इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲ ଅଧ୍ୟୟନ ସମୟରେ

ପାଠ ୧୧

ସହଜ ଉପାୟରେ ଶିଖାନ୍ତୁ

ସହଜ ଉପାୟରେ ଶିଖାନ୍ତୁ

ସିଦ୍ଧାନ୍ତ: ‘ତୁମ୍ଭେମାନେ ମଧ୍ୟ ଯଦି ସହଜ ବୋଧଗମ୍ୟ କଥା ନ କୁହ, ତେବେ କଅଣ କହୁଅଛ, ତାହା କିପରି ଜଣାଯିବ ?’—୧ କରି. ୧୪:୯.

ଯୀଶୁ କʼଣ କଲେ ?

୧. ଭିଡିଓ ଦେଖନ୍ତୁ କିମ୍ବା ମାଥିଉ ୬:୨୫-୨୭ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:

  1.   କ. ଯୀଶୁ କିପରି ଉଦାହରଣ ଦେଇ ଶିଖାଇଲେ ଯେ ଯିହୋବା ଆମର ଚିନ୍ତା କରନ୍ତି ?

  2.  ଖ. ଯୀଶୁ ପକ୍ଷୀଗୁଡ଼ିକ ବିଷୟରେ ବହୁତ କିଛି ଜାଣିଥିଲେ, ତଥାପି ସେ କେବଳ କେଉଁ କଥା ବିଷୟରେ କହିଲେ ? ଏହା ଶିଖାଇବାର କାହିଁକି ଏକ ଭଲ ଉପାୟ ଥିଲା ?

ଯୀଶୁଙ୍କଠାରୁ ଆମେ କʼଣ ଶିଖୁ ?

୨. ଯଦି ଆମେ ସହଜ ଉପାୟରେ ଶିଖାଇବା ତାହେଲେ ଆମ କଥାଗୁଡ଼ିକ ଲୋକମାନଙ୍କ ହୃଦୟକୁ ଛୁଇଁଯିବ ଓ ସେମାନଙ୍କୁ ତାହା ମନେ ରହିବ ।

ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

୩. କମ୍‌ କହନ୍ତୁ । ହୁଏତ କୌଣସି ବିଷୟରେ ଆପଣ ବହୁତ କିଛି ଜାଣିଥିବେ, କିନ୍ତୁ ସେସବୁ ବିଷୟରେ ନ କହି କେବଳ ବହିରେ ଯାହା ଦିଆଯାଇଛି ତାʼ ଉପରେ ଆଲୋଚନା କରନ୍ତୁ । ପ୍ରଶ୍ନ ପଚାରିବା ପରେ ଟିକେ ଅପେକ୍ଷା କରନ୍ତୁ । ବିଦ୍ୟାର୍ଥୀକୁ ଉତ୍ତର ଦେବା ପାଇଁ ସମୟ ଦିଅନ୍ତୁ । ଯଦି ସେ ଉତ୍ତର ଦିଏ ନାହିଁ କିମ୍ବା କୌଣସି ଭୁଲ ମତ ଦିଏ, ତେବେ କିଛି ଏପରି ପ୍ରଶ୍ନ ପଚାରନ୍ତୁ ଯାହାଦ୍ୱାରା ସେ ନିଜେ ହିଁ ବିଷୟକୁ ଭଲଭାବେ ବୁଝିପାରିବ । ଯେବେ ବିଦ୍ୟାର୍ଥୀ ମୁଖ୍ୟ କଥାକୁ ବୁଝିଯାଏ, ତାʼପରେ ଆଗକୁ ବଢ଼ନ୍ତୁ ।

୪. ନୂଆ ବିଷୟକୁ ପୂର୍ବରୁ ଶିଖିଥିବା କଥାଗୁଡ଼ିକ ସହ ଯୋଡ଼ନ୍ତୁ । କିଛି ନୂଆ ଶିଖାଇବା ପୂର୍ବରୁ ବିଦ୍ୟାର୍ଥୀକୁ ମନେ ପକାଇ ଦିଅନ୍ତୁ ଯେ ସେ ସେହି ବିଷୟରେ ପୂର୍ବରୁ କʼଣ ଶିଖିଥିଲା । ଯେପରି, ମରିଯାଇଥିବା ଲୋକମାନଙ୍କୁ ପୁଣି ଜୀବିତ କରାଯିବା ବିଷୟରେ ବୁଝାଇବା ପୂର୍ବରୁ ଆପଣ ତାକୁ ପଚାରିପାରିବେ କʼଣ ତାକୁ ମନେ ଅଛି ଯେ ମୃତ୍ୟୁ ପରେ ଆମର କʼଣ ହୁଏ ।

୫. ଭାବିଚିନ୍ତି ଉଦାହରଣ ଦିଅନ୍ତୁ । କୌଣସି ଉଦାହରଣ ଦେବା ପୂର୍ବରୁ ଭାବନ୍ତୁ:

  1.   କ. ‘କʼଣ ଏହା ବୁଝିବାରେ ସହଜ ?’

  2.  ଖ. ‘କʼଣ ବିଦ୍ୟାର୍ଥୀ ଏହାକୁ ତୁରନ୍ତ ବୁଝିପାରିବ ?’

  3.  ଗ. ‘ଏହି ଉଦାହରଣରୁ ମୁଁ ତାକୁ ଯେଉଁ କଥା ଶିଖାଇବାକୁ ଚାହେଁ, କʼଣ ସେହି କଥା ତାକୁ ମନେ ରହିବ ନା କେବଳ ଉଦାହରଣ ହିଁ ମନେ ରହିବ?’