इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ପାଇଁ ପରାମର୍ଶ

ଅଧ୍ୟୟନ ପାଇଁ ପରାମର୍ଶ

“ନୂଆ କʼଣ ଅଛି” ଭାଗ କିପରି ବ୍ୟବହାର କରିବା ?

ଯାହା ବି ନୂଆ ଲେଖା ଓ ଭିଡିଓଗୁଡ଼ିକ ଆସେ, ସେଗୁଡ଼ିକ JW ଲାଇବ୍ରେରୀ ଓ jw.org ୱେବସାଇଟ୍‌ରେ “ନୂଆ କʼଣ ଅଛି” ଭାଗରେ ମିଳିବ । ଆପଣ ଏହି ଭାଗରେ ନୂଆ ଲେଖା ଓ ଭିଡିଓଗୁଡ଼ିକୁ ଦେଖିବା ପାଇଁ କʼଣ କରିପାରିବେ ?

JW ଲାଇବ୍ରେରୀ

  • ଯେବେ “ଆଉ କିଛି ବିଷୟ” ଭାଗରେ ସିରିଜ୍‌ର କୈଣସି ନୂଆ ଲେଖା ପ୍ରକାଶିତ କରାଯାଏ, ତେବେ ତାହା ସେହି ସିରିଜ୍‌ ସହିତ ହିଁ ଆସେ । ତେଣୁ ଯେବେ “ନୂଆ କʼଣ ଅଛି” ଭାଗରେ କୌଣସି ସିରିଜ୍‌ ଦେଖାଯାଏ, ତେବେ ଆପଣ ତାହାକୁ ଡାଉନଲୋଡ୍‌ କରିପାରିବେ । ତାହାକୁ ଖୋଲିବା ପରେ ଯଦି ଆପଣ “ତାରିଖ” ଉପରେ କ୍ଲିକ୍‌ କରିବେ, ତେବେ ନୂଆ ଲେଖା ସବୁଠୁ ପ୍ରଥମେ ଆସିବ ଯାହା ଆପଣ ପଢ଼ିପାରିବେ ।

  • ପତ୍ରିକାଗୁଡ଼ିକ ଭଳି ବଡ଼ ପ୍ରକାଶନଗୁଡ଼ିକୁ ହୁଏତ ଆପଣ ଥରେ ହିଁ ପୂରା ପଢ଼ିପାରିବେନି । ଏପରି ପ୍ରକାଶନଗୁଡ଼ିକୁ ଆପଣ “ମନପସନ୍ଦ ତଥ୍ୟ” (Favorites) ଭାଗରେ ରଖିପାରିବେ, ଯାହାଦ୍ୱାରା ଆପଣ ସେଗୁଡ଼ିକୁ ସହଜରେ ଖୋଜିପାରିବେ ଓ ଆପଣ ଯେଉଁଠୁ ପଢ଼ିବା ବନ୍ଦ କରିଥିଲେ ସେଇଠୁ ଆଗକୁ ପଢ଼ିପାରିବେ । ପୂରା ପଢ଼ିବା ପରେ ଆପଣ ସେଗୁଡ଼ିକୁ “ମନପସନ୍ଦ ତଥ୍ୟ” ଭାଗରୁ କାଢ଼ିପାରିବେ ।

JW.ORG

କିଛି ସୂଚନା, ଯେପରି କିଛି ଖବର ଓ ଘଟଣା, କେବଳ jw.org ୱେବସାଇଟ୍‌ରେ ହିଁ ଆସେ, JW ଲାଇବ୍ରେରୀରେ ନୁହେଁ । ତେଣୁ ଏବେ ଏବେ ଆସିଥିବା ଲେଖା ପଢ଼ିବା ପାଇଁ ମଝି ମଝିରେ jw.org ୱେବସାଇଟ୍‌ରେ “ନୂଆ କʼଣ ଅଛି” ଭାଗରେ ଲଗାତାର ଦେଖନ୍ତୁ ।