इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲ ଅଧ୍ୟୟନ ସମୟରେ

ପାଠ ୧୨

ବିନା ଡରି ପରାମର୍ଶ ଦିଅନ୍ତୁ

ବିନା ଡରି ପରାମର୍ଶ ଦିଅନ୍ତୁ

ସିଦ୍ଧାନ୍ତ: “ତୈଳ ଓ ସୁଗନ୍ଧି ଧୂପ ମନକୁ ଆହ୍ଲାଦିତ କରେ, ମନର ମନ୍ତ୍ରଣାରୁ ଜାତ ମିତ୍ରର ମିଷ୍ଟତା ତଦ୍ରୂପ କରେ ।”—ହିତୋ. ୨୭:୯.

ଯୀଶୁ କʼଣ କଲେ ?

୧. ଭିଡିଓ ଦେଖନ୍ତୁ କିମ୍ବା ମାର୍କ ୧୦:୧୭-୨୨ ପଢ଼ନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ବିଷୟରେ ଭାବନ୍ତୁ:

  1.   କ. ଯୀଶୁ ସେହି ଧନୀ ବ୍ୟକ୍ତିଙ୍କର କେଉଁ ଭଲ ଗୁଣଗୁଡ଼ିକୁ ଧ୍ୟାନ ଦେଇଥିବେ ?

  2.  ଖ. ତାଙ୍କୁ ପରାମର୍ଶ ଦେବା ପାଇଁ ଯୀଶୁଙ୍କୁ କାହିଁକି ସାହସ ଦରକାର ଥିଲା ? ଏଥିରୁ କିପରି ଜଣାପଡ଼େ ଯେ ଯୀଶୁଙ୍କ ମନରେ ତାଙ୍କ ପାଇଁ ପ୍ରେମ ଥିଲା ?

ଯୀଶୁଙ୍କଠାରୁ ଆମେ କʼଣ ଶିଖୁ ?

୨. ଆମକୁ ପ୍ରେମର ସହ କିନ୍ତୁ ଖୋଲିକି ନିଜ ବିଦ୍ୟାର୍ଥୀକୁ କହିବାକୁ ହେବ ଯେ ତାକୁ ଆଗକୁ ବଢ଼ିବା ପାଇଁ କʼଣ କରିବାକୁ ପଡ଼ିବ ?

ଯୀଶୁଙ୍କ ଭଳି ଆମକୁ କʼଣ କରିବା ଉଚିତ୍‌ ?

୩. ଲକ୍ଷ୍ୟ ରଖିବା ପାଇଁ ଆଉ ତାକୁ ପୂରା କରିବା ପାଇଁ ବିଦ୍ୟାର୍ଥୀକୁ ସାହାଯ୍ୟ କରନ୍ତୁ ।

  1.   କ. ଖୁସିଭରା ଜୀବନ ବହିର ପ୍ରତ୍ୟେକ ପାଠରେ ଦିଆଯାଇଥିବା “ଲକ୍ଷ୍ୟ” ଭାଗକୁ ଭଲଭାବରେ ବ୍ୟବହାର କରନ୍ତୁ । ଆଉ କିଛି ଲକ୍ଷ୍ୟ ରଖିବା ପାଇଁ ବି ତାକୁ ସାହାଯ୍ୟ କରନ୍ତୁ ।

  2.  ଖ. ତାକୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ନିଜ ଛୋଟ ଓ ବଡ଼ ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ପାଇଁ ତାକୁ କʼଣ କʼଣ କରିବାକୁ ହେବ ?

  3.  ଗ. ସେ ଯାହା ପରିଶ୍ରମ କରେ ତାʼପାଇଁ ତାକୁ ପ୍ରଶଂସା କରନ୍ତୁ ।

୪. ଭାବନ୍ତୁ ଯେ କେଉଁ କଥା ବିଦ୍ୟାର୍ଥୀକୁ ଆଗକୁ ବଢ଼ିବା ପାଇଁ ବାଧା ଦେଉଛି ଆଉ ତାʼପରେ ତାକୁ ସାହାଯ୍ୟ କରନ୍ତୁ ।

  1.   କ. ଭାବନ୍ତୁ:

    • ‘ସେ ବାପ୍ତିସ୍ମ ନେବାର ପଦକ୍ଷେପ କାହିଁକି ନେଇପାରୁ ନାହିଁ ?’

    • ‘ମୁଁ ତାକୁ ସାହାଯ୍ୟ କରିବା ପାଇଁ କʼଣ କରିପାରିବି ?’

  2.  ଖ. ତାକୁ କʼଣ କରିବାର ଅଛି ତାହା ଖୋଲିକି ଓ ପ୍ରେମର ସହ କହିବା ପାଇଁ ଯିହୋବାଙ୍କଠାରୁ ସାହାଯ୍ୟ ମାଗନ୍ତୁ ।

୫. ଯଦି ବିଦ୍ୟାର୍ଥୀ ଆଗକୁ ବଢ଼ୁନାହିଁ ତେବେ ଅଧ୍ୟୟନ ବନ୍ଦ କରିଦିଅନ୍ତୁ ।

  1.   କ. ଅଧ୍ୟୟନ ଜାରି ରଖିବେ ନା ନାହିଁ ଏହା ନିଷ୍ପତ୍ତି ନେବା ପୂର୍ବରୁ ଭାବନ୍ତୁ:

    • ‘ସେ ଯାହା ଶିଖୁଛି କʼଣ ତାʼଅନୁସାରେ କାମ ବି କରୁଛି ?’

    • ‘କʼଣ ସେ ସଭାକୁ ଆସୁଛି ଆଉ ଶିଖିଥିବା କଥା ଅନ୍ୟମାନଙ୍କୁ କହୁଛି ?’

    • ‘ଯଦି ସେ ବହୁତ ଦିନରୁ ଅଧ୍ୟୟନ କରୁଛି ତ କʼଣ ସେ ଯିହୋବାଙ୍କ ସାକ୍ଷୀ ହେବା ପାଇଁ ଭାବୁଛି ?’

  2.  ଖ. ଯଦି ବିଦ୍ୟାର୍ଥୀ ଆଗକୁ ବଢ଼ୁନାହିଁ ତେବେ:

    • ତାକୁ ଭାବିବା ପାଇଁ କହନ୍ତୁ ଯେ କେଉଁ କଥା ତାକୁ ବାଧା ଦେଉଛି ।

    • ତାକୁ ପ୍ରେମର ସହ ବୁଝାନ୍ତୁ ଯେ ଆପଣ କାହିଁକି ଅଧ୍ୟୟନ ବନ୍ଦ କରୁଛନ୍ତି ।

    • ତାକୁ କହନ୍ତୁ ଯଦି ସେ ପୁଣିଥରେ ଅଧ୍ୟୟନ କରିବାକୁ ଚାହେଁ, ତାହେଲେ ତାକୁ କʼଣ କରିବାକୁ ହେବ ।