इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ସଜାଗ ହୁଅ ! ସଂଖ୍ୟା ୩ ୨୦୨୪ | ଆଦର ସମ୍ମାନ ଆଗ ଭଳି କାହିଁକି ନାହିଁ ?

ଆଜି ଲୋକମାନେ ପ୍ରାୟ ଅନ୍ୟମାନଙ୍କର ଆଦର କରନ୍ତି ନାହିଁ । ତେଣୁ ଯେବେ କେହି କାହାରି ଆଦର କରୁଥିବା ଦେଖନ୍ତି, ତେବେ ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାʼନ୍ତି ଏବଂ ଭାବନ୍ତି, ‘ଏମିତି କାହିଁକି କରୁଛି ?’

ଉଦାହରଣ ପାଇଁ, ଅନେକ ଲୋକ ବୃଦ୍ଧବୃଦ୍ଧାଙ୍କ, ଏପରିକି ନିଜ ବାପାମାଆଙ୍କ ଆଦର କରିବା କମ୍‌ କରିଦେଇଛନ୍ତି । କେବଳ ଏତିକି ନୁହେଁ, ସେମାନେ ପୋଲିସ, ସାଥୀରେ କାମ କରୁଥିବା ସହକର୍ମୀଙ୍କର, ଟିଚରମାନଙ୍କର ଏବଂ ଅନ୍ୟ ଅଧିକାରୀମାନଙ୍କର ମଧ୍ୟ ଆଦର କରନ୍ତି ନାହିଁ । ଆଉ ସୋଶିଆଲ୍‌ ମିଡିଆରେ ତ ସେମାନଙ୍କୁ କେହି ରୋକିପାରନ୍ତି ନାହିଁ ! ଅନ୍ୟମାନଙ୍କ ବିରୁଦ୍ଧରେ ଯାହା ଇଚ୍ଛା ତାହା ଲେଖନ୍ତି । ହାୱର୍ଡ ବିଜନେସ୍‌ ରିଭ୍ୟୁ ପତ୍ରିକାର ଗୋଟିଏ ଲେଖାରେ ଏହା ହିଁ କୁହାଯାଇଛି । ସେଥିରେ ଲେଖାଅଛି, ‘ଏହା ସତ ଯେ ଲୋକମାନଙ୍କ ହୃଦୟରୁ ଅନ୍ୟମାନଙ୍କ ପାଇଁ ଆଦର ଶେଷ ହୋଇଯାଉଛି । ଅନେକ ଲୋକ ଏବିଷୟରେ ନିଜେ କହୁଛନ୍ତି ।’

 

ଅନ୍ୟମାନଙ୍କୁ ଆଦର କରନ୍ତୁ

ଜାଣନ୍ତୁ ଯେ ଅନ୍ୟମାନଙ୍କୁ ଆଦର କରିବା କାହିଁକି ଜରୁରୀ ଆଉ ଆପଣ ଏହା କିପରି କରିପାରିବେ ।

ଜୀବନର ଆଦର କରନ୍ତୁ

ଜାଣନ୍ତୁ ଯେ ନିଜର ଏବଂ ଅନ୍ୟମାନଙ୍କର ଜୀବନକୁ ଆଦର ଦେଖାଇବା ପାଇଁ ବାଇବଲରେ କʼଣ ପରାମର୍ଶ ଦିଆଯାଇଛି ।

ପରିବାର ଲୋକଙ୍କ ଆଦର କରନ୍ତୁ

ପ୍ରତ୍ୟେକ ପରିବାର ଖୁସିରେ ରହିପାରିବେ, ଯଦି ସେମାନଙ୍କ ପ୍ରତ୍ୟେକ ସଦସ୍ୟ ପରସ୍ପରର ଆଦର କରିବେ ।

ନିଜର ସମ୍ମାନ କରନ୍ତୁ

ବାଇବଲ ସାହାଯ୍ୟରେ ଲୋକମାନେ ନିଜର ସମ୍ମାନ କରିବା ଶିଖନ୍ତି ଏବଂ ଏଥିରୁ ଜୀବନ ଆହୁରି ଭଲ ହୋଇଯାଏ ।

ଆଦର ସମ୍ମାନ ଆଗ ଭଳି କାହିଁକି ନାହିଁ ?

ଆଦର ସମ୍ମାନ ବିଷୟରେ ଲେଖା ପଢ଼ନ୍ତୁ । ଏହା ବି ଜାଣନ୍ତୁ ଯେ ସାରା ଦୁନିଆରେ ଯିହୋବାଙ୍କ ସାକ୍ଷୀମାନେ କିପରି ଲୋକମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ଯେ ସେମାନେ ପରସ୍ପରର ଆଦର କରନ୍ତୁ ।