इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

‘ଯିହୋବା ଚୂର୍ଣ୍ଣମନାମାନଙ୍କର ରକ୍ଷା କରନ୍ତି’

‘ଯିହୋବା ଚୂର୍ଣ୍ଣମନାମାନଙ୍କର ରକ୍ଷା କରନ୍ତି’

ଆମେ ସମସ୍ତେ କେବେ ନା କେବେ ଦୁଃଖି ଅନୁଭବ କରୁ । କିନ୍ତୁ ତାʼ ଅର୍ଥ ଏହା ନୁହେଁ ଯେ ଆମ ବିଶ୍ୱାସ ଦୁର୍ବଳ ପଡ଼ିଯାଇଛି । ଅନେକଥର ଯିହୋବା ନିଜେ ମଧ୍ୟ ଦୁଃଖି ହୋଇଥିଲେ । (ଆଦି ୬:୫, ୬) କିନ୍ତୁ ଯଦି ଆମେ ସବୁବେଳେ ନିରାଶ ରହୁ କିମ୍ବା ପ୍ରାୟ ସମୟରେ ନିରାଶ ରହୁ, ତେବେ କʼଣ ?

ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ । ଯିହୋବାଙ୍କୁ ଏହି କଥାରୁ ଫରକ ପଡ଼େ ଯେ ଆମେ କିପରି ଅନୁଭବ କରୁଛୁ । ସେ ଜାଣନ୍ତି ଯେ ଆମେ କେବେ ଖୁସି ଅଛୁ ଓ କେବେ ଦୁଃଖି । ସେ ଭଲଭାବେ ବୁଝନ୍ତି ଯେ ଆମେ ଯାହା ଭାବୁଛୁ, କାହିଁକି ଭାବୁଛୁ ଓ ଆମେ ଯାହା ଅନୁଭବ କରୁଛୁ, କାହିଁକି ଅନୁଭବ କରୁଛୁ । (ଗୀତ ୭:୯ଖ) ଆଉ ସବୁଠୁ ବେଶି, ଯିହୋବା ଆମର ଚିନ୍ତା କରନ୍ତି । ସେ ଏପରି ସମୟରେ ମଧ୍ୟ ଆମର ସାହାଯ୍ୟ କରିପାରନ୍ତି, ଯେବେ ଆମେ ଦୁଃଖି ରହୁ କିମ୍ବା ଡିପ୍ରେସନ୍‌ର ସାମନା କରୁ ।—ଗୀତ ୩୪:୧୮.

ନିଜ ମନ ସୁସ୍ଥ ରଖନ୍ତୁ । ଡର, ନିରାଶା ଓ ଚିନ୍ତାଗୁଡ଼ିକ ଭଳି ଖରାପ ଭାବନାଗୁଡ଼ିକ ଯୋଗୁଁ ଆମ ଖୁସି ଚାଲି ଯାଇପାରେ । କେବଳ ଏତିକି ନୁହେଁ, ଯିହୋବାଙ୍କ ସହ ଆମ ସମ୍ପର୍କ ମଧ୍ୟ ଭାଙ୍ଗିପାରେ । ତେଣୁ ଆମେ ନିଜ “ହୃଦୟକୁ” ରକ୍ଷା କରିବା ଉଚିତ୍‌, ଅର୍ଥାତ୍‌ ନିଜ ଭିତର ମଣିଷକୁ ଯେଉଁଥିରେ ଆମ ଚିନ୍ତାଧାରା ଓ ଭାବନା ମଧ୍ୟ ସାମିଲ୍‌ ଅଛି ।—ହିତୋ ୪:୨୩.

ଡିପ୍ରେସନ୍‌ ସତ୍ତ୍ୱେ ଆମ ଭାଇଭଉଣୀ କିପରି ଭାବେ ପ୍ରକୃତ ଶାନ୍ତି ପାଉଛନ୍ତି ? ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଡିପ୍ରେସନ୍‌ ସହ ଲଢ଼ିବା ପାଇଁ ନିକ୍କି କେଉଁ କେଉଁ ପଦକ୍ଷେପ ନେଲେ ?

  • ନିକ୍କିଙ୍କୁ ଏପରି କାହିଁକି ଲାଗିଲା ଯେ ତାଙ୍କୁ ଡାକ୍ତର ପାଖରେ ଯିବା ଉଚିତ୍‌ ?—ମାଥି ୯:୧୨.

  • ନିକ୍କି କେଉଁ ଉପାୟଗୁଡ଼ିକରୁ ଦେଖାଇଲେ ଯେ ତାଙ୍କୁ ଭରସା ଅଛି ଯେ ଯିହୋବା ତାଙ୍କ ସାହାଯ୍ୟ କରିବେ ?