इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୫

ଗୀତ ୨୭ ଜଲ୍‌ଦ ଜାହିର୍‌ ହୋଙ୍ଗେ ୟାହ୍‌ କେ ବେଟେ

“ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ” !

“ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ” !

‘ଈଶ୍ୱର ନିଜେ କହିଅଛନ୍ତି, “ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ ।”’ଏବ୍ରୀ ୧୩:୫.

କʼଣ ଶିଖିବା ?

ଈଶ୍ୱରଙ୍କ ଯେଉଁ ସେବକମାନେ ଏହି ପୃଥିବୀରେ ବଞ୍ଚିବାର ଆଶା ରଖିଛନ୍ତି, ସେମାନେ କାହିଁକି ଏହି କଥା ଉପରେ ଭରସା ରଖିପାରିବେ ଯେ ଯେବେ ସମସ୍ତ ଅବଶିଷ୍ଟ ଅଭିଷିକ୍ତ ଖ୍ରୀଷ୍ଟିୟାନ ସ୍ୱର୍ଗକୁ ଚାଲିଯିବେ, ତେବେ ସେମାନଙ୍କୁ ଏକୁଟିଆ ଛାଡ଼ିଦିଆଯିବ ନାହିଁ ।

୧. ସମସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ କେବେ ସ୍ୱର୍ଗକୁ ଚାଲିଯାଇଥିବେ ?

 ଅନେକ ବର୍ଷ ପୂର୍ବରୁ ଯିହୋବାଙ୍କ ସେବକମାନଙ୍କ ମନରେ ପ୍ରାୟ ଏହି ପ୍ରଶ୍ନ ଆସୁଥିଲା, ଯେଉଁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଶେଷରେ ରହିଯିବେ ସେମାନେ କେବେ ସ୍ୱର୍ଗକୁ ଯିବେ ? ଆଗରୁ ଆମେ ଭାବୁଥିଲୁ ଯେ କିଛି ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ହୁଏତ ହର୍ମିଗିଦ୍ଦୋନ୍‌ ଯୁଦ୍ଧ ପରେ ବି ଏହି ପୃଥିବୀରେ ପାରାଦୀଶରେ କିଛି ସମୟ ଯାଏଁ ରହିବେ । କିନ୍ତୁ ପରେ ୧୫ ଜୁଲାଇ ୨୦୧୩ ର ପ୍ରହରୀଦୁର୍ଗରେ ବୁଝାଇ ଦିଆଗଲା ଯେ ହର୍ମିଗିଦ୍ଦୋନ୍‌ ଆରମ୍ଭ ହେବା ପୂର୍ବରୁ ହିଁ ସମସ୍ତ ଅବଶିଷ୍ଟ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସ୍ୱର୍ଗକୁ ଚାଲିଯାଇଥିବେ ।—ମାଥିଉ ୨୪:୩୧.

୨. କିଛି ଲୋକମାନଙ୍କ ମନରେ ହୁଏତ କେଉଁ ପ୍ରଶ୍ନ ଉଠିପାରେ ଓ ଏହି ଲେଖାରେ ଆମେ କʼଣ ଜାଣିବା ?

କିନ୍ତୁ ହୁଏତ କିଛି ଲୋକ ଏହା ବି ଭାବିପାରନ୍ତି: ମହାକ୍ଳେଶ ସମୟରେ ବିଶ୍ୱସ୍ତତାର ସହିତ ଯିହୋବାଙ୍କ ସେବା କରୁଥିବା ଖ୍ରୀଷ୍ଟଙ୍କ ‘ଅନ୍ୟ ମେଷଗୁଡ଼ିକର’ କʼଣ ହେବ? (ଯୋହ. ୧୦:୧୬; ମାଥି. ୨୪:୨୧) ଆମେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ବହୁତ ପ୍ରେମ କରୁ । ତେଣୁ ହୁଏତ କିଛି ଲୋକଙ୍କୁ ଏହା ଚିନ୍ତା ହେବ ଯେ ଯେବେ ସବୁ ଅଭିଷିକ୍ତ ଭାଇ ଓ ଭଉଣୀ ସ୍ୱର୍ଗକୁ ଚାଲିଯିବେ, ତେବେ ସେମାନେ ଏକୁଟିଆ ହୋଇଯିବେ, ତାଙ୍କୁ ରାସ୍ତା ଦେଖାଇବା ପାଇଁ କେହି ନ ଥିବେ । ଆସନ୍ତୁ ବାଇବଲରୁ ଏପରି ଦୁଇଟି ଉଦାହରଣ ଉପରେ ଧ୍ୟାନ ଦେବା ଯାହାଯୋଗୁଁ ହୁଏତ ସେମାନେ ଏପରି ଭାବନ୍ତି । ତାʼପରେ ଆମେ ଆଉ କିଛି କାରଣ ଉପରେ ଧ୍ୟାନ ଦେବା ଯେ ଆମକୁ କାହିଁକି ଏ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

ଅନ୍ୟ ମେଷଗୁଡ଼ିକ ସହ କʼଣ ହେବ ନାହିଁ ?

୩-୪. କିଛି ଭାଇଭଉଣୀମାନେ ହୁଏତ କʼଣ ଭାବିପାରନ୍ତି ଓ କାହିଁକି ?

କିଛି ଭାଇ ଭଉଣୀ ହୁଏତ ଭାବିପାରନ୍ତି ଯେ ଯଦି ପ୍ରଶାସନ ଦଳର ଭାଇମାନେ ପୃଥିବୀରେ ତାଙ୍କ ସହ ନ ଥିବେ, ତାହେଲେ ହୁଏତ ଅନ୍ୟ ମେଷଗୁଡ଼ିକ ଯିହୋବାଙ୍କ ସେବା କରିବା ଛାଡ଼ି ଦେବେ । ହୁଏତ ବାଇବଲର କିଛି ଘଟଣା ପଢ଼ି ସେମାନଙ୍କ ମନରେ ଏପରି ପ୍ରଶ୍ନ ଆସିପାରେ । ଆସନ୍ତୁ ଏପରି ଦୁଇଟି ଘଟଣା ଉପରେ ଧ୍ୟାନ ଦେବା । ଗୋଟିଏ ଘଟଣା ମହାଯାଜକ ଯିହୋୟାଦାଙ୍କ ସମୟର ଥିଲା । ସେ ଯିହୋବାଙ୍କ ବିଶ୍ୱସ୍ତ ସେବକ ଥିଲେ । ସେ ଓ ତାଙ୍କ ସ୍ତ୍ରୀ ଯିହୋଶାବତ୍‌, ଯୋୟାଶ୍‌ଙ୍କ ଛୋଟ ବେଳେ ଜୀବନ ବଞ୍ଚାଇଥିଲେ । ସେମାନେ ତାଙ୍କୁ ଠିକ୍‌ ବାଟରେ ଚାଲିବା ପାଇଁ ଶିଖାଇଲେ । ତେଣୁ ସେ ଜଣେ ଭଲ ରାଜା ହୋଇପାରିଲେ । ଯେବେ ଯାଏଁ ବୃଦ୍ଧ ମହାଯାଜକ ଜୀବିତ ଥିଲେ, ଯୋୟାଶ୍‌ ଯିହୋବାଙ୍କ ବିଶ୍ୱସ୍ତ ରହିଲେ ଓ ସଠିକ୍‌ କାମ କଲେ । କିନ୍ତୁ ଯିହୋୟାଦାଙ୍କ ମୃତ୍ୟୁ ପରେ ସେ ଯିହୁଦାର ଦୁଷ୍ଟ ଅଧିପତିଙ୍କ କଥା ଶୁଣିଲେ ଓ ଯିହୋବାଙ୍କ ଉପାସନା କରିବା ଛାଡ଼ିଦେଲେ ।—୨ ବଂଶା. ୨୪:୨, ୧୫-୧୯.

ଆଉ ଗୋଟିଏ ଘଟଣା ଦ୍ୱିତୀୟ ଶତାଦ୍ଦୀର (୧୦୦ ଖ୍ରୀଷ୍ଟାବ୍ଦ ପରେ) ଖ୍ରୀଷ୍ଟିୟାନମାନଙ୍କ ବିଷୟରେ ଅଟେ । ଯେପର୍ଯ୍ୟନ୍ତ ଯୀଶୁଙ୍କ ପ୍ରେରିତମାନେ ଜୀବିତ ଥିଲେ, ସେମାନେ ବିଶ୍ୱସ୍ତତାର ସହିତ ଯିହୋବାଙ୍କ ସେବା କରିବାରେ ଖ୍ରୀଷ୍ଟିୟାନମାନଙ୍କୁ ବହୁତ ସାହାଯ୍ୟ କରିଥିଲେ । ଏପରିକି ପ୍ରେରିତମାନଙ୍କ ମଧ୍ୟରୁ ସବୁଠାରୁ ଶେଷ ପର୍ଯ୍ୟନ୍ତ ବଞ୍ଚିଥିବା ପ୍ରେରିତ, ଯୋହନ ବି ଏପରି କରିଥିଲେ । (୩ ଯୋହ. ୪) ସେସମୟରେ ଲୋକମାନେ ମଣ୍ଡଳୀରେ ମିଥ୍ୟା ଶିକ୍ଷାଗୁଡ଼ିକ ଶିଖାଉଥିଲେ । ସେମାନଙ୍କଠାରୁ ଖ୍ରୀଷ୍ଟିୟାନମାନଙ୍କୁ ରକ୍ଷା କରିବା ପାଇଁ ଯୋହନ, ଅନ୍ୟ ପ୍ରେରିତମାନଙ୍କ ଭଳି ବହୁତ ପରିଶ୍ରମ କଲେ । (୧ ଯୋହ. ୨:୧୮; ୨ ଥେସ. ୨:୭) କିନ୍ତୁ ଯୋହନଙ୍କ ମୃତ୍ୟୁ ପରେ ମିଥ୍ୟା ଶିକ୍ଷାଗୁଡ଼ିକ ମଣ୍ଡଳୀଗୁଡ଼ିକ ଉପରେ ନିଆଁ ଭଳି ଚାରିଆଡ଼େ ବ୍ୟାପିଗଲା । ଆଉ କିଛି ବର୍ଷ ମଧ୍ୟରେ ହିଁ ଖ୍ରୀଷ୍ଟିୟାନ ମଣ୍ଡଳୀଗୁଡ଼ିକ ପୂରାପୂରି ଦୂଷିତ ହୋଇଗଲା ।

୫. ବାଇବଲର ଏହି ଦୁଇଟି ଘଟଣା ପଢ଼ି ଆମକୁ କʼଣ ଭାବିବା ଉଚିତ୍‌ ନୁହଁ ?

ଏହି ଦୁଇଟି ଘଟଣାରୁ କʼଣ ଏହା ଜଣାପଡ଼େ ଯେ ଯେବେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସ୍ୱର୍ଗକୁ ଚାଲିଯିବେ, ତେବେ ଯୀଶୁଙ୍କ ଅନ୍ୟ ମେଷମାନଙ୍କ ସହ ଏପରି ହିଁ ହେବ ? କʼଣ ସେସମୟରେ ବିଶ୍ୱସ୍ତ ଖ୍ରୀଷ୍ଟିୟାନମାନେ ଯୋୟାଶ୍‌ଙ୍କ ଭଳି ଯିହୋବାଙ୍କ ସେବା କରିବା ଛାଡ଼ି ଦେବେ କିମ୍ବା ଦ୍ୱିତୀୟ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ଭଳି ସତ୍ୟ ଧର୍ମ ବିରୁଦ୍ଧରେ ବିଦ୍ରୋହ କରିବେ ? ନୁହଁ, ଏହା କେବେ ବି ହେବ ନାହିଁ ! ଆମେ ପୂରା ଭରସା ରଖିପାରିବା ଯେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସ୍ୱର୍ଗକୁ ଯିବା ପରେ, ଅନ୍ୟ ମେଷଗୁଡ଼ିକ ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରିବା ଜାରି ରଖିବେ ଓ ଯିହୋବା ତାଙ୍କୁ ସମ୍ଭାଳିବେ । କିନ୍ତୁ ଆମେ କାହିଁକି ଏହି କଥା ଉପରେ ଭରସା ରଖିପାରିବା ?

ଶୁଦ୍ଧ ଉପାସନା କେବେ ବି ଦୂଷିତ ହେବ ନାହିଁ

୬. ଆମେ କେଉଁ ତିନୋଟି ସମୟ ବିଷୟରେ କଥା ହେବା ?

ଆମେ କାହିଁକି ଭରସା ରଖିପାରିବା ଆଗକୁ ଯେବେ ପରିସ୍ଥିତି ଖରାପ ହେବ, ସେସମୟରେ ବି ଶୁଦ୍ଧ ଉପାସନା ଦୂଷିତ ହେବ ନାହିଁ ? କାରଣ ବାଇବଲରୁ ଜାଣିଲୁ ଯେ ଆମେ ଏକ ବିଶେଷ ସମୟରେ ବଞ୍ଚୁଛୁ । ଏହି ସମୟ ଇସ୍ରାଏଲୀୟମାନଙ୍କ ସମୟ ଓ ଦ୍ୱିତୀୟ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ସମୟ ଠାରୁ ବହୁତ ଅଲଗା । ଆସନ୍ତୁ ଆମେ ଗୋଟେ ଗୋଟେ କରି ଏହି ତିନୋଟି ସମୟ ବିଷୟରେ କଥା ହେବା । (୧) ଇସ୍ରାଏଲୀୟମାନଙ୍କ ସମୟ, (୨) ପ୍ରେରିତମାନଙ୍କ ମୃତ୍ୟୁ ପରର ସମୟ ଆଉ (୩) ଆମ ସମୟ ଅର୍ଥାତ୍‌ ସେହି ସମୟ ଯେବେ ‘ସମସ୍ତ ବିଷୟର ପୁନଃସ୍ଥାପନ’ କରାଯିବ ।—ପ୍ରେରି. ୩:୨୧.

୭. ଯେବେ ଇସ୍ରାଏଲର ରାଜା ଓ ଅନ୍ୟ ଲୋକମାନେ ଖରାପ କାମସବୁ କରିବାକୁ ଲାଗିଲେ ତେବେ ବିଶ୍ୱସ୍ତ ଇସ୍ରାଏଲୀୟମାନେ କାହିଁକି ସାହସ ହରାଇଲେ ନାହିଁ ?

ଇସ୍ରାଏଲୀୟମାନଙ୍କ ସମୟ । ମୋଶା ନିଜ ମୃତ୍ୟୁର କିଛି ସମୟ ପୂର୍ବରୁ ଇସ୍ରାଏଲୀୟମାନଙ୍କୁ କହିଲେ, “ଯେହେତୁ ମୋʼ ମରଣ ଉତ୍ତାରେ ତୁମ୍ଭେମାନେ ନିତାନ୍ତ ଭ୍ରଷ୍ଟ ହୋଇ ମୋହର ଆଜ୍ଞା ପଥରୁ ବିମୁଖ ହେବ, ଏହା ମୁଁ ଜାଣେ ।” (ଦ୍ୱିବି. ୩୧:୨୯) ମୋଶା ଇସ୍ରାଏଲୀୟମାନଙ୍କୁ ଏହା ବି ଚେତାବନୀ ଦେଲେ ଯେ ଯଦି ସେମାନେ ଯିହୋବାଙ୍କ କଥା ଶୁଣିବେ ନାହିଁ, ତେବେ ସେମାନଙ୍କୁ ବନ୍ଦୀ କରିନିଆଯିବ । (ଦ୍ୱିବି. ୨୮:୩୫, ୩୬) ଆଉ ଠିକ୍‌ ଏପରି ହିଁ ହେଲା । ଆଗକୁ ଅନେକ ବର୍ଷ ଯାଏଁ ଇସ୍ରାଏଲରେ ଏପରି ଅନେକ ରାଜା ହେଲେ, ଯେଉଁମାନେ ବହୁତ ଖରାପ ଖରାପ କାମ କଲେ ଓ ନିଜ ଲୋକମାନଙ୍କୁ ଯିହୋବାଙ୍କଠାରୁ ଦୂରକୁ ନେଇଗଲେ । ସେଥିପାଇଁ ଯିହୋବା ସେହି ଦୁଷ୍ଟ ଲୋକମାନଙ୍କୁ ଛାଡ଼ିଲେ ନାହିଁ । ଆଉ ଇସ୍ରାଏଲରେ ରାଜା ନିଯୁକ୍ତ କରିବା ବନ୍ଦ କରିଦେଲେ । (ଯିହି. ୨୧:୨୫-୨୭) କିନ୍ତୁ ଯେବେ ବିଶ୍ୱସ୍ତ ଇସ୍ରାଏଲୀୟମାନେ ଦେଖିଲେ ଯେ ଯିହୋବା ଯେପରି କହିଥିଲେ ସେପରି ହିଁ ହେଲା, ତେବେ ଏଥିରୁ ତାଙ୍କୁ ସାହସ ମିଳିଲା ଓ ସେମାନେ ସତ୍ୟର ପଥରେ ଚାଲିବା ଜାରି ରଖିଲେ ।—ଯିଶା. ୫୫:୧୦, ୧୧.

୮. ଦ୍ୱିତୀୟ ଶତାବ୍ଦୀର ଖ୍ରୀଷ୍ଟିୟାନ ମଣ୍ଡଳୀ ଦୂଷିତ ହୋଇଯାଇଥିଲା, କʼଣ ଏଥିରୁ ଆମକୁ ଆଶ୍ଚର୍ଯ୍ୟ ହେବା ଉଚିତ୍‌ ? ବୁଝାନ୍ତୁ ।

ପ୍ରେରିତମାନଙ୍କ ମୃତ୍ୟୁ ପରର ସମୟ । ଦ୍ୱିତୀୟ ଶତାବ୍ଦୀର ଖ୍ରୀଷ୍ଟିୟାନ ମଣ୍ଡଳୀ ପୂରାପୂରି ଦୂଷିତ ହୋଇଯାଇଥିଲା । କʼଣ ଏହା ଜାଣି ଆମକୁ ଆଶ୍ଚର୍ଯ୍ୟ ହେବା କଥା ? ଏପରି ନୁହଁ, ଯୀଶୁ ପୂର୍ବରୁ ହିଁ କହିଦେଇଥିଲେ ଯେ ଅନେକ ଲୋକ ସତ୍ୟ ଧର୍ମ ବିରୁଦ୍ଧରେ ବିଦ୍ରୋହ କରିବେ । (ମାଥି. ୭:୨୧-୨୩; ୧୩:୨୪-୩୦, ୩୬-୪୩) ଆଉ ପ୍ରଥମ ଶତାବ୍ଦୀରୁ ହିଁ ଯୀଶୁଙ୍କ ଏହି ଭବିଷ୍ୟତବାଣୀ ପୂରା ହେବା ଆରମ୍ଭ ହୋଇଯାଇଥିଲା । ପ୍ରେରିତ ପାଉଲ, ପିତର ଆଉ ଯୋହନ ବି ଏବିଷୟରେ ଲେଖିଲେ । (୨ ଥେସ. ୨:୩, ୭; ୨ ପିତ. ୨:୧; ୧ ଯୋହ. ୨:୧୮) ଆଉ ଦ୍ୱିତୀୟ ଶତାବ୍ଦୀର ଖ୍ରୀଷ୍ଟିୟାନ ମଣ୍ଡଳୀ ପୂରାପୂରି ଦୂଷିତ ହୋଇଗଲା । ଏହିପରି ଭାବରେ ମିଥ୍ୟା ଖ୍ରୀଷ୍ଟିୟାନ ଧର୍ମର ଆରମ୍ଭ ହେଲା, ଯାହା ମହାନଗରୀ ବାବିଲର (ମିଥ୍ୟା ଧର୍ମର ସାମ୍ରାଜ୍ୟ) ଗୋଟିଏ ବଡ଼ ଭାଗ ହୋଇଗଲା । ଯୀଶୁ ଯାହା କହିଥିଲେ ଠିକ୍‌ ସେପରି ହିଁ ହେଲା ।

୯. ଆମେ ଯେଉଁ ସମୟରେ ବଞ୍ଚୁଛୁ ତାହା ଇସ୍ରାଏଲୀୟମାନଙ୍କ ଓ ଦ୍ୱିତୀୟ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ସମୟଠାରୁ କିପରି ଅଲଗା ?

ସେହି ସମୟ ଯେବେ ‘ସମସ୍ତ ବିଷୟର ପୁନଃସ୍ଥାପନ’ କରାଯିବ । ଆଜି ଆମେ ଯେଉଁ ସମୟରେ ବଞ୍ଚୁଛୁ, ତାହା ପ୍ରାଚୀନ ସମୟର ଇସ୍ରାଏଲୀୟମାନଙ୍କ ସମୟ ଭଳି ନୁହଁ କିମ୍ବା ଦ୍ୱିତୀୟ ଶତାବ୍ଦୀର ସମୟ ଭଳି ନୁହଁ, ଯେବେ ଅନେକ ଲୋକ ଖ୍ରୀଷ୍ଟିୟାନ ଧର୍ମ ବିରୁଦ୍ଧରେ ବିଦ୍ରୋହ କରିବାକୁ ଲାଗିଥିଲେ । ତାହେଲେ ଆମେ କେଉଁ ସମୟରେ ବଞ୍ଚୁଛୁ ? ଦେଖିବାକୁ ଗଲେ ଆମେ ଏହି ସମୟକୁ ଏହି ଦୁଷ୍ଟ ଦୁନିଆର “ଶେଷକାଳ” କହୁ । (୨ ତୀମ. ୩:୧) କିନ୍ତୁ ବାଇବଲରୁ ଜଣାପଡ଼େ ଯେ ୧୯୧୪ରୁ ଆଉ ଗୋଟିଏ ବିଶେଷ ସମୟର ଆରମ୍ଭ ହେଲା, ଯାହା ବହୁତ ଲମ୍ବା ସମୟ ଯାଏଁ ଚାଲିବ । ଏହି ସମୟ ଖ୍ରୀଷ୍ଟଙ୍କ ୧,୦୦୦ ବର୍ଷର ଶାସନ ଶେଷ ହେବା ପର୍ଯ୍ୟନ୍ତ ଚାଲିବ, ଯେବେ ସବୁ ମଣିଷ ପରିପୂର୍ଣ୍ଣ ହୋଇଯିବେ ଆଉ ପୂରା ପୃଥିବୀ ପାରଦୀଶ ହୋଇଯିବ । ଏହି ସମୟରେ ‘ସମସ୍ତ ବିଷୟ ପୁନଃସ୍ଥାପନ’ କରାଯିବ । (ପ୍ରେରି. ୩:୨୧) ତାହେଲେ ଏବେ ଯାଏଁ କʼଣ କʼଣ ପୁନଃସ୍ଥାପନ ବା ପୂର୍ବ ଭଳି ହୋଇସାରିଛି ? ୧୯୧୪ ମସିହାରେ ଯୀଶୁ ସ୍ୱର୍ଗରେ ରାଜା ହେଲେ । ଏହିପରି ଭାବରେ ପୁଣିଥରେ ଜଣେ ରାଜା ଯିହୋବାଙ୍କ ତରଫରୁ ଶାସନ କରିବାକୁ ଲାଗିଲେ, ଯିଏ ବିଶ୍ୱସ୍ତ ରାଜା ଦାଉଦଙ୍କ ବଂଶରୁ ଥିଲେ । ଏହାର କିଛି ସମୟ ପରେ ଯିହୋବା ଆହୁରି ବି କିଛି ପୁନଃସ୍ଥାପନ କଲେ । ତାଙ୍କ ସାହାଯ୍ୟରେ ପୁଣିଥରେ ତାଙ୍କ ଲୋକମାନେ ଶୁଦ୍ଧ ଉପାସନା କରିବାକୁ ଲାଗିଲେ । (ଯିଶା. ୨:୨-୪; ଯିହି. ୧୧:୧୭-୨୦) କିନ୍ତୁ କʼଣ ଶୁଦ୍ଧ ଉପାସନା ପୁଣି କେବେ ଦୂଷିତ ହେବ ?

୧୦. (କ) ଆମ ସମୟରେ ଯେଉଁ ଶୁଦ୍ଧ ଉପାସନା ହେଉଛି, ସେବିଷୟରେ କʼଣ ଭବିଷ୍ୟତବାଣୀ କରାଯାଇଥିଲା ? (ଯିଶାଇୟ ୫୪:୧୭) (ଖ) ଏହି ଭବିଷ୍ୟତବାଣୀଗୁଡ଼ିକରୁ ଆମକୁ କାହିଁକି ସାହସ ମିଳେ ?

୧୦ ଯିଶାଇୟ ୫୪:୧୭ ପଢ଼ନ୍ତୁ । ଟିକେ ଏହି ଭବିଷ୍ୟତବାଣୀ ବିଷୟରେ ଭାବନ୍ତୁ: “ଯେକୌଣସି ଅସ୍ତ୍ର ତୁମ୍ଭ ପ୍ରତିକୂଳରେ ନିର୍ମିତ ହୁଏ, ତାହା ସାର୍ଥକ ହେବ ନାହିଁ ।” ଯିହୋବା ଯାହା କହିଥିଲେ ତାହା ଆଜି ପୂରା ହେଉଛି । ଆଉ ଗୋଟିଏ ଭବିଷ୍ୟତବାଣୀ ମଧ୍ୟ ଆମ ସମୟରେ ପୂରା ହେଉଛି । “ତୁମ୍ଭର ସନ୍ତାନଗଣ ସମସ୍ତେ ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେବେ ଓ ତୁମ୍ଭ ସନ୍ତାନଗଣର ମହାଶାନ୍ତି ହେବ । ତୁମ୍ଭେ ଧାର୍ମିକତାରେ ସ୍ଥିରୀକୃତ ହେବ; . . . କାରଣ ତୁମ୍ଭେ ଭୀତ ନୋହିବ; ପୁଣି ତ୍ରାସଠାରୁ ଦୂରରେ ରହିବ, କାରଣ ତାହା ତୁମ୍ଭ ନିକଟକୁ ଆସିବ ନାହିଁ ।” (ଯିଶା. ୫୪:୧୩, ୧୪) ଆଜି ଯିହୋବାଙ୍କ ଲୋକମାନେ ସାରା ଦୁନିଆରେ ଶିଖାଇବାର ଯେଉଁ କାମ କରୁଛନ୍ତି, ତାହାକୁ ଏହି ଦୁନିଆର “ଜଗତ୍‌ପତି” ଶୟତାନ ମଧ୍ୟ ରୋକିପାରିବ ନାହିଁ । (୨ କରି. ୪:୪) ଆଜି ପୁଣିଥରେ ଶୁଦ୍ଧ ଉପାସନା କରାଯାଉଛି ଆଉ ଏହା ପୁଣି କେବେ ଦୂଷିତ ହେବ ନାହିଁ । ଯିହୋବାଙ୍କ ଲୋକମାନେ ସବୁଦିନ ପାଇଁ ଶୁଦ୍ଧ ଉପାସନା କରିବା ଜାରି ରଖିବେ । ଆମ ପ୍ରତିକୂଳରେ ନିର୍ମିତ ହୋଇଥିବା କୌଣସି ଅସ୍ତ୍ର କେବେ ବି ସାର୍ଥକ ହେବ ନାହିଁ ।

ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସ୍ୱର୍ଗକୁ ଯିବା ପରେ କʼଣ ହେବ ?

୧୧. କେଉଁ କଥାରୁ ଆମକୁ ଭରସା ହୋଇଯାଏ ଯେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସ୍ୱର୍ଗକୁ ଚାଲିଗଲା ପରେ ମଧ୍ୟ ମହା ଜନତାର ଲୋକମାନଙ୍କୁ ଏକୁଟିଆ ଛାଡ଼ିଦିଆଯିବ ନାହିଁ ?

୧୧ ଯେବେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସ୍ୱର୍ଗକୁ ଚାଲିଯିବେ, ତେବେ କʼଣ ହେବ ? ମନେ ରଖନ୍ତୁ ଯୀଶୁ ଆମ ମେଷପାଳକ ଅଟନ୍ତି, ସେ ଖ୍ରୀଷ୍ଟିୟାନ ମଣ୍ଡଳୀର ମୁଖିଆ ଅଟନ୍ତି । ଆଉ ସେ କହିଥିଲେ, “ତୁମ୍ଭମାନଙ୍କର ନେତା ବା ମୁଖିଆ ଜଣେ, ସେ ଖ୍ରୀଷ୍ଟ ।” (ମାଥି. ୨୩:୧୦) ଯୀଶୁ ଖ୍ରୀଷ୍ଟ ସ୍ୱର୍ଗରୁ ଶାସନ କରୁଛନ୍ତି । ସେ ସବୁବେଳେ ନିଜ ଲୋକମାନଙ୍କୁ ସମ୍ଭାଳିବେ । ତେଣୁ ଆମକୁ ସେବିଷୟରେ ଚିନ୍ତା କରିବା ଦରକାର ନାହିଁ । ଆମେ ଏହା ତ ଜାଣିନୁ ଯେ ସେସମୟରେ ଯୀଶୁ ଖ୍ରୀଷ୍ଟ ଠିକ୍‌ କିପରି ଭାବରେ ଆମକୁ ରାସ୍ତା ଦେଖାଇବେ । କିନ୍ତୁ ଆମେ ଭରସା ରଖିପାରିବା ଯେ ସେ ନିଜ ଦାୟିତ୍ୱ ଭଲଭାବେ ତୁଲାଇବେ । ଆସନ୍ତୁ ବାଇବଲର କିଛି ଉଦାହରଣ ଉପରେ ଧ୍ୟାନ ଦେବା, ଯେଉଁଥିରୁ ଏହି କଥା ଉପରେ ଆମ ଭରସା ଆହୁରି ବଢ଼ିଯିବ ।

୧୨. (କ) ମୋଶାଙ୍କ ମୃତ୍ୟୁ ପରେ ଯିହୋବା ନିଜ ଲୋକମାନଙ୍କୁ କିପରି ସମ୍ଭାଳିଲେ ? (ଖ) ଯେବେ ଏଲୀୟଙ୍କୁ ଅନ୍ୟ ଗୋଟିଏ ଜାଗାକୁ ପଠାଇ ଦିଆଗଲା, ତେବେ ଯିହୋବା ନିଜ ଲୋକମାନଙ୍କୁ କିପରି ସମ୍ଭାଳିଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୨ ଇସ୍ରାଏଲୀୟମାନେ ପ୍ରତିଜ୍ଞାତ ଦେଶକୁ ଯିବା ପୂର୍ବରୁ ହିଁ ମୋଶାଙ୍କର ମୃତ୍ୟୁ ହୋଇଯାଇଥିଲା । ତାହେଲେ ଯେବେ ମୋଶା ନ ଥିଲେ, କʼଣ ସେସମୟରେ ଯିହୋବା ନିଜ ଲୋକମାନଙ୍କୁ ଏକୁଟିଆ ଛାଡ଼ିଦେଲେ ? ନୁହଁ । ଯେବେ ଯାଏଁ ସେମାନେ ଯିହୋବାଙ୍କର ବିଶ୍ୱସ୍ତ ରହିଲେ ଯିହୋବା ସେମାନଙ୍କୁ ସମ୍ଭାଳିଲେ । ମୋଶାଙ୍କ ମୃତ୍ୟୁ ପୂର୍ବରୁ ଯିହୋବା ମୋଶାଙ୍କୁ କହିଲେ ଯେ ସେ ଯିହୋଶୂୟଙ୍କୁ ଲୋକମାନଙ୍କର ମୁଖିଆ ନିଯୁକ୍ତ କରନ୍ତୁ । ଆଉ ମୋଶା ଅନେକ ବର୍ଷରୁ ଯିହୋଶୂୟଙ୍କୁ ଶିଖାଉଥିଲେ । (ଯାତ୍ରା. ୩୩:୧୧; ଦ୍ୱିବି. ୩୪:୯) ତାʼଛଡ଼ା ଇସ୍ରାଏଲରେ ଏପରି ଅନେକ ବୁଦ୍ଧିମାନ ଲୋକ ଥିଲେ, ଯେଉଁମାନଙ୍କୁ ସେ ବଂଶ ଅନୁସାରେ ହଜାର ହଜାର, ଶହ ଶହ, ପଚାଶ ପଚାଶ, ଏପରିକି ଦଶ ଦଶ ଭାଗରେ ବିଭକ୍ତ କରି ପ୍ରଧାନ ନିଯୁକ୍ତ କଲେ । (ଦ୍ୱିବି. ୧:୧୫) ଯିହୋବା ନିଜ ଲୋକମାନଙ୍କୁ ବହୁତ ଭଲଭାବେ ସମ୍ଭାଳିଲେ । ଆଉ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଏହା ସେସମୟର କଥା, ଯେବେ ଏଲୀୟ ଇସ୍ରାଏଲର ଭବିଷ୍ୟଦ୍‌ବକ୍ତା ଥିଲେ । ସେ ଅନେକ ବର୍ଷରୁ ଯିହୋବାଙ୍କ ଉପାସନା କରିବା ପାଇଁ ଇସ୍ରାଏଲୀୟମାନଙ୍କୁ ସାହାଯ୍ୟ କରିଥିଲେ । କିନ୍ତୁ ତାʼପରେ ଯିହୋବା ତାଙ୍କୁ ଦକ୍ଷିଣରେ ଥିବା ଯିହୂଦାକୁ ପଠାଇ ଦେଲେ । (୨ ରାଜା. ୨:୧; ୨ ବଂଶା. ୨୧:୧୨) ତାହେଲେ କʼଣ ଦଶ ଗୋଷ୍ଠୀ ବିଶିଷ୍ଟ ଇସ୍ରାଏଲ ରାଷ୍ଟ୍ରରେ ଥିବା ବିଶ୍ୱସ୍ତ ଲୋକମାନଙ୍କୁ ଏକୁଟିଆ ଛାଡ଼ିଦିଆଗଲା ? ତାଙ୍କୁ ଠିକ୍‌ ବାଟ ଦେଖାଇବା ପାଇଁ କʼଣ କେହି ନ ଥିଲେ ? ନୁହଁ, ଏଲୀୟ ଅନେକ ବର୍ଷ ଯାଏଁ ଇଲୀଶାୟଙ୍କୁ ଶିଖାଉଥିଲେ । ତାʼଛଡ଼ା ‘ଭବିଷ୍ୟଦ୍‌ବକ୍ତାଗଣଙ୍କ ପୁତ୍ରମାନେ’ ମଧ୍ୟ ଥିଲେ ଯେଉଁମାନଙ୍କୁ ବହୁତ ବ୍ୟବସ୍ଥିତ ଭାବେ ଶିକ୍ଷା ଦିଆଯାଇଥିଲା ବା ତାଲିମ ଦିଆଯାଇଥିଲା । (୨ ରାଜା. ୨:୭) ଏଥିରୁ ଜଣାପଡ଼େ ଯେ ଯିହୋବାଙ୍କ ଲୋକମାନଙ୍କ ନେତୃତ୍ୱ ନେବା ପାଇଁ ସବୁବେଳେ କେହି ନା କେହି ବିଶ୍ୱସ୍ତ ଲୋକମାନେ ରହି ଆସିଛନ୍ତି । ତାଙ୍କ ଜରିଆରେ ଯିହୋବା ନିଜ ଲୋକମାନଙ୍କୁ ସମ୍ଭାଳିଲେ ଓ ଏପରି ଭାବେ ନିଜ ଉଦ୍ଦେଶ୍ୟ ପୂରା କଲେ ।

ମୋଶା (ବାମ ଚିତ୍ର) ଓ ଇଲୀଶାୟ (ଡାହାଣ ଚିତ୍ର) ଦୁହେଁ ଅନ୍ୟ ଜଣକୁ ଶିଖାଇଲେ । ଏପରି କରିବା ଦ୍ୱାରା ସେମାନେ ମୋଶା ଓ ଇଲୀଶାୟଙ୍କ ପରେ ଈଶ୍ୱରଙ୍କ ଲୋକମାନଙ୍କୁ ସଠିକ୍‌ ରାସ୍ତା ଦେଖାଇପାରିଲେ । (ପାରାଗ୍ରାଫ ୧୨)


୧୩. ଏବ୍ରୀ ୧୩:୫ ପଦରେ ଆମକୁ କʼଣ ଭରସା ଦିଆଯାଇଛି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୩ ବାଇବଲର ଏହି ଘଟଣାଗୁଡ଼ିକୁ ଧ୍ୟାନରେ ରଖି ଏବେ ଆପଣ କʼଣ କହିବେ ? ଯେବେ ଅବଶିଷ୍ଟ ସମସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସ୍ୱର୍ଗକୁ ଚାଲିଯିବେ, ତେବେ କʼଣ ହେବ ? ସେବିଷୟରେ ଭାବି ଆମକୁ ଚିନ୍ତା କରିବା ଦରକାର ନାହିଁ । ବାଇବଲରେ ଆମକୁ ଭରସା ଦିଆଯାଇଛି ଯେ ଯିହୋବା କେବେ ବି ନିଜ ଲୋକମାନଙ୍କୁ ଏକୁଟିଆ ଛାଡ଼ିବେ ନାହିଁ । (ଏବ୍ରୀ ୧୩:୫ ପଢ଼ନ୍ତୁ ।) ମୋଶା ଓ ଏଲୀୟଙ୍କ ଭଳି ପ୍ରଶାସନ ଦଳର ଭାଇମାନେ ମଧ୍ୟ ଏକଥା ବୁଝନ୍ତି ଯେ ଅନ୍ୟମାନଙ୍କୁ ଟ୍ରେନିଙ୍ଗ ଦେବା କେତେ ଜରୁରୀ । ଆଉ ଅନେକ ବର୍ଷରୁ ସେମାନେ ଅନ୍ୟ ମେଷର ଭାଇମାନଙ୍କୁ ଯିହୋବାଙ୍କ ମେଷଗୁଡ଼ିକର ନେତୃତ୍ୱ ନେବା ପାଇଁ ଟ୍ରେନିଙ୍ଗ ଦେଇ ଆସୁଛନ୍ତି । ଏପରି ଟ୍ରେନିଙ୍ଗ ଦେବା ପାଇଁ ସେମାନେ ଅନେକ ସ୍କୁଲ ବି ଆରମ୍ଭ କରିଛନ୍ତି । ଯେପରି ପ୍ରାଚୀନ, ସର୍କିଟ ଅଧ୍ୟକ୍ଷ, ଶାଖା ସମିତିର ସଦସ୍ୟ, ବୈଥେଲରେ ନେତୃତ୍ୱ ନେଉଥିବା ଭାଇ, ମିସନାରୀ ଓ ଅନ୍ୟମାନଙ୍କ ପାଇଁ ସ୍କୁଲ । ତାʼଛଡ଼ା ଯେଉଁ ଭାଇମାନେ ପ୍ରଶାସନ ଦଳର ସମିତିଗୁଡ଼ିକରେ ସହାୟକ ଭାବରେ କାମ କରନ୍ତି, ସେମାନଙ୍କୁ ପ୍ରଶାସନ ଦଳର ଭାଇମାନେ ନିଜେ ଟ୍ରେନିଙ୍ଗ ଦିଅନ୍ତି । ଏହି ଭାଇମାନେ ଏବେଠାରୁ ସଂଗଠନରେ ବଡ଼ ବଡ଼ ଦାୟିତ୍ୱ ସମ୍ଭାଳୁଛନ୍ତି ଓ ଆଗକୁ ମଧ୍ୟ ଖ୍ରୀଷ୍ଟଙ୍କ ମେଷଗୁଡ଼ିକୁ ଭଲଭାବେ ସମ୍ଭାଳିବା ପାଇଁ ପୂରାପୂରି ପ୍ରସ୍ତୁତ ଅଛନ୍ତି ।

ପ୍ରଶାସନ ଦଳର ଭାଇମାନେ ସହାୟକ ଭାଇମାନଙ୍କୁ ଟ୍ରେନିଙ୍ଗ ଦେବା ପାଇଁ ଆଉ ପୂରା ଦୁନିଆର ପ୍ରାଚୀନମାନଙ୍କୁ, ଭ୍ରମଣକାରୀ ଅଧ୍ୟକ୍ଷମାନଙ୍କୁ, ଶାଖା ସମିତିର ସଦସ୍ୟମାନଙ୍କୁ, ବୈଥେଲରେ ନେତୃତ୍ୱ ନେଉଥିବା ଭାଇମାନଙ୍କୁ, ଆଉ ମିସନାରୀ ଭାଇମାନଙ୍କୁ ଶିଖାଇବା ପାଇଁ ସ୍କୁଲର ବ୍ୟବସ୍ଥା କରିଛନ୍ତି (ପାରାଗ୍ରାଫ ୧୩)


୧୪. ଏବେ ଯାଏଁ ଆମେ ଯାହା ଚର୍ଚ୍ଚା କଲୁ, ସେଥିରୁ ଆମେ କେଉଁ କଥାର ଭରସା ରଖିପାରିବା ?

୧୪ ଏବେ ଯାଏଁ ଆମେ ଯାହା ଚର୍ଚ୍ଚା କଲୁ, ସେଥିରୁ ଆମେ ଜାଣିପାରିଲୁ ଯେ ଯେବେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ମହାକ୍ଳେଶର ପାଖାପାଖି ଶେଷ ସମୟରେ ସ୍ୱର୍ଗକୁ ଚାଲିଯିବେ, ତେବେ ମଧ୍ୟ ପୃଥିବୀରେ ଶୁଦ୍ଧ ଉପାସନା ଜାରି ରହିବ । ଖ୍ରୀଷ୍ଟଙ୍କ ନେତୃତ୍ୱରେ ଯିହୋବାଙ୍କ ଲୋକମାନେ ବିଶ୍ୱସ୍ତତାର ସହ ଯିହୋବାଙ୍କ ଉପାସନା କରିବା ଜାରି ରଖିବେ । ଆମେ ଜାଣିଛୁ ଯେ ସେସମୟରେ ମାଗୋଗ୍‌ ଦେଶୀୟ ଗୋଗ୍‌ ଅର୍ଥାତ୍‌ ଦେଶଗୁଡ଼ିକର ଏକତ୍ରିକରଣ କ୍ରୋଧରେ ଆସି ଆମ ଉପରେ ଆକ୍ରମଣ କରିବ । (ଯିହି. ୩୮:୧୮-୨୦) କିନ୍ତୁ ସେହି ଆକ୍ରମଣ ବେଶୀ ସମୟ ଯାଏଁ ଚାଲିବନି ଓ ଶତ୍ରୁମାନେ ସଫଳ ହେବେ ନାହିଁ । ତାʼଛଡ଼ା ଯିହୋବାଙ୍କ ଲୋକମାନେ ଉପାସନା କରିବା ଜାରି ରଖିବେ । ଯିହୋବା ନିଶ୍ଚୟ ତାଙ୍କ ଲୋକମାନଙ୍କୁ ରକ୍ଷା କରିବେ । ପ୍ରେରିତ ଯୋହନ ଦର୍ଶନରେ ଗୋଟିଏ ‘ମହା ଜନତାକୁ’ ଦେଖିଥିଲେ । ଏହି ମହାଜନତା ଖ୍ରୀଷ୍ଟଙ୍କ ଅନ୍ୟ ମେଷଗୁଡ଼ିକୁ ନେଇ ଗଠିତ ହୋଇଥିଲା । ଯୋହନ କହିଥିଲେ ଏହି ‘ମହା ଜନତା’ “ମହାକ୍ଳେଶରୁ ବାହାରି ଆସିଅଛନ୍ତି ।” (ପ୍ରକା. ୭:୯, ୧୪) ଏଥିରୁ ଆମକୁ ଭରସା ହୋଇଯାଏ ଯେ ଯିହୋବା ନିଜ ଲୋକମାନଙ୍କୁ ନିଶ୍ଚୟ ରକ୍ଷା କରିବେ !

୧୫-୧୬. ପ୍ରକାଶିତ ବାକ୍ୟ ୧୭:୧୪ ପଦ ଅନୁସାରେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ହର୍ମିଗିଦ୍ଦୋନ୍‌ ସମୟରେ କʼଣ କରିବେ ? ଆଉ ଏହା ଜାଣି ଆମକୁ କାହିଁକି ସାହସ ମିଳେ ?

୧୫ କିନ୍ତୁ ହୁଏତ କିଛି ଲୋକ ଭାବିପାରନ୍ତି, ‘ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସ୍ୱର୍ଗକୁ ଯିବା ପରେ କʼଣ କରିବେ ?’ ବାଇବଲରେ ଏହାର ଉତ୍ତର ଦିଆଯାଇଛି । ଏଥିରେ କୁହାଯାଇଛି ଦୁନିଆର ସରକାରଗୁଡ଼ିକ “ମେଷଶାବକଙ୍କ ସହିତ ଯୁଦ୍ଧ କରିବେ ।” ଆଉ ଆମେ ଜାଣୁ ଏହି ଯୁଦ୍ଧରେ ଦୁନିଆର ସରକାରଗୁଡ଼ିକ ହାରିଯିବ । ବାଇବଲରେ ଲେଖାଅଛି “ମେଷଶାବକ ସେମାନଙ୍କୁ ଜୟ କରିବେ ।” ଆଉ ସେସମୟରେ କେଉଁମାନେ ମେଷଶାବକକୁ ସାହାଯ୍ୟ କରିବେ ? ପଦରେ ଆଗକୁ କୁହାଯାଇଛି ଯେ “ଯେଉଁମାନେ ଆହୁତ, ମନୋନିତ ଓ ବିଶ୍ୱସ୍ତ ଲୋକମାନେ” ତାଙ୍କୁ ସାହାଯ୍ୟ କରିବେ । (ପ୍ରକାଶିତ ବାକ୍ୟ ୧୭:୧୪ ପଢ଼ନ୍ତୁ ।) କିନ୍ତୁ ସେମାନେ କିଏ ? ସେମାନେ ହେଉଛନ୍ତି ସ୍ୱର୍ଗରେ ଜୀବନ ପାଇଥିବା ସମସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନ । ତାହେଲେ ଅବଶିଷ୍ଟ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ମଧ୍ୟ ମହାକ୍ଳେଶର ପାଖାପାଖି ଶେଷରେ ସ୍ୱର୍ଗକୁ ଚାଲିଯିବେ, ତେବେ ପ୍ରଥମେ ସେମାନଙ୍କୁ କେଉଁ କାମ ଦିଆଯିବ ? ସେମାନଙ୍କୁ ଲଢ଼ିବାକୁ ପଡ଼ିବ । କେତେ ବଢ଼ିଆ କାମ ମିଳିବ ନା ସେମାନଙ୍କୁ ! କିଛି ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଯିହୋବାଙ୍କ ସାକ୍ଷୀ ହେବା ପୂର୍ବରୁ ଲୋକମାନଙ୍କ ସହ ଲଢ଼େଇ କରୁଥିଲେ ଆଉ କିଛି ଅଭିଷିକ୍ତ ଖ୍ରୀଷ୍ଟିୟାନ ସେନାରେ ମଧ୍ୟ ଥିଲେ । କିନ୍ତୁ ପରେ ଯେବେ ସେମାନେ ଖ୍ରୀଷ୍ଟିୟାନ ହେଲେ, ତେବେ ସେମାନେ ଶାନ୍ତିର ପଥରେ ଚାଲିବା ଶିଖିଲେ । (ଗାଲା. ୫:୨୨; ୨ ଥେସ. ୩:୧୬) ସେମାନେ ଯୁଦ୍ଧଗୁଡ଼ିକରେ ଭାଗ ନେବା ଛାଡ଼ିଦେଲେ । କିନ୍ତୁ ଯେବେ ସେମାନେ ସ୍ୱର୍ଗକୁ ଯିବେ, ତେବେ ସେମାନେ ଖ୍ରୀଷ୍ଟ ଓ ତାଙ୍କ ପବିତ୍ର ସ୍ୱର୍ଗଦୂତମାନଙ୍କ ସହ ମିଶି ଯିହୋବାଙ୍କ ଶତ୍ରୁମାନଙ୍କ ସହ ଶେଷ ଯୁଦ୍ଧ କରିବେ ।

୧୬ ଏବିଷୟରେ ମଧ୍ୟ ଭାବନ୍ତୁ । ଆଜି ଯେଉଁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଅଛନ୍ତି, ସେମାନେ ବହୁତ ବୟସ୍କ ଓ ଦୁର୍ବଳ । କିନ୍ତୁ ଯେବେ ସେମାନଙ୍କୁ ସ୍ୱର୍ଗରେ ଜୀବନ ଦିଆଯିବ, ସେସମୟରେ ସେମାନେ ବହୁତ ଶକ୍ତିଶାଳୀ ଓ ଅମର ହୋଇଯିବେ । ସେମାନେ ନିଜ ଶକ୍ତିଶାଳୀ ରାଜା ଯୀଶୁ ଖ୍ରୀଷ୍ଟଙ୍କ ସହ ମିଶି ଯୁଦ୍ଧ କରିବେ । ହର୍ମିଗିଦ୍ଦୋନ୍‌ ପରେ ସେମାନେ ଯୀଶୁଙ୍କ ସହ ମିଶି ପରିପୂର୍ଣ୍ଣ ହେବା ପାଇଁ ମଣିଷମାନଙ୍କୁ ସାହାଯ୍ୟ କରିବେ । ଆମେ ପୂରା ଭରସା ରଖିପାରିବା ଯେ ଯେବେ ସମସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସ୍ୱର୍ଗକୁ ଚାଲିଯିବେ, ତେବେ ସେମାନେ ଆମ ପାଇଁ ଏପରି ବଡ଼ ବଡ଼ କାମ କରିବେ, ଯାହା ଆଜି ଚାହିଁଲେ ମଧ୍ୟ ସେମାନେ କରିପାରୁ ନାହାନ୍ତି !

୧୭. ଆମେ କାହିଁକି କହିପାରିବା ଯେ ହର୍ମିଗିଦ୍ଦୋନ୍‌ ସମୟରେ ଯିହୋବାଙ୍କ ସମସ୍ତ ସେବକଙ୍କୁ ସୁରକ୍ଷା କରାଯିବ ?

୧୭ କʼଣ ଆପଣ ଅନ୍ୟ ମେଷମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ? ଯଦି ହଁ, ତାହେଲେ ଯେବେ ହର୍ମିଗିଦ୍ଦୋନ୍‌ ଯୁଦ୍ଧ ଆରମ୍ଭ ହେବ, ତେବେ ଆପଣଙ୍କୁ କʼଣ କରିବାକୁ ପଡ଼ିବ ? ଆପଣଙ୍କୁ କେବଳ ଯିହୋବାଙ୍କ ଉପରେ ଭରସା ରଖିବାକୁ ହେବ ଓ ତାଙ୍କ ନିର୍ଦ୍ଦେଶ ମାନିବାକୁ ହେବ । ତାʼସହ ଆପଣଙ୍କୁ ସେହି କାମ କରିବାକୁ ପଡ଼ିବ ଯେପରି ବାଇବଲରେ ଲେଖା ଅଛି: “ତୁମ୍ଭର ଅନ୍ତରାଳୟରେ ପ୍ରବେଶ କରି ତୁମ୍ଭ ଚାରିଆଡ଼େ ଦ୍ୱାର ରୁଦ୍ଧ କର; କ୍ରୋଧ ବୋହି ଯିବାଯାଏ ଅଳ୍ପ କ୍ଷଣ ଆପଣାକୁ ଲୁଚାଅ ।” (ଯିଶା. ୨୬:୨୦) କʼଣ ଏହା ଜାଣି ଆପଣଙ୍କୁ ସାନ୍ତ୍ୱନା ମିଳେନି ? ସେସମୟରେ ସ୍ୱର୍ଗ ଓ ପୃଥିବୀରେ ଥିବା ସମସ୍ତ ବିଶ୍ୱସ୍ତ ଲୋକମାନଙ୍କୁ ଈଶ୍ୱର ରକ୍ଷା କରିବେ । ଆମେ ମଧ୍ୟ ପ୍ରେରିତ ପାଉଲଙ୍କ ଭଳି ପୂରା ଭରସା ରଖିପାରିବା ଯେ ‘କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ ଆମ୍ଭମାନଙ୍କୁ ଈଶ୍ୱରଙ୍କ ପ୍ରେମରୁ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ ନାହିଁ ।’ (ରୋମୀ. ୮:୩୮, ୩୯) ସବୁବେଳେ ମନେରଖନ୍ତୁ, ଯିହୋବା ଆପଣଙ୍କୁ ବହୁତ ପ୍ରେମ କରନ୍ତି ଓ ସେ ଆପଣଙ୍କୁ କେବେ ବି ଛାଡ଼ିବେ ନାହିଁ !

ଆପଣ କʼଣ ଉତ୍ତର ଦେବେ ?

  • ଯେବେ ଅବଶିଷ୍ଟ ସମସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସ୍ୱର୍ଗକୁ ଚାଲିଯିବେ, ତେବେ ଅନ୍ୟ ମେଷମାନଙ୍କ ସହ କʼଣ ହେବ ନାହିଁ ?

  • ଆମେ କାହିଁକି ଏକଥା ଉପରେ ଭରସା ରଖିପାରିବା ଯେ ସେସମୟରେ ଶୁଦ୍ଧ ଉପାସନା ଦୂଷିତ ହେବ ନାହିଁ ?

  • ଆମେ କାହିଁକି ଏକଥା ଉପରେ ଭରସା ରଖିପାରିବା ଯେ ସେସମୟରେ ଯିହୋବା ମଧ୍ୟ ନିଜ ଲୋକମାନଙ୍କୁ ସମ୍ଭାଳିବେ ?

ଗୀତ ୮ ୟହୋବା ହମାରା ଗଢ଼୍‌ ହେ