इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ପ୍ରାଚୀନମାନେ ଯିହୋବାଙ୍କ ଲୋକମାନଙ୍କ ପାଇଁ କଠିନ ପରିଶ୍ରମ କରନ୍ତି

ପ୍ରାଚୀନମାନେ ଯିହୋବାଙ୍କ ଲୋକମାନଙ୍କ ପାଇଁ କଠିନ ପରିଶ୍ରମ କରନ୍ତି

ଅନେକ ଲୋକମାନେ ଅଧିକାରୀମାନଙ୍କୁ ପସନ୍ଦ କରନ୍ତି ନାହିଁ । ଆଉ ତାହାର କାରଣ ମଧ୍ୟ ଅଛି । ମଣିଷମାନେ ଅନେକ ବର୍ଷରୁ ନିଜ ଅଧିକାରର ଭୁଲ ବ୍ୟବହାର କରିଆସିଛନ୍ତି । (ମୀଖା ୭:୩) କିନ୍ତୁ ଆମେ ଖୁସି ଯେ ପ୍ରାଚୀନମାନେ ଏପରି କରନ୍ତି ନାହିଁ । ପ୍ରାଚୀନମାନଙ୍କୁ ଶିଖାଯାଏ ଯେ ସେମାନେ ନିଜ ଅଧିକାରର ବ୍ୟବହାର ଭାଇଭଉଣୀଙ୍କ ମଙ୍ଗଳ ପାଇଁ କରନ୍ତୁ ।—ଏଷ୍ଟ ୧୦:୩; ମାଥି ୨୦:୨୫, ୨୬.

ପ୍ରାଚୀନମାନେ ମଣ୍ଡଳୀରେ ଯାହା ବି କାମ କରନ୍ତି, ତାହାର କାରଣ ହେଉଛି ଯେ ସେମାନେ ଯିହୋବା ଓ ଲୋକମାନଙ୍କୁ ପ୍ରେମ କରନ୍ତି । (ଯୋହ ୨୧:୧୬; ୧ପିତ ୫:୧-୩) ସେମାନେ ଯୀଶୁଙ୍କ ନେତୃତ୍ୱରେ ଏହା କରନ୍ତି । ସେମାନେ ମେଷପାଳକ ଭଳି ପ୍ରତ୍ୟେକ ମେଷର ଯତ୍ନ ନିଅନ୍ତି । ପ୍ରଚାରକମାନଙ୍କ ସାହାଯ୍ୟ କରନ୍ତି ଯାହାଫଳରେ ସେମାନେ ଯିହୋବା ଓ ଭାଇଭଉଣୀମାନଙ୍କ ନିକଟତର ହୋଇରହନ୍ତି । ଯଦି ହଠାତ୍‌ ସ୍ୱାସ୍ଥ୍ୟଜନକ ସମସ୍ୟା କିମ୍ବା କୌଣସି ବିପତ୍ତି ଆସେ, ତେବେ ପ୍ରାଚୀନମାନେ ତୁରନ୍ତ ଭାଇଭଉଣୀମାନଙ୍କ ସାହାଯ୍ୟ କରନ୍ତି ଓ ସାହସ ବଢ଼ାନ୍ତି । ଯଦି ଆପଣଙ୍କୁ ସାହାଯ୍ୟର ଦରକାର ପଡ଼େ, ତେବେ ନିଶ୍ଚିନ୍ତ ହୋଇ ନିଜ ମଣ୍ଡଳୀର କୌଣସି ବି ପ୍ରାଚୀନମାନଙ୍କ ସହ କଥା ହୁଅନ୍ତୁ ।—ଯାକୁ ୫:୧୪.

ମେଷପାଳକମାନେ ନିଜ ମେଷମାନଙ୍କର ଯତ୍ନ ନିଅନ୍ତି ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଯେବେ ପ୍ରାଚୀନମାନେ ମାରିୟାନାଙ୍କ ସାହାଯ୍ୟ କଲେ, ତେବେ ତାଙ୍କୁ କʼଣ ଲାଭ ହେଲା ?

  • ଯେବେ ପ୍ରାଚୀନମାନେ ଇଲିୟଜ୍‌ଙ୍କ ସାହାଯ୍ୟ କଲେ, ତେବେ ତାଙ୍କୁ କʼଣ ଲାଭ ହେଲା ?

  • ଏହି ଭିଡିଓ ଦେଖିବା ପରେ ଆପଣ ପ୍ରାଚୀନମାନଙ୍କ କାମଗୁଡ଼ିକ ବିଷୟରେ କʼଣ ଅନୁଭବ କରନ୍ତି ?