इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ କରିବା ପାଇଁ ବିଷୟ

ଯେଉଁମାନେ ଯିହୋବାଙ୍କୁ ଖୁସି କରିବା ପାଇଁ ଚାହାନ୍ତି, ସେମାନେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତି

ଯେଉଁମାନେ ଯିହୋବାଙ୍କୁ ଖୁସି କରିବା ପାଇଁ ଚାହାନ୍ତି, ସେମାନେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତି

ଆଦି ପୁସ୍ତକ ୨୫:୨୯-୩୪ ପଢ଼ନ୍ତୁ ଏବଂ ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ କʼଣ ଯାକୁବ ଓ ଏଷୌ ଭାବିଚିନ୍ତି ନିଷ୍ପତ୍ତି ନେଇଥିଲେ ।

ଏବିଷୟରେ ଅଧିକ ଜାଣିବା ପାଇଁ ତାʼ ଆଖପାଖର ପଦଗୁଡ଼ିକୁ ପଢ଼ନ୍ତୁ । ଏହି ଘଟଣାର ପୂର୍ବେ କʼଣ ହୋଇଥିଲା ? (ଆଦି. ୨୫:୨୦-୨୮) ଏବଂ ତାʼପରେ କʼଣ ହେଲା ?—ଆଦି. ୨୭:୧-୪୬.

ଭଲଭାବେ ଅନୁସନ୍ଧାନ କରନ୍ତୁ । ସେହି ସମୟରେ ଜ୍ୟେଷ୍ଠ ପୁତ୍ରର କʼଣ ଅଧିକାର ଓ ଦାୟିତ୍ୱ ରହୁଥିଲା ?—ଆଦି. ୧୮:୧୮, ୧୯; ନୂତନ ଜଗତ ଅନୁବାଦ (ହିନ୍ଦୀ) ଶବ୍ଦାବଳୀ, “ଜ୍ୟେଷ୍ଠ”; ପ୍ର୧୦-ଇଂ ୫/୧ ପୃ ୧୩.

ଆପଣ କʼଣ ଶିଖିଲେ, ସେବିଷୟରେ ଭାବନ୍ତୁ ଓ ତାହା ହିଁ କରନ୍ତୁ । ଯାକୁବ କାହିଁକି ଜ୍ୟେଷ୍ଠାଧିକାରକୁ ଗୁରୁତ୍ୱ ଦେଲେ, କିନ୍ତୁ ଏଷୌ ଦେଲେନି ? (ଏବ୍ରୀ ୧୨:୧୬, ୧୭; ପ୍ର୦୩-ହି ୧୦/୧୫ ପୃ ୨୮-୨୯) ଯିହୋବା ଏହି ଦୁଇ ଭାଇଙ୍କ ବିଷୟରେ କʼଣ ଭାବନ୍ତି ଓ କାହିଁକି ? (ମଲାଖି ୧:୨, ୩) ଏଷୌ କିପରି ଭଲ ନିଷ୍ପତ୍ତି ନେଇ ପାରିଥାʼନ୍ତା ?

  • ନିଜକୁ ପଚାରନ୍ତୁ, ‘ପ୍ରତି ସପ୍ତାହ ପାଇଁ ମୋର ଯେଉଁ ସେଡ୍ୟୁଲ ଅଛି, କʼଣ ସେଥିରୁ ଜଣାପଡ଼େ ଯେ ମୁଁ ଈଶ୍ୱରଙ୍କ ଉପାସନାକୁ ଅଧିକ ମହତ୍ତ୍ୱ ଦିଏ, ଯେପରିକି ପାରିବାରିକ ଉପାସନା ?’