इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆପଣଙ୍କ ପ୍ରଶ୍ନ

ଆପଣଙ୍କ ପ୍ରଶ୍ନ

ଭବିଷ୍ୟତ ବିଷୟରେ କହିବା ପାଇଁ ଯିହୋବାଙ୍କ ପାଖରେ ଯେଉଁ ଦକ୍ଷତା ଅଛି, ସେବିଷୟରେ କʼଣ କୁହାଯାଇଛି ?

ବାଇବଲରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯିହୋବା ପୂର୍ବରୁ କହି ଦିଅନ୍ତି ଯେ ଭବିଷ୍ୟତରେ କʼଣ ହେବ । (ଯିଶା. ୪୫:୨୧) କିନ୍ତୁ ବାଇବଲରେ ସବୁ ଛୋଟ ଛୋଟ କଥା ବିଷୟରେ କୁହାଯାଇ ନାହିଁ । ଯେପରି, ଏହା ଯେ ସେ କିପରି ଭବିଷ୍ୟତ ବିଷୟରେ ଜାଣନ୍ତି, ସେ କେତେବେଳେ ଏପରି କରନ୍ତି ଓ ସେ କେତେ କଥା ଜାଣିବା ପାଇଁ ଚାହାନ୍ତି । ତେଣୁ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଯିହୋବାଙ୍କ ଯେଉଁ ଦକ୍ଷତା ଅଛି ସେବିଷୟରେ ଆମେ ସବୁକିଛି ତ ଜାଣିନୁ, କିନ୍ତୁ ଯିହୋବାଙ୍କ ବିଷୟରେ ଆମେ ଯାହା ବି ଜାଣିଛୁ, ଆସନ୍ତୁ ସେଭିତରୁ କିଛି କଥାଗୁଡ଼ିକ ଉପରେ ଧ୍ୟାନ ଦେବା ।

ଯିହୋବା ଯାହା ଇଚ୍ଛା ତାହା କରିପାରିବେ, କିନ୍ତୁ ଅନେକ ଥର ସେ କିଛି କାମ ନ କରିବା ପାଇଁ ନିଷ୍ପତ୍ତି ନିଅନ୍ତି । ଯିହୋବାଙ୍କ ବୁଦ୍ଧିର କୌଣସି ସୀମା ନାହିଁ, କାରଣ ସେ ଭବିଷ୍ୟତ ବିଷୟରେ ଯାହା ଇଚ୍ଛା ତାହା କରିପାରିବେ । (ରୋମୀ. ୧୧:୩୩) କିନ୍ତୁ ଯିହୋବା ସଂଯମ ରଖିବାରେ ମଧ୍ୟ ଭଲ ଉଦାହରଣ ଅଟନ୍ତି । ତେଣୁ ସେ ଭବିଷ୍ୟତ ବିଷୟରେ କିଛି କଥା ନ ଜାଣିବାର ମଧ୍ୟ ନିଷ୍ପତ୍ତି ନେଇପାରନ୍ତି ।—ଯିଶାଇୟ ୪୨:୧୪ ସହ ତୁଳନା କରନ୍ତୁ ।

ଯିହୋବା ନିଜ ଇଚ୍ଛା ନିଶ୍ଚୟ ପୂରା କରନ୍ତି । ଏକଥା ଭବିଷ୍ୟତ ବିଷୟରେ ଥିବା ତାଙ୍କ ଦକ୍ଷତା ସହ କିପରି ଜଡ଼ିତ ? ଯିଶାଇୟ ୪୬:୧୦ ପଦରେ ଲେଖାଅଛି, “ଆମ୍ଭେ ଶେଷ ବିଷୟ ଆଦିଠାରୁ ପ୍ରକାଶ କରୁ, ପୁଣି ଯାହା ସାଧିତ ହୋଇ ନାହିଁ, ତାହା ପ୍ରାଚୀନ କାଳରୁ ଜଣାଉ, ଆଉ କହୁ, ଆମ୍ଭର ମନ୍ତ୍ରଣା [‘ନିଷ୍ପତ୍ତି,’NWT] ତାହା ସ୍ଥିର ହେବ ଓ ଆମ୍ଭେ ଆପଣାର ସକଳ ମନୋରଥ ସିଦ୍ଧ କରିବା ।”

ତାʼଅର୍ଥ ଯଦି ଯିହୋବା ଭବିଷ୍ୟତ ବିଷୟରେ କିଛି ଭାବିକି ରଖିଛନ୍ତି ବା କିଛି ନିର୍ଦ୍ଧାରିତ କରିଛନ୍ତି, ତେବେ ତାଙ୍କୁ କେହି ଏପରି କରିବାରୁ ରୋକିପାରିବେ ନାହିଁ । ଭବିଷ୍ୟତରେ କʼଣ ହେବ, ଏହା କହିବା ପାଇଁ ତାଙ୍କୁ ସେସମୟ ବିଷୟରେ ଆଗକୁ ଯାଇ ଦେଖିବାକୁ ଦରକାର ପଡ଼େନି । ସେ କିଛି ମାମଲାଗୁଡ଼ିକରେ ନିଜେ ନିଷ୍ପତ୍ତି ନିଅନ୍ତି ଯେ ଆଗକୁ ଯାଇ କʼଣ ହେବ । ଟିକେ ଏବିଷୟରେ ଭାବନ୍ତୁ । ଯଦି ଆପଣ କୌଣସି ଫିଲ୍ମ ଦେଖୁଛନ୍ତି ଆଉ ଜାଣିବାକୁ ଚାହାନ୍ତି ଯେ ଆଗକୁ କʼଣ ହେବ, ତେବେ ଆପଣଙ୍କୁ ସେହି ଫିଲ୍ମକୁ ଆଗକୁ ବଢ଼ାଇବାକୁ ପଡ଼ିବ । କିନ୍ତୁ ଯିହୋବାଙ୍କୁ ଏପରି କରିବା ଦରକାର ପଡ଼େନି । କାରଣ ଏପରି କେବେ ହୁଏ ନାହିଁ ଯେ କୌଣସି ଘଟଣା, ଆଗରୁ ଘଟି ସାରିଛି ଆଉ ଯିହୋବାଙ୍କୁ ଆଗକୁ ଯାଇ ଦେଖିବାକୁ ପଡ଼େ ଯେ କʼଣ ହୋଇଥିବ ଆଉ ତାʼପରେ ସେ ଆମକୁ କହନ୍ତି ଯେ ଭବିଷ୍ୟତରେ କʼଣ ହେବ । ତାʼ ପରିବର୍ତ୍ତେ ଯିହୋବା ଆଗରୁ ନିର୍ଦ୍ଧାରିତ କରିପାରନ୍ତି ଯେ ଭବିଷ୍ୟତରେ ଗୋଟିଏ ସମୟରେ କʼଣ ହେବ । ଆଉ ତାʼପରେ ସେ ଏପରି କିଛି କରନ୍ତି ଯାହାଫଳରେ ସେସମୟରେ ଠିକ୍‌ ତାହା ହିଁ ହେବ, ଯାହା ସେ ଭାବିଥିଲେ ।—ଯାତ୍ରା. ୯:୫, ୬; ମାଥି. ୨୪:୩୬; ପ୍ରେରି. ୧୭:୩୧.

ଏହି କାରଣ ଯୋଗୁଁ ବାଇବଲରେ “ସ୍ଥିର” ଶବ୍ଦ ଏକଥାକୁ ବୁଝାଏ ଯେ ଯିହୋବା ଭବିଷ୍ୟତରେ କʼଣ କʼଣ କରିବେ । (୨ ରାଜା. ୧୯:୨୫; ଯିଶା. ୪୬:୧୧) ଏହି ଶବ୍ଦର ଅନୁବାଦ ଯେଉଁ ଏବ୍ରୀ ଶବ୍ଦରୁ କରାଯାଇଛି, ତାହା ଗୋଟିଏ ଏପରି ଶବ୍ଦ ସହ ଜଡ଼ିତ ଯାହାର ଅର୍ଥ ହେଉଛି “କୁମ୍ଭକାର” । (ଯିରି. ୧୮:୪) ଠିକ୍‌ ଯେପରି ଗୋଟିଏ କୁମ୍ଭକାର ମାଟିକୁ ବ୍ୟବହାର କରି ସୁନ୍ଦର ପାତ୍ର ତିଆରି କରିପାରେ, ଠିକ୍‌ ସେହିପରି ଯିହୋବା ଘଟଣାଗୁଡ଼ିକର କ୍ରମକୁ ଏପରି ଭାବରେ ମୋଡ଼ି ପାରନ୍ତି ଯାହାଫଳରେ ତାଙ୍କ ଇଚ୍ଛା ପୂରା ହେଉ ।—ଏଫି. ୧:୧୧.

ଯିହୋବା ଆମକୁ ନିଜ ଇଚ୍ଛାରେ ବଞ୍ଚିବାର ସ୍ୱାଧୀନତା ଦେଇଛନ୍ତି । ସେ ଆଗରୁ ଏହା ନିର୍ଦ୍ଧାରିତ କରନ୍ତି ନାହିଁ ଯେ ଜଣେ ବ୍ୟକ୍ତିର ଜୀବନ କିପରି ହେବ କିମ୍ବା ସେ କʼଣ କରିବ । ତାʼସହ ସେ ଭଲ ଲୋକମାନଙ୍କ ସହିତ ବି ଏପରି କରନ୍ତି ନାହିଁ ଯେ ଆଗକୁ ଯାଇ ସେମାନଙ୍କର ବିନାଶ ହୋଇଯିବ । ଯିହୋବା ପ୍ରତ୍ୟେକ ବ୍ୟକ୍ତିକୁ ଏହା ବାଛିବାର ସ୍ୱାଧୀନତା ଦେଇଛନ୍ତି ଯେ ସେ କିପରି ଜୀବନ ବଞ୍ଚିବାକୁ ଚାହିଁବ । କିନ୍ତୁ ସେ ଆମକୁ ପ୍ରୋତ୍ସାହନ ଦିଅନ୍ତି ଯେ ଆମେ ସବୁଠୁ ଭଲ ରାସ୍ତା ବାଛୁ ।

ଦୁଇଟି ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ପ୍ରଥମ ଉଦାହରଣ ହେଉଛି ନୀନିବୀର ଲୋକମାନଙ୍କର । ଯିହୋବା ଆଗରୁ କହିଦେଇଥିଲେ ଯେ ନୀନିବୀ ସହର ବିନାଶ ହୋଇଯିବ । କାରଣ ସେଠାର ଲୋକମାନେ ବହୁତ ଦୁଷ୍ଟ କାମ କରୁଥିଲେ । କିନ୍ତୁ ଯେବେ ନୀନିବୀର ଲୋକମାନେ ପଶ୍ଚାତାପ କଲେ, ତେବେ ଯିହୋବା “ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ୱର ତଦ୍‌ବିଷୟରେ ଦୁଃଖିତ ହୋଇ ତାହା ଘଟାଇଲେ ନାହିଁ ।” (ଯୂନ. ୩:୧-୧୦) ନୀନିବୀର ଲୋକମାନେ, ନିଜ ଇଚ୍ଛାରେ ନିଜ ଭିତରେ ପରିବର୍ତ୍ତନ କରିଥିଲେ । ସେମାନେ ଯିହୋବାଙ୍କ ଚେତାବନୀ ଶୁଣିଲେ ଓ ପଶ୍ଚାତାପ କଲେ । ତେଣୁ ଯିହୋବା ଆଗରୁ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହାକୁ ବଦଳାଇଦେଲେ ।

ଦ୍ୱିତୀୟ ଉଦାହରଣ କୋରସ୍‌ ନାମକ ଜଣେ ବ୍ୟକ୍ତିଙ୍କର ଅଟେ । ତାଙ୍କ ବିଷୟରେ ଭବିଷ୍ୟତବାଣୀ କରାଯାଇଥିଲା ଯେ ସେ ଯିହୁଦୀମାନଙ୍କୁ ବନ୍ଦୀରୁ ମୁକ୍ତ କରିବେ ଓ ଯିହୋବାଙ୍କ ମନ୍ଦିରକୁ ପୁଣିଥରେ ତିଆରି କରାଯିବା ପାଇଁ ଆଜ୍ଞା ଦେବେ । (ଯିଶା. ୪୪:୨୬–୪୫:୪) ପାରସ୍ୟର ରାଜା କୋରସ୍‌ ଏହି ଭବିଷ୍ୟତବାଣୀ ପୂରା କଲେ । କିନ୍ତୁ ସେ ସତ୍ୟ ପରମେଶ୍ୱର ଯିହୋବାଙ୍କର ଉପାସନା କରୁ ନ ଥିଲେ । ଯିହୋବା ତାଙ୍କ ଜରିଆରେ ନିଜ ଭବିଷ୍ୟତବାଣୀ ପୂରା କରାଇଲେ । (ଏଜ୍ରା ୧:୧-୪) କିନ୍ତୁ ତାଙ୍କ ସହ କୌଣସି ଜୋର୍‌ ଜବରଦସ୍ତି କଲେ ନାହିଁ । ସେ କୋରସ୍‌ଙ୍କୁ ଏହା ବାଛିବାର ସୁଯୋଗ ଦେଲେ ଯେ ସେ କାହାର ଉପାସନା କରିବେ ।—ହିତୋ. ୨୧:୧.

ଏହି ଉଦାହରଣଗୁଡ଼ିକରୁ ଆମେ ଯିହୋବାଙ୍କ ଏହି ଦକ୍ଷତା ବିଷୟରେ ଜାଣିପାରୁ । କିନ୍ତୁ ଦେଖିବାକୁ ଗଲେ, ଆମେ ଯିହୋବାଙ୍କ ଚିନ୍ତାଧାରା ଓ ତାଙ୍କ କାମ କରିବାର ଉପାୟ ବିଷୟରେ ପୂରାପୂରି ବୁଝିପାରିବା ନାହିଁ । (ଯିଶା. ୫୫:୮, ୯) କିନ୍ତୁ ଯିହୋବା ଆମକୁ ଯେତେ କଥା ଜଣାନ୍ତି, ସେଥିରୁ ଆମର ଏକଥା ଉପରେ ବିଶ୍ୱାସ ବଢ଼ିଥାଏ ଯେ ସେ ଯାହା ବି କରନ୍ତି ତାହା ଠିକ୍‌ ଥାଏ । ଏପରିକି ଭବିଷ୍ୟତ ବିଷୟରେ କହିବା ମାମଲାରେ ବି ଏକଥା ସତ ।