ବାଇବଲ ଆମକୁ କʼଣ ଶିଖାଏ ?

ବାଇବଲ ଅଧ୍ୟୟନର ଏହି ବହି ବିଭିନ୍ନ ବିଷୟରେ ବାଇବଲ କʼଣ କହେ, ତାହା ଜାଣିବାରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସୁତ କରାଯାଇଛି, ଯେପରି— ଆମେ କାହିଁକି ଦୁଃଖକଷ୍ଟ ଭୋଗିଥାଉ, ମୃତ୍ୟୁ ପରେ କʼଣ ହୁଏ, କିପରି ଏକ ପରିବାର ସୁଖୀ ହୋଇପାରିବ ଇତ୍ୟାଦି ।

ଆମ ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ଅଟେ ?

ଆପଣ ହୁଏତ ଭାବିପାରନ୍ତି ଯେ ଆଜିକାଲି କାହିଁକି ଏତେ ସମସ୍ୟା ଭରି ରହିଛି । ବାଇବଲ ଆମକୁ ଶିଖାଏ ଯେ ଈଶ୍ୱର ଦୁଃଖକଷ୍ଟ, ରୋଗ ଓ ମୃତ୍ୟୁ ଭଳି ମାନବଜାତିର ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ଖୁବ୍‌ ଶୀଘ୍ର ପଦକ୍ଷେପ ନେବେ ।

୧ ଅଧ୍ୟାୟ

ଈଶ୍ୱର କିଏ ଅଟନ୍ତି ?

କʼଣ ଆପଣ ଭାବନ୍ତି ଯେ ଈଶ୍ୱର ଆପଣଙ୍କ ବିଷୟରେ ଚିନ୍ତା କରନ୍ତି ? ତାହାଙ୍କ ମହାନ୍‌ ଗୁଣଗୁଡ଼ିକ ବିଷୟରେ ଜାଣନ୍ତୁ ଏବଂ ଏହା ମଧ୍ୟ ଜାଣନ୍ତୁ ଯେ ଆପଣ କିପରି ତାହାଙ୍କ ମିତ୍ର ହୋଇପାରିବେ ।

୨ ଅଧ୍ୟାୟ

ବାଇବଲ—ଈଶ୍ୱରଙ୍କ ତରଫରୁ ଏକ ବହି

ଆପଣଙ୍କ ବ୍ୟକ୍ତିଗତ ସମସ୍ୟାଗୁଡ଼ିକୁ ସାମନା କରିବା ପାଇଁ ବାଇବଲ କିପରି ସାହାଯ୍ୟ କରିପାରିବ ? ଏହାର ଭବିଷ୍ୟତବାଣୀଗୁଡ଼ିକ ଉପରେ ଆପଣ କାହିଁକି ଭରସା ରଖିପାରିବେ ?

୩ ଅଧ୍ୟାୟ

ମାନବଜାତି ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ କʼଣ ଅଟେ ?

ଯେତେବେଳେ ପୃଥିବୀ ପାରଦୀଶରେ ପରିଣତ ହେବ, ସେଠାରେ ଜୀବନ କିପରି ହେବ ?

୪ ଅଧ୍ୟାୟ

ଯୀଶୁ ଖ୍ରୀଷ୍ଟ କିଏ ଅଟନ୍ତି ?

ଯୀଶୁ କାହିଁକି ପ୍ରତିଜ୍ଞା କରାଯାଇଥିବା ଖ୍ରୀଷ୍ଟ ଅଟନ୍ତି, ସେ କେଉଁଠାରୁ ଆସିଥିଲେ ଏବଂ ସେ କାହିଁକି ଯିହୋବାଙ୍କର ଅଦ୍ୱିତୀୟ ପୁତ୍ର ଥିଲେ, ସେବିଷୟରେ ଜାଣନ୍ତୁ ।

୫ ଅଧ୍ୟାୟ

ମୁକ୍ତିର ମୂଲ୍ୟ—ଈଶ୍ୱରଙ୍କର ସବୁଠାରୁ ଶ୍ରେଷ୍ଠ ଉପହାର

ମୁକ୍ତିର ମୂଲ୍ୟ କʼଣ ଅଟେ ? ଆପଣ ଏଥିରୁ କିପରି ଲାଭ ପାଇପାରିବେ ?

୬ ଅଧ୍ୟାୟ

ମୃତ୍ୟୁ ପରେ ଆମର କʼଣ ହୁଏ ?

ମରିଯାଇଥିବା ଲୋକେ କେଉଁଠି ଅଛନ୍ତି ଏବଂ ମଣିଷମାନେ କାହିଁକି ମରନ୍ତି, ଏବିଷୟରେ ବାଇବଲ କʼଣ କହେ, ତାହା ଜାଣନ୍ତୁ ।

୭ ଅଧ୍ୟାୟ

ମରିଯାଇଥିବା ଲୋକଙ୍କୁ ପୁଣିଥରେ ଜୀବିତ କରାଯିବ !

କʼଣ ଆପଣ ନିଜର କୌଣସି ଆତ୍ମୀୟଙ୍କୁ ମୃତ୍ୟୁରେ ହରାଇଛନ୍ତି ? କʼଣ ସେମାନଙ୍କୁ ପୁଣିଥରେ ଦେଖିବା ସମ୍ଭବ ଅଟେ ? ପୁନରୁତ୍ଥାନ ବିଷୟରେ ବାଇବଲ ଯାହା ଶିଖାଏ, ତାହା ଜାଣନ୍ତୁ ।

୮ ଅଧ୍ୟାୟ

ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ ?

ଅନେକ ଲୋକ ‘ପ୍ରଭୁଙ୍କ ପ୍ରାର୍ଥନାʼ ଜାଣନ୍ତି । ଏଥିରେ ଥିବା “ତୁମ୍ଭର ରାଜ୍ୟ ଆସୁ” ବାକ୍ୟାଂଶର ଅର୍ଥ କʼଣ ଅଟେ ?

୯ ଅଧ୍ୟାୟ

କʼଣ ଜଗତର ଅନ୍ତ ପାଖେଇ ଆସିଛି ?

ଧ୍ୟାନ ଦିଅନ୍ତୁ ଯେ ଆମ ଚାରିପାଖରେ ଘଟୁଥିବା ଘଟଣା ଓ ଲୋକମାନଙ୍କର ସ୍ୱଭାବ କିପରି ପ୍ରମାଣ ଦିଏ ଯେ ଆମେ ଯୁଗାନ୍ତର ଠିକ୍‌ ପୂର୍ବ ସମୟରେ ବଞ୍ଚୁଅଛୁ, ଯେପରି ବାଇବଲରେ ଭବିଷ୍ୟତବାଣୀ କରାଯାଇଥିଲା ।

୧୦ ଅଧ୍ୟାୟ

ସ୍ୱର୍ଗଦୂତମାନଙ୍କ ବିଷୟରେ ସତ୍ୟତା

ବାଇବଲ ସ୍ୱର୍ଗଦୂତ ଓ ଦୁଷ୍ଟାତ୍ମାମାନଙ୍କ ବିଷୟରେ ମଧ୍ୟ କହେ । କʼଣ ଏହି ଆତ୍ମିକ ପ୍ରାଣୀମାନେ ବାସ୍ତବରେ ଅଛନ୍ତି ? କʼଣ ସେମାନେ ଆମକୁ ସାହାଯ୍ୟ କରିପାରିବେ କିମ୍ବା ଆମର କୌଣସି କ୍ଷତି ପହଞ୍ଚାଇ ପାରିବେ ?

୧୧ ଅଧ୍ୟାୟ

ଜଗତରେ ଏତେ ଦୁଃଖକଷ୍ଟ କାହିଁକି ରହିଛି ?

ଜଗତର ସମସ୍ତ ଦୁଃଖକଷ୍ଟ ପାଇଁ ଅନେକ ଲୋକ ଈଶ୍ୱରଙ୍କ ଉପରେ ଦୋଷାରୋପ କରିଥାʼନ୍ତି । ଆପଣ କʼଣ ଭାବନ୍ତି ? ଦୁଃଖକଷ୍ଟର କାରଣ ବିଷୟରେ ଈଶ୍ୱର କʼଣ କହନ୍ତି, ତାହା ଜାଣନ୍ତୁ ।

୧୨ ଅଧ୍ୟାୟ

ଆପଣ ଈଶ୍ୱରଙ୍କ ମିତ୍ର କିପରି ହୋଇପାରିବେ ?

ଆମେ ନିଜ ଜୀବନରେ ଯିହୋବାଙ୍କୁ ଖୁସି କରିବା ସମ୍ଭବ ଅଟେ । ଆପଣ ପ୍ରକୃତରେ ତାହାଙ୍କ ମିତ୍ର ହୋଇପାରିବେ ।

୧୩ ଅଧ୍ୟାୟ

ଜୀବନ—ଏକ ବହୁମୂଲ୍ୟ ଉପହାର

ଗର୍ଭପାତ, ରକ୍ତ ସଂଚାରଣ ଓ ଜୀବଜନ୍ତୁମାନଙ୍କ ଜୀବନକୁ ଈଶ୍ୱର କେଉଁ ଦୃଷ୍ଟିରେ ଦେଖନ୍ତି ?

୧୪ ଅଧ୍ୟାୟ

ଆପଣଙ୍କ ପରିବାର ସୁଖୀ ହୋଇପାରିବ

ଯୀଶୁ ଖ୍ରୀଷ୍ଟ ଦେଖାଇଥିବା ପ୍ରେମ ଏକ ଉତ୍ତମ ଉଦାହାରଣ ଅଟେ, ଯାହା ପତି, ପତ୍ନୀ, ପିତାମାତା ଓ ପିଲାମାନେ ଅନୁକରଣ କରିପାରିବେ । ଆମେ ତାହାଙ୍କଠାରୁ କʼଣ ଶିଖିପାରିବା ?

୧୫ ଅଧ୍ୟାୟ

ଈଶ୍ୱରଙ୍କ ଉପାସନା କରିବାର ସଠିକ୍‌ ପଦ୍ଧତି

ସତ୍ୟ ଧର୍ମର ଲୋକମାନଙ୍କୁ ଚିହ୍ନିବା ପାଇଁ ସେମାନଙ୍କ ଛଅଟି ଲକ୍ଷଣ ବିଷୟରେ ଜାଣନ୍ତୁ ।

୧୬ ଅଧ୍ୟାୟ

ଈଶ୍ୱରଙ୍କ ଉପାସନା ସଠିକ୍‌ ପଦ୍ଧତିରେ କରନ୍ତୁ

ଯେତେବେଳେ ଆପଣ ଅନ୍ୟମାନଙ୍କୁ ନିଜ ବିଶ୍ୱାସ ବିଷୟରେ କହନ୍ତି, ଆପଣ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ? ଆପଣ ସେମାନଙ୍କୁ ଅପମାନିତ ନ କରି ଏହା କିପରି କରିପାରିବେ ?

୧୭ ଅଧ୍ୟାୟ

ପ୍ରାର୍ଥନା—ଏକ ବଡ଼ ସମ୍ମାନ

ଈଶ୍ୱର କʼଣ ଆପଣଙ୍କ ପ୍ରାର୍ଥନା ଶୁଣନ୍ତି ? ଏହାର ଉତ୍ତର ପାଇବା ପାଇଁ ଆପଣଙ୍କୁ ପ୍ରାର୍ଥନା ବିଷୟରେ ବାଇବଲ କʼଣ କହେ, ତାହା ଜାଣିବାକୁ ହେବ ।

୧୮ ଅଧ୍ୟାୟ

କʼଣ ମୁଁ ନିଜ ଜୀବନ ଈଶ୍ୱରଙ୍କୁ ସମର୍ପଣ କରି ବାପ୍ତିସ୍ମ ନେବା ଉଚିତ୍‌ ?

ଖ୍ରୀଷ୍ଟିୟାନ ବାପ୍ତିସ୍ମ ପାଇଁ ଯୋଗ୍ୟ ହେବାକୁ କʼଣ କʼଣ ପଦକ୍ଷେପ ନେବା ଜରୁରୀ ଅଟେ ? ବାପ୍ତିସ୍ମ ନେବା କେଉଁ କଥାକୁ ସୂଚିତ କରେ ଏବଂ ଏହା କିପରି ଦିଆଯିବା ଉଚିତ୍‌, ସେବିଷୟରେ ଜାଣନ୍ତୁ ।

୧୯ ଅଧ୍ୟାୟ

ଯିହୋବାଙ୍କ ସହିତ ଘନିଷ୍ଠ ସମ୍ପର୍କ ବଜାୟ ରଖନ୍ତୁ

ଈଶ୍ୱର ଆମ ପାଇଁ ଯାହାସବୁ କରିଛନ୍ତି, ସେଗୁଡ଼ିକ ପାଇଁ ଆମେ କିପରି ତାହାଙ୍କ ପ୍ରତି ପ୍ରେମ ଓ କୃତଜ୍ଞତା ଦେଖାଇପାରିବା ?

ଅଧିକ ବିବରଣୀ

ବାଇବଲ ଅଧ୍ୟୟନ ପାଇଁ ପ୍ରସ୍ତୁତ କରାଯାଇଥିବା ବାଇବଲ ଆମକୁ କʼଣ ଶିଖାଏ ? ବହିରେ ଥିବା ଶବ୍ଦ ଓ ବାକ୍ୟାଂଶଗୁଡ଼ିକର ଅର୍ଥ ।