इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯେଉଁମାନେ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କୁ ଯିହୋବାଙ୍କ ବିଷୟରେ ଜାଣିବା ପାଇଁ ସାହାଯ୍ୟ କରନ୍ତୁ

ଯେଉଁମାନେ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କୁ ଯିହୋବାଙ୍କ ବିଷୟରେ ଜାଣିବା ପାଇଁ ସାହାଯ୍ୟ କରନ୍ତୁ

ଅନେକଥର ଆମକୁ ଲାଗିପାରେ, ‘ଯେଉଁ ଲୋକମାନେ କୌଣସି ବି ଧର୍ମକୁ ବିଶ୍ୱାସ କରନ୍ତି ନାହିଁ ସେମାନଙ୍କୁ ସାକ୍ଷ୍ୟ ଦେବାର କୌଣସି ଲାଭ ନାହିଁ, କାରଣ ସେମାନେ ଶୁଣିବେ ହିଁ ନାହିଁ ।’ କିନ୍ତୁ ଆମେ ମନେରଖିବା ଉଚିତ୍‌ ଯେ ଏଭଳି କିଛି ଲୋକ, ଏପରିକି ନାସ୍ତିକମାନେ ମଧ୍ୟ ଯିହୋବାଙ୍କ ସାକ୍ଷୀ ହୋଇଛନ୍ତି । ଆଉ ପ୍ରାୟ ସେମାନଙ୍କୁ ଈଶ୍ୱର ଅଛନ୍ତି ବୋଲି ଯାଞ୍ଚ କରିବା ପାଇଁ କେବଳ ଟିକେ ସାହାଯ୍ୟ ଦରକାର ପଡ଼େ ।—ରୋମୀ ୧:୨୦; ୧୦:୧୪.

ମନେ ରଖନ୍ତୁ—କେହି ବି ଯିହୋବା ଈଶ୍ୱରଙ୍କ ଉପରେ ବିଶ୍ୱାସ କରିପାରିବେ !—ଈଶ୍ୱରଙ୍କୁ ବିଶ୍ୱାସ କରୁ ନ ଥିବା ଲୋକେ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନର ଉତ୍ତର ଦିଅନ୍ତୁ:

ଟୋମାଜୋଙ୍କ ଅନୁଭୂତିରୁ ଆପଣ ଈଶ୍ୱରଙ୍କ ଉପରେ ବିଶ୍ୱାସ କରୁ ନ ଥିବା ଲୋକମାନଙ୍କୁ ସାକ୍ଷ୍ୟ ଦେବା ବିଷୟରେ କʼଣ ଶିଖନ୍ତି ?