इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯେବେ ଆପଣଙ୍କୁ କେହି ହଇରାଣ କରେ, ତେବେ ଯିହୋବାଙ୍କ ଉପରେ ଭରସା ରଖନ୍ତୁ

ଯେବେ ଆପଣଙ୍କୁ କେହି ହଇରାଣ କରେ, ତେବେ ଯିହୋବାଙ୍କ ଉପରେ ଭରସା ରଖନ୍ତୁ

ଲୋକମାନେ ଅନେକ ଉପାୟରେ ଆମକୁ ହଇରାଣ କରିପାରନ୍ତି । ସେମାନେ ଆମକୁ ଆଘାତ ପହଞ୍ଚାଇ ପାରନ୍ତି କିମ୍ବା ଯିହୋବାଙ୍କ ଉପାସନା କରିବାରୁ ରୋକିପାରନ୍ତି । ଏପରି ସମୟରେ ଆମେ ନିରାଶ ହୋଇପାରିବା । ଯଦି ଆମେ ବିରୋଧୀମାନଙ୍କୁ ଡରିଯିବା ତେବେ ଯିହୋବାଙ୍କ ସହ ଆମ ସମ୍ପର୍କ ଦୁର୍ବଳ ହୋଇପାରେ । ଏପରି ଲୋକମାନଙ୍କଠାରୁ ରକ୍ଷା ପାଇବା ପାଇଁ ଆମେ କʼଣ କରିପାରିବା ?

ଯିହୋବାଙ୍କ ଅନେକ ସେବକମାନଙ୍କୁ ହଇରାଣ କରାଗଲା ତେବେ ବି ସେମାନେ ଯିହୋବାଙ୍କ ଉପରେ ଭରସା ରଖିଲେ । ତେଣୁ ସେମାନେ ଏହି ସମସ୍ୟାର ସାମନା କରିପାରିଲେ । (ଗୀତ ୧୮:୧୭) ସେ ମଧ୍ୟରୁ ଜଣେ ଥିଲେ ଏଷ୍ଟର । ସେ ବହୁତ ସାହସର ସହ ଦୁଷ୍ଟ ହାମନ୍‌ର ପର୍ଦ୍ଦାଫାସ କଲେ । (ଏଷ୍ଟ ୭:୧-୬) କିନ୍ତୁ ଏସବୁ କରିବା ପୂର୍ବରୁ ସେ ଉପବାସ କଲେ । ଏପରି ଭାବେ ସେ ଯିହୋବାଙ୍କ ଉପରେ ଭରସା ରଖିଲେ । (ଏଷ୍ଟ ୪:୧୪-୧୬) ଯିହୋବା ତାଙ୍କୁ ଆଶିଷ ଦେଲେ ଓ ତାଙ୍କୁ ଓ ତାଙ୍କ ଲୋକମାନଙ୍କ ରକ୍ଷା କଲେ ।

କିଶୋର-କିଶୋରୀମାନେ ଯଦି କେହି ଆପଣଙ୍କୁ ବି ହଇରାଣ କରେ, ତେବେ ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ । ଆପଣ ନିଜ ବାପାମାଆ କିମ୍ବା ବଡ଼ମାନଙ୍କ ସହ କଥା ହୁଅନ୍ତୁ । ଆପଣ ଭରସା ରଖିପାରିବେ ଯେ ଯିହୋବା ଆପଣଙ୍କୁ ସାହାଯ୍ୟ କରିବେ, ଯେପରି ସେ ଏଷ୍ଟରଙ୍କୁ କରିଥିଲେ । ତାʼଛଡ଼ା ଆପଣ ଆଉ କʼଣ କରିପାରିବେ ?

କିଶୋର-କିଶୋରୀ—ଯଦି କେହି ମୋତେ ହଇରାଣ କରେ ତେବେ ମୁଁ କʼଣ କରିବି ? ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଚାର୍ଲି ଓ ଫେରିନ୍‌ଙ୍କଠାରୁ ଯୁବକଯୁବତୀମାନେ କʼଣ ଶିଖିପାରିବେ ?

  • ଚାର୍ଲି ଓ ଫେରିନ୍‌ଙ୍କ କଥାଗୁଡ଼ିକରୁ ବାପାମାଆ ପିଲାମାନଙ୍କ ସାହାଯ୍ୟ କରିବା ବିଷୟରେ କʼଣ ଶିଖିପାରିବେ ?