ଶୁଣନ୍ତୁ । ସେ ବ୍ୟକ୍ତିକୁ ମନଖୋଲି କଥା ହେବା ପାଇଁ ଦିଅନ୍ତୁ । ତାʼ କଥା କାଟନ୍ତୁ ନାହିଁ । ଯଦି ସେ କହେ ଯେ ତାକୁ କିପରି ଲାଗୁଛି, କେଉଁ କଥାକୁ ନେଇ କି ତାʼର ଚିନ୍ତା ଅଛି କିମ୍ବା ଯଦି ସେ ନିଜର ମତ କୁହେ, ତେବେ ତାʼ କଥାକୁ ଅଣଦେଖା କରନ୍ତୁ ନାହିଁ ବରଂ ଧ୍ୟାନ ଦେଇ ଶୁଣନ୍ତୁ । ଏପରି କଲେ ସେ ଦେଖିପାରିବ ଯେ ଆପଣ ତାʼର ସତରେ ଚିନ୍ତା କରନ୍ତି ।

୪. ସେ ବ୍ୟକ୍ତି ବିଷୟରେ ଭାବନ୍ତୁ । ଆପଣ ଏବେ ଯାଏ ତାʼ ସହ ଯାହା ବି କଥା ହୋଇଛନ୍ତି, ତାକୁ ଧ୍ୟାନରେ ରଖି ଭାବନ୍ତୁ:

  1.   କ. ‘ସେ ବ୍ୟକ୍ତିକୁ ସତ୍ୟ ବିଷୟରେ ଜାଣିଲେ କାହିଁକି ଭଲ ଲାଗିବ ?’

  2.  ଖ. ‘ବାଇବଲ ଅଧ୍ୟୟନ କଲେ କିପରି ତାକୁ ଲାଭ ହେବ ଆଉ ଭବିଷ୍ୟତ ପାଇଁ ଗୋଟିଏ ଆଶା ବି ମିଳିବ ?’

୫. ସେ ବ୍ୟକ୍ତିର ଆବଶ୍ୟକତା ଅନୁସାରେ ଶିଖାନ୍ତୁ । ସୁଯୋଗ ମିଳିଲେ ତାକୁ ଏହା କହିବା ପାଇଁ ଚେଷ୍ଟା କରନ୍ତୁ ଯେ ବାଇବଲ ଅଧ୍ୟୟନ କଲେ ତାକୁ କʼଣ କʼଣ ଲାଭ ହେବ । ଯେପରି ତାକୁ ନିଜର ପ୍ରଶ୍ନଗୁଡ଼ିକର ଉତ୍ତର ମିଳିବ, ଆଉ ଜୀବନର ଅନେକ କ୍ଷେତ୍ରରେ ଭଲ ପରାମର୍ଶ ବି ମିଳିବ ।