इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆଉ କିଛି ପରାମର୍ଶ—ଗ

ଖୁସିଭରା ଜୀବନ ବହିରୁ ବାଇବଲ ଅଧ୍ୟୟନ କିପରି କରାଇବି ?

ଖୁସିଭରା ଜୀବନ ବହିରୁ ବାଇବଲ ଅଧ୍ୟୟନ କିପରି କରାଇବି ?

ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିକୁ ବହୁତ ପରିଶ୍ରମ କରି ତିଆରି କରାଯାଇଛି । ଏହାକୁ ପ୍ରସ୍ତୁତ କରିବା ସମୟରେ ଭାଇମାନେ ବହୁତ ଅନୁସନ୍ଧାନ କଲେ ଓ ବହୁତ ପ୍ରାର୍ଥନା କଲେ । ଏହାର ଭଲଭାବେ ବ୍ୟବହାର କରିବା ପାଇଁ ଆପଣ ବାଇବଲ ଅଧ୍ୟୟନ କରାଇବା ବେଳେ ଆଗକୁ ଦିଆଯାଇଥିବା ଉପାୟଗୁଡ଼ିକୁ ଆପଣାଇ ପାରିବେ ।

ଅଧ୍ୟୟନ ପୂର୍ବରୁ

  1. ୧. ଭଲ ପ୍ରସ୍ତୁତି କରନ୍ତୁ । ନିଜ ବିଦ୍ୟାର୍ଥୀର ଆବଶ୍ୟକତାଗୁଡ଼ିକ ବିଷୟରେ ଭାବନ୍ତୁ । ତାʼ ପରିସ୍ଥିତି ବିଷୟରେ ଭାବନ୍ତୁ । ଏହା ବି ଭାବନ୍ତୁ ଯେ ସେ କʼଣ ମାନି ଆସୁଛି । ଏହା ଦେଖିବା ପାଇଁ ଚେଷ୍ଟା କରନ୍ତୁ ଯେ ଏପରି କେଉଁ କଥା ଅଛି ଯାହା ତାକୁ ବୁଝିବା ଓ ମାନିବା ପାଇଁ କଷ୍ଟ ଲାଗିବ । ଭାବନ୍ତୁ ଯେ “ଅଧିକ ଜାଣନ୍ତୁ” ଭାଗର କେଉଁ କଥାଗୁଡ଼ିକ ତାʼ କାମରେ ଆସିପାରେ ଓ ସେବିଷୟରେ କହିବା ପାଇଁ ପ୍ରସ୍ତୁତ ରହନ୍ତୁ ।

ଅଧ୍ୟୟନ ସମୟରେ

  1. ୨. ଯଦି ବିଦ୍ୟାର୍ଥୀକୁ ଅସୁବିଧା ହୁଏନି, ତାହେଲେ ଆରମ୍ଭରେ ଓ ଶେଷରେ ପ୍ରାର୍ଥନା କରନ୍ତୁ ।

  2. ୩. ନିଜେ ବେଶି କହନ୍ତୁ ନାହିଁ । ବହିରେ ଯାହା ଦିଆଯାଇଛି, ତାʼ ଉପରେ ହିଁ ଆଲୋଚନା କରନ୍ତୁ ଓ ବିଦ୍ୟାର୍ଥୀକୁ କହିବାକୁ ଦିଅନ୍ତୁ ।

  3. ୪. ବହିର କୌଣସି ନୂଆ ଭାଗ ଆରମ୍ଭ କରିବା ପୂର୍ବରୁ ତାହା କେଉଁ ବିଷୟରେ ଅଛି, ତାହା ପ୍ରଥମେ ପଢ଼ନ୍ତୁ ଓ ସେହି ଭାଗରେ ଦିଆଯାଇଥିବା କୌଣସି ବିଶେଷ କଥା ବିଷୟରେ କହନ୍ତୁ ।

  4. ୫. ଯେବେ କୌଣସି ଭାଗ ଶେଷ ହୁଏ, ତେବେ ତାହାର ଶେଷରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ । ଏପରି କଲେ ବିଦ୍ୟାର୍ଥୀ ସେହି ଭାଗରେ ଯାହା ଶିଖିଲା ତାହା ମନେ ରଖିପାରିବ ।

  5. ୬. ଅଧ୍ୟୟନ କରାଇବା ପାଇଁ:

    1. କ. ପାରାଗ୍ରାଫ ପଢ଼ନ୍ତୁ ।

    2. ଖ. ସେହି ସବୁ ପଦଗୁଡ଼ିକୁ ପଢ଼ନ୍ତୁ, ଯାହା ଆଗରେ “ପଢ଼ନ୍ତୁ” ଲେଖାଅଛି ।

    3. ଗ. ଯଦି ଆବଶ୍ୟକ ଲାଗେ, ତାହେଲେ ଅନ୍ୟ ପଦଗୁଡ଼ିକୁ ମଧ୍ୟ ପଢ଼ନ୍ତୁ ।

    4. ଘ. ସେହି ସବୁ ଭିଡିଓଗୁଡ଼ିକୁ ଦେଖନ୍ତୁ ଯାହା ଆଗରେ “ଭିଡିଓ ଦେଖନ୍ତୁ” ଲେଖାଅଛି (ଯଦି ଉପଲବ୍ଧ ଅଛି ତାହେଲେ) ।

    5. ଙ. ସବୁ ପ୍ରଶ୍ନଗୁଡ଼ିକର ଉତ୍ତର ପଚାରନ୍ତୁ ।

    6. ଚ. “ଭାବନ୍ତୁ ଓ ଶିଖନ୍ତୁ” ଭାଗରେ ଦିଆଯାଇଥିବା ଚିତ୍ରଗୁଡ଼ିକୁ ଦେଖିବା ପାଇଁ କହନ୍ତୁ ଓ ବିଦ୍ୟାର୍ଥୀକୁ ପଚାରନ୍ତୁ ଯେ ସେଥିରେ କʼଣ କୁହାଯାଇଛି ।

    7. ଛ. ପ୍ରତି ପାଠରେ ଦିଆଯାଇଥିବା “ଲକ୍ଷ୍ୟ” ଭାଗ ଦେଖିବା ପାଇଁ କହନ୍ତୁ । ବିଦ୍ୟାର୍ଥୀକୁ କହନ୍ତୁ ଯେ ସେ ସେଥିରେ ଦିଆଯାଇଥିବା ଲକ୍ଷ୍ୟ ରଖିପାରେ ଏବଂ ଆଉ କିଛି ଲକ୍ଷ୍ୟ ମଧ୍ୟ ରଖିପାରେ । ଏପରି କଲେ ସେ ନିଜେ ଦେଖିପାରିବ ଯେ ସେ ଆଗକୁ ବଢ଼ୁଛି ନା ନାହିଁ ।

    8. ଜ. ବିଦ୍ୟାର୍ଥୀକୁ ପଚାରନ୍ତୁ ଯେ କʼଣ ଅଧ୍ୟୟନର ପ୍ରସ୍ତୁତି କଲାବେଳେ ତାକୁ “ଅଧିକ ଜାଣନ୍ତୁ” ଭାଗରୁ କୌଣସି ଭିଡିଓ କିମ୍ବା ଲେଖା ଭଲ ଲାଗିଲା ।

    9. ଝ. ଥରକରେ ଗୋଟିଏ ପାଠ ଶେଷ କରିବା ପାଇଁ ଚେଷ୍ଟା କରନ୍ତୁ ।

ଅଧ୍ୟୟନ ପରେ

  1. ୭. ନିଜ ବିଦ୍ୟାର୍ଥୀ ବିଷୟରେ ସବୁବେଳେ ଭାବନ୍ତୁ । ଆପଣଙ୍କ ବିଦ୍ୟାର୍ଥୀର ପରିଶ୍ରମ ଉପରେ ଯିହୋବାଙ୍କ ଆଶିଷ ପାଇଁ ଓ ସେ ଆଗକୁ ବଢ଼ିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ । ଯିହୋବାଙ୍କୁ ବୁଦ୍ଧି ମଧ୍ୟ ମାଗନ୍ତୁ ଯାହାଫଳରେ ଆପଣ ନିଜ ବିଦ୍ୟାର୍ଥୀକୁ ସାହାଯ୍ୟ କରିପାରିବେ ।