इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା

ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା

ପରିଚାରକ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପରିଚାରକମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଗାଡ଼ି ରଖିବା, ଭିଡ଼କୁ ନିୟନ୍ତ୍ରଣ କରିବା, ବସିବା ପାଇଁ ଜାଗା ରଖିବା ଓ ଅନ୍ୟ ବିଷୟଗୁଡ଼ିକରେ ସେମାନଙ୍କ ନିର୍ଦ୍ଦେଶକୁ ଦୟାପୂର୍ବକ ପାଳନ କରି ତାଙ୍କୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରନ୍ତୁ ।

ବାପ୍ତିସ୍ମ ବାପ୍ତିସ୍ମ ପ୍ରାର୍ଥୀମାନଙ୍କ ପାଇଁ ଷ୍ଟେଜ୍‌ର ସାମନାରେ ସିଟ୍‌ଗୁଡ଼ିକ ରଖାଯିବ । ଯଦି ସେମାନଙ୍କ ବସିବାର ଅନ୍ୟ କୌଣସି ବ୍ୟବସ୍ଥା ଥାଏ, ତେବେ ସେବିଷୟରେ ଜଣାଇ ଦିଆଯିବ । ଶନିବାର ସକାଳେ ବାପ୍ତିସ୍ମର ଭାଷଣ ଆରମ୍ଭ ହେବା ପୂର୍ବରୁ ବାପ୍ତିସ୍ମ ପ୍ରାର୍ଥୀମାନଙ୍କୁ ସେଠାରେ ଆସି ବସିବା ଉଚିତ୍‌ । ପ୍ରତ୍ୟେକଙ୍କୁ ନିଜ ନିଜ ଗାମୁଛା ଏବଂ ଉପଯୁକ୍ତ ପୋଷାକ ଆଣିବା ଉଚିତ୍‌ ।

ଦାନ ଅଧିବେଶନରେ ବସିବା ପାଇଁ ଭଲ ବ୍ୟବସ୍ଥା, ସାଉଣ୍ଡ୍‌ ସିଷ୍ଟମ୍‌ ଓ ଅନ୍ୟ ସୁବିଧାଗୁଡ଼ିକ ପାଇଁ ଯଥେଷ୍ଟ ଖର୍ଚ୍ଚ କରାଯାଇଛି, ଯାହାଦ୍ୱାରା ସମସ୍ତେ ଅଧିବେଶନର ସମ୍ପୂର୍ଣ୍ଣ ଆନନ୍ଦ ନେଇପାରିବେ ଏବଂ ଯିହୋବାଙ୍କ ନିକଟବର୍ତ୍ତୀ ହୋଇପାରିବେ । ଏହି ଖର୍ଚ୍ଚକୁ ଭରଣ କରିବା ଏବଂ ବିଶ୍ୱବ୍ୟାପୀ କାମକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ସ୍ୱେଚ୍ଛାଦାନରୁ ସାହାଯ୍ୟ ମିଳେ । ଆପଣଙ୍କ ସୁବିଧା ପାଇଁ ଅଧିବେଶନରେ ଅନେକ ଜାଗାରେ ଦାନ ବାକ୍ସଗୁଡ଼ିକ ରଖାଯାଇଛି । କିନ୍ତୁ ଯଦି ସମ୍ଭବ, ତେବେ ଆପଣ donate.pr418.comରେ ଯାଇ ଅନଲାଇନ୍‌ ଦାନ କରନ୍ତୁ । ଆପଣ ଯେଉଁ ଦାନ ଦିଅନ୍ତି, ସେଥିପାଇଁ ଆମେ ହୃଦୟର ସହିତ ଧନ୍ୟବାଦ ଜଣାଉଛୁ । ବିଶ୍ୱବ୍ୟାପୀ କାମକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଉଦାରପୂର୍ଣ୍ଣ ସାହାଯ୍ୟ ପାଇଁ ପ୍ରଶାସନ ଦଳ ଆପଣଙ୍କଠାରେ କୃତଜ୍ଞ ।

ପ୍ରାଥମିକ ଚିକିତ୍ସା ଦୟାକରି ମନେ ରଖନ୍ତୁ ଯେ ଏହି ସେବା କେବଳ ଅତି ଜରୁରୀକାଳୀନ ପରିସ୍ଥିତିରେ ହିଁ ଉପଲବ୍‌ଧ କରାଯାଏ ।

ହଜିଥିବା ଓ ମିଳିଥିବା ବିଭାଗ ଯଦି ଅନ୍ୟର କୌଣସି ହଜିଥିବା ଜିନିଷ ଆପଣଙ୍କୁ ମିଳେ, ତେବେ ଏହି ବିଭାଗରେ ଜମା କରନ୍ତୁ । ଯଦି ଆପଣଙ୍କ ଜିନିଷ ହଜିଯାଇଛି, ତେବେ ଏହି ବିଭାଗକୁ ଯାଇ ପଚାରନ୍ତୁ । ଯଦି କୌଣସି ଛୋଟ ପିଲା ନିଜ ବାପାମାଆଙ୍କଠାରୁ ଅଲଗା ହୋଇଯାଇଛନ୍ତି, ଏହି ବିଭାଗରେ ଜଣାନ୍ତୁ । ଦୟାକରି ନିଜ ପିଲାମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ସେମାନଙ୍କୁ ସବୁବେଳେ ନିଜ ସହିତ ରଖନ୍ତୁ, ଯାହାଫଳରେ କାହାରିକୁ ଅଯଥା ଅସୁବିଧା ହେବ ନାହିଁ ।

ବସିବା ପାଇଁ ବ୍ୟବସ୍ଥା ଦୟାକରି ଅନ୍ୟମାନଙ୍କ ସୁବିଧା ପ୍ରତି ଧ୍ୟାନ ଦିଅନ୍ତୁ । ମନେ ରଖନ୍ତୁ, ଯେଉଁମାନେ ଆପଣଙ୍କ ସହିତ ଗୋଟିଏ ଗାଡ଼ିରେ ଆସିଛନ୍ତି, ଗୋଟିଏ ଘରେ ରହୁଛନ୍ତି ଏବଂ ଯେଉଁମାନଙ୍କ ବାଇବଲ ଅଧ୍ୟୟନ ଆପଣ କରନ୍ତି, କେବଳ ସେମାନଙ୍କ ପାଇଁ ଜାଗା ରଖିପାରିବେ । ଯେଉଁ ବସିବା ଜାଗା ଆପଣ ରଖି ନାହାନ୍ତି, ଦୟାପୂର୍ବକ ତା’ ଉପରେ ଆପଣଙ୍କ ଜିନିଷ ରଖନ୍ତୁ ନାହିଁ ।

ସ୍ୱେଚ୍ଛାସେବା ଯଦି ଆପଣ ଅଧିବେଶନର କୌଣସି କାମରେ ସାହାଯ୍ୟ କରିବାକୁ ଚାହାନ୍ତି, ତେବେ ସୂଚନା ଓ ସ୍ୱେଚ୍ଛାସେବା ବିଭାଗ ସହିତ ସମ୍ପର୍କ କରନ୍ତୁ ।

ଏହାର ବ୍ୟବସ୍ଥା ଯିହୋବାଙ୍କ ସାକ୍ଷୀମାନଙ୍କ ପ୍ରଶାସନ ଦଳ କରିଛି

© 2024 Watch Tower Bible and Tract Society of Pennsylvania