इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ପାଇଁ ପରାମର୍ଶ

ଏପରି ରତ୍ନ ଖୋଜନ୍ତୁ ଯାହା ଆପଣଙ୍କ କାମରେ ଆସିବ

ଏପରି ରତ୍ନ ଖୋଜନ୍ତୁ ଯାହା ଆପଣଙ୍କ କାମରେ ଆସିବ

ଯେବେ ଆମେ ବାଇବଲର କୌଣସି ଭାଗ ପଢ଼ୁ, ତେବେ ସେବିଷୟରେ କିଛି ଖୋଜାଖୋଜି କଲେ, ଆମେ ସେଥିରେ ଥିବା ବହୁମୂଲ୍ୟ ରତ୍ନ ଖୋଜି ପାରିବା । କିନ୍ତୁ ଆମେ ବାଇବଲରୁ ପୂରାପୂରି ଲାଭ କିପରି ପାଇପାରିବା ?

ଛୋଟ ଛୋଟ କଥା ଉପରେ ଧ୍ୟାନ ଦିଅନ୍ତୁ । ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ଆପଣ ଯାହା ପଢ଼ିଲେ, ତାହାକୁ କିଏ ଲେଖିଛନ୍ତି, କାହା ପାଇଁ ଲେଖାଯାଇଛି ଓ କେବେ ଲେଖାଯାଇଛି । ଏହା ବି ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ସେସମୟରେ ପରିସ୍ଥିତି କିପରି ଥିଲା, ତାʼ ପୂର୍ବରୁ କʼଣ ହୋଇଥିଲା ଓ ପରେ କʼଣ ହେଲା ।

ଭାବନ୍ତୁ ଯେ ଆପଣ କʼଣ ଶିଖିପାରିବେ । ଆପଣ କିଛି ଏପରି ପ୍ରଶ୍ନ ବିଷୟରେ ଭାବିପାରିବେ: ‘ଏହି ଘଟଣାରେ ଯେଉଁ ଚରିତ୍ରମାନେ ଥିଲେ, ସେମାନେ କିପରି ଅନୁଭବ କଲେ ? ସେମାନଙ୍କଠାରେ କେଉଁ ଗୁଣଗୁଡ଼ିକ ଥିଲା ? ମୋତେ କାହିଁକି ସେମାନଙ୍କ ଭଳି ହେବା ଉଚିତ୍‌ ବା ସେମାନଙ୍କ ଭଳି ଖରାପ ବ୍ୟବହାର କରିବା ଉଚିତ୍‌ ନୁହେଁ ?’

ଶିଖିଥିବା କଥାକୁ ମାନନ୍ତୁ । ଆପଣ ଯାହା ଶିଖିଲେ, ତା ଅନୁସାରେ ପ୍ରଚାର କରନ୍ତୁ କିମ୍ବା ଅନ୍ୟମାନଙ୍କ ସହ ସେପରି ବ୍ୟବହାର କରନ୍ତୁ । ଯୀଶୁ ବି କହିଥିଲେ, “ତୁମ୍ଭେମାନେ ଏହିସବୁ ଜାଣ, ତେବେ ସେହିପ୍ରକାର କଲେ ତୁମ୍ଭେମାନେ ଧନ୍ୟ ।”—ଯୋହ. ୧୩:୧୭.

  • ପରାମର୍ଶ: ଆପଣ ଦେଖିଥିବେ ଯେ ସଭା ପୁସ୍ତିକାରେ ‘ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ’ ଭାଗରେ ବାଇବଲରେ ଗୋଟିଏ ଅଂଶ ବିଷୟରେ ଚର୍ଚ୍ଚା କରାଯାଇଥାଏ । ଆଉ ସେଥିରେ ନିଜକୁ ପଚାରିବା ପାଇଁ କିଛି ପ୍ରଶ୍ନ କିମ୍ବା ଚିନ୍ତନ କରିବା ପାଇଁ କିଛି କଥା ବା ଚିତ୍ରଗୁଡ଼ିକ ଦିଆଯାଇଥାଏ । ସେଥିରୁ ଆମେ ବୁଝିପାରୁ ଯେ ସେହି ଘଟଣାରୁ ଆମେ କʼଣ ଶିଖୁ । ତେଣୁ ବାଇବଲର କୌଣସି ଘଟଣା ପଢ଼ିବା ସମୟରେ ନିଜକୁ ଏପରି ହିଁ ପ୍ରଶ୍ନ କରନ୍ତୁ କିମ୍ବା ଏପରି କଥାଗୁଡ଼ିକ ବିଷୟରେ ଭାବନ୍ତୁ ।