इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୨୫

ଗୀତ ୭ ୟହୋବା, ବଲ୍‌ ହମାରା !

ମନେ ରଖନ୍ତୁ ଯିହୋବା ‘ଜୀବିତ ପରମେଶ୍ୱର’ ଅଟନ୍ତି !

ମନେ ରଖନ୍ତୁ ଯିହୋବା ‘ଜୀବିତ ପରମେଶ୍ୱର’ ଅଟନ୍ତି !

‘ସଦାପ୍ରଭୁ ଜୀବିତ ପରମେଶ୍ୱର !’ଗୀତ. ୧୮:୪୬.

କʼଣ ଶିଖିବା ?

ଆମେ ଯାହାକୁ ଉପାସନା କରୁ, ସେ ‘ଜୀବିତ ପରମେଶ୍ୱର’ ଅଟନ୍ତି । ଏହି କଥା ମନେରଖିଲେ ଆମକୁ ବହୁତ ସାହାଯ୍ୟ ମିଳିପାରେ ।

୧. ଯିହୋବାଙ୍କ ଲୋକେ କେଉଁ କାରଣ ଯୋଗୁଁ ସମସ୍ୟାରେ ଥିବା ସତ୍ତ୍ୱେ ତାଙ୍କ ସେବା କରିପାରୁଛନ୍ତି ?

 ବାଇବଲରେ କୁହାଯାଇଛି ଯେ ଆମେ “ଭୀଷଣ ସମୟ” ବା ସଂଙ୍କଟପୂର୍ଣ୍ଣ ସମୟରେ ବଞ୍ଚୁଛୁ । (୨ ତୀମ. ୩:୧) ଆଜି ଦୁନିଆରେ ସମସ୍ତଙ୍କୁ ସମସ୍ୟାର ସାମନା କରିବାକୁ ପଡ଼ୁଛି । କିନ୍ତୁ ଯିହୋବାଙ୍କ ଲୋକମାନଙ୍କୁ ଏହି ସମସ୍ୟାଗୁଡ଼ିକ ସହିତ ବିରୋଧ ଓ ଅତ୍ୟାଚାରର ମଧ୍ୟ ସାମନା କରିବାକୁ ପଡ଼ୁଛି । ତାହେଲେ କେଉଁ କଥା ସେମାନଙ୍କୁ ଯିହୋବାଙ୍କ ସେବାରେ ଲାଗିରହିବା ପାଇଁ ସାହାଯ୍ୟ କରିପାରେ । ଗୋଟିଏ ଜରୁରୀ କଥା ଯାହା ସେମାନଙ୍କୁ ସାହାଯ୍ୟ କରିପାରେ, ତାହା ହେଉଛି ଏହି କଥା ଉପରେ ଭରସା କରିବା ଯେ ଯିହୋବା ଜଣେ ‘ଜୀବିତ ପରମେଶ୍ୱର’ ଅଟନ୍ତି ।—ଯିରି. ୧୦:୧୦; ୨ ତୀମ. ୧:୧୨.

୨. ଯିହୋବା ଜୀବିତ ପରମେଶ୍ୱର ଅଟନ୍ତି, ଏହାର ଅର୍ଥ କʼଣ ?

ଯିହୋବା ଜଣେ ଜୀବିତ ପରମେଶ୍ୱର, ଏହାର ଅର୍ଥ କʼଣ ? ତାʼଅର୍ଥ ହେଉଛି ଯିହୋବା ସତରେ ଅଛନ୍ତି । ଆଉ ସେ ଆମ ଚିନ୍ତା କରନ୍ତି, ଆଉ ଆମକୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । (୨ ବଂଶା. ୧୬:୯; ଗୀତ. ୨୩:୪) ଯଦି ଏ କଥା ମନେରଖିବା ତେବେ ଆମେ ସାହାସର ସହ କୌଣସି ବି ସମସ୍ୟାର ସାମନା କରିପାରିବା । ରାଜା ଦାଉଦ ମଧ୍ୟ ଏହି କାରଣ ଯୋଗୁଁ ସମସ୍ୟାଗୁଡ଼ିକର ସାମନା କରିପାରିଲେ, ଆସନ୍ତୁ ତାଙ୍କ ଉଦାହରଣ ଉପରେ ଧ୍ୟାନ ଦେବା ।

୩. ଯେବେ ଦାଉଦ କହିଲେ ‘ଯିହୋବା ଜୀବିତ ପରମେଶ୍ୱର’ ଅଟନ୍ତି, ତେବେ ତାଙ୍କର କହିବାର ଅର୍ଥ କʼଣ ଥିଲା ?

ଦାଉଦ ଯିହୋବାଙ୍କୁ ଭଲଭାବରେ ଜାଣିଥିଲେ ଓ ତାଙ୍କ ଉପରେ ପୂରା ଭରସା ଥିଲା । ତେଣୁ ଯେବେ ରାଜା ଶାଉଲ ଓ ଅନ୍ୟ ଶତୃମାନେ ତାଙ୍କୁ ମାରିବା ପାଇଁ ଗୋଡାଉଥିଲେ, ସେ ସମୟରେ ଦାଉଦ ସାହାଯ୍ୟ ପାଇଁ ଯିହୋବାଙ୍କୁ ଡାକିଲେ । (ଗୀତ. ୧୮:୬) ଯିହୋବା ତାଙ୍କ ପ୍ରାର୍ଥନା ଶୁଣିଲେ ଓ ତାଙ୍କୁ ରକ୍ଷା କଲେ । ସେ ସମୟରେ ଦାଉଦ କହିଲେ, ‘ସଦାପ୍ରଭୁ ଜୀବିତ ପରମେଶ୍ୱର ।’ (ଗୀତ. ୧୮:୪୬) ଦାଉଦ କେବଳ ଏହା କହୁନଥିଲେ ଯିହୋବା ସତରେ ଅଛନ୍ତି । ତାଙ୍କ ଶବ୍ଦଗୁଡ଼ିକ ବିଷୟରେ ଗୋଟିଏ ବହିରେ ଏହା ଲେଖା ଅଛି ଯେ ଦାଉଦ ଯିହୋବାଙ୍କ ଉପରେ ନିଜର ଭରସା ଦେଖାଉଥିଲେ । ସେ କହୁଥିଲେ, “ଜୀବିତ ପରମେଶ୍ୱର ଥିବାଯୋଗୁଁ ସେ ସବୁବେଳେ ନିଜ ଲୋକଙ୍କୁ ସାହାଯ୍ୟ କରିବେ ।” ତେଣୁ ଦାଉଦ ନିଜ ଅନୁଭୁତିରୁ ଜାଣିଥିଲେ ଯେ ଯିହୋବା ଜଣେ ଜୀବିତ ପରମେଶ୍ୱର ଅଟନ୍ତି ଓ ତାଙ୍କ ସେବକମାନଙ୍କ ସହ କʼଣ ହେଉଛି ତାହା ସେ ଜାଣନ୍ତି । ଆଉ ଏହି କାରଣ ଯୋଗୁଁ ଦାଉଦ ପୂରା ଉତ୍ସାହର ସହିତ ଯିହୋବାଙ୍କ ସେବା କରିବା ଓ ତାଙ୍କ ପ୍ରଶଂସା ଜାରି ରଖିଲେ ।—ଗୀତ. ୧୮:୨୮, ୨୯, ୪୯.

୪. ଯଦି ଆମକୁ ଏକଥା ଉପରେ ଭରସା ଅଛି, ଯେ ଯିହୋବା ଜୀବିତ ପରମେଶ୍ୱର ଅଟନ୍ତି, ତେବେ ଆମେ କʼଣ କରିବା ?

ଯଦି ଆମକୁ ପୂରା ଭରସା ଥିବ ଯେ ଯିହୋବା ଜୀବିତ ପରମେଶ୍ୱର ଅଟନ୍ତି, ତାହେଲେ ଆମେ ଉତ୍ସାହର ସହ ତାଙ୍କ ସେବାକରିବା, ସାହସର ସହ ସମସ୍ୟାଗୁଡ଼ିକୁ ପାର କରିପାରିବା, ଆଉ ଆଗକୁ ମଧ୍ୟ ତାଙ୍କ ସେବା କରିବା ଜାରି ରଖିପାରିବା । କେବଳ ଏତିକି ନୁହଁ, ଆମେ ଯାହା ବି ହୋଇଯାଉ ନା କାହିଁକି ଯିହୋବାଙ୍କର ନିକଟତର ହୋଇ ରହିବା ପାଇଁ ଦୃଢ ନିଷ୍ପତ୍ତି ନେବା ।

ଜୀବିତ ପରମେଶ୍ୱର ଆପଣଙ୍କୁ ଶକ୍ତି ଦେବେ

୫. କେଉଁ କଥା ମନେରଖିଲେ ଆମେ ସମସ୍ୟାଗୁଡ଼ିକର ସାମନା କରିପାରିବା ? (ଫିଲିପ୍‌ପୀୟ ୪:୧୩)

ଯଦି ଆମେ ଏହା ମନେରଖିବା ଯେ ଯିହୋବା ଜୀବିତ ପରମେଶ୍ୱର ଓ ସେ ଆମକୁ ସବୁବେଳେ ସମ୍ଭାଳିବେ, ତେବେ ଆମେ ଛୋଟ ବଡ଼ ସବୁ ସମସ୍ୟାର ସାମନା କରିପାରିବା । କେବେ ବି ଭୁଲନ୍ତୁ ନାହିଁ ଯେ ପାହାଡ଼ ପରି ବଡ଼ ବଡ଼ ସମସ୍ୟାଗୁଡ଼ିକ ମଧ୍ୟ ଯିହୋବାଙ୍କ ଆଗରେ ବହୁତ ଛୋଟ । ସେ ସବୁଠାରୁ ଶକ୍ତିଶାଳୀ ଅଟନ୍ତି ଏବଂ ସେ ଆମକୁ ଯେକୌଣସି ସମସ୍ୟାକୁ ସହିବା ପାଇଁ ଶକ୍ତି ଦେଇପାରନ୍ତି । (ଫିଲିପ୍‌ପୀୟ ୪:୧୩ ପଢ଼ନ୍ତୁ ।) ତେଣୁ ଆମ ଆଗରେ ଯେକୌଣସି ସମସ୍ୟା ଆସୁ ନା କାହିଁକି ଆମେ ତାʼର ସାମନା କରିପାରିବା । ଆଉ ଯେବେ ଆମେ ଦେଖୁ ଯିହୋବା କିପରି ଛୋଟ ଛୋଟ ସମସ୍ୟାଗୁଡ଼ିକର ବି ସାମନା କରିବା ପାଇଁ ଆମକୁ ସାହାଯ୍ୟ କରୁଛନ୍ତି, ତେବେ ଆମକୁ ପୂରା ଭରସା ହୋଇଯାଏ ଯେ ଆଗକୁ ବି କୌଣସି ବଡ଼ ସମସ୍ୟା ଆସିଲେ ସେ ଆମକୁ ସମ୍ଭାଳିବେ ।

୬. ଯେବେ ଦାଉଦ ଛୋଟ ଥିଲେ ସେସମୟରେ ଏପରି କʼଣ ହେଲା, ଯାହା ଯୋଗୁଁ ଯିହୋବାଙ୍କ ଉପରେ ତାଙ୍କର ଭରସା ଆହୁରି ବଢ଼ିଗଲା ?

ଏବେ ଆସନ୍ତୁ ଦାଉଦଙ୍କ ଜୀବନର ଦୁଇଟି ଘଟଣା ଉପରେ ଧ୍ୟାନ ଦେବା ଯାହା ଯୋଗୁଁ ସେ ଯିହୋବାଙ୍କ ଉପରେ ଆହୁରି ଭରସା କରିବାକୁ ଲାଗିଲେ । ଯେବେ ଦାଉଦ ଛୋଟ ଥିଲେ, ତାଙ୍କ ପିତାଙ୍କ ମେଷକଗୁଡ଼ିକୁ ଚରାଉଥିଲେ । ସେ ସମୟରେ ଥରେ ଗୋଟିଏ ଭାଲୁ ଓ ଆଉ ଥରେ ଗୋଟିଏ ସିଂହ ତାଙ୍କ ମେଷକୁ ଉଠାଇ ନେଇଗଲା । କିନ୍ତୁ ଏହି ଦୁଇଟି ପରିସ୍ଥିତିରେ ଦାଉଦ ସାହାସ ଦେଖାଇଲେ, ସେ ସେମାନଙ୍କର ପିଛା କଲେ ଓ ସେମାନଙ୍କୁ ମାରି ମେଷର ଜୀବନ ବଞ୍ଚାଇଲେ । ଏତେ ବଡ଼ କାମ କରିବା ପରେ ମଧ୍ୟ ଏହା କହିଲେ ନାହିଁ ଯେ ସେ ଏହା ନିଜ ବଳରେ କରିଛନ୍ତି । କାରଣ ସେ ଜାଣଥିଲେ ଯେ ଯିହୋବାଙ୍କ ସାହାଯ୍ୟରେ ହିଁ ସେ ଏହା କରିପାରିଛନ୍ତି । (୧ ଶାମୁ. ୧୭:୩୪-୩୭) ଦାଉଦ ଏହି ଘଟଣାଗୁଡ଼ିକୁ କେବେ ବି ଭୁଲିପାରିଲେ ନାହିଁ । ଏହି ଘଟଣାଗୁଡ଼ିକ ଉପରେ ଚିନ୍ତନ କରିବା ଯୋଗୁଁ ଜୀବିତ ପରମେଶ୍ୱରଙ୍କ ଉପରେ ତାଙ୍କର ଆହୁରି ଭରସା ବଢ଼ିଗଲା ଯେ ଆଗକୁ ବି ସେ ତାଙ୍କୁ ସାହାଯ୍ୟ କରିବେ ।

୭. ଦାଉଦ କେଉଁ ବିଷୟରେ ଭାବିଲେ ଓ ତାଙ୍କୁ କେଉଁ କଥା ଉପରେ ପୂରା ଭରସା ଥିଲା ?

ଏବେ ଧ୍ୟାନ ଦିଅନ୍ତୁ ଯେ ଯେବେ ଦାଉଦ ଟିକେ ବଡ଼ ହୋଇଗଲେ, ତେବେ କʼଣ ହେଲା । ଥରେ ଦାଉଦ ଇସ୍ରାଏଲୀୟ ସେନାର ଛାଉଣୀକୁ ଗଲେ । ସେଠାରେ ସେ ଦେଖିଲେ ଯେ ପଲେଷ୍ଟୀୟମାନଙ୍କର ଜଣେ ଯୋଦ୍ଧା ଗଲୀୟାତ ଯୋଗୁଁ ସବୁ ସୈନିକମାନେ ଡରି ଯାଇଛନ୍ତି । ଗଲୀୟାତ “ଇସ୍ରାଏଲର ସୈନ୍ୟ-ଶ୍ରେଣୀକି ତୁଚ୍ଛ” ବୋଲି କହୁଥିଲା । (୧ ଶାମୁ. ୧୭:୧୦, ୧୧) ସବୁ ସୈନିକମାନେ ତାର ବିଶାଳ ଶରୀରକୁ ଦେଖି ଓ ତାʼର କଥା ଶୁଣି ବହୁତ ଡରିଯାଇଥିଲେ । (୧ ଶାମୁ. ୧୭:୨୪, ୨୫) କିନ୍ତୁ ଦାଉଦ ସେମାନଙ୍କଠାରୁ ଅଲଗା ଥିଲେ । ସେ ଦେଖିପାରୁଥିଲେ ଯେ ଗଲୀୟାତ କେବଳ ଇସ୍ରାଏଲର ସେନାକୁ ନୁହେଁ, ବରଂ ‘ଜୀବିତ ପରମେଶ୍ୱରଙ୍କ ସୈନ୍ୟଶ୍ରେଣୀକି ତୁଚ୍ଛ’ ମନେ କରୁଥିଲା । (୧ ଶାମୁ. ୧୭:୨୬) ଦାଉଦ ଯିହୋବାଙ୍କ ବିଷୟରେ ଭାବୁଥିଲେ । ସେ ଏହା ଦେଖିପାରୁଥିଲେ ଯେ ଗଲୀୟାତ ଯିହୋବାଙ୍କ ଅପମାନ କରୁଛି । ତାଙ୍କୁ ଭରସା ଥିଲା ଯେପରି ଯିହୋବା ଭାଲୁ ଓ ସିଂହ ସହ ଲଢ଼ିବା ପାଇଁ ତାଙ୍କୁ ଶକ୍ତି ଦେଲେ, ସେହିପରି ଗଲୀୟାତ ସହ ଲଢ଼ିବା ପାଇଁ ତାଙ୍କୁ ନିଶ୍ଚୟ ଶକ୍ତି ଦେବେ । ଆଉ ଏହି ଭରସାର ସହିତ ସେ ଗଲୀୟାତ ସହ ଲଢ଼ିବାକୁ ଗଲେ ଓ ତାକୁ ହରେଇ ଦେଲେ ।—୧ ଶାମୁ. ୧୭:୪୫-୫୧.

୮. ଯିହୋବା ଆମକୁ ସାହାଯ୍ୟ କରିବେ ଆମେ ଏକଥା ଉପରେ କିପରି ନିଜର ଭରସା ବଢ଼ାଇପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଯଦି ଆମେ ପୂରା ଭରସା ରଖିବା ଯେ ଜୀବିତ ପରମେଶ୍ୱର ଯିହୋବା ଆମର ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି, ତେବେ ଆମେ ସମସ୍ୟାଗୁଡ଼ିକର ସାମନା କରିପାରିବା । (ଗୀତ. ୧୧୮:୬) କିନ୍ତୁ ଆମେ ଯିହୋବାଙ୍କ ଉପରେ ଭରସା କିପରି ବଢ଼େଇ ପାରିବା ? ଏବିଷୟରେ ଭାବନ୍ତୁ ଯେ ପ୍ରାଚୀନ ସମୟରେ ଯିହୋବା ନିଜ ଲୋକମାନଙ୍କ ପାଇଁ କେତେ କʼଣ କଲେ । ବାଇବଲର ସେହି ଘଟଣାଗୁଡ଼ିକୁ ପଢ଼ନ୍ତୁ ଯେଉଁଥିରେ ଲେଖା ଅଛି ଯେ ଯିହୋବା କିପରି ନିଜ ଲୋକମାନଙ୍କୁ ବଞ୍ଚାଇଥିଲେ । (ଯିଶା. ୩୭:୧୭, ୩୩-୩୭) ତାʼଛଡା jw.org ୱେବସାଇଟ୍‌ରେ ଆସୁଥିବା ଅନୁଭୂତିଗୁଡିକୁ ଦେଖନ୍ତୁ ଯେ କିପରି ଯିହୋବା ଆଜି ମଧ୍ୟ ଭାଇଭଉଣୀମାନଙ୍କୁ ସାହାଯ୍ୟ କରୁଛନ୍ତି । ଏବିଷୟରେ ଭାବନ୍ତୁ ଯେ ସମସ୍ୟା ସମୟରେ ଯିହୋବା କିପରି ଆପଣଙ୍କୁ ସାହାଯ୍ୟ କରିଥିଲେ । ହୁଏତ, ଆପଣଙ୍କୁ ଏପରି କୌଣସି ଘଟଣା ମନେ ପଡ଼ି ନ ପାରେ ଯେବେ ଯିହୋବା ଆପଣଙ୍କୁ ଦାଉଦଙ୍କ ଭଳି କୌଣସି ଆଶ୍ଟର୍ଯ୍ୟଜନକ ଉପାୟରେ ସାହାଯ୍ୟ କରିଥିଲେ । କିନ୍ତୁ ଚିନ୍ତା କରନ୍ତୁ ନାହିଁ । କାରଣ ଦେଖିବାକୁ ଗଲେ ଯିହୋବା ଆପଣଙ୍କ ପାଇଁ ବହୁତ କିଛି କରିଛନ୍ତି । କେବଳ ଏତିକି ନୁହେଁ ସେ ଆପଣଙ୍କୁ ତାଙ୍କ ସାଙ୍ଗ ହେବା ପାଇଁ ନିଜ ଆଡକୁ ଆକର୍ଷିତ କରିଛନ୍ତି । (ଯୋହ. ୬:୪୪) ଏହାଛଡା ଅନେକ ଥର ଯିହୋବା ଆପଣଙ୍କ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେଇଥିବେ, ସଠିକ୍‌ ସମୟରେ ଆପଣଙ୍କୁ ସାହାଯ୍ୟ କରିଥିବେ ବା ସମସ୍ୟା ସମୟରେ ଆପଣଙ୍କୁ ସମ୍ଭାଳି ଥିବେ । ସେହି ଘଟଣାଗୁଡ଼ିକୁ ମନେ ପକେଇବା ପାଇଁ ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ । ଯେବେ ଆପଣ ଅତୀତର ସେହି ଅନୁଭୂତିଗୁଡ଼ିକୁ ଭାବିବେ, ତେବେ ଆପଣଙ୍କ ଭରସା ବଢ଼ିଯିବ ଯେ ଯିହୋବା ସବୁବେଳେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ।

ସମସ୍ୟା ସମୟରେ ମନେରଖନ୍ତୁ ଯେ ସବୁଠୁ ଜରୁରୀ କଥା କʼଣ (ପାରାଗ୍ରାଫ ୮-୯)


୯. ସମସ୍ୟା ସମୟରେ ଆମେ କʼଣ ମନେ ରଖିପାରିବା ? (ହିତୋପଦେଶ ୨୭:୧୧)

ଯିହୋବା ଜୀବତ ଈଶ୍ୱର ଅଟନ୍ତି, ଯଦି ଆମେ ଏହା ମନେ ରଖିବା ତେବେ ଆମେ ସମସ୍ୟା ସମୟରେ ମଧ୍ୟ ସଠିକ୍‌ ଦୃଷ୍ଟିକୋଣ ରଖିପାରିବା । ତାହା କିପରି ? ଆମେ ମନେ ରଖିପାରିବା ଯେ ସବୁଠାରୁ ଜରୁରୀ କଥା କʼଣ । ଶୟତାନ ଦାବି କରିଛି ଯେ ସମସ୍ୟା ସମୟରେ ଆମେ ଯିହୋବାଙ୍କର ସେବା କରିବା ଛାଡ଼ି ଦେବା । (ଆୟୁ. ୧:୧୦, ୧୧; ହିତୋପଦେଶ ୨୭:୧୧ ପଢ଼ନ୍ତୁ ।) ତେଣୁ ଯଦି ଆମେ ଯିହୋବାଙ୍କର ବିଶ୍ୱସ୍ତ ରହିବା ତେବେ ଆମେ ଶୟତାନକୁ ମିଥ୍ୟା ସାବ୍ୟସ୍ତ କରିବା ଓ ଦେଖାଇ ପାରିବା ଯେ ଆମେ ଯିହୋବାଙ୍କୁ ପ୍ରେମ କରୁ । ଆପଣ ଯେଉଁଠି ରହନ୍ତି କʼଣ ସେଇଠି ଆମ କାମ ଉପରେ କଟକଣା ଲଗାଯାଇଛି ? କʼଣ ଆପଣଙ୍କୁ ପଇସାର ଅଭାବ ଅଛି ? କʼଣ ପ୍ରଚାରରେ ଲୋକମାନେ ଆପଣଙ୍କର ସନ୍ଦେଶକୁ ଶୁଣୁ ନାହାନ୍ତି ? କିମ୍ବା ଆପଣ ଅନ୍ୟ କୌଣସି ସମସ୍ୟାର ସାମନା କରୁଛନ୍ତି ? ଯଦି ହଁ, ତେବେ ମନେ ରଖନ୍ତୁ ଆପଣଙ୍କ ପାଖରେ ଯିହୋବାଙ୍କର ହୃଦୟକୁ ଖୁସି କରିବା ପାଇଁ ଗୋଟିଏ ବଢ଼ିଆ ସୁଯୋଗ ଅଛି । ଏହା ମନେ ରଖନ୍ତୁ ଯେ ଆପଣ ଯେକୌଣସି ବି ସମସ୍ୟାର ସାମନା କରନ୍ତୁ ନା କାହିଁକି, ଯିହୋବା ଆପଣଙ୍କୁ ସହିବାକୁ ଶକ୍ତି ଦେବେ ।—୧ କରି. ୧୦:୧୩.

ଜୀବିତ ପରମେଶ୍ୱର ଆପଣଙ୍କୁ ନିଶ୍ଚୟ ପୁରସ୍କାର ଦେବେ

୧୦. ଜୀବିତ ପରମେଶ୍ୱର ସେମାନଙ୍କ ପାଇଁ କʼଣ କରିବେ ଯେଉଁମାନେ ତାଙ୍କ ସେବା କରନ୍ତି ?

୧୦ ଯିହୋବା ସେମାନଙ୍କୁ ପୁରସ୍କାର ଦିଅନ୍ତି ଯେଉଁମାନେ ତାଙ୍କ ଉପାସନା କରନ୍ତି । (ଏବ୍ରୀ ୧୧:୬) ସେ ଆଜି ଆମକୁ ଶାନ୍ତି ଦିଅନ୍ତି ଏବଂ ଭବିଷ୍ୟତରେ ଅନନ୍ତ ଜୀବନ ଦେବେ । ଆମେ ଭରସା ରଖିପାରିବା ଯେ ଯିହୋବା ଆମକୁ ପୁରସ୍କାର ଦେବା ପାଇଁ ଚାହାନ୍ତି ଆଉ ଏହା କରିବା ପାଇଁ ତାଙ୍କ ପାଖରେ ଶକ୍ତି ମଧ୍ୟ ଅଛି । ଏହି ଭରସା ଯୋଗୁଁ ଆମେ ତାଙ୍କ ସେବାରେ ଲାଗି ରହୁ, ଯେପରି ପ୍ରାଚୀନ ସମୟରେ ତାଙ୍କର ବିଶ୍ୱସ୍ତ ଲୋକମାନେ ତାଙ୍କ ସେବାରେ ଲାଗି ରହିଥିଲେ । ତାଙ୍କ ମଧ୍ୟରୁ ଜଣେ ଥିଲେ ତୀମଥି । ଆସନ୍ତୁ ତାଙ୍କ ଉଦାହରଣ ଉପରେ ଧ୍ୟାନ ଦେବା ।—ଏବ୍ରୀ ୬:୧୦-୧୨.

୧୧. ତୀମଥି ଭାଇଭଉଣୀଙ୍କୁ ସାହାଯ୍ୟ କରିବା ପାଇଁ କାହିଁକି ପରିଶ୍ରମ କଲେ ? (୧ ତୀମଥି ୪:୧୦)

୧୧ ୧ ତୀମଥି ୪:୧୦ ପଢ଼ନ୍ତୁ । ତୀମଥିଙ୍କୁ ପୂରା ଭରସା ଥିଲା ଯେ ଯିହୋବା ଜୀବିତ ପରମେଶ୍ୱର ଅଟନ୍ତି ଓ ସେ ତାଙ୍କୁ ପୁରସ୍କାର ଦେବେ । ତେଣୁ ସେ ମନ ଧ୍ୟାନ ଦେଇ ତାଙ୍କ ସେବା କଲେ ଓ ତାʼସହ ଭାଇଭଉଣୀଙ୍କୁ ମଧ୍ୟ ସାହାଯ୍ୟ କଲେ । ସେ କʼଣ କʼଣ କଲେ ? ସେ ପାଉଲଙ୍କ ପରାମର୍ଶ ମାନିଲେ ଓ ଜଣେ ଭଲ ଶିକ୍ଷକ ହେବା ପାଇଁ କଠିନ ପରିଶ୍ରମ କଲେ । ଏପରି କରିବା ଦ୍ୱାରା ପ୍ରଚାରରେ ଓ ମଣ୍ଡଳୀରେ ସେ ଭଲଭାବେ ଶିଖାଇ ପାରିଲେ । ଛୋଟ ବଡ଼ ସମସ୍ତଙ୍କ ପାଇଁ ସେ ଭଲ ଉଦାହରଣ ରଖିଲେ । ତାʼସହ ତାଙ୍କୁ କିଛି କଠିନ ଦାୟିତ୍ୱ ମଧ୍ୟ ମିଳିଥିଲା, ଯେପରି ଭୁଲ କରୁଥିବା ଲୋକଙ୍କୁ ପ୍ରେମର ସହ ସୁଧାରିବା । ଆଉ ଏହା ବି ନିଶ୍ଚୟ ସେ ଭଲଭାବେ କରିଥିବେ । (୧ ତୀମ. ୪:୧୧-୧୬; ୨ ତୀମ. ୪:୧-୫) ତୀମଥିଙ୍କୁ ଭରସା ଥିଲା ଯେ ତାଙ୍କ କାମ ଓ ପରିଶ୍ରମକୁ କେହି ଦେଖୁ ବା ନ ଦେଖୁ, ଯିହୋବା ନିଶ୍ଚୟ ଦେଖୁଛନ୍ତି ଓ ତାଙ୍କୁ ପୁରସ୍କାର ମଧ୍ୟ ଦେବେ ।—ରୋମୀ. ୨:୬, ୭.

୧୨. ମଣ୍ଡଳୀର କାମ କରିବାରେ ପ୍ରାଚୀନମାନେ କାହିଁକି ଏତେ ପରିଶ୍ରମ କରନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୨ ଆଜି ମଣ୍ଡଳୀର ପ୍ରାଚୀନମାନେ ପୂରା ଭରସା ରଖିପାରିବେ ଯେ ଯିହୋବା ତାଙ୍କ ପରିଶ୍ରମ ଉପରେ ଧ୍ୟାନ ଦିଅନ୍ତି । ସବୁ ପ୍ରାଚୀନମାନେ ପ୍ରତିପାଳକ ସାକ୍ଷାତ କରିବାରେ, ଶିଖାଇବାରେ ଏବଂ ପ୍ରଚାର କାମ କରିବାରେ ଭାଗ ନିଅନ୍ତି । କିନ୍ତୁ କିଛି ପ୍ରାଚୀନ ନିର୍ମାଣ କାମ ଏବଂ ରିଲିଫ୍‌ କାମରେ ମଧ୍ୟ ସାହାଯ୍ୟ କରନ୍ତି । ଅନ୍ୟ କିଛି ପ୍ରାଚୀନ ‘ରୋଗୀ ସାକ୍ଷାତ ଦଳ’ କିମ୍ବା ‘ହସ୍ପିଟାଲ ସମ୍ପର୍କ ସମିତିରେ’ ମଧ୍ୟ କାମ କରନ୍ତି । ଏହି ପ୍ରାଚୀନମାନେ ଭଲଭାବେ ଜାଣନ୍ତି ଯେ ମଣ୍ଡଳୀର କାମ କୌଣସି ମଣିଷଙ୍କ ତରଫରୁ ନୁହେଁ ବରଂ ଯିହୋବାଙ୍କ ତରଫରୁ ଅଟେ । ତେଣୁ ସେମାନେ ମନ ଧ୍ୟାନ ଦେଇ ନିଜ ଦାୟିତ୍ୱକୁ ପୂରା କରନ୍ତି । ଆଉ ସେମାନଙ୍କୁ ପୂରା ଭରସା ଅଛି ଯେ ଈଶ୍ୱର ତାଙ୍କ ପରିଶ୍ରମ ପାଇଁ ନିଶ୍ଚୟ ପୁରସ୍କାର ଦେବେ ।—କଲ. ୩:୨୩, ୨୪.

ମଣ୍ଡଳୀର କାମରେ ଆପଣ ଯାହା ପରିଶ୍ରମ କରନ୍ତି, ତାʼ ପାଇଁ ଆପଣଙ୍କୁ ଜୀବିତ ପରମେଶ୍ୱର ପୁରସ୍କାର ଦେବେ (ପାରାଗ୍ରାଫ ୧୨-୧୩)


୧୩. ଆମେ ଯିହୋବାଙ୍କ ସେବାରେ ଯାହା ବି କରିପାରୁଛୁ, ତାହା ଦେଖି ଯିହୋବାଙ୍କୁ କିପରି ଲାଗେ ?

୧୩ ଏହା ସତ ଯେ ମଣ୍ଡଳୀରେ ପ୍ରତ୍ୟେକ ଜଣ ପ୍ରାଚୀନ ହୋଇପାରିବେ ନାହିଁ । କିନ୍ତୁ ଆମେ ସମସ୍ତେ ଯିହୋବାଙ୍କୁ କିଛି ନା କିଛି ନିଶ୍ଚୟ ଦେଇପାରିବା । ଯେବେ ଆମେ ମନଧ୍ୟାନ ଦେଇ ଯିହୋବାଙ୍କ ସେବା କରୁ, ତେବେ ତାହା ଦେଖି ଯିହୋବାଙ୍କୁ ବହୁତ ଖୁସି ଲାଗେ । ଆଉ ଯେବେ ଆମେ ସାରା ଦୁନିଆରେ ହେଉଥିବା କାମ ପାଇଁ ଦାନ ଦେଉ, ତାହା କମ୍‌ ହେଇଥାଉ ନା କାହିଁକି, ଯିହୋବା ତାʼଉପରେ ଧ୍ୟାନ ଦିଅନ୍ତି । ଆମେ ଲାଜ କରୁଥିଲେ ବି ଯେବେ ସଭାରେ ଉତ୍ତର ଦେବା ପାଇଁ ହାତ ଉଠାଉ ତେବେ ଏହା ଦେଖି ତାଙ୍କୁ ବହୁତ ଭଲ ଲାଗେ । ଆଉ ତାଙ୍କୁ ଏଥିରୁ ମଧ୍ୟ ଖୁସି ମିଳେ ଯେ ଆମେ ଅନ୍ୟମାନଙ୍କର ଭୁଲଗୁଡ଼ିକୁ ଅଣଦେଖା କରୁ ଓ ତାଙ୍କୁ କ୍ଷମା କରିଦେଉ । କିନ୍ତୁ କିଛି ଭାଇଭଉଣୀମାନଙ୍କୁ ଲାଗେ ଯେ ସେମାନେ ଯିହୋବାଙ୍କ ପାଇଁ ଯେତେ କରିବା ପାଇଁ ଚାହାନ୍ତି ସେତିକି କରିପାରୁନାହାନ୍ତି । କʼଣ ଆପଣଙ୍କୁ ବି ଏପରି ଲାଗେ ? ଯଦି ହଁ, ତେବେ ଭରସା ରଖନ୍ତୁ ଯେ ଯିହୋବାଙ୍କ ପାଇଁ ଆପଣ ଯାହା ବି କିଛି କରିପାରୁଛନ୍ତି ତା ପାଇଁ ସେ ବହୁତ କୃତଜ୍ଞ ମନେ କରନ୍ତି । ଯିହୋବା ଆପଣଙ୍କୁ ବହୁତ ଭଲ ପାଆନ୍ତି ଏବଂ ଆପଣଙ୍କ ପରିଶ୍ରମ ପାଇଁ ଆପଣଙ୍କୁ ନିଶ୍ଚୟ ପୁରସ୍କାର ଦେବେ ।—ଲୂକ ୨୧:୧-୪.

ଜୀବିତ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହୁଅ

୧୪. ଯିହୋବାଙ୍କ ସହିତ ଦୃଢ଼ ସମ୍ପର୍କ ରହିଲେ ଆମେ କିପରି ତାଙ୍କ ବିଶ୍ୱସ୍ତ ରହିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୪ ଯଦି ଯିହୋବାଙ୍କ ସହ ଆମ ଭଲ ମିତ୍ରତା ରହିବ, ତେବେ ଆମ ପାଇଁ ତାଙ୍କ ପ୍ରତି ବିଶ୍ୱସ୍ତ ରହିବା ସହଜ ହେବ । ଯୋଷେଫଙ୍କ ବିଷୟରେ ଭାବନ୍ତୁ । ସେ ଭୁଲ କାମ କରିବା ପାଇଁ ସ୍ପଷ୍ଟ ଭାବେ ମନା କରିଦେଲେ । ତାଙ୍କ ପାଇଁ ଯିହୋବା ଜୀବିତ ପରମେଶ୍ୱର ଥିଲେ ଏବଂ ସେ ତାଙ୍କୁ ଦୁଃଖି କରିବାକୁ ଚାହୁଁ ନ ଥିଲେ । (ଆଦି. ୩୯:୯) ଯଦି ଆମେ ବି ଚାହୁଁ ଯେ ଯିହୋବା ଆମ ପାଇଁ ମଧ୍ୟ ଜଣେ ଜୀବିତ ପରମେଶ୍ୱର ହୁଅନ୍ତି, ତେବେ ଆମକୁ କʼଣ କରିବାକୁ ପଡ଼ିବ ? ଆମକୁ ସମୟ ବାହାର କରି ତାଙ୍କ ସହିତ ପ୍ରାର୍ଥନା କରିବାକୁ ହେବ ଏବଂ ତାଙ୍କ ବାକ୍ୟର ଅଧ୍ୟୟନ କରିବାକୁ ପଡ଼ିବ । ଏପରି କଲେ ତାଙ୍କ ସହିତ ଆମର ମିତ୍ରତା ଆହୁରି ଦୃଢ଼ ହୋଇଯିବ । ଯୋଷେଫଙ୍କ ଭଳି ଯଦି ଯିହୋବାଙ୍କ ସହ ଆମର ମଜବୁତ୍‌ ସମ୍ପର୍କ ରହିବ, ତେବେ ଆମେ ଏପରି କିଛି ବି କରିବାନି ଯାହାଦ୍ୱାରା ଯିହୋବାଙ୍କ ହୃଦୟକୁ କଷ୍ଟ ଅନୁଭବ ହେବ ।—ଯାକୁ. ୪:୮.

ଯଦି ଯିହୋବାଙ୍କ ସହ ଆମର ଭଲ ସମ୍ପର୍କ ଥିବ, ତେବେ ଆମେ ତାଙ୍କର ବିଶ୍ୱସ୍ତ ରହିପାରିବା (ପାରାଗ୍ରାଫ ୧୪-୧୫)


୧୫. ଆମେ ଇସ୍ରାଏଲୀୟମାନଙ୍କଠାରୁ କʼଣ ଶିଖୁ ? (ଏବ୍ରୀ ୩:୧୨)

୧୫ ଯେଉଁ ଲୋକମାନେ ଏହା ଭୁଲି ଯାʼନ୍ତି ଯେ ଯିହୋବା ଜୀବିତ ପରମେଶ୍ୱର ଅଟନ୍ତି, ସେମାନେ ଅତି ସହଜରେ ଯିହୋବାଙ୍କଠାରୁ ଦୂରେଇ ଚାଲିଯାʼନ୍ତି ଓ ତାଙ୍କ ବିଶ୍ୱସ୍ତ ରହିପାରନ୍ତି ନାହିଁ । ଧ୍ୟାନ ଦିଅନ୍ତୁ ଯେ ପ୍ରାନ୍ତରରେ ଇସ୍ରାଏଲୀୟମାନଙ୍କ ସହ କʼଣ ହେଲା । ତାଙ୍କୁ ଜଣା ଥିଲା ଯେ ଯିହୋବା ସତରେ ଅଛନ୍ତି । କିନ୍ତୁ ସେମାନେ ସନ୍ଦେହ କଲେ ଯେ କେଜାଣି ଯିହୋବା ତାଙ୍କ ଆବଶ୍ୟକତାଗୁଡ଼ିକୁ ପୂରା କରିବେ ନା ନାହିଁ । ସେମାନେ ଏପରି ମଧ୍ୟ କହିଲେ, ‘ଯିହୋବା ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି କି ନାହିଁ ?’ (ଯାତ୍ରା. ୧୭:୨,) ଏହି କାରଣ ଯୋଗୁଁ ସେମାନେ ଆଗକୁ ଯାଇ ଈଶ୍ୱରଙ୍କ ସହିତ ବିଦ୍ରୋହ କଲେ । ଆମେ ସେହି ଇସ୍ରାଏଲୀୟମାନଙ୍କ ଭଳି ହେବାକୁ ଚାହୁଁନୁ ଏବଂ ନିଜ ଜୀବିତ ପରମେଶ୍ୱରଙ୍କଠାରୁ ଦୂରେଇ ଯିବା ପାଇଁ ଚାହୁଁନୁ ।—ଏବ୍ରୀ ୩:୧୨ ପଢ଼ନ୍ତୁ ।

୧୬. ଆମ ବିଶ୍ୱାସର ପରୀକ୍ଷା କିପରି ହୋଇପାରେ ?

୧୬ ଏହି ଦୁଷ୍ଟ ଦୁନିଆରେ ଯିହୋବାଙ୍କ ସହିତ ନିଜ ସମ୍ପର୍କକୁ ଦୃଢ଼ ରଖିବା ଏତେ ସହଜ ନୁହେଁ । ଅନେକ ଲୋକମାନେ ଈଶ୍ୱରଙ୍କୁ ମାନନ୍ତି ନାହିଁ, ସେମାନେ କହନ୍ତି କୌଣସି ଈଶ୍ୱର ନାହାନ୍ତି । ଆଉ ପ୍ରାୟ ଏପରି ହୁଏ ଯେ ଯେଉଁ ଲୋକମାନେ ଈଶ୍ୱରଙ୍କ ସ୍ତରଗୁଡ଼ିକୁ ମାନନ୍ତି ନାହିଁ, ସେମାନେ ଆରାମରେ ଜୀବନ କଟାଉଛନ୍ତି । ଏହି ସବୁ ଦେଖି ଆମ ବିଶ୍ୱାସର ପରୀକ୍ଷା ହୋଇପାରେ । ହୁଏତ ଆମେ ଏପରି କହିବାନି ଈଶ୍ୱର ନାହାନ୍ତି, କିନ୍ତୁ ହୋଇପାରେ ଆମେ ମନରେ ଭାବିପାରୁ ଯେ କେଜାଣେ ଈଶ୍ୱର ଆମକୁ ସାହାଯ୍ୟ କରିବେ ନା ନାହିଁ । ଗୀତସଂହିତା ୭୩ର ଲେଖକଙ୍କୁ ମଧ୍ୟ ଏପରି ଲାଗିଥିଲା । ଯେବେ ସେ ଦେଖିଲେ ଯେ ତାଙ୍କ ଆଖପାଖର ଲୋକେ ଈଶ୍ୱରଙ୍କ ନିୟମକୁ ମାନୁନାହାନ୍ତି ତଥାପି ସେମାନେ କେତେ ଆରାମରେ ଜୀବନ କଟାଉଛନ୍ତି, କେତେ ମଜା କରୁଛନ୍ତି । ତେବେ ସେ ଭାବିବାକୁ ଲାଗିଲେ ଯେ ଯିହୋବାଙ୍କ ସେବା କରି କିଛି ଲାଭ ଅଛି ।—ଗୀତ. ୭୩:୧୧-୧୩.

୧୭. ଯିହୋବାଙ୍କ ନିକଟତର ରହିବା ପାଇଁ ଆମକୁ କ‘ଣ କରିବାକୁ ପଡ଼ିବ ?

୧୭ ଆଗକୁ ଯାଇ ଗୀତସଂହିତା ୭୩ର ଲେଖକ ନିଜ ଚିନ୍ତାଧାରାକୁ ବଦଳାଇଲେ । ସେ ଏହା କିପରି କଲେ ? ସେ ଏ ବିଷୟରେ ଭାବିଲେ ଯେ ଯେଉଁ ଲୋକମାନେ ଯିହୋବାଙ୍କ ଉପରେ ଭରସା କରନ୍ତି ନାହିଁ, ତାଙ୍କର କʼଣ ପରିଣାମ ହେବ । (ଗୀତ. ୭୩:୧୮, ୧୯, ୨୭) ସେ ଏହି କଥା ଉପରେ ବି ଧ୍ୟାନ ଦେଲେ ଯେ ଯିହୋବାଙ୍କ ସେବା କରିବାରୁ ତାଙ୍କୁ କ‘ଣ କʼଣ ଆଶିଷଗୁଡ଼ିକ ମିଳୁଛି । (ଗୀତ. ୭୩:୨୪) ଆମେ ମଧ୍ୟ ଏପରି କରିପାରିବା । ଆମେ ଭାବିପାରିବା ଯେ ଯିହୋବା ଆମକୁ କେଉଁ କେଉଁ ଆଶିଷ ଦେଇଛନ୍ତି ଓ ଯଦି ଆମେ ଯିହୋବାଙ୍କ ସେବା କରିନଥାନ୍ତୁ, ତେବେ ଆମ ଜୀବନ କିପରି ହୋଇଥାʼନ୍ତା । ଏପରି ଭାବିଲେ ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବା ଏବଂ ସେହି ଗୀତର ଲେଖକଙ୍କ ପରି କହିପାରିବା, ‘ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାର ମୋହର ମଙ୍ଗଳ ।’—ଗୀତ. ୭୩:୨୮.

୧୮. ଭବିଷ୍ୟତ ବିଷୟରେ ଭାବି ଆମକୁ କାହିଁକି ଡରିବାର ନାହିଁ ?

୧୮ ଆମେ “ଜୀବିତ ଓ ସତ୍ୟ ଈଶ୍ୱରଙ୍କ” ସେବା କରୁ, ତେଣୁ ଏହି ଅନ୍ତିମ ଦିନରେ ଯାହା ବି ସମସ୍ୟା ଆସେ, ଆମେ ତାʼର ସାମନା କରିପାରିବା । (୧ ଥେସ. ୧:୯) ଆମ ଈଶ୍ୱର ଜୀବିତ ଅଟନ୍ତି ଏବଂ ଯେଉଁମାନେ ତାଙ୍କର ଉପାସନା କରନ୍ତି, ସେ ସବୁବେଳେ ତାଙ୍କୁ ସାହାଯ୍ୟ କରନ୍ତି । ପ୍ରାଚୀନ ସମୟରେ ସେ ନିଜ ସେବକମାନଙ୍କର ସାହାଯ୍ୟ କରିଥିଲେ ଏବଂ ଆଜି ଆମକୁ ମଧ୍ୟ ସାହାଯ୍ୟ କରୁଛନ୍ତି । ଅତିଶୀଘ୍ର ଆମେ ଏପରି ମହାକ୍ଳେଶର ସାମନା କରିବାକୁ ଯାଉଛୁ ଯାହା ଆଜିଯାଏ ପୃଥିବୀରେ କେବେ ବି ହୋଇ ନି । କିନ୍ତୁ ଆମେ ପୂରା ଭରସା ରଖିପାରିବା ଯେ ସେସମୟରେ ଆମେ ଏକୁଟିଆ ନ ଥିବା ବରଂ ଯିହୋବା ଆମ ସାଙ୍ଗରେ ଥିବେ । (ଯିଶା. ୪୧:୧୦) ତେଣୁ ଆସନ୍ତୁ ‘ଆମ୍ଭେମାନେ ସାହସପୂର୍ବକ କହିବା ପ୍ରଭୁ ମୋହର ସହାୟ, ମୁଁ ଭୟ କରିବି ନାହିଁ ।’—ଏବ୍ରୀ ୧୩:୫, ୬.

ଗୀତ ୩ ହମାରି ତାକତ, ଆଶା ଔର ଭରୋସା