इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୩୯

କʼଣ ଆପଣଙ୍କ ନାମ “ଜୀବନ ପୁସ୍ତକରେ” ଅଛି ?

କʼଣ ଆପଣଙ୍କ ନାମ “ଜୀବନ ପୁସ୍ତକରେ” ଅଛି ?

‘ଯେଉଁମାନେ ଯିହୋବାଙ୍କୁ ଭୟ କଲେ, ସେମାନଙ୍କ ନିମନ୍ତେ ଏକ ସ୍ମରଣାର୍ଥ ପୁସ୍ତକ ତାହାଙ୍କ ଛାମୁରେ ଲେଖାଗଲା ।’—ମଲାଖି ୩:୧୬.

ଗୀତ ୬୧ ବାଢ଼ତେ ଚାଲୋ, ସାକ୍ଷୀୟୋଁ !

ଲେଖାର ଝଲକ a

ହାବେଲଙ୍କ ସମୟଠାରୁ ଏବେ ଯାଏ ଯିହୋବା “ଜୀବନ ପୁସ୍ତକରେ” ଅନେକ ଲୋକମାନଙ୍କର ନାମ ଲେଖିଛନ୍ତି (ପାରାଗ୍ରାଫ୍‌ ୧-୨)

୧. ମଲାଖି ୩:୧୬ ପଦ ମୁତାବକ ଯିହୋବା କେଉଁ ବହି ଲେଖୁଛନ୍ତି ଆଉ ଏହି ବହିରେ କʼଣ ଲେଖାଅଛି ?

 ହଜାର ହଜାର ବର୍ଷରୁ ଯିହୋବା ଗୋଟିଏ ବିଶେଷ ବହି ଲେଖୁଛନ୍ତି ଯେଉଁଥିରେ ଅନେକ ଲୋକଙ୍କ ନାମ ଅଛି । ଏହି ବହିରେ ସର୍ବପ୍ରଥମେ ହେବଲଙ୍କ ନାମ ଅଛି ଯିଏ ଯିହୋବାଙ୍କ ବିଶ୍ୱସ୍ତ ସେବକମାନଙ୍କ ମଧ୍ୟରୁ ସବୁଠୁ ପ୍ରଥମ ଥିଲେ । b (ଲୂକ ୧୧:୫୦, ୫୧) ଯେପରି ଯେପରି ସମୟ ବିତିଲା ଯିହୋବା ଆହୁରି ଲୋକମାନଙ୍କୁ “ସ୍ମରଣାର୍ଥ” ବା ସ୍ମରଣରେ ରଖିବା ପାଇଁ ତାଙ୍କ ନାମ ଏହି ବହିରେ ଲେଖିଲେ ଆଉ ଆଜି ଏମଧ୍ୟରୁ ଲକ୍ଷ ଲକ୍ଷ ଲୋକଙ୍କ ନାମ ଅଛି । (ମଲାଖି ୩:୧୬ ପଢ଼ନ୍ତୁ ।) ବାଇବଲରେ ଏହି ବହିକୁ “ଜୀବନ ପୁସ୍ତକ” ବୋଲି କୁହାଯାଇଛି ।—ପ୍ରକା. ୩:୫; ୧୩:୮.

୨. (କ) ଜୀବନ ପୁସ୍ତକରେ କେଉଁମାନଙ୍କର ନାମ ଲେଖାଅଛି ? (ଖ) ଯଦି ଆମେ ଚାହୁଁ ଯେ ଆମ ନାମ ଏହି ବହିରେ ଲେଖାଯାଉ ତାହେଲେ ଆମକୁ କʼଣ କରିବାକୁ ହେବ ?

ଏହି ବିଶେଷ ବହିରେ ସେସବୁ ଲୋକମାନଙ୍କର ନାମ ଲେଖାଅଛି ଯେଉଁମାନେ ଯିହୋବାଙ୍କର ଉପାସନା କରନ୍ତି, ତାଙ୍କୁ ଭୟ କରନ୍ତି ଓ ତାଙ୍କ ନାମର ଆଦର କରନ୍ତି । ଏସମସ୍ତ ଲୋକଙ୍କ ପାଖରେ ଅନନ୍ତ ଜୀବନ ପାଇବାର ସୁଯୋଗ ଅଛି । ଯଦି ଆମେ ଚାହୁଁ ଯେ ଆମ ନାମ ଏହି ପୁସ୍ତକରେ ଲେଖାଯାଉ ତାହେଲେ ଆମକୁ ଯିହୋବାଙ୍କ ସହ ଏକ ଭଲ ସମ୍ପର୍କ ଗଢ଼ିବାକୁ ହେବ ଓ ଯୀଶୁ ଖ୍ରୀଷ୍ଟଙ୍କ ମୁକ୍ତିର ମୂଲ୍ୟ ଉପରେ ବିଶ୍ୱାସ କରିବାକୁ ହେବ । (ଯୋହ. ୩:୧୬, ୩୬) ଆମ ଆଶା ପୃଥିବୀରେ ବଞ୍ଚିବାର ଥାଉ କିମ୍ବା ସ୍ୱର୍ଗରେ ବଞ୍ଚିବାର, ଆମେ ସମସ୍ତେ ଏହା ହିଁ ଚାହୁଁ ଯେ ଆମ ନାମ ଏହି ବହିରେ ଲେଖାଯାଉ !

୩-୪. (କ) ଯଦି ଆମ ନାମ ଏବେ ଜୀବନ ପୁସ୍ତକରେ ଲେଖାଅଛି, ତାʼ ଅର୍ଥ କʼଣ ଏହା ଯେ ଆମକୁ ଅନନ୍ତ ଜୀବନ ମିଳିବ ହିଁ ମିଳିବ ? ବୁଝାନ୍ତୁ । (ଖ) ଏହି ଲେଖାରେ ଓ ପରବର୍ତ୍ତୀ ଲେଖାରେ ଆମେ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ?

ଯଦି ଥରେ କାହାରି ନାମ ଜୀବନ ପୁସ୍ତକରେ ଲେଖି ଦିଆଯାଏ, ତାହେଲେ କʼଣ ତାʼ ଅର୍ଥ ଏହା ଯେ ତାକୁ ଅନନ୍ତ ଜୀବନ ମିଳିବ ହିଁ ମିଳିବ ? ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଧ୍ୟାନ ଦିଅନ୍ତୁ ଯେ ଯିହୋବା ମୋଶାଙ୍କୁ କʼଣ କହିଥିଲେ, “ଯେଉଁ ଲୋକ ଆମ୍ଭ ବିରୁଦ୍ଧରେ ପାପ କରିଅଛି, ଆମ୍ଭେ ଆପଣା ପୁସ୍ତକରୁ ତାହାର ନାମ କାଟି ପକାଇବା ।” (ଯାତ୍ରା. ୩୨:୩୩) ଏହାର ଅର୍ଥ ଯେବେ ଯିହୋବା କାହାରି ନାମ ନିଜ ବହିରେ ଲେଖନ୍ତି, ତେବେ ତାହା ଏପରି ଅଟେ ଯେପରି ସେ ପ୍ରଥମେ ତାʼ ନାମ ପେନ୍‌ସିଲରେ ଲେଖନ୍ତି ଓ ଏହି ନାମକୁ କଟା ଯାଇପାରେ ବା ଲିଭାଇ ବି ଦିଆଯାଇପାରେ । (ପ୍ରକା. ୩:୫) କିନ୍ତୁ ଆମେ ସମସ୍ତେ ଚାହୁଁ ଯେ ଆମ ନାମ ସେ ବହିରୁ କେବେ ବି ଲିଭା ନ ଯାଉ । ଯଦି ଆମେ ଏପରି କାମ କରିବା ଜାରି ରଖିବା ଯାହା ଯିହୋବାଙ୍କ ଦୃଷ୍ଟିରେ ଠିକ୍‌, ତାହେଲେ ସମୟ ଆସିଲେ ସେ ଆମର ନାମ ନିଜ ପୁସ୍ତକରେ ସବୁଦିନ ପାଇଁ ଲେଖି ଦେବେ, ଏହା ଏପରି ହେବ ଯେପରି ସେ ଆମ ନାମ ପେନ୍‌ରେ ଲେଖି ଦେବେ ।

କିନ୍ତୁ ଏଥିରୁ କିଛି ପ୍ରଶ୍ନ ଉଠେ । ଯେପରି, ବାଇବଲରେ ସେ ଲୋକମାନଙ୍କ ବିଷୟରେ କʼଣ କୁହାଯାଇଛି, ଯେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଅଛି ଓ ଯେଉଁମାନଙ୍କର ଲେଖାଯାଇ ନାହିଁ ? ଯେଉଁ ଲୋକମାନଙ୍କର ନାମ ଏହି ବହିରେ ଲେଖାଅଛି, ସେମାନଙ୍କୁ ଅନନ୍ତ ଜୀବନ କେବେ ମିଳିବ ? ଯେଉଁ ଲୋକମାନେ ଯିହୋବାଙ୍କ ଉପାସନା କରନ୍ତି ନାହିଁ ଓ ଯେଉଁମାନଙ୍କର ମୃତ୍ୟୁ ହୋଇଯାଇଛି, କʼଣ ସେମାନଙ୍କର ନାମ ମଧ୍ୟ ଏହି ବହିରେ ଲେଖାଯାଇ ପାରିବ ? ଏହି ଲେଖାରେ ଓ ପରବର୍ତ୍ତୀ ଲେଖାରେ ଆମେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ।

ଜୀବନ ପୁସ୍ତକରେ କେଉଁମାନଙ୍କର ନାମ ଅଛି ?

୫-୬. (କ) ଯେପରି ଫିଲିପ୍ପୀୟ ୪:୩ ପଦରେ କୁହାଯାଇଛି, କେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଅଛି ? (ଖ) ସେମାନଙ୍କର ନାମ କେବେ ଜୀବନ ପୁସ୍ତକରେ ସବୁଦିନ ପାଇଁ ଲେଖାଯିବ ?

ଜୀବନ ପୁସ୍ତକରେ କେଉଁ ଲୋକମାନଙ୍କର ନାମ ଲେଖାଅଛି ? ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମେ ଲୋକମାନଙ୍କର ପାଞ୍ଚୋଟି ସମୂହ ବିଷୟରେ କଥା ହେବା । ଏମଧ୍ୟରୁ କିଛି ଲୋକଙ୍କ ନାମ ଜୀବନ ପୁସ୍ତକରେ ଲେଖାଅଛି ଆଉ କିଛି ଲୋକମାନଙ୍କର ନାମ ଲେଖା ନାହିଁ ।

ପ୍ରଥମ ସମୂହ ସେହି ଲୋକମାନଙ୍କର ଅଟେ ଯେଉଁମାନଙ୍କୁ ଯୀଶୁଙ୍କ ସହ ସ୍ୱର୍ଗରେ ଶାସନ କରିବା ପାଇଁ ବଛାଯାଇଛି । କʼଣ ସେମାନଙ୍କର ନାମ ଏବେ ଜୀବନ ପୁସ୍ତକରେ ଲେଖାଅଛି ? ହଁ । ପାଉଲ ଫିଲିପ୍ପୀରେ ରହୁଥିବା ଯେଉଁ ଖ୍ରୀଷ୍ଟିୟାନମାନଙ୍କୁ ଚିଠି ଲେଖିଲେ, ସେଥିରୁ ଜଣାପଡ଼େ ଯେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ନାମ ଜୀବନ ପୁସ୍ତକରେ ଲେଖା ହୋଇଛି । (ଫିଲିପ୍ପୀୟ ୪:୩ ପଢ଼ନ୍ତୁ ।) ଯଦି ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଚାହାନ୍ତି ଯେ ସେମାନଙ୍କର ନାମ ଏହି ବହିରୁ ଲିଭା ନ ଯାଉ, ତାହେଲେ ସେମାନଙ୍କୁ ଯିହୋବାଙ୍କ ବିଶ୍ୱସ୍ତ ରହିବାକୁ ହେବ । ତାʼପରେ ଯେବେ ସେମାନଙ୍କ ଉପରେ ଶେଷ ମୁଦ୍ରାଙ୍କ ଲଗାଯିବ, ତେବେ ସେମାନଙ୍କର ନାମ ଏହି ବହିରେ ସବୁଦିନ ପାଇଁ ଲେଖି ଦିଆଯିବ । ଏପରି ହୁଏତ, ସେମାନଙ୍କର ମୃତ୍ୟୁ ପୂର୍ବରୁ ହେବ କିମ୍ବା ମହାକ୍ଳେଶ ଆରମ୍ଭ ପୂର୍ବରୁ ହେବ ।—ପ୍ରକା. ୭:୩.

୭. ପ୍ରକାଶିତ ବାକ୍ୟ ୭:୧୬, ୧୭ ପଦ ଅନୁସାରେ ମହା ଜନତାର ଲୋକମାନଙ୍କର ନାମ ଜୀବନ ପୁସ୍ତକରେ ସବୁଦିନ ପାଇଁ କେବେ ଲେଖାଯିବ ?

ଦ୍ୱିତୀୟ ସମୂହ ମହା ଜନତାର ଲୋକମାନଙ୍କର ଅଟେ । କʼଣ ସେମାନଙ୍କର ନାମ ଏବେ ଜୀବନ ପୁସ୍ତକରେ ଲେଖାଅଛି ? ହଁ । କʼଣ ସେମାନଙ୍କର ନାମ ହର୍ମିଗିଦ୍ଦୋନ୍‌ ପରେ ମଧ୍ୟ ଜୀବନ ପୁସ୍ତକରେ ଲେଖାଥିବ ? ବିଲକୁଲ୍‌ । (ପ୍ରକା. ୭:୯, ୧୪) ଯୀଶୁ କହିଥିଲେ ଯେ ଏହି ମେଷ ଭଳି ଲୋକମାନେ “ଅନନ୍ତ ଜୀବନ” ପାଇବେ । (ମାଥି. ୨୫:୪୬; ଯୋହ. ୧୦:୧୬) କିନ୍ତୁ ସେମାନଙ୍କୁ ହର୍ମିଗିଦ୍ଦୋନ୍‌ର ତୁରନ୍ତ ପରେ ଅନନ୍ତ ଜୀବନ ମିଳିବ ନାହିଁ । ସେସମୟରେ ସେମାନଙ୍କର ନାମ ଜୀବନ ପୁସ୍ତକରେ ପେନ୍‌ସିଲରେ ଲେଖାଥିବା ଭଳି ଥିବ । ଯୀଶୁ ନିଜ ହଜାର ବର୍ଷର ଶାସନ ସମୟରେ “ସେମାନଙ୍କର ପାଳକ ହେବେ ଓ ଜୀବନଦାୟକ ନିର୍ଝର ନିକଟକୁ ସେମାନଙ୍କୁ କଢ଼ାଇନେବେ ।” ଯେଉଁମାନେ ଯୀଶୁଙ୍କ ନିର୍ଦ୍ଦେଶକୁ ମାନିବେ ଓ ଶେଷ ପରୀକ୍ଷାରେ ବି ଯିହୋବାଙ୍କ ବିଶ୍ୱସ୍ତ ରହିବେ, ସେମାନଙ୍କ ନାମ ଜୀବନ ପୁସ୍ତକରେ ପେନ୍‌ରେ ଲେଖିବା ଭଳି ଅଟେ ଅର୍ଥାତ୍‌ ସେମାନଙ୍କ ନାମ ସବୁଦିନ ଯାଏ ଲେଖି ଦିଆଯିବ ।ପ୍ରକାଶିତ ବାକ୍ୟ ୭:୧୬, ୧୭ ପଢ଼ନ୍ତୁ ।

୮. କେଉଁମାନଙ୍କର ନାମ ଜୀବନ ପୁସ୍ତକରେ ଲେଖା ନାହିଁ ଏବଂ ସେମାନଙ୍କର କʼଣ ହେବ ?

ତୃତୀୟ ସମୂହ ଛାଗ ସମାନ ଲୋକମାନଙ୍କର ସମୂହ ଅଟେ ଯେଉଁମାନଙ୍କୁ ହର୍ମିଗିଦ୍ଦୋନ୍‌ ଯୁଦ୍ଧରେ ବିନାଶ କରିଦିଆଯିବ । ସେମାନଙ୍କ ନାମ ଜୀବନ ପୁସ୍ତକରେ ଲେଖା ନାହିଁ । ଯୀଶୁ କହିଥିଲେ ଯେ ସେମାନେ ‘ଅନନ୍ତ ଶାସ୍ତି ପାଇବେ ।’ (ମାଥି. ୨୫:୪୬) ପାଉଲ ମଧ୍ୟ କହିଥିଲେ ଯେ “ସେମାନେ ଦଣ୍ଡ ପାଇବେ ଓ ଅନନ୍ତ ବିନାଶ ଭୋଗ କରିବେ ।” (୨ ଥେସ. ୧:୯, ୧୦; ୨ ପିତ. ୨:୯) ଯେଉଁ ଲୋକମାନେ ଜାଣିଶୁଣି ପବିତ୍ର ଶକ୍ତି ବିରୁଦ୍ଧରେ ପାପ କଲେ ଏବଂ ଯେଉଁମାନଙ୍କର ମୃତ୍ୟୁ ହୋଇଯାଇଛି, ସେମାନଙ୍କ ନାମ ମଧ୍ୟ ଜୀବନ ପୁସ୍ତକରେ ଲେଖା ନାହିଁ ଏବଂ ସେମାନଙ୍କୁ ପୁଣି ଜୀବିତ କରାଯିବ ନାହିଁ । ସେମାନଙ୍କୁ ଅନନ୍ତ ଜୀବନ ମିଳିବ ନାହିଁ, ବରଂ ସେମାନଙ୍କର ସବୁଦିନ ପାଇଁ ବିନାଶ ହୋଇଯାଇଛି । (ମାଥି. ୧୨:୩୨; ମାର୍କ ୩:୨୮, ୨୯; ଏବ୍ରୀ ୬:୪-୬) ଏବେ ଆସନ୍ତୁ ଆଉ ଦୁଇଟି ସମୂହ ବିଷୟରେ କଥା ହେବା । ଏହି ସମୂହଗୁଡ଼ିକରେ ସେହି ଲୋକମାନେ ଅଛନ୍ତି ଯେଉଁମାନଙ୍କୁ ଏହି ପୃଥିବୀରେ ପୁଣିଥରେ ଜୀବିତ କରି ଦିଆଯିବ ।

କେଉଁମାନଙ୍କୁ ପୁଣିଥରେ ଜୀବିତ କରାଯିବ ?

୯. (କ) ପ୍ରେରିତ ୨୪:୧୫ ପଦ ଅନୁସାରେ କେଉଁ ଦୁଇ ସମୂହର ଲୋକମାନଙ୍କୁ ପୃଥିବୀରେ ଜୀବିତ କରାଯିବ ? (ଖ) ଏହି ଦୁଇ ସମୂହର ଲୋକମାନଙ୍କ ମଧ୍ୟରେ କʼଣ ପାର୍ଥକ୍ୟ ଅଛି ?

ବାଇବଲରେ ଲେଖାଅଛି ଯେ “ଧାର୍ମିକ ଓ ଅଧାର୍ମିକ” ଉଭୟ ସମୂହର ଲୋକମାନଙ୍କୁ ଜୀବିତ କରାଯିବ ଏବଂ ସେମାନଙ୍କ ପାଖରେ ସବୁଦିନ ପାଇଁ ବଞ୍ଚିବାର ସୁଯୋଗ ଥିବ । (ପ୍ରେରିତ ୨୪:୧୫ ପଢ଼ନ୍ତୁ ।) “ଧାର୍ମିକ” ଲୋକମାନେ ସେହି ଲୋକମାନେ ଅଟନ୍ତି ଯେଉଁମାନେ ଯିହୋବାଙ୍କର ବିଶ୍ୱସ୍ତ ଥିଲେ ଓ ଯେଉଁମାନଙ୍କର ମୃତ୍ୟୁ ହୋଇଯାଇଛି । “ଅଧାର୍ମିକ” ଲୋକମାନେ ସେହି ଲୋକମାନେ ଅଟନ୍ତି ଯେଉଁମାନେ ମୃତ୍ୟୁ ପୂର୍ବରୁ ଯିହୋବାଙ୍କ ଉପାସନା କରୁ ନ ଥିଲେ । ସେମାନଙ୍କ ମଧ୍ୟରୁ କିଛି ଲୋକମାନେ ବହୁତ ଖରାପ କାମ କରିଥିଲେ । ଏହି ଦୁଇ ସମୂହର ଲୋକମାନଙ୍କୁ ପୁଣିଥରେ ଜୀବିତ କରାଯିବ, କʼଣ ତାʼର ଅର୍ଥ ଏହା ଅଟେ ଯେ ସେମାନଙ୍କ ନାମ ଜୀବନ ପୁସ୍ତକରେ ଆଗରୁ ଲେଖାଥିବ ? ଏହାର ଉତ୍ତର ଜାଣିବା ପାଇଁ ଆସନ୍ତୁ ଏହି ଦୁଇ ସମୂହ ବିଷୟରେ ଗୋଟେ ଗୋଟେ କରି ଚର୍ଚ୍ଚା କରିବା ।

୧୦. (କ) “ଧାର୍ମିକ” ଲୋକମାନଙ୍କୁ କାହିଁକି ଜୀବିତ କରାଯିବ ? (ଖ) ସେମାନଙ୍କ ମଧ୍ୟରୁ କିଛି ଲୋକମାନଙ୍କୁ କେଉଁ ବିଶେଷ ଦାୟିତ୍ୱ ଦିଆଯିବ ? (ପୃଥିବୀରେ କେଉଁମାନଙ୍କୁ ଜୀବିତ କରାଯିବ ଏବଂ ସେମାନଙ୍କ ନ୍ୟାୟ କିପରି ହେବ, ଏବିଷୟରେ ଅଧିକ ଜାଣିବା ପାଇଁ ପ୍ରହରୀଦୁର୍ଗର ଏହି ସଂଖ୍ୟାରେ ଦିଆଯାଇଥିବା ଲେଖା “ଆପଣଙ୍କ ପ୍ରଶ୍ନ” ମଧ୍ୟ ଦେଖନ୍ତୁ ।)

୧୦ ଚତୁର୍ଥ ସମୂହ “ଧାର୍ମିକ” ଲୋକମାନଙ୍କର ସମୂହ ଅଟେ । ସେମାନଙ୍କ ମୃତ୍ୟୁ ପୂର୍ବରୁ ସେମାନଙ୍କ ନାମ ଜୀବନ ପୁସ୍ତକରେ ଲେଖାଥିଲା । କିନ୍ତୁ କʼଣ ସେମାନଙ୍କ ମୃତ୍ୟୁ ପରେ ସେମାନଙ୍କ ନାମକୁ ଜୀବନ ପୁସ୍ତକରୁ କାଟି ଦିଆଗଲା । ନୁହଁ, କାରଣ ଯିହୋବା ସେମାନଙ୍କୁ ଭୁଲି ନାହାନ୍ତି । ବାଇବଲରେ ଲେଖାଅଛି ଯେ ଯିହୋବା “ମୃତମାନଙ୍କ ଈଶ୍ୱର ନୁହନ୍ତି, ମାତ୍ର ଜୀବିତମାନଙ୍କର; କାରଣ ସମସ୍ତେ ତାହାଙ୍କ ସାକ୍ଷାତରେ ଜୀବିତ ଅଟନ୍ତି ।” (ଲୂକ ୨୦:୩୮) ତାʼର ଅର୍ଥ ଏହି ଧାର୍ମିକ ଲୋକମାନଙ୍କୁ ଯେବେ ପୃଥିବୀରେ ଜୀବିତ କରାଯିବ, ତେବେ ସେମାନଙ୍କ ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବ, କିନ୍ତୁ ସେହି ସମୟରେ ସେମାନଙ୍କ ନାମ ପେନ୍‌ସିଲରେ ଲେଖା ହୋଇଥିବା ଭଳି ଥିବ । (ଲୂକ ୧୪:୧୪) ସେମାନଙ୍କ ମଧ୍ୟରୁ କିଛି ଲୋକମାନଙ୍କୁ ଯିହୋବା ଗୋଟିଏ ବିଶେଷ ଦାୟିତ୍ୱ ଦେବେ । ସେ ସେମାନଙ୍କୁ “ଅଧିପତି” ଭାବେ ନିଯୁକ୍ତ କରିବେ ।—ଗୀତ. ୪୫:୧୬.

୧୧. ନିଜକୁ ବଦଳାଇବା ପାଇଁ ଓ ନିଜ ନାମ ଜୀବନ ପୁସ୍ତକରେ ଲେଖାଇବା ପାଇଁ “ଅଧାର୍ମିକ” ଲୋକମାନଙ୍କୁ କʼଣ କରିବାକୁ ହେବ ? 

୧୧ ପଞ୍ଚମ ସମୂହ “ଅଧାର୍ମିକ” ଲୋକମାନଙ୍କର ଅଟେ । ଏହି ଲୋକମାନେ ଯିହୋବାଙ୍କ ସ୍ତର ମାନୁ ନ ଥିଲେ, କାରଣ ହୁଏତ ସେମାନେ ଜାଣି ନ ଥିଲେ ଯେ ଯିହୋବାଙ୍କ ଦୃଷ୍ଟିରେ କʼଣ ଠିକ୍‌ ଓ କʼଣ ଭୁଲ । ତେଣୁ ସେମାନଙ୍କ ନାମ ଜୀବନ ପୁସ୍ତକରେ ଲେଖା ନ ଥିବ । କିନ୍ତୁ ଯେବେ ଯିହୋବା ସେମାନଙ୍କୁ ପୁଣି ଜୀବିତ କରିବେ, ତେବେ ସେମାନଙ୍କ ପାଖରେ ନିଜ ନାମ ଜୀବନ ପୁସ୍ତକରେ ଲେଖାଇବାର ସୁଯୋଗ ଥିବ । କିନ୍ତୁ ତାʼପାଇଁ ସେମାନଙ୍କୁ ଯିହୋବା ଓ ତାଙ୍କର ସ୍ତରଗୁଡ଼ିକ ବିଷୟରେ ଶିଖିବାକୁ ହେବ ଓ ନିଜକୁ ବଦଳାଇବାକୁ ହେବ । ଏମଧ୍ୟରୁ କିଛି ଲୋକମାନେ ବହୁତ ଖରାପ ଖରାପ କାମ କରୁଥିଲେ, ସେମାନଙ୍କୁ ସେହି କାମସବୁ ଛାଡ଼ିବାକୁ ହେବ । କିନ୍ତୁ ଏସବୁ ସେମାନେ ନିଜେ ନିଜେ କରିପାରିବେ ନାହିଁ, ସେମାନଙ୍କୁ ଅନ୍ୟମାନଙ୍କର ସାହାଯ୍ୟ ଦରକାର ପଡ଼ିବ । ଯୀଶୁଙ୍କ ହଜାର ବର୍ଷର ଶାସନ ସମୟରେ ସେମାନଙ୍କୁ ଅନେକ କଥା ଶିଖାଇ ଦିଆଯିବ । ପ୍ରଥମ ଥର ଏତେ ମାତ୍ରାରେ ଲୋକମାନଙ୍କୁ ଶିଖାଇ ଦିଆଯିବ । 

୧୨. (କ) “ଅଧାର୍ମିକ” ଲୋକମାନଙ୍କୁ କେଉଁମାନେ ଶିଖାଇବେ ? (ଖ) ଯେଉଁ ଲୋକମାନେ ନିଜକୁ ବଦଳାଇବେ ନାହିଁ, ସେମାନଙ୍କର କʼଣ ହେବ ? 

୧୨ ସେହି “ଅଧାର୍ମିକ” ଲୋକମାନଙ୍କୁ କେଉଁମାନେ ଶିଖାଇବେ ? ମହା ଜନତାର ଲୋକମାନେ ଓ ସେହି ଧାର୍ମିକ ଲୋକମାନେ ଯେଉଁମାନଙ୍କୁ ପୁଣି ପୃଥିବୀରେ ଜୀବିତ କରାଯିବ । ଯେଉଁ “ଅଧାର୍ମିକ” ଲୋକମାନେ ଯିହୋବାଙ୍କ ସହ ଭଲ ସମ୍ପର୍କ ଗଢ଼ିବେ ଓ ତାଙ୍କୁ ନିଜ ଜୀବନ ସମର୍ପିତ କରିବେ, ସେମାନଙ୍କ ନାମ ଜୀବନ ପୁସ୍ତକରେ ଲେଖାଯିବ । ଯୀଶୁ ଖ୍ରୀଷ୍ଟ ଓ ତାଙ୍କ ସହ ଶାସନ କରୁଥିବା ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଏକଥାର ଧ୍ୟାନ ଦେବେ ଯେ ସେହି ଲୋକମାନେ ନିଜକୁ ବଦଳାଇବା ପାଇଁ କʼଣ କʼଣ କରୁଛନ୍ତି । (ପ୍ରକା. ୨୦:୪) ଯେଉଁ ଲୋକମାନେ ନିଜକୁ ବଦଳାଇବେ ନାହିଁ, ସେମାନଙ୍କୁ ବିନାଶ କରିଦିଆଯିବ, ଏପରିକି ସେମାନଙ୍କର ବୟସ ଶହେ ବର୍ଷ ବି ହୋଇଥାଉ ନା କାହିଁକି । (ଯିଶା. ୬୫:୨୦) ଯିହୋବା ଓ ଯୀଶୁ ଲୋକମାନଙ୍କର ହୃଦୟ ପଢ଼ିପାରନ୍ତି, ତେଣୁ ସେମାନେ ନୂଆ ଦୁନିଆରେ କାହାରିକୁ ଅନ୍ୟମାନଙ୍କର କ୍ଷତି ପହଞ୍ଚାଇବା ପାଇଁ ଦେବେ ନାହିଁ ।​—ଯିଶା. ୧୧:୯; ୬୦:୧୮; ୬୫:୨୫; ଯୋହ. ୨:୨୫

ସେମାନଙ୍କୁ ଜୀବନ ବା ନ୍ୟାୟ ପାଇବା ପାଇଁ ଜୀବିତ କରାଯିବ  

୧୩-୧୪. (କ) ପୂର୍ବେ ଆମେ ଯୋହନ ୫:୨୯ ପଦରେ ଲେଖାଥିବା ଯୀଶୁଙ୍କ ଶବ୍ଦଗୁଡ଼ିକର ଅର୍ଥ କʼଣ ବୁଝୁଥିଲୁ ? (ଖ) କିନ୍ତୁ ଯୀଶୁଙ୍କ ଶବ୍ଦଗୁଡ଼ିକ ଉପରେ ଧ୍ୟାନ ଦେଲେ କʼଣ ଜଣାପଡ଼େ ? 

୧୩ ଯୀଶୁ କହିଥିଲେ ସେହି ସମୟ ଆସୁଛି ‘ଯେବେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ବାହାର ହୋଇ ଆସିବେ ।’ ତାʼପରେ ସେ କହିଲେ ଯେ ଯେଉଁ ଲୋକମାନେ ସତ୍‌କର୍ମ କରିଅଛନ୍ତି, ସେମାନଙ୍କୁ ଜୀବନ ପାଇବା ପାଇଁ ଜୀବିତ କରାଯିବ ଓ ଯେଉଁମାନେ ଅସତ୍‌ କର୍ମ କରିଅଛନ୍ତି, ସେମାନଙ୍କୁ ନ୍ୟାୟ ପାଇବା ପାଇଁ ଜୀବିତ କରାଯିବ । (ଯୋହ. ୫:୨୮, ୨୯) ଯୀଶୁଙ୍କ କହିବାର ଅର୍ଥ କʼଣ ଥିଲା ? 

୧୪ ପୂର୍ବରୁ ଆମେ ମାନୁଥିଲୁ ଯେ ଏଠାରେ ଯୀଶୁ ଯେଉଁ କାମଗୁଡ଼ିକ ବିଷୟରେ କଥା ହେଉଛନ୍ତି, ସେଗୁଡ଼ିକ ଏପରି କାମ ଅଟେ, ଯାହା ଲୋକମାନେ ଜୀବିତ ହେବା ପରେ କରିବେ । କିଛି ଲୋକମାନେ ସତ୍‌କର୍ମ କରିବେ ଓ କିଛି ଲୋକମାନେ ଅସତ୍‌ କର୍ମ କରିବେ । କିନ୍ତୁ ଧ୍ୟାନ ଦିଅନ୍ତୁ, ଯୀଶୁ ଏଠାରେ ଏହା କହିଲେ ନାହିଁ ଯେ ଲୋକମାନେ ଏପରି କାମ କରିବେ, ବରଂ ସେ କହିଲେ “ଯେଉଁମାନେ ସତ୍‌କର୍ମ କରିଅଛନ୍ତି” ଓ “ଯେଉଁମାନେ ଅସତ୍‌ କର୍ମ କରିଅଛନ୍ତି ।” ଏଥିରୁ ଜଣାପଡ଼େ ଯେ ଯୀଶୁ ଏଠାରେ ସେହି କାମଗୁଡ଼ିକ ବିଷୟରେ କହୁଥିଲେ, ଯାହା ସେହି ଲୋକମାନେ ମୃତ୍ୟୁ ପୂର୍ବରୁ କରିଥିଲେ । ଆଉ ଏକଥା ଠିକ୍‌ ବି ଲାଗେ । କାରଣ ନୂଆ ଦୁନିଆରେ ତ କୌଣସି ବି ଦୁଷ୍ଟତାକୁ ଅଣଦେଖା କରାଯିବ ନାହିଁ । ତେଣୁ ଆମେ କହିପାରିବା ଯେ ଖରାପ ଲୋକମାନେ ଅସତ୍‌ କର୍ମ ମୃତ୍ୟୁ ପୂର୍ବରୁ ହିଁ କରିଥିବେ । ଯୀଶୁ ଏହା ବି କହିଲେ ଯେ କିଛି ଲୋକମାନଙ୍କୁ ଜୀବନ ପାଇବା ପାଇଁ ଓ କିଛି ଲୋକମାନଙ୍କୁ ନ୍ୟାୟ ପାଇବା ପାଇଁ ଜୀବିତ କରାଯିବ । ଏହାର ଅର୍ଥ କʼଣ ? 

୧୫. କେଉଁମାନଙ୍କୁ “ଜୀବନର ପୁନରୁତ୍ଥାନ ନିମନ୍ତେ” ଜୀବିତ କରାଯିବ ଏବଂ କାହିଁକି ?

୧୫ ଯେଉଁ ଲୋକମାନେ ମୃତ୍ୟୁ ପୂର୍ବରୁ ଭଲ କାମ କରିଥିଲେ, ସେମାନଙ୍କର ନାମ ଜୀବନ ପୁସ୍ତକରେ ଲେଖାଥିବ, ତେଣୁ ସେମାନଙ୍କୁ “ଜୀବନର ପୁନରୁତ୍ଥାନ ନିମନ୍ତେ” ଜୀବିତ କରାଯିବ । ତାʼ ଅର୍ଥ ଯୋହନ ୫:୨୯ ପଦରେ ଯେଉଁ ଲୋକମାନଙ୍କ ବିଷୟରେ କୁହାଯାଇଛି ଯେ ସେମାନେ “ସତ୍‌କର୍ମ କରିଅଛନ୍ତି,” ସେମାନେ ସେହି “ଧାର୍ମିକ” ଲୋକ ଅଟନ୍ତି ଯେଉଁମାନଙ୍କ ବିଷୟରେ ପ୍ରେରିତ ୨୪:୧୫ ପଦରେ କୁହାଯାଇଛି । ଆଉ ଧ୍ୟାନ ଦିଅନ୍ତୁ ଯେ ରୋମୀୟ ୬:୭ ପଦରେ କʼଣ ଲେଖାଅଛି, “ଯେ ମରିଅଛି, ସେ ପାପରୁ ମୁକ୍ତ ହୋଇଅଛି ।” ତାʼ ଅର୍ଥ ଯେବେ ଏହି ଧାର୍ମିକ ଲୋକମାନଙ୍କର ମୃତ୍ୟୁ ହୋଇଗଲା, ତେବେ ଯିହୋବା ସେମାନଙ୍କ ପାପକୁ କ୍ଷମା କରିଦେଲେ । କିନ୍ତୁ ସେମାନେ ମୃତ୍ୟୁ ପୂର୍ବରୁ ଯିହୋବାଙ୍କ ପାଇଁ ଯାହା କିଛି କରିଥିଲେ ସେ ତାହା ଭୁଲିବେ ନାହିଁ, ତେଣୁ ସେମାନଙ୍କୁ ଜୀବିତ କରାଯିବା “ଜୀବନର ପୁନରୁତ୍ଥାନ ନିମନ୍ତେ” ହେବ । (ଏବ୍ରୀ ୬:୧୦) କିନ୍ତୁ ସେମାନଙ୍କ ନାମ ଜୀବନ ପୁସ୍ତକରେ ତେବେ ଲେଖା ହୋଇ ରହିବ, ଯେବେ ସେମାନେ ଆଗକୁ ବି ଯିହୋବାଙ୍କ ବିଶ୍ୱସ୍ତ ରହିବେ । 

୧୬. ନ୍ୟାୟ ପାଇବା ପାଇଁ ଜୀବିତ କରାଯିବାର ଅର୍ଥ କʼଣ ?

୧୬ ଯେଉଁ ଲୋକମାନେ ମୃତ୍ୟୁ ପୂର୍ବରୁ ‘ଅସତ୍‌ କର୍ମରେ’ ଲାଗି ରହିଥିଲେ, ସେମାନଙ୍କ ବିଷୟରେ କʼଣ କୁହାଯାଇପାରେ ? ଦେଖିବାକୁ ଗଲେ ମୃତ୍ୟୁ ପରେ ସେମାନଙ୍କ ପାପ କ୍ଷମା କରିଦିଆଗଲା, କିନ୍ତୁ ଯେବେ ସେମାନେ ଜୀବିତ ଥିଲେ, ତେବେ ସେମାନେ ଯିହୋବାଙ୍କ ସେବା କରୁ ନ ଥିଲେ । ତେଣୁ ସେମାନଙ୍କ ନାମ ଜୀବନ ପୁସ୍ତକରେ ମଧ୍ୟ ଲେଖା ନାହିଁ । ଆଉ ମନେପକାନ୍ତୁ ଯେଉଁ “ଅଧାର୍ମିକ” ଲୋକମାନଙ୍କ ବିଷୟରେ ପ୍ରେରିତ ୨୪:୧୫ ପଦରେ କୁହାଯାଇଛି, ସେମାନେ ମଧ୍ୟ ଯିହୋବାଙ୍କ ସେବା କରି ନ ଥିଲେ ଓ ସେମାନଙ୍କ ନାମ ମଧ୍ୟ ଜୀବନ ପୁସ୍ତକରେ ଲେଖା ନାହିଁ । ତେଣୁ ଆମେ କହିପାରିବା ଯେ ଏହି ଦୁଇଟି ପଦରେ ଗୋଟିଏ ପ୍ରକାରର ସମୂହ ବିଷୟରେ ହିଁ କୁହାଯାଇଛି ଓ ଏମାନଙ୍କୁ ନ୍ୟାୟ ପାଇବା ପାଇଁ ଜୀବିତ କରାଯିବ । c ନ୍ୟାୟ ପାଇବା ପାଇଁ ଜୀବିତ କରାଯିବାର ଅର୍ଥ ହେଉଛି ଯେ ଯୀଶୁ ସେହି ଲୋକମାନଙ୍କ ଉପରେ ଧ୍ୟାନ ଦେବେ ଓ ଯାଞ୍ଚ କରିବେ ଯେ ସେମାନେ ନିଜକୁ ବଦଳାଉଛନ୍ତି ନା ନାହିଁ । (ଲୂକ ୨୨:୩୦) ଏସବୁରେ ସମୟ ଲାଗିବ ଓ ତାʼପରେ ଏହା ନିଷ୍ପତ୍ତି ନିଆଯିବ ଯେ କʼଣ ତାଙ୍କ ନାମ ଜୀବନ ପୁସ୍ତକରେ ଲେଖାଯିବା ଉଚିତ୍‌ ନା ନୁହେଁ । ଯଦି ଏହି “ଅଧାର୍ମିକ” ଲୋକମାନେ ନିଜକୁ ବଦଳାଇବେ ଓ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିବେ, ତାହେଲେ ସେମାନଙ୍କ ନାମ ଜୀବନ ପୁସ୍ତକରେ ଲେଖାଯିବ ।

୧୭-୧୮. (କ) ଯେଉଁ ଲୋକମାନଙ୍କୁ ପୃଥିବୀରେ ଜୀବିତ କରାଯିବ, ସେମାନଙ୍କୁ କʼଣ କରିବାକୁ ହେବ ? (ଖ) ପ୍ରକାଶିତ ବାକ୍ୟ ୨୦:୧୨, ୧୩ ପଦରେ କେଉଁ ‘କର୍ମଗୁଡ଼ିକ’ ବିଷୟରେ କୁହାଯାଇଛି ?

୧୭ ଖ୍ରୀଷ୍ଟଙ୍କ ହଜାର ବର୍ଷର ଶାସନ ସମୟରେ ନୂଆ ପୁସ୍ତକଗୁଡ଼ିକ ଖୋଲାଯିବ ଯେଉଁଥିରେ ଅନେକ ଆଇନ-କାନୁନ ଲେଖାଥିବ । ଯେଉଁ ଲୋକମାନଙ୍କୁ ଜୀବିତ କରାଯିବ, ଯଦିଓ ସେମାନେ ପୂର୍ବେ ଭଲ କାମ କରିଥାʼନ୍ତୁ ବା ଖରାପ, ସେମାନଙ୍କୁ ସେସବୁ କଥା ମାନିବାକୁ ହେବ । ଏବିଷୟରେ ପ୍ରେରିତ ଯୋହନ ଗୋଟିଏ ଦର୍ଶନ ଦେଖିଥିଲେ । ସେ ଲେଖିଲେ, “ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି, ଆଉ ପୁସ୍ତକସବୁ ଫିଟାଗଲା; ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା; ସେହି ପୁସ୍ତକମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ ।”—ପ୍ରକା. ୨୦:୧୨, ୧୩.

୧୮ ପଦ ୧୩ରେ କୁହାଯାଇଛି ଯେ “ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ” କରାଯିବ । ତାହେଲେ କʼଣ ଏହା ସେହି ‘କର୍ମ’ ଅଟେ ଯାହା ସେମାନେ ମୃତ୍ୟୁର ପୂର୍ବେ କରିଥିଲେ । ନୁହଁ । ଯେପରି ଆମେ ଶିଖିଲୁ, ଜଣେ ମଣିଷର ମୃତ୍ୟୁ ପରେ ତାʼ ପାପ କ୍ଷମା କରିଦିଆଯାଏ । ତାହେଲେ ଏହା ସେହି କାମଗୁଡ଼ିକ ହୋଇପାରିବ ନାହିଁ ଯାହା ସେହି ଲୋକମାନେ ମୃତ୍ୟୁ ପୂର୍ବରୁ କରିଥିଲେ । ତାହେଲେ ଏହା କେଉଁ କାମଗୁଡ଼ିକ ଅଟେ ? ନୂଆ ଦୁନିଆରେ ଏହି ଲୋକମାନଙ୍କୁ ବହୁତ କିଛି ଶିଖାଇ ଦିଆଯିବ । ତାʼପରେ ସେମାନେ ଯେପରି କାମ କରିବେ, ସେହି କାମଗୁଡ଼ିକ ବିଷୟରେ ହିଁ ଏଠାରେ କୁହାଯାଇଥିବ । ନୋହ, ଶାମୁୟେଲ, ଦାଉଦ ଓ ଦାନିୟେଲଙ୍କ ଭଳି ବିଶ୍ୱସ୍ତ ଲୋକମାନଙ୍କୁ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ବହୁତ କିଛି ଶିଖିବାକୁ ପଡ଼ିବ ଓ ତାଙ୍କର ମୁକ୍ତିର ମୂଲ୍ୟ ଉପରେ ବିଶ୍ୱାସ କରିବାକୁ ହେବ । ଭାବନ୍ତୁ ଯଦି ଏହି ବିଶ୍ୱସ୍ତ ଲୋକମାନଙ୍କୁ ଶିଖିବାର ଆବଶ୍ୟକ ପଡ଼ିବ, ତାହେଲେ ଯେଉଁମାନେ ଖରାପ କାମ କରିଥିଲେ, ସେମାନଙ୍କୁ ଆଉ କେତେ ଶିଖିବାର ଆବଶ୍ୟକ ପଡ଼ିବ ।

୧୯. ଯେଉଁ ଲୋକମାନେ ନିଜକୁ ବଦଳାଇବେ ନାହିଁ, ତାଙ୍କର କʼଣ ହେବ ?

୧୯ ନୂଆ ଦୁନିଆରେ ଯେଉଁ ଲୋକମାନେ ଯୀଶୁଙ୍କ ବିଷୟରେ ଶିଖିବେ ଓ ତାଙ୍କର ମୁକ୍ତିର ମୂଲ୍ୟ ଉପରେ ବିଶ୍ୱାସ କରିବେ, ସେମାନଙ୍କ ନାମ ଜୀବନ ପୁସ୍ତକରେ ସବୁଦିନ ପାଇଁ ଲେଖାଯିବ । କିନ୍ତୁ ଯେଉଁ ଲୋକମାନେ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବେ, ସେମାନଙ୍କର କʼଣ ହେବ ? ପ୍ରକାଶିତ ବାକ୍ୟ ୨୦:୧୫ ପଦରେ ଲେଖାଅଛି, “ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା ।” ଏହାର ଅର୍ଥ ସେମାନଙ୍କୁ ସବୁଦିନ ପାଇଁ ବିନାଶ କରିଦିଆଯିବ । ତେଣୁ ଆସନ୍ତୁ ଆମେ ପୂରା ଚେଷ୍ଟା କରିବା ଯେ ଆମ ନାମ ଜୀବନ ପୁସ୍ତକରେ ଲେଖାଯାଉ ଓ ଏହା କେବେ ବି ଲିଭା ନ ଯାଉ !

ଜଣେ ଭାଇ ଖ୍ରୀଷ୍ଟଙ୍କ ହଜାର ବର୍ଷର ଶାସନ ସମୟରେ ଲୋକମାନଙ୍କୁ ଶିଖାଉଛନ୍ତି (ପାରାଗ୍ରାଫ ୨୦)

୨୦. ଯୀଶୁଙ୍କ ହଜାର ବର୍ଷର ଶାସନ ସମୟରେ କେଉଁ କାମ ବହୁତ ମାତ୍ରାରେ ହେବ ? (ବାହାରେ ଥିବା ଚିତ୍ର ଦେଖନ୍ତୁ)

୨୦ ଖ୍ରୀଷ୍ଟଙ୍କ ହଜାର ବର୍ଷର ଶାସନ ସମୟରେ ବହୁତ କିଛି ହେବ । ଲୋକମାନଙ୍କୁ ପ୍ରଥମ ଥର ଏତେ ମାତ୍ରାରେ ଶିଖାଇ ଦିଆଯିବ । କିନ୍ତୁ ତାʼ ସାଙ୍ଗେ ସାଙ୍ଗେ ଧାର୍ମିକ ଓ ଅଧାର୍ମିକ ଲୋକମାନଙ୍କର ବ୍ୟବହାର ଉପରେ ବି ଧ୍ୟାନ ଦିଆଯିବ ଓ ସେମାନଙ୍କର ଯାଞ୍ଚ କରାଯିବ ଓ ପରୀକ୍ଷା କରାଯିବ । (ଯିଶା. ୨୬:୯; ପ୍ରେରି. ୧୭:୩୧) କିନ୍ତୁ ପ୍ରଶ୍ନ ଉଠେ, ସାରା ଦୁନିଆରେ ଏତେ ଲୋକଙ୍କୁ କିପରି ଶିଖାଇ ଦିଆଯିବ ? ପରବର୍ତ୍ତୀ ଲେଖାରେ ଆମେ ଯିହୋବାଙ୍କ ଏହି ବିଶେଷ ବ୍ୟବସ୍ଥା ବିଷୟରେ ଆହୁରି ଜାଣିବା ।

ଗୀତ ୧୪୭ ହାମେସା କି ଜିନ୍ଦଗି କା ୱାଦା

a ଅନେକ ବାଇବଲଗୁଡ଼ିକରେ ଯୋହନ ୫:୨୮, ୨୯ ପଦରେ ଲେଖାଅଛି ଯେ କିଛି ଲୋକମାନଙ୍କର ଜୀବିତ କରାଯିବା “ଜୀବନର ପୁନରୁତ୍ଥାନ ନିମନ୍ତେ” ଓ କିଛି ଲୋକମାନଙ୍କର “ଦଣ୍ଡର ପୁନରୁତ୍ଥାନ ନିମନ୍ତେ” ହେବ । ଏଠାରେ ଯେଉଁ ଶବ୍ଦର ଅନୁବାଦ “ଦଣ୍ଡ” କରାଯାଇଛି, ତାʼର ଅର୍ଥ “ନ୍ୟାୟ” ବି ହୋଇପାରେ । ଏହି ଲେଖାରେ ଆମେ ଆଲୋଚନା କରିବା ଯେ ଯୋହନ ୫:୨୮, ୨୯ ପଦରେ ଲେଖାଥିବା ଯୀଶୁଙ୍କ ଶବ୍ଦଗୁଡ଼ିକର ଅର୍ଥ କʼଣ । ଆମେ ଜାଣିବା ଯେ ଏବିଷୟରେ ପୂର୍ବେ ଆମେ ଯାହା ମାନୁଥିଲୁ, ସେଥିରେ କʼଣ ପରିବର୍ତ୍ତନ ହୋଇଛି । ଆମେ ଏହା ବି ଜାଣିବା ଯେ କାହାକୁ ଜୀବନ ପାଇବା ପାଇଁ ଓ କାହାକୁ ନ୍ୟାୟ ପାଇବା ପାଇଁ ଜୀବିତ କରାଯିବ ।

b ଏହି ବହି “ଜଗତର ପତ୍ତନାବଧି” ବା ଜଗତର ଆରମ୍ଭରୁ ଲେଖାଯାଉଛି । ଏଠାରେ ଜଗତର ଅର୍ଥ ସେହି ଲୋକମାନେ ଅଟନ୍ତି ଯେଉଁମାନଙ୍କ ପାପ ଯୀଶୁଙ୍କ ମୁକ୍ତିର ମୂଲ୍ୟ ଆଧାରରେ କ୍ଷମା କରାଯାଇପାରେ । (ମାଥିଉ ୨୫:୩୪; ପ୍ରକାଶିତ ବାକ୍ୟ ୧୭:୮) ହେବଲ ସବୁଠାରୁ ପ୍ରଥମ ବିଶ୍ୱସ୍ତ ସେବକ ଥିଲେ । ତେଣୁ ହୁଏତ ଏହି ବହିରେ ସବୁଠୁ ପ୍ରଥମ ନାମ ତାଙ୍କର ଥିବ ।

c ପୂର୍ବରୁ ଆମେ ମାନୁଥିଲୁ ଯେ ଯୋହନ ୫:୨୯ ପଦରେ ଯୀଶୁ କହୁଥିଲେ ଯେ କିଛି ଲୋକମାନଙ୍କୁ “ଦଣ୍ଡର ପୁନରୁତ୍ଥାନ ନିମନ୍ତେ” ଜୀବିତ କରାଯିବ । କିନ୍ତୁ ଆଖପାଖର ପଦଗୁଡ଼ିକୁ ପଢ଼ିଲେ ଲାଗେ ଯେ ଏଠାରେ ଯୀଶୁଙ୍କ କହିବାର ଅର୍ଥ କିଛି ଅନ୍ୟ ଥିଲା । ଏପରି ଜଣାପଡ଼େ ଯେ ସେ “ନ୍ୟାୟ” କରାଯିବା ବିଷୟରେ କଥା ହେଉଥିଲେ, ଯାହାର ଅର୍ଥ ହେଉଛି କିଛି ସମୟ ଯାଏ କାହାରିକୁ ଯାଞ୍ଚ କରିବା ବା ପରୀକ୍ଷା କରିବା । କିମ୍ବା ଯେପରି ଗୋଟିଏ ଗ୍ରୀକ୍‌ ବାଇବଲ ଶବ୍ଦକୋଷରେ କୁହାଯାଇଛି, “କାହାରି ବ୍ୟବହାର ଉପରେ ଦୃଷ୍ଟି ରଖିବା ।”