ପାରିବାରିକ ଜୀବନ ଉପଭୋଗ କରନ୍ତୁ
ପାରିବାରିକ ଜୀବନ ଉପଭୋଗ କରନ୍ତୁ
ପ୍ରକୃତରେ ପରିବାରଗୁଡ଼ିକ ସୁଖୀ ହୋଇପାରିବ କି ? ଏହା କିପରି ସମ୍ଭବ ହେବ ?
ପାରିବାରିକ ଜୀବନ ଉପଭୋଗ କରନ୍ତୁ
ଏହି ଟ୍ରାକଟ୍ରେ ଦର୍ଶାଯାଇଥିବା ଭଳି ଏକତାବଦ୍ଧ ଓ ସୁଖୀ ଥିବା କୌଣସି ପରିବାରକୁ ଆପଣ ଜାଣନ୍ତି କି ? ପରିବାରଗୁଡ଼ିକ ସର୍ବତ୍ର ଭାଙ୍ଗି ପଡ଼ୁଅଛି । ବିବାହ ବିଚ୍ଛେଦ, କର୍ମ ନିରାପତାର ଅଭାବ, ଏକ ଜନକର ସମସ୍ୟା, ସଙ୍କଟ, ନୈରାଶ୍ୟ—ଏଗୁଡ଼ିକ ଅସ୍ଥିରତାର କାରଣ ଆଟେ । ଜଣେ ପ୍ରମୁଖ ପାରିବାରିକ ବିଶେଷଜ୍ଞ ବିଳାପ କରି କହିଥିଲେ: “ବର୍ତ୍ତମାନ ପରିବାର ବିକୀର୍ଣ୍ଣ ବିଷୟକ ଭବିଷଦ୍ବାଣୀ ପ୍ରତ୍ୟେକଙ୍କ ପାଖରେ ପରିଚିତ ।”
ଆଜିକାଲି ପରିବାରଗୁଡ଼ିକ କାହିଁକି ଏତେ କଠିନ ସମସ୍ୟା ଦ୍ୱାରା ଜର୍ଜରିତ ? କିପରି ଆମେ ପାରିବାରିକ ଜୀବନ ଉପଭୋଗ କରିବା ?
ପରିବାର କିପରି ସୃଷ୍ଟି ହେଲା
ଏହି ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ଆମକୁ ବିବାହ ଓ ପରିବାରର ଉତ୍ସ ବିଷୟରେ ଜାଣିବା ଆବଶ୍ୟକ । ଯଦି ଏଥିପାଇଁ ଜଣେ ସ୍ରଷ୍ଟା—ସୃଷ୍ଟିକର୍ତ୍ତା ଥାଆନ୍ତି—ପରିବାରର ସଦସ୍ୟମାନେ ତାଙ୍କ ନିର୍ଦେଶ ମାନିବା ଉଚିତ, ଯେହେତୁ ନିଶ୍ଚତ ଭାବରେ ସେ ଜାଣନ୍ତି ଯେ କିପରି ଆମେ ସଂପୂର୍ଣ୍ଣ ଭାବରେ ପାରିବାରିକ ଜୀବନ ଉପଭୋଗ କରିପାରିବା ।
କୌତୂହଳଭାବେ, ଅନେକେ ବିଶ୍ୱାସ କରନ୍ତି ଯେ ପାରିବାରିକ ବ୍ୟବସ୍ଥାର କୌଣସି ସୃଷ୍ଟିକର୍ତ୍ତା ନ ଥିଲା । ଦି ଏନ୍ସାଇକ୍ଲୋପିଡ଼ିଆ ଆମେରିକାନା କହେ: “କେତେକ ବିଦ୍ୱାନ ମନୁଷ୍ୟଠାରୁ ନିମ୍ନତ୍ତର ପଶୁମାନଙ୍କ ସଂଯୋଜନ ପ୍ରଣାଳୀ ସଙ୍ଗେ ବିବାହର ଉତ୍ସକୁ ସମାନ କରିବା ପାଇଁ ଇଚ୍ଛା କରିଥିଲେ ।” କିନ୍ତୁ ଯୀଶୁଖ୍ରୀଷ୍ଟ ପୁରୁଷ ଓ ନାରୀର ସୃଷ୍ଟି ବିଷୟରେ କହିଥିଲେ । ସେ କର୍ତ୍ତୃତସ୍ୱରୂପ ପୁରାତନ ବାଇବଲ ଅଭିଲେଖରୁ ଉଦ୍ଧୃତ କରି କହିଥିଲେ: “ଈଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି, ତାହା କୌଣସି ମଣିଷ ବିଚ୍ଛିନ୍ନ ନ କରୁ ।”—ମାଥିଉ ୧୯:୪-୬.
ଆଦିପୁସ୍ତକ ୨:୨୨-୨୪) ତାହାହେଲେ ସୃଷ୍ଟିକର୍ତ୍ତା ନିଜ ବାକ୍ୟରେ ଯେଉଁ ମାନ ସ୍ଥାପିତ କରିଛନ୍ତି, ତାହାକୁ ଲଙ୍ଘନ କରୁଥିବା ଜୀବନ ଶୈଳୀ ଅନୁସରଣ କରିବା ଯୋଗୁଁ ବର୍ତ୍ତମାନ ପରିବାରଗୁଡ଼ିକରେ ସମସ୍ୟା ସୃଷ୍ଟି ହୋଇଥାଇପାରେ କି ?
ତେଣୁ ଯୀଶୁ ଠିକ୍ କହିଥିଲେ । ଜଣେ ବୁଦ୍ଧିମାନ ଈଶ୍ୱର ଆଦି ମାନବଙ୍କୁ ସୃଷ୍ଟି କରିଥିଲେ ଏବଂ ସୁଖୀ ପାରିବାରିକ ଜୀବନ ପାଇଁ ବ୍ୟବସ୍ଥା କରିଥିଲେ । ପ୍ରଥମ ମାନବ ଯୁଗଳକୁ ବିବାହରେ ଏକତ୍ର କରି କହିଥିଲେ ପୁରୁଷ “ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ ।” (ସଫଳ ହେବାର ପଥ କେଉଁଟି ?
ଯେପରି ନିଃସନ୍ଦେହରେ ଆପଣ ଜାଣନ୍ତି, ଆଧୁନିକ ଜଗତ ଆତ୍ମହିତ ଓ
ଆତ୍ମସିଦ୍ଧ ନିମନ୍ତେ ଉତ୍ସାହିତ କରିଥାଏ । ଯୁକ୍ତରାଷ୍ଟ୍ରର ଜଣେ ଅର୍ଥସଚିବ ଗୋଟିଏ କଲେଜର ସ୍ନାତ୍ତକ ଶ୍ରେଣିରେ କହିଥିଲେ: ‘ଲୋଭ ହିଁ ସୁସ୍ଥତା, ଆପଣ ଲୋଭୀ ହେବା ସତ୍ୱେ ନିଜ ସମ୍ବନ୍ଧରେ ଭଲ ଅନୁଭବ କରିପାରନ୍ତି ।’ କିନ୍ତୁ ବସ୍ତୁଗତ ଅଧିକାର ପଛରେ ଯିବା ସଫଳତାକୁ ପରିଚାଳିତ କରେ ନାହିଁ । ପ୍ରକୃତରେ ପାରିବାରିକ ଜୀବନର ଶ୍ରେଷ୍ଠ ଡରାଣଗୁଡ଼ିକ ମଧ୍ୟରୁ ବସ୍ତୁବାଦ ହେଉଛି ଗୋଟିଏ, କରଣ ଏହା ମାନବ ସମ୍ପର୍କକୁ ଶୀଘ୍ର ନଷ୍ଟ କରେ ଏବଂ ଲୋକମାନଙ୍କ ସମୟ ଟଙ୍କା ପଇସାକୁ ନିଃଶେଷ କରିଦିଏ । ଏହାର ବିପରିତରେ, ସୁଖ ପାଇବା ପାଇଁ କʼଣ ଗୁରୁତ୍ୱପୂର୍ଣ୍ଣ ଏହା ଦେଖିବା ପାଇଁ କେବଳ ଦୁଇଟି ବାଇବଲ ନୀତିବାକ୍ୟ କିପରି ଆମକୁ ସାହାଯ୍ୟ କରେ, ଏକଥା ବିଚାର କରନ୍ତୁ ।“ହିଂସା ସହତ ହୃଷ୍ଟପୃଷ୍ଟ ଗୋମାଂସଭୋଜଠୁଁ ପ୍ରେମ ଥିବା ସ୍ଥାନରେ ଶାକାନ୍ନ ଭଲ ।”
“ବିଦାଦଯୁକ୍ତ ଭୋଜରେ ପୂର୍ଣ୍ଣ ଗୃହ ଅପେକ୍ଷା ଶାନ୍ତି ସହିତ କଳେକ ଶୁଷ୍କ ଅନ୍ନ ଭଲ ।”
ଏଗୁଡ଼ିକ କେତେ ପ୍ରଭାବକାରୀ, ତାହା ନୁହେଁ କି ? କେବଳ ଭାବନ୍ତୁ, ଯଦି ପ୍ରତ୍ୟେକ ପରିବାର ଏଗୁଡ଼ିକୁ ପ୍ରାଥମିକତା ଦେଇଥାନ୍ତେ, ତେବେ ଜଗତ କେତେ ଭିନ୍ନ ହୋଇଥାନ୍ତା ! ପରିବାରର ସଦସ୍ୟଗଣ ପରସ୍ପର ପ୍ରତି କିପରି ବ୍ୟବହାର କରିବେ, ଏବିଷୟରେ ମଧ୍ୟ ବାଇବଲ ବହୁମୂଲ୍ୟ ପରାମର୍ଶ ଦେଇଥାଏ । ଏଥିରୁ କେବଳ କିଛି ନିର୍ଦେଶଗୁଡ଼ିକୁ ବିଚାର କରନ୍ତୁ ।
ସ୍ୱାମୀମାନେ: ‘ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ଶରୀର ଶଦୃଶ ପ୍ରେମକର ।’—ଏଫିସୀୟ ୫:୨୮-୩୦.
ସହଜ, କିନ୍ତୁ ଅତି ବ୍ୟବହାର୍ଯ୍ୟ ! ଏହା ଛଡ଼ା ବାଇବଲ ଜଣେ ସ୍ୱାମୀକୁ ‘ତାʼର ପତ୍ନିକୁ ସମାଦର କରିବା ପାଇଁ’ ନିର୍ଦେଶ ଦେଇଥାଏ । (୧ ପିତର ୩:୭) ତାକୁ ବିଶେଷ ଯତ୍ନ ସହିତ ସ୍ନେହଶୀଳ, ବୁଝାବଣା ଓ ଆସ୍ୱସ୍ତ କରିବା ଦ୍ୱାରା ଏପରି କରିପାରିବ । ସେ ନିଜ ସ୍ତ୍ରୀର ଅଭିମତ ପ୍ରତି ମଧ୍ୟ ମହତ୍ୱ ଦିଏ ଓ ତାʼ କଥା ଶୁଣେ । (ଆଦିପୁସ୍ତକ ୨୧:୧୨ ପଦ ସହିତ ତୁଳନା କରନ୍ତୁ ।) ସ୍ୱାମୀ ନିଜପ୍ରତି ଯେଭଳି ବ୍ୟବହାର ଚାହାନ୍ତି, ସେହିଭଳି ଚିନ୍ତା ସହକାରେ ସ୍ତ୍ରୀ ପ୍ରତି ଯଦି ବ୍ୟବହାର କରନ୍ତି, ତେବେ କିଛି ପରିବାର ଉପକୃତ ହେବେ ବୋଲି ଆପଣ କʼଣ ଏକମତ ହେବେ ନାହିଁ ?—ମାଥିଉ ୭:୧୨.
ସ୍ତ୍ରୀମାନେ: ‘[ତୁମ୍ଭେମାନେ] ଆପଣା ସ୍ୱାମୀସାନଙ୍କୁ ଭକ୍ତି କର ।’—ଜଣେ ସ୍ତ୍ରୀ ସ୍ୱାମୀର ଅତ୍ୟାଧିକ ଦାୟୀତ୍ୱଗୁଡ଼ିକୁ ସଫଳ କରିବାରେ ସହଯୋଗ କରି ପାରିବାରିକ ଖୁସୀ ଆଣିଥାଏ । ଏହି ଉଦ୍ଦେଶ୍ୟ ଥିଲା, କାରଣ ପରମେଶ୍ୱର ଜଣେ ସ୍ତ୍ରୀକୁ “ତାହାର ଅନୁରୂପ ସହକାରଣୀ” ହେବା ପାଇଁ ସୃଷ୍ଟି କରିଥିଲେ । (ଆଦିପୁସ୍ତକ ୨:୧୮) ପାରିବାରିକ ଜୀବନରେ ପ୍ରାପ୍ତ ହେଉଥିବା ଆଶୀର୍ବାଦର ମୂଲ୍ୟକୁ ଆପଣ ଉପଲବ୍ଧି କରିପାରନ୍ତି କି ଯେତେବେଳେ ଜଣେ ସ୍ତ୍ରୀ ତାʼ ସ୍ୱାମୀର ନିର୍ଣ୍ଣୟକୁ ସମର୍ଥନ ଓ ପାରିବାରିକ ଲକ୍ଷକୁ ସଫଳ କରିବା ପାଇଁ ତାʼ ସହିତ ସହଯୋଗ କରି ଆଦର ଦେଖାଏ ?
ବିବାହସାଥୀମାନେ: “ସ୍ୱାମୀ ଓ ସ୍ତ୍ରୀମାନେ ପରସ୍ପର ପ୍ରତି ବିଶ୍ୱସ୍ତ ହୁଅ ।” —ଏବ୍ରୀ ୧୩:୪ TEV
ଯେତେବେଳେ ସେମାନେ ଏପରି କରିବେ, ପାରିବାରିକ ଜୀବନ ନିଶ୍ଚିତଭାବେ ଉପକୃତ ହେବ । ପାରଦାରିକତା ବେଳେ ବେଳେ ପରିବାରକୁ ଖଣ୍ଡ ବିଖଣ୍ଡ କରିଥାଏ । (ହିତୋପଦେଶ ୬:୨୭-୨୯, ୩୨) ସେଥିପାଇଁ ବୁଦ୍ଧିମତ୍ତାସହ ବାଇବଲ ଉପଦେଶ ଦେଇଥାଏ: “ତୁମ୍ଭେ ଆପଣା ଯୌବନକାଳରେ ଭାର୍ଯ୍ୟାଠାରେ ଆମୋଦ କର . . . ତୁମ୍ଭେ କାହିକିଁ ପରକୀଆଠାରେ ଆସକ୍ତ ହେବ ?”—ହିତୋପଦେଶ ୫: ୧୮-୨୦.
ପିତାମାତା: ‘[ଆପଣଙ୍କ ପିଲାମାନଙ୍କୁ] ଗନ୍ତବ୍ୟ ପଥରେ ଶିକ୍ଷିତ କରାଅ ।’ —ହିତୋପଦେଶ ୨୨:୬.
ଯେତେବେଳେ ପିତାମାତା ପିଲାମାନଙ୍କ ପ୍ରତି ସମୟ ଓ ଧ୍ୟାନ ଦେବେ, ପାରିବାରିକ ଜୀବନ ନିଶ୍ଚୟ ଉନ୍ନତ୍ତି ହେବ । ସେଥିପାଇଁ ବାଇବଲ ପିତାମାତାମାନଙ୍କୁ ଉପଦେଶ ଦିଏ ଯେ, ‘ଆପଣା ଗୃହରେ ବସିଲାବେଳେ ଓ ପଥରେ ଚାଲିଲାବେଳେ ଶୋଇଲାବେଳେ ଓ ଉଠିଲାବେଳେ’ ସେମାନଙ୍କ ପିଲାଙ୍କୁ ସଠିକ ନୀତି ଶିଖାଇବେ । (ଦ୍ୱିତୀୟ ବିବରଣ ୧୧:୧୯) ବାଇବଲ ପୁଣି କହିଥାଏ ଯେ ପିତାମାତାମାନେ ଅନୁଶାସନ ଦେଇ ଦେଖାଇବା ଉଚିତ୍ତ ଯେ ସେମାନେ ନିଜ ପିଲାମାନଙ୍କୁ ପ୍ରେମ କରନ୍ତି ।—ଏଫିସୀୟ ୬:୪.
ପିଲାମାନେ: “ପିଲାମାନେ ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ ।”—ଏଫିସୀୟ ୬:୧.
ଏହା ସତ୍ୟ ଯେ ଏହି ଦୁର୍ନୀତିଗ୍ରସ୍ତ ସଂସାରରେ ତୁମର ପିତାମାତାଙ୍କ ଆଜ୍ଞାବହ ହେବା ସହଜ ନୁହେଁ । ତଥାପି, ପରିବାରର ସ୍ରଷ୍ଟା ଆମକୁ ଯାହା କହନ୍ତି, ତାହା କରିବା ହିଁ ବୁଦ୍ଧିମତାର କାମ, ଆପଣ କʼଣ ଏଥିରେ ଏକମତ ହେବେ ନାହିଁ ? ଆମ ପାରିବାରିକ ଜୀବନକୁ ସୁଖମୟ କରିବା ପାଇଁ ଯେଉଁ ସର୍ବୋତ୍ତମ ଜିନିଷର ଆବଶ୍ୟକ, ତାହା ସେ ଜାଣନ୍ତି । ତେଣୁ ପିତାମାତାଙ୍କ ଆଜ୍ଞାବହ ହେବା ପାଇଁ ଯଥାସାଧ୍ୟ ଚେଷ୍ଟା କରନ୍ତୁ । ମନ୍ଦକାମ କରିବା ପାଇଁ ହିତୋପଦେଶ ୧:୧୦-୧୯.
ସଂସାରର ପ୍ରଲୋଭନକୁ ପରିତ୍ୟାଗ କରିବା ପାଇଁ ସର୍ବଦା ସଂକଳ୍ପବଦ୍ଧ ହୁଅନ୍ତୁ ।—ପରିବାରର ପ୍ରତ୍ୟେକ ସଦଶ୍ୟ ବାଇବଲର ଉପଦେଶ ଯେତେ ବେଶୀ ପ୍ରୟୋଗ କରିବେ, ପାରିବାରିକ ଜୀବନ ସେତେକି ଉପକୃତ ହେବ । ପରିବାର କେବଳ ମାତ୍ର ବର୍ତ୍ତମାନ ହିଁ ଆନନ୍ଦମୟ ଜୀବନର ଉପଭୋଗ କରିବ, ତାହା ନୁହେଁ କିନ୍ତୁ ପରମେଶ୍ୱର ପ୍ରତିଜ୍ଞା କରିଥିବା ନୂତନ ପୃଥିବୀରେ ବିସ୍ମୟକର ଭବଷ୍ୟତର ପ୍ରତ୍ୟାଶା ରହିବ । (୨ ପିତର ୩:୧୩; (ପ୍ରକାଶିତ ବାକ୍ୟ ୨୧:୩, ୪) ତେଣୁ ଏକତ୍ର ବାଇବଲ ଅଧ୍ୟୟନ କରିବା ପାଇଁ ପାରିବାରିକ ଅଭ୍ୟସ କରନ୍ତୁ ! ଅତି ସୁନ୍ଦର ଭାବେ ଚିତ୍ରିତ ପାରାଦୀଶ ପୃଥିବୀରେ ଚିରକାଳ ଆପଣ ବାସ କରି ପାରିବେ (ଇଂଗ୍ରାଜୀ) ପୁସ୍ତକରେ ଦିଆଯାଇଥିବା ନିର୍ଦେଶଗୁଡ଼ିକ ପୃଥିବୀ ବ୍ୟାପୀ ଲକ୍ଷ ଲକ୍ଷ ପରିବାର ପାଇଁ ବାସ୍ତବରେ ଉପକାରୀ ହୋଇଛି ।
ଅନ୍ୟ ସୂଚନା ବ୍ୟତୀତ ଏହାର ସବୁ ଉଦ୍ଧୃତି ପବିତ୍ର ବାଇବଲ ଗ୍ରନ୍ଥର ଶୁଦ୍ଧ ଓଡ଼ିଆ ଅନୁବାଦରୁ ଗୃହୀତ ।
[ପୃଷ୍ଠା ୬ରେ ଥିବା ଚିତ୍ରର ଶ୍ରେୟ]
ସ୍ୱୀକୃତି ଚିତ୍ର: Cubs: Courtesy Hartebeespoortdam Snake and Animal Park.