ଈଶ୍ୱରଙ୍କ ରାଜ୍ୟ କʼଣ ଅଟେ?
ଆପଣ କʼଣ କହିବେ . . .
-
ମନର ଭାବନା?
-
କଥା କାହାଣୀ?
-
ନା ଏକ ସ୍ୱର୍ଗୀୟ ସରକାର?
ବାଇବଲ କʼଣ କହେ
“ସ୍ୱର୍ଗସ୍ଥ ପରମେଶ୍ୱର ଗୋଟିଏ ରାଜ୍ୟ ସ୍ଥାପନ କରିବେ, ତାହା କଦାଚ ବିନଷ୍ଟ ହେବ ନାହିଁ ।”—ଦାନିୟେଲ ୨:୪୪, BSI ବାଇବଲ ।
“ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କ ସ୍କନ୍ଧରେ କର୍ତ୍ତୃତ୍ୱଭାର ଥୁଆଯିବ ।”—ଯିଶାଇୟ ୯:୬.
ଏହା ଜାଣିବା ଦ୍ୱାରା ଆପଣଙ୍କୁ କʼଣ ଲାଭ ହେବ
-
ଏହି ଧାର୍ମିକ ସରକାର ଦ୍ୱାରା ଆପଣ ବ୍ୟକ୍ତିଗତ ଭାବେ ଉପକୃତ ହେବେ ।—ଯିଶାଇୟ ୪୮:୧୭, ୧୮.
-
ଆଗାମୀ ନୂତନ ପୃଥିବୀରେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ପ୍ରକୃତ ଖୁସୀ ପାଇ ପାରିବେ ।—ପ୍ରକାଶିତ ବାକ୍ୟ ୨୧:୩, ୪.
ଆମେ ପ୍ରକୃତରେ ବାଇବଲରେ ଲିଖିତ ବିଷୟ ଉପରେ ବିଶ୍ୱାସ କରି ପାରିବା କି?
ହଁ, ଆସନ୍ତୁ ଅତି କମ୍ରେ ଦୁଇଟି କାରଣ ଦେଖିବା:
-
ଈଶ୍ୱରଙ୍କ ରାଜ୍ୟ କʼଣ କʼଣ କରିବ ଯୀଶୁ ଖ୍ରୀଷ୍ଟ ଏହାର ନମୁନା ଦେଖାଇ ଥିଲେ । ଯୀଶୁ ନିଜ ଶିଷ୍ୟମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ଆସୁ ଓ ତାହାଙ୍କର ଇଚ୍ଛା ପୃଥିବୀରେ ସଫଳ ହେଉ ବୋଲି ପ୍ରାର୍ଥନା କରିବାକୁ ଶିକ୍ଷା ଦେଇଥିଲେ । (ମାଥିଉ ୬:୯, ୧୦) ଏହି ପ୍ରାର୍ଥନାର ଉତ୍ତର କିପରି ମିଳେ ତାହା ଯୀଶୁ ପ୍ରମାଣ କରି ଦେଖାଇ ଥିଲେ ।
ପୃଥିବୀରେ ଥିଲାବେଳେ ଯୀଶୁ ଖ୍ରୀଷ୍ଟ ଭୋକିଲାଙ୍କୁ ଖାଦ୍ୟ ଦେଇଥିଲେ, ରୋଗୀଙ୍କୁ ସୁସ୍ଥ କରିଥିଲେ ଏବଂ ମୃତବ୍ୟକ୍ତିଙ୍କୁ ପୁନରୁତ୍ଥାନ କରିଥିଲେ । (ମାଥିଉ ୧୫:୨୯-୩୮; ଯୋହନ ୧୧:୩୮-୪୪) ଭବିଷ୍ୟତର ରାଜାରୂପେ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ରାଜ୍ୟର ପ୍ରଜାଙ୍କ ପାଇଁ କʼଣ କʼଣ କରିବେ ତାହାର ଏକ ସୁନ୍ଦର ନମୁନା ଦେଖାଇ ଥିଲେ ।—ପ୍ରକାଶିତ ବାକ୍ୟ ୧୧:୧୫.
-
ପୃଥିବୀର ବର୍ତ୍ତମାନ ପରିସ୍ଥିତିରୁ ଏହା ପ୍ରମାଣିତ ଯେ ଈଶ୍ୱରଙ୍କ ରାଜ୍ୟ ଖୁବ ଶୀଘ୍ର ଆସିବ । ଯୀଶୁ ଖ୍ରୀଷ୍ଟ ଭବିଷ୍ୟବାଣୀ କରି କହିଥିଲେ ଯେ ଶାନ୍ତି ସ୍ଥାପନ କରିବା ପୂର୍ବେ ପୃଥିବୀରେ ଯୁଦ୍ଧ, ମହାମାରୀ ଏବଂ ଭୂମିକମ୍ପ ହେବ ।—ମାଥିଉ ୨୪:୩,୭.
ଆଜି ଆମେ ଏହି ସବୁ ଦେଖି ପାରୁଛୁ । ତେଣୁ ଆମେ ବିଶ୍ୱାସ କରୁ କି ଅତି ଶୀଘ୍ର ଈଶ୍ୱରଙ୍କ ରାଜ୍ୟ ସମସ୍ତ ସମସ୍ୟାର ସମାଧାନ କରିବ ।
ଏହା ଭାବି କି ଦେଖନ୍ତୁ
ଈଶ୍ୱରଙ୍କ ରାଜ୍ୟର ଶାସନ କାଳରେ ଆମ ଜୀବନ କିପରି ହେବ?
ବାଇବଲରେ ଏହି ପ୍ରଶ୍ନର ଉତ୍ତର ଏଠାରେ ଦିଆ ଯାଇଛି ଗୀତସଂହିତା ୩୭:୨୯ ଏବଂ ଯିଶାଇୟ ୬୫:୨୧-୨୩.