इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୨୩

ଗୀତ ୨୮ କୌନ ହୈ ୟହୋବା କା ଦୋସ୍ତ୍‌

ଯିହୋବାଙ୍କ ତମ୍ବୁରେ ଆପଣଙ୍କ ସ୍ୱାଗତ !

ଯିହୋବାଙ୍କ ତମ୍ବୁରେ ଆପଣଙ୍କ ସ୍ୱାଗତ !

“ଆମ୍ଭର ଆବାସ ମଧ୍ୟ ସେମାନଙ୍କ ସଙ୍ଗରେ ରହିବ; ଆଉ ଆମ୍ଭେ ସେମାନଙ୍କ ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ ।”ଯିହି. ୩୭:୨୭.

କʼଣ ଶିଖିବା ?

ଏହି ଲେଖାରେ ଆମେ ଜାଣିବା ଯେ ଯିହୋବାଙ୍କ ତମ୍ବୁରେ ଅତିଥି ହେବାର ଅର୍ଥ କʼଣ ଏବଂ ଏହା କାହିଁକି ସମ୍ମାନର କଥା ଅଟେ । ଆମେ ଏହା ବି ଜାଣିବା ଯେ ଯିହୋବା ନିଜ ତମ୍ବୁରେ ରହୁଥିବା ଲୋକମାନଙ୍କ କିପରି ଯତ୍ନ ନିଅନ୍ତି ।

୧-୨. ଯିହୋବା ନିଜ ବିଶ୍ୱସ୍ତ ସେବକମାନଙ୍କୁ କʼଣ ନିମନ୍ତ୍ରଣ ଦେଇଛନ୍ତି ?

 ଆପଣ ଯିହୋବାଙ୍କୁ କʼଣ ମନେ କରନ୍ତି ? ହୁଏତ ଆପଣ କହିବେ ଯେ ଯିହୋବା ଆମ ପିତା ଏବଂ ଆମେ ତାଙ୍କ ପିଲା କିମ୍ବା ସେ ଆମ ଈଶ୍ୱର ଏବଂ ଆମେ ତାଙ୍କ ସେବକ । କିମ୍ବା ହୁଏତ ଆପଣ କହିବେ ଯେ ଯିହୋବା ଆପଣଙ୍କ ସାଙ୍ଗ ଅଟନ୍ତି । କିନ୍ତୁ କʼଣ କେବେ ଆପଣ ଏପରି ଭାବିଛନ୍ତି ଯେ ଯିହୋବା ଆପଣଙ୍କୁ ନିଜ ତମ୍ବୁରେ ଡାକିଛନ୍ତି ଏବଂ ଆପଣ ତାଙ୍କ ଅତିଥି ଅଟନ୍ତି ?

ରାଜା ଦାଉଦ ଯିହୋବାଙ୍କ ବିଷୟରେ ଏପରି ହିଁ କହିଥିଲେ । ସେ କହିଲେ, “ଯିହୋବା, ତୁମ୍ଭ ଆବାସରେ (ତମ୍ବୁରେ) କିଏ ପ୍ରବାସ କରିବ ? ତୁମ୍ଭ ପବିତ୍ର ପର୍ବତରେ କିଏ ବାସ କରିବ ?” (ଗୀତ. ୧୫:୧) ଦାଉଦ କହିଲେ ଯେ ଯିହୋବା ନିଜ ବିଶ୍ୱସ୍ତ ସେବକମାନଙ୍କୁ ନିଜ ତମ୍ବୁରେ ରହିବା ପାଇଁ ଡାକିଛନ୍ତି, ସେ ତାଙ୍କ ସାଙ୍ଗ ଅଟନ୍ତି । ଏହାର ଅର୍ଥ ଆମେ ସମସ୍ତେ ଯିହୋବାଙ୍କ ଅତିଥି କିମ୍ବା ତାଙ୍କ ସାଙ୍ଗ ହୋଇପାରିବା । ଟିକେ ଭାବନ୍ତୁ, ଏହା କେତେ ସମ୍ମାନର କଥା ଯେ ସାରା ପୃଥିବୀର ମାଲିକ ଆପଣଙ୍କୁ ନିଜ ତମ୍ବୁରେ ଆସିବାର ନିମନ୍ତ୍ରଣ ଦେଇଛନ୍ତି !

ଯିହୋବା ଚାହାନ୍ତି ଯେ ଆମେ ତାଙ୍କ ତମ୍ବୁରେ ଆସୁ

୩. (କ) ଯିହୋବାଙ୍କ ତମ୍ବୁରେ ପ୍ରଥମ ଅତିଥି କିଏ ଥିଲେ ? (ଖ) ଯିହୋବା ଓ ତାଙ୍କ ପୁଅ ପରସ୍ପର ବିଷୟରେ କିପରି ଅନୁଭବ କରୁଥିଲେ ?

ସୃଷ୍ଟି କରିବା ପୂର୍ବରୁ ଯିହୋବା ଏକୁଟିଆ ଥିଲେ । କିନ୍ତୁ ପରେ ସେ ନିଜ ପ୍ରଥମଜାତ ପୁଅକୁ ସୃଷ୍ଟି କଲେ ଏବଂ ତାଙ୍କୁ ନିଜ ତମ୍ବୁରେ ଡାକିଲେ । ସେ ଯିହୋବାଙ୍କ ପ୍ରଥମ ଅତିଥି ଥିଲେ ଏବଂ ତାଙ୍କୁ ନିଜ ତମ୍ବୁରେ ଡାକି ଯିହୋବାଙ୍କୁ ବହୁତ ଭଲ ଲାଗିଲା । ବାଇବଲରେ କୁହାଯାଇଛି ଯେ ସେ ନିଜ ପୁଅ ଯୀଶୁଙ୍କଠାରୁ ‘ଆନନ୍ଦିତ’ ଥିଲେ ଏବଂ ତାଙ୍କ ପୁଅ ମଧ୍ୟ ତାହାଙ୍କ “ସମ୍ମୁଖରେ ସର୍ବଦା ଆନନ୍ଦ” କରୁଥିଲେ ।—ହିତୋ. ୮:୩୦.

୪. ଆଗକୁ ଯାଇ ଯିହୋବା ଆଉ କେଉଁମାନଙ୍କୁ ନିଜ ତମ୍ବୁରେ ଡାକିଲେ ?

ଏହା ପରେ ଯିହୋବା ସ୍ୱର୍ଗଦୂତମାନଙ୍କୁ ସୃଷ୍ଟି କଲେ ଏବଂ ସେମାନଙ୍କୁ ମଧ୍ୟ ନିଜ ତମ୍ବୁରେ ଡାକିଲେ । ବାଇବଲରେ ସ୍ୱର୍ଗଦୂତମାନଙ୍କୁ “ପରମେଶ୍ୱରଙ୍କ ସନ୍ତାନଗଣ” କୁହାଯାଇଛି ଓ କୁହାଯାଇଛି ଯେ ସେମାନଙ୍କୁ ଯିହୋବାଙ୍କ ସହିତ ରହି ବହୁତ ଖୁସି ମିଳେ । (ଆୟୁ. ୩୮:୭; ଦାନି. ୭:୧୦) ଅନେକ ବର୍ଷ ଯାଏଁ କେବଳ ଯୀଶୁ ଓ ସ୍ୱର୍ଗଦୂତମାନେ ହିଁ ଯିହୋବାଙ୍କ ଅତିଥି କିମ୍ବା ସାଙ୍ଗ ଥିଲେ । କିନ୍ତୁ ପରେ ଯିହୋବା ମଣିଷମାନଙ୍କୁ ସୃଷ୍ଟି କଲେ ଏବଂ ସେମାନଙ୍କୁ ମଧ୍ୟ ନିଜ ତମ୍ବୁରେ ଡାକିଲେ । ଆଗକୁ ଯାଇ ହନୋକ, ନୋହ, ଅବ୍ରହାମ ଏବଂ ଆୟୁବଙ୍କ ଭଳି ବିଶ୍ୱସ୍ତ ଲୋକମାନେ ମଧ୍ୟ ତାଙ୍କ ଅତିଥି ହେଲେ । ବାଇବଲରେ କୁହାଯାଇଛି ଯେ ଏହି ଲୋକମାନେ ଯିହୋବାଙ୍କ ସହିତ “ଗମନାଗମନ” କରୁଥିଲେ ଅର୍ଥାତ୍‌ ତାଙ୍କ ପ୍ରତ୍ୟେକ କଥା ମାନୁଥିଲେ । ଆଉ ଏହି କାରଣ ଯୋଗୁଁ ସେମାନେ ତାଙ୍କ ସାଙ୍ଗ କିମ୍ବା ଅତିଥି ଥିଲେ ।—ଆଦି. ୫:୨୪; ୬:୯; ଆୟୁ. ୨୯:୪; ଯିଶା. ୪୧:୮

୫. ଯିହିଜିକଲ ୩୭:୨୬, ୨୭ ପଦରେ ଲେଖାଥିବା ଭବିଷ୍ୟତବାଣୀରୁ କʼଣ ଜଣାପଡ଼େ ?

ଅନେକ ବର୍ଷରୁ ଯିହୋବା ନିଜ ସାଙ୍ଗମାନଙ୍କୁ ନିଜ ତମ୍ବୁରେ ଡାକୁଛନ୍ତି । (ଯିହିଜିକଲ ୩୭:୨୬, ୨୭ ପଢ଼ନ୍ତୁ ।) ଯିହିଜିକଲଙ୍କ ଭବିଷ୍ୟତବାଣୀରୁ ଜଣାପଡ଼େ ଯେ ଯିହୋବା ଚାହାନ୍ତି ଯେ ତାଙ୍କ ସେବକମାନଙ୍କର ତାଙ୍କ ସହ ଭଲ ସମ୍ପର୍କ ରହୁ । ସେ ପ୍ରତିଜ୍ଞା କରିଥିଲେ ଯେ ସେ ସେମାନଙ୍କ ସହ “ଶାନ୍ତିର ଏକ ନିୟମ” କରିବେ । ଏହି ପ୍ରତିଜ୍ଞା ଆଜି ଆମ ସମୟରେ ପୂରା ହେଉଛି । ଯେଉଁମାନଙ୍କୁ ସ୍ୱର୍ଗରେ ବଞ୍ଚିବାର ଆଶା ଅଛି ଏବଂ ଯେଉଁମାନଙ୍କୁ ପୃଥିବୀରେ ବଞ୍ଚିବାର ଆଶା ଅଛି, ସେମାନେ ଆଜି ମିଶି ଯିହୋବାଙ୍କ ସେବା କରୁଛନ୍ତି ଏବଂ “ଗୋଟିଏ ପଲ” ଭଳି ତାଙ୍କ ତମ୍ବୁରେ ରହୁଛନ୍ତି ।—ଯୋହ. ୧୦:୧୬.

ଆମେ ଯେଉଁଠି ବି ରହୁ, ଯିହୋବା ଆମର ଯତ୍ନ ନିଅନ୍ତି

୬. (କ) ଜଣେ ବ୍ୟକ୍ତି କେବେ ଯିହୋବାଙ୍କ ତମ୍ବୁରେ ଅତିଥି ହୋଇଯାଏ ? (ଖ) ଯିହୋବାଙ୍କ ତମ୍ବୁ କେଉଁଠି ଅଛି ?

ପ୍ରାଚୀନ ସମୟରେ ଜଣେ ବ୍ୟକ୍ତି ନିଜ ତମ୍ବୁରେ ଆରାମ କରୁଥିଲା ଏବଂ ଖରା ଓ ବର୍ଷାରୁ ବି ତାʼର ସୁରକ୍ଷା ହେଉଥିଲା । ଯେବେ ତାଙ୍କ ତମ୍ବୁରେ କୌଣସି ଅତିଥି ଆସୁଥିଲେ, ତେବେ ସେ ତାଙ୍କର ବି ଭଲ ଯତ୍ନ ନେଉଥିଲେ । ଆଜି ଯେବେ ଆମେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରୁ, ତେବେ ଆମେ ତାଙ୍କ ତମ୍ବୁରେ ଅତିଥି ହୋଇଯାଉ । (ଗୀତ. ୬୧:୪) ଏହି ତମ୍ବୁରେ ଆମକୁ ଖାଇବାର କୌଣସି ଅଭାବ ନାହିଁ, ଆମେ ପାଖରେ ସେ ସବୁ କିଛି ଅଛି ଯାହାଦ୍ୱାରା ଆମେ ଯିହୋବାଙ୍କ ସହ ନିଜ ମିତ୍ରତାକୁ ଦୃଢ଼ କରିପାରିବା । ଏହାଛଡ଼ା, ଏହି ତମ୍ବୁରେ ଆମ ସହ ଆହୁରି ଅତିଥି ଅଛନ୍ତି ଯେଉଁମାନେ ଆମ ସାଙ୍ଗ ହୋଇଯାଇଛନ୍ତି । ଯଦି ଆପଣ କେବେ ଅନ୍ୟ ଦେଶରେ ବିଶେଷ ଅଧିବେଶନ ପାଇଁ ଯାʼନ୍ତି, ତେବେ ସେଠାରେ ଆପଣ ଅନେକ ଭାଇଭଉଣୀଙ୍କୁ ଭେଟି ଥିବେ । ସେମାନେ ସମସ୍ତେ ଯିହୋବାଙ୍କ ତମ୍ବୁର ଅତିଥି । ଏଥିରୁ ଜଣାପଡ଼େ ଯେ ଯିହୋବାଙ୍କ ତମ୍ବୁ କୌଣସି ଗୋଟିଏ ଜାଗାରେ ନାହିଁ, ବରଂ ପ୍ରତ୍ୟେକ ଜାଗାରେ ବ୍ୟାପିଛି, କାରଣ ତାଙ୍କ ସେବକ ଦୁନିଆର ସମସ୍ତ ଜାଗାରେ ଅଛନ୍ତି ।—ପ୍ରକା. ୨୧:୩.

୭. ଆମେ କାହିଁକି କହିପାରିବା ଯେ ଯିହୋବାଙ୍କ ଯେଉଁ ସେବକମାନଙ୍କ ମୃତ୍ୟୁ ହୋଇଯାଇଛି, ସେମାନେ ଏବେ ବି ତାଙ୍କ ତମ୍ବୁରେ ଅଛନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

କିନ୍ତୁ ଯିହୋବାଙ୍କ ଯେଉଁ ସେବକମାନଙ୍କ ମୃତ୍ୟୁ ହେଇଯାଇଛି, ସେମାନଙ୍କ ବିଷୟରେ କʼଣ କୁହାଯାଇପାରିବ ? କʼଣ ସେମାନେ ବି ତାଙ୍କ ତମ୍ବୁରେ ଅଛନ୍ତି ? ହଁ । ଆମେ ଏହା କାହିଁକି କହିପାରିବା ? କାରଣ ସେମାନେ ଯିହୋବାଙ୍କ ସ୍ମୃତିରେ ଅଛନ୍ତି । ତାଙ୍କ ପାଇଁ ସେମାନେ ଏବେ ବି ଜୀବିତ ଅଛନ୍ତି । ଏବିଷୟରେ ଯୀଶୁ କହିଥିଲେ, “ମୃତମାନେ ଯେ ଉତ୍‌ଥିତ ହୁଅନ୍ତି, ଏହା ମୋଶା ମଧ୍ୟ ବୁଦାର ବୃତ୍ତାନ୍ତରେ ପ୍ରଭୁଙ୍କୁ ଅବ୍ରହାମଙ୍କ ଈଶ୍ୱର, ଇସ୍‌ହାକଙ୍କ ଈଶ୍ୱର ଓ ଯାକୁବଙ୍କ ଈଶ୍ୱର ବୋଲି କହି ସୂଚନା ଦେଇଅଛନ୍ତି । ସେ ତ ମୃତମାନଙ୍କ ଈଶ୍ୱର ନୁହନ୍ତି, ମାତ୍ର ଜୀବିତମାନଙ୍କର; କାରଣ ସମସ୍ତେ ତାହାଙ୍କ ସାକ୍ଷାତରେ ଜୀବିତ ଅଟନ୍ତି ।”—ଲୂକ ୨୦:୩୭, ୩୮.

ଯିହୋବାଙ୍କ ଯେଉଁ ବିଶ୍ୱସ୍ତ ସେବକମାନଙ୍କ ମୃତ୍ୟୁ ହୋଇଯାଇଛି, ସେମାନେ ଏବେ ବି ତାଙ୍କ ତମ୍ବୁର ଅତିଥି ଅଟନ୍ତି (ପାରାଗ୍ରାଫ ୭)


ଆଶିଷ ଓ ଦାୟିତ୍ୱ ମଧ୍ୟ

୮. ଯିହୋବାଙ୍କ ତମ୍ବୁରେ ରହୁଥିବା ଲୋକମାନଙ୍କୁ ଆଜି ଓ ଭବିଷ୍ୟତରେ ମଧ୍ୟ କେଉଁ ଆଶିଷଗୁଡ଼ିକ ମିଳିବ ?

ଗୋଟିଏ ତମ୍ବୁରେ ଜଣେ ବ୍ୟକ୍ତି ଆରାମ କରିପାରେ ଏବଂ ସୁରକ୍ଷିତ ରହେ । ଠିକ୍‌ ସେହିଭଳି ଆମେ ଯିହୋବାଙ୍କ ତମ୍ବୁରେ ସୁରକ୍ଷିତ ରହୁ । ଆମେ ଏପରି ପ୍ରତି ବିପଦରୁ ରକ୍ଷା ପାଉ, ଯାହାଦ୍ୱାରା ଯିହୋବାଙ୍କ ସହ ଆମ ସମ୍ପର୍କ ଖରାପ ହୋଇପାରେ । ତାʼସହ ଆମକୁ ଭବିଷ୍ୟତରେ ଗୋଟିଏ ବଢ଼ିଆ ଆଶା ମଧ୍ୟ ମିଳିଛି । ଯେବେ ଆମେ ଯିହୋବାଙ୍କ ନିକଟତର ରହୁ, ତେବେ ଶୟତାନ ଏପରି କିଛି କରିପାରିବ ନାହିଁ ଯାହାଦ୍ୱାରା ଆମକୁ ସବୁଦିନ ପାଇଁ କ୍ଷତି ସହିବାକୁ ପଡ଼ିବ । (ଗୀତ. ୩୧:୨୩; ୧ ଯୋହ. ୩:୮) ଆଉ ନୂଆ ଦୁନିଆରେ ମଧ୍ୟ ଯିହୋବା ଆମକୁ ଏପରି ବିପଦଗୁଡ଼ିକରୁ ରକ୍ଷା କରିବେ ଯେଉଁଥିରୁ ତାଙ୍କ ସହିତ ଆମ ସମ୍ପର୍କ ଖରାପ ହୋଇପାରେ । କେବଳ ଏତିକି ନୁହେଁ, ସେ ଆମକୁ ମୃତ୍ୟୁରୁ ମଧ୍ୟ ରକ୍ଷା କରିବେ ।—ପ୍ରକା. ୨୧:୪.

୯. ଯେଉଁମାନେ ଯିହୋବାଙ୍କ ତମ୍ବୁରେ ରହିବା ପାଇଁ ଚାହାନ୍ତି, ସେ ସେମାନଙ୍କଠାରୁ କʼଣ ଆଶା କରନ୍ତି ?

ଯିହୋବାଙ୍କ ତମ୍ବୁରେ ଅତିଥି ହେବା ଓ ତାଙ୍କ ସାଙ୍ଗ ହେବା ବହୁତ ବଡ଼ ଆଶିଷ ! ଆଉ ଆମେ ସବୁଦିନ ପାଇଁ ତାଙ୍କ ସାଙ୍ଗ ହୋଇ ରହିପାରିବା । କିନ୍ତୁ ଏହା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? ଭାବନ୍ତୁ, ଆପଣଙ୍କ ଜଣେ ସାଙ୍ଗ ଆପଣଙ୍କୁ ନିଜ ଘରେ ଡାକନ୍ତି, ଏପରି ସମୟରେ ଆପଣ ତାହା ହିଁ କରିବେ ଯେଉଁଥିରୁ ଆପଣଙ୍କ ସାଙ୍ଗ ଖୁସି ହେବ । ଯେପରି ଯଦି ସେ ଚାହାନ୍ତି ଯେ ଆପଣ ଭିତରକୁ ଆସିବା ପୂର୍ବରୁ ପ୍ରଥମେ ଜୋତା ଖୋଲନ୍ତୁ, ତେବେ ଆପଣ ସେପରି ହିଁ କରିବେ । ଠିକ୍‌ ସେହିପରି ଯିହୋବା ଆମକୁ ନିଜ ତମ୍ବୁରେ ଡାକିଛନ୍ତି ଏବଂ ଆମେ ସବୁବେଳେ ତାଙ୍କ ତମ୍ବୁରେ ରହିବାକୁ ଚାହୁଁ । ତେଣୁ ଆମକୁ ଜାଣିବାକୁ ପଡ଼ିବ ଯେ ସେ କʼଣ ଚାହାନ୍ତି ଓ ତାʼପରେ ଆମେ ସେପରି ହିଁ କରିବା । କାରଣ ଆମେ ତାଙ୍କୁ ପ୍ରେମ କରୁ ଏବଂ ତାଙ୍କୁ “ସର୍ବପ୍ରକାରେ ସନ୍ତୁଷ୍ଟ କରିବା” ପାଇଁ ଚାହୁଁ । (କଲ. ୧:୧୦) କିନ୍ତୁ ଆମେ ଏହା ବି ଭୁଲିବାନି ଯେ ସାଙ୍ଗ ହେବା ସହ ଯିହୋବା ଆମ ପିତା ଏବଂ ଈଶ୍ୱର ଅଟନ୍ତି, ତେଣୁ ଆମେ ତାଙ୍କ ଆଦର କରୁ । (ଗୀତ. ୨୫:୧୪) ଆମ ହୃଦୟରେ ଯିହୋବାଙ୍କ ପାଇଁ ଶ୍ରଦ୍ଧା ଥିଲେ ଆମେ ଏପରି କିଛି କରିବାନି ଯେଉଁଥିରୁ ସେ ଦୁଃଖି ହେବେ । ଆମ ଇଚ୍ଛା ଏହା ଯେ “ନମ୍ର ଭାବରେ ଆମେ ପରମେଶ୍ୱରଙ୍କ ସହିତ ଗମନାଗମନ କରିବା ।”—ମୀଖା ୬:୮.

ଯିହୋବା କୌଣସି ଇସ୍ରାଏଲୀୟ ସହ ଭେଦଭାବ କଲେ ନାହିଁ

୧୦-୧୧. ଯିହୋବା ଇସ୍ରାଏଲୀୟମାନଙ୍କ ସହ ଯେପରି ଭାବେ ବ୍ୟବହାର କଲେ, ସେଥିରୁ କିପରି ଜଣାପଡ଼େ ଯେ ସେ ଭେଦଭାବ କରନ୍ତି ନାହିଁ ?

୧୦ ଯିହୋବା ନିଜ ସମସ୍ତ ଅତିଥିମାନଙ୍କ ସହ ଏକାଭଳି ବ୍ୟବହାର କରନ୍ତି, ସେ କାହାରି ସହ ଭେଦଭାବ କରନ୍ତି ନାହିଁ । (ରୋମୀ. ୨:୧୧) ଏ ବିଷୟରେ ଆହୁରି ଜାଣିବା ପାଇଁ ଆସନ୍ତୁ ଦେଖିବା ଯେ ସୀନୟ ପ୍ରାନ୍ତରରେ ସେ ଇସ୍ରାଏଲୀୟମାନଙ୍କ ସହ କିପରି ବ୍ୟବହାର କରିଥିଲେ ।

୧୧ ନିଜ ଲୋକମାନଙ୍କୁ ମିଶରରୁ ଛଡ଼ାଇବା ପରେ, ପବିତ୍ର ତମ୍ବୁରେ ସେବା କରିବା ପାଇଁ ଯିହୋବା ଯାଜକମାନଙ୍କୁ ନିଯୁକ୍ତ କଲେ । ଏହାଛଡ଼ା, ସେ ଲେବୀୟମାନଙ୍କୁ ପବିତ୍ର ତମ୍ବୁ ସହ ଜଡ଼ିତ ଆହୁରି କିଛି ଦାୟିତ୍ୱଗୁଡ଼ିକ ମଧ୍ୟ ଦେଲେ । କିନ୍ତୁ ଯେଉଁ ଲୋକମାନେ ପବିତ୍ର ତମ୍ବୁରେ ସେବା କରୁଥିଲେ କିମ୍ବା ତାʼର ଆଖପାଖରେ ରହୁଥିଲେ, କʼଣ ଯିହୋବା ସେମାନଙ୍କର ଅନ୍ୟମାନଙ୍କଠୁ ଅଧିକ ଯତ୍ନ ନେଉଥିଲେ ? ନା । ସେ ସମସ୍ତଙ୍କ ଯତ୍ନ ନେଲେ ଏବଂ କାହାରି ସହ ଭେଦଭାବ କଲେ ନାହିଁ । ଆସନ୍ତୁ ଏବିଷୟରେ ଆହୁରି ଜାଣିବା ।

୧୨. କେଉଁ କଥାଗୁଡ଼ିକରୁ ଜଣାପଡ଼େ ଯେ ଯିହୋବା କୌଣସି ଇସ୍ରାଏଲୀୟ ସହ ଭେଦଭାବ କଲେ ନାହିଁ ? (ଯାତ୍ରା ପୁସ୍ତକ ୪୦:୩୮) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୨ ଯିହୋବା ପ୍ରତ୍ୟେକ ଇସ୍ରାଏଲୀୟକୁ ତାଙ୍କ ସାଙ୍ଗ ହେବାର ସୁଯୋଗ ଦେଇଥିଲେ ଯଦିଓ ସେ ପବିତ୍ର ତମ୍ବୁରେ ସେବା କରୁଥିଲେ ବା ନୁହେଁ ଓ ତମ୍ବୁ ପାଖରେ ରହୁଥିଲେ ବା ଦୂରରେ । ଉଦାହରଣ ପାଇଁ, ଯିହୋବା ଏ କଥାର ଧ୍ୟାନ ରଖିଲେ ଯେ ଜଣେ ଇସ୍ରାଏଲୀୟ ଛାଉଣିରେ ଯେଉଁଠି ବି ରହୁ, ସେ ମେଘ ଓ ଅଗ୍ନି ସ୍ତମ୍ଭକୁ ଦେଖିପାରୁ ଯାହା ପବିତ୍ର ତମ୍ବୁର ଉପରେ ରହୁଥିଲା । (ଯାତ୍ରା ପୁସ୍ତକ ୪୦:୩୮ ପଢ଼ନ୍ତୁ ।) ଯେବେ ବି ତମ୍ବୁ ଉପରୁ ମେଘ ହଟୁଥିଲା, ତେବେ ସବୁଠୁ ଦୂରରେ ରହୁଥିବା ଜଣେ ଇସ୍ରାଏଲୀୟ ବ୍ୟକ୍ତି ମଧ୍ୟ ଏହା ସ୍ପଷ୍ଟ ଦେଖିପାରୁଥିଲା । ସେ ତାʼର ସବୁ ଜିନିଷ ବାନ୍ଧି, ନିଜ ପରିବାରର ତମ୍ବୁ ଉଠାଇ ଓ ବାକି ଇସ୍ରାଏଲୀୟମାନଙ୍କ ସହ ମେଘର ପଛେ ପଛେ ଯାଉଥିଲା । (ଗଣ. ୯:୧୫-୨୩) ଏହାଛଡ଼ା ଯେବେ ରୂପାର ଦୁଇ ତୂରୀ ବଜା ଯାଉଥିଲା, ତେବେ ସମସ୍ତ ଇସ୍ରାଏଲୀୟ ତାʼର ଜୋରଦାର ଆୱାଜ ସ୍ପଷ୍ଟ ଶୁଣି ପାରୁଥିଲେ । ପ୍ରତ୍ୟେକଙ୍କୁ ଜଣା ପଡ଼ି ଯାଉଥିଲା ଯେ ଏବେ ବାହାରିବାର ସମୟ ହୋଇଯାଇଛି । (ଗଣ. ୧୦:୨) ଏଥିରୁ ଜଣାପଡ଼େ ଯେ ଯିହୋବା କାହାରି ସହ ଭେଦଭାବ କଲେ ନାହିଁ । ପ୍ରତ୍ୟେକ ଜଣ ଯିହୋବାଙ୍କ ପାଇଁ ଖାସ୍‌ ଥିଲେ, ଏପରିକି ସେହି ବ୍ୟକ୍ତି ତମ୍ବୁ ପାଖରେ ରହୁଥାଉ କିମ୍ବା ଦୂରରେ । ପ୍ରତ୍ୟେକ ଇସ୍ରାଏଲୀୟ ଯିହୋବାଙ୍କ ଅତିଥି ବା ସାଙ୍ଗ ହୋଇପାରନ୍ତେ ଏବଂ ଭରସା ରଖିପାରନ୍ତେ ଯେ ଯିହୋବା ସେମାନଙ୍କୁ ସୁରକ୍ଷା ଦେବେ ଏବଂ ସେମାନଙ୍କୁ ସଠିକ୍‌ ବାଟ ଦେଖାଇବେ । ଠିକ୍‌ ସେହିଭଳି ଆଜି ଆମେ ଦୁନିଆର ଯେକୌଣସି କୋଣରେ ଥାଉ ଆମେ ଭରସା ରଖିପାରିବା ଯେ ଯିହୋବା ଆମକୁ ପ୍ରେମ କରନ୍ତି, ଆମ ଯତ୍ନ ନିଅନ୍ତି ଏବଂ ସବୁଦିନ ପାଇଁ ଆମର ସୁରକ୍ଷା କରିବେ ।

ଯିହୋବା ଛାଉଣିରେ ରହୁଥିବା କୌଣସି ବି ଇସ୍ରାଏଲୀୟ ସହ ଭେଦଭାବ କଲେ ନାହିଁ (ପାରାଗ୍ରାଫ ୧୨)


ଯିହୋବା ଆଜି ବି କାହାରି ସହ ଭେଦଭାବ କରନ୍ତି ନାହିଁ

୧୩. ଆମେ କାହିଁକି କହିପାରିବା ଯେ ଯିହୋବା ଆଜି ବି କାହାରି ସହ ଭେଦଭାବ କରନ୍ତି ନାହିଁ ?

୧୩ ଆଜି କିଛି ଭାଇଭଉଣୀ ଯିହୋବାଙ୍କ ସାକ୍ଷୀମାନଙ୍କ ବିଶ୍ୱ ମୁଖ୍ୟାଳୟ କିମ୍ବା କୌଣସି ଶାଖା କାର୍ଯ୍ୟାଳୟ ପାଖରେ ରହନ୍ତି ଏବଂ କିଛି ଭାଇଭଉଣୀ ସେଠାରେ ସେବା କରନ୍ତି । ଏହା ଯୋଗୁଁ ସେମାନେ ବୈଥେଲ କାମଗୁଡ଼ିକରେ ସାହାଯ୍ୟ କରିପାରନ୍ତି ଏବଂ ନେତୃତ୍ୱ ନେଉଥିବା ଭାଇମାନଙ୍କୁ ଭଲଭାବେ ଜାଣନ୍ତି । କିଛି ଭାଇ ଏପରି ଅଛନ୍ତି ଯେଉଁମାନେ ସର୍କିଟ ଅଧ୍ୟକ୍ଷ ଭାବେ ସେବା କରନ୍ତି । ଆଉ କିଛି ଭାଇଭଉଣୀ ଅନ୍ୟ ଉପାୟରେ ବିଶେଷ ପୂର୍ଣ୍ଣ ସମୟର ସେବା କରୁଛନ୍ତି । କିନ୍ତୁ ଦେଖିବାକୁ ଗଲେ, ଅଧିକାଂଶ ଭାଇଭଉଣୀ ବିଶେଷ ପୂର୍ଣ୍ଣ ସମୟରେ ସେବା କରୁ ନାହାନ୍ତି କିମ୍ବା କୌଣସି ଶାଖା କାର୍ଯ୍ୟାଳୟର ପାଖରେ ରହନ୍ତି ନାହିଁ । ଯଦି ଆପଣ ସେମାନଙ୍କ ମଧ୍ୟରୁ ଜଣେ, ତେବେ ଭରସା ରଖନ୍ତୁ ଯେ ଆପଣ ବି ଯିହୋବାଙ୍କ ଅତିଥି ବା ସାଙ୍ଗ ଅଟନ୍ତି ଏବଂ ସେ ଆପଣଙ୍କୁ ବହୁତ ଭଲ ପାଆନ୍ତି । ଯିହୋବା ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଭଲଭାବେ ଜାଣନ୍ତି ଏବଂ ଆମ ସମସ୍ତଙ୍କ ଯତ୍ନ ନିଅନ୍ତି । (୧ ପିତ. ୫:୭) ଯିହୋବା ନିଜ ପ୍ରତ୍ୟେକ ସେବକମାନଙ୍କୁ ସଠିକ୍‌ ସମୟରେ ଖାଦ୍ୟ ଦିଅନ୍ତି, ସେମାନଙ୍କୁ ସଠିକ୍‌ ବାଟ ଦେଖାନ୍ତି ଏବଂ ସେମାନଙ୍କ ସୁରକ୍ଷା କରନ୍ତି ।

୧୪. ଆଉ କେଉଁ କଥାରୁ ଜଣାପଡ଼େ ଯେ ଯିହୋବା ଭେଦଭାବ କରନ୍ତି ନାହିଁ ?

୧୪ ଆଉ ଗୋଟିଏ କଥାରୁ ଜଣାପଡ଼େ ଯେ ଯିହୋବା ଭେଦଭାବ କରନ୍ତି ନାହିଁ । ତାହା ହେଉଛି ଯେ ସେ ଦୁନିଆର ପ୍ରତ୍ୟେକ ମଣିଷ ପାଇଁ ବାଇବଲ ଉପଲବ୍ଧ କରାଇଛନ୍ତି । ଆରମ୍ଭରେ ବାଇବଲ ଏବ୍ରୀ, ଆରାମୀ ଓ ଗ୍ରୀକ୍‌ ଭାଷାରେ ଲେଖାଯାଇଥିଲା । କିନ୍ତୁ ଆଜି ବହୁତ କମ୍‌ ଲୋକ ଏହି ଭାଷାଗୁଡ଼ିକୁ ଜାଣନ୍ତି । ତେବେ ପ୍ରଶ୍ନ ଉଠେ ଯେ ଯେଉଁ ଲୋକମାନେ ଏହି ଭାଷାଗୁଡ଼ିକୁ ଜାଣନ୍ତି କʼଣ କେବଳ ସେମାନଙ୍କ ଯିହୋବାଙ୍କ ସହ ଦୃଢ଼ ସମ୍ପର୍କ ଅଛି ? ଏପରି ନୁହେଁ ।—ମାଥିଉ ୧୧:୨୫.

୧୫. ବାଇବଲର କʼଣ ବିଶେଷ କଥା ରହିଛି ଯେଉଁଥିରୁ ଜଣାପଡ଼େ ଯେ ଯିହୋବା ଭେଦଭାବ କରନ୍ତି ନାହିଁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୫ ଯିହୋବାଙ୍କ ସାଙ୍ଗ ହେବା ପାଇଁ ଏହା ଜରୁରୀ ନୁହେଁ ଯେ ଆମେ ବହୁତ ଲେଖାପଢ଼ା ଜାଣିଥିବା କିମ୍ବା ଆମକୁ ଏବ୍ରୀ, ଆରାମୀ କିମ୍ବା ଗ୍ରୀକ୍‌ ଭାଷା ଜଣାଥିବ । ସେ ଚାହାନ୍ତି ଯେ ଦୁନିଆରେ ଥିବା ପ୍ରତ୍ୟେକ ବ୍ୟକ୍ତିକୁ ବାଇବଲରେ ଲେଖାଥିବା ବଢ଼ିଆ ପରାମର୍ଶରୁ ଲାଭ ହେଉ, ଏପରିକି ସେହି ବ୍ୟକ୍ତି କମ୍‌ ପାଠ ପଢ଼ିଥାଉ ନା କାହିଁକି । ତେଣୁ ସେ ହଜାର ହଜାର ଭାଷାରେ ବାଇବଲର ଅନୁବାଦ କରାଇଛନ୍ତି ଓ ଏହା ଯୋଗୁଁ ଆଜି ସାରା ଦୁନିଆରେ ଥିବା ଲୋକମାନେ ବାଇବଲ ପଢ଼ିପାରୁଛନ୍ତି, ସେଥିରେ ଲେଖାଥିବା କଥାଗୁଡ଼ିକରୁ ଲାଭ ପାଇପାରୁଛନ୍ତି ଏବଂ ଜାଣିପାରୁଛନ୍ତି ଯେ ସେମାନେ କିପରି ଯିହୋବାଙ୍କ ସାଙ୍ଗ ହୋଇପାରିବେ ।—୨ ତୀମ. ୩:୧୬, ୧୭.

ଆଜି ବାଇବଲ ଯେତେ ଭାଷାଗୁଡ଼ିକରେ ଅଛି, ସେଥିରୁ କିପରି ଜଣାପଡ଼େ ଯେ ଯିହୋବା ଭେଦଭାବ କରନ୍ତି ନାହିଁ ? (ପାରାଗ୍ରାଫ ୧୫)


ଯିହୋବାଙ୍କ ତମ୍ବୁକୁ କେବେ ବି ଛାଡ଼ନ୍ତୁ ନାହିଁ

୧୬. ପ୍ରେରିତ ୧୦:୩୪, ୩୫ ପଦ ଅନୁସାରେ ଆମକୁ କʼଣ କରିବାକୁ ହେବ ଯାହାଦ୍ୱାରା ଆମେ ଯିହୋବାଙ୍କ ତମ୍ବୁରେ ରହିପାରିବା ?

୧୬ ଯିହୋବା ଆମକୁ ନିଜ ତମ୍ବୁରେ ଡାକିଛନ୍ତି, ଏହା ବଡ଼ ସମ୍ମାନର କଥା ! ସେ ଆମକୁ ଯେତେ ପ୍ରେମ କରନ୍ତି ଏବଂ ଯେପରି ଭାବେ ଆମର ଯତ୍ନ ନିଅନ୍ତି, ସେତିକି କେହି ବି କରିପାରିବେ ନାହିଁ । ଯିହୋବା କାହାରି ସହ ଭେଦଭାବ କରନ୍ତି ନାହିଁ । ଜଣେ ବ୍ୟକ୍ତି ଯେଉଁଠି ବି ରହୁ, କମ୍‌ ଲେଖାପଢ଼ା ହେଉ ବା ବେଶି, ଯେକୌଣସି ଦେଶ, ଜାତି କିମ୍ବା କୌଣସି ବି ବୟସର ହେଉ, ପୁରୁଷ ହେଉ ବା ସ୍ତ୍ରୀ, ଯିହୋବା ପ୍ରତ୍ୟେକଙ୍କୁ ନିଜ ସାଙ୍ଗ କରିବା ପାଇଁ ଚାହାନ୍ତି । କିନ୍ତୁ ଯେଉଁମାନେ ତାଙ୍କ ସ୍ତରଗୁଡ଼ିକୁ ମାନନ୍ତି, କେବଳ ସେମାନଙ୍କୁ ହିଁ ସେ “ଗ୍ରାହ୍ୟ” କରନ୍ତି ଏବଂ ନିଜ ତମ୍ବୁରେ ରହିବାକୁ ଦିଅନ୍ତି ।ପ୍ରେରିତ ୧୦:୩୪, ୩୫ ପଢ଼ନ୍ତୁ ।

୧୭. ପରବର୍ତ୍ତୀ ଲେଖାରେ ଆମେ କʼଣ ଜାଣିବା ?

୧୭ ଗୀତସଂହିତା ୧୫:୧ ପଦରେ ଦାଉଦ କହିଲେ, ‘ହେ ଯିହୋବା, ତୁମ୍ଭ ଆବାସରେ କିଏ ପ୍ରବାସ କରିବ ? ତୁମ୍ଭ ପବିତ୍ର ପର୍ବତରେ କିଏ ବାସ କରିବ ?’ ତାʼପରେ ଯିହୋବା ଦାଉଦଙ୍କ ଜରିଆରେ ଏହି ଗୀତସଂହିତାରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଲେଖାଇଲେ । ପରବର୍ତ୍ତୀ ଲେଖାରେ ଆମେ ଏଗୁଡ଼ିକ ଉପରେ ଚର୍ଚ୍ଚା କରିବା ଆଉ ଦେଖିବା ଯେ ଆମେ କିପରି ଯିହୋବାଙ୍କ ସହ ଏକ ଭଲ ସମ୍ପର୍କ ରଖିପାରିବା ଏବଂ ତାଙ୍କ ହୃଦୟ ଖୁସି କରିପାରିବା ।

ଗୀତ ୩୨ ୟହୋବା କି ଔର ହୋ ଜା !