इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ୱେବସାଇଟ୍‌ ବ୍ୟବହାର କରିବା ପାଇଁ ପରାମର୍ଶ

ୱେବସାଇଟ୍‌ ବ୍ୟବହାର କରିବା ପାଇଁ ପରାମର୍ଶ

ମୂଖ୍ୟ ପେଜ୍‌ରେ ଆସିଥିବା ଲେଖାଗୁଡ଼ିକୁ କିପରି ଖୋଜିବା

ଅନେକ ଭାଇଭଉଣୀ ଦେଖିଛନ୍ତି ଯେ jw.org ୱେବସାଇଟ୍‌ର ମୂଖ୍ୟ ପେଜ୍‌ରେ ଯେଉଁ ଲେଖାଗୁଡ଼ିକ ବିଷୟରେ କୁହାଯାଏ, ତାହା ପ୍ରଚାର କରିବା ସମୟରେ ବହୁତ ସାହାଯ୍ୟ କରେ । ଏହି ଲେଖାଗୁଡ଼ିକ ବହୁତ ସହଜରେ ଅନ୍ୟମାନଙ୍କୁ ଫୋନ୍‌ କିମ୍ବା ଟାବଲେଟ୍‌ରେ ପଠାଯାଇପାରେ । ଏହି ଲେଖାଗୁଡ଼ିକରେ ଅନେକଥର କୁହାଯାଇଥାଏ ଯେ ଆଜି ଘଟୁଥିବା ଘଟଣାଗୁଡ଼ିକରୁ ବାଇବଲରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ କିପରି ପୂରା ହେଉଛି । ଜଣେ ଭାଇ ଲେଖିଲେ ଯେ ମୂଖ୍ୟ ପେଜ୍‌ରେ ଆସୁଥିବା ଲେଖାଗୁଡ଼ିକ “ଆଜିକା ସମୟରେ ପ୍ରଚାର କରିବା ପାଇଁ ବିଲକୁଲ୍‌ ସଠିକ ଅଟେ ।”

କିନ୍ତୁ ମୂଖ୍ୟ ପେଜ୍‌ରେ ଆସୁଥିବା ଲେଖାଗୁଡ଼ିକ ବଦଳୁଥାଏ । ତାହେଲେ ଆମେ ପୂର୍ବେ ଆସୁଥିବା ଲେଖାଗୁଡ଼ିକ କିପରି ଖୋଜିପାରିବା ଯାହା ଏବେ ଦେଖାଯାଏନି ? ତାʼପାଇଁ jw.org କିମ୍ବା JW ଲାଇବ୍ରେରୀରେ® “ଲାଇବ୍ରେରୀ” ଭାଗରେ କ୍ଲିକ୍‌ କରନ୍ତୁ, ତାʼପରେ “ଲେଖାଗୁଡ଼ିକର ସିରିଜ୍‌” ଉପରେ କ୍ଲିକ୍‌ କରନ୍ତୁ ଓ ସେଥିରେ “ଆଉ କିଛି ବିଷୟ” ଦେଖନ୍ତୁ । ଏହି ଭାଗରେ ଆପଣଙ୍କୁ ଏପରି ଲେଖାଗୁଡ଼ିକ ମିଳିବ ଯାହା jw.org ୱେବସାଇଟ୍‌ରେ ଦିଆଯାଇଥିଲା ।