इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାଥିଉ ୨୦-୨୧

“ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ୍‌ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ”

“ତୁମ୍ଭମାନଙ୍କ ମଧ୍ୟରେ ଯେ କେହି ମହାନ୍‌ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ”

୨୦:୨୮

ଗର୍ବୀ ଶାସ୍ତ୍ରୀ ଓ ଫାରୂଶୀମାନେ ବଜାରରେ ଲୋକଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଥିଲେ ଏବଂ ସେମାନଙ୍କଠାରୁ ନମସ୍କାର ପାଇବା ପସନ୍ଦ କରୁଥିଲେ

ଶାସ୍ତ୍ରୀ ଓ ଫାରୂଶୀମାନେ ଅତି ଗର୍ବୀ ଥିଲେ। ସେମାନେ ସର୍ବଦା ଅନ୍ୟମାନଙ୍କର ଧ୍ୟାନ ଆକର୍ଷଣ କରିବାକୁ ଏବଂ ନିଜର ସମ୍ମାନ ଓ ଖ୍ୟାତି ବଢ଼ାଇବାକୁ ଚାହୁଁଥିଲେ। (ମାଥି ୨୩:୫-୭) କିନ୍ତୁ ଯୀଶୁ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲେ। ‘ମନୁଷ୍ୟପୁତ୍ର ସେବା ପାଇବାକୁ ଆସି ନ ଥିଲେ, ମାତ୍ର ସେବା କରିବାକୁ’ ଆସିଥିଲେ। (ମାଥି ୨୦:୨୮) ହୁଏତ ଆମେ ଉପାସନା ସହ ଜଡ଼ିତ କେବଳ ଏପରି କାମଗୁଡ଼ିକରେ ପରିଶ୍ରମ କରୁ, ଯାହାଫଳରେ ଲୋକେ ଆମକୁ ଅଧିକ ମହତ୍ତ୍ୱ ଦିଅନ୍ତି ଏବଂ ଆମର ପ୍ରଶଂସା କରନ୍ତି। କିନ୍ତୁ ଆମେ ଏପରି କରିବା ଉଚିତ୍‌ କି? ଯଦି ଆମେ ଯୀଶୁଙ୍କ ଭଳି ମହାନ୍‌ ହେବାକୁ ଚାହୁଁ, ତେବେ ଆମକୁ ଅନ୍ୟମାନଙ୍କର ମଙ୍ଗଳ ଉଦ୍ଦେଶ୍ୟରେ ସେବା କରିବାକୁ ହେବ। ଏଭଳି କାମ ଅନେକ ସମୟରେ ଅନ୍ୟମାନଙ୍କର ଅଜାଣତରେ କରାଯାଏ, ଯାହା ପ୍ରତି କେବଳ ଯିହୋବା ଧ୍ୟାନ ଦେଇଥାʼନ୍ତି। (ମାଥି ୬:୧-୪) ଜଣେ ନମ୍ର ସେବକ:

  • ରାଜ୍ୟଘରର ସଫେଇ ଓ ମରାମତି କାମରେ ଭାଗ ନିଅନ୍ତି

  • ବୃଦ୍ଧବୃଦ୍ଧା ଓ ଅନ୍ୟ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଆଗଭର ହୁଅନ୍ତି

  • ରାଜ୍ୟ ସହ ଜଡ଼ିତ କାମଗୁଡ଼ିକରେ ଆର୍ଥିକ ସହଯୋଗ ଦିଅନ୍ତି