इस जानकारी को छोड़ दें

ସୁଖୀ ପରିବାରର ରହସ୍ୟ କʼଣ?

ସୁଖୀ ପରିବାରର ରହସ୍ୟ କʼଣ?

ଆପଣଙ୍କ ମତରେ କି . . .

  • ପ୍ରେମ?

  • ଟଙ୍କା ପଇସା?

  • ନା ଆଉ କିଛି?

ବାଇବଲ କʼଣ କହେ

“ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଶୁଣନ୍ତି ଓ ପାଳନ କରନ୍ତି, ବରଞ୍ଚ ସେହିମାନେ ଧନ୍ୟ ।”—ଲୂକ ୧୧:୨୮, BSI ବାଇବଲ ।

ଏହା ଜାଣିବା ଦ୍ୱାରା ଆପଣଙ୍କୁ କʼଣ ଲାଭ ହେବ

ପ୍ରକୃତ ପ୍ରେମ ପାଇବେ ।—ଏଫିସୀୟ ୫:୨୮, ୨୯.

ପ୍ରକୃତ ଭକ୍ତି ପାଇବେ ।—ଏଫିସୀୟ ୫:୩୩.

ସମ୍ପୂର୍ଣ୍ଣ ସୁରକ୍ଷା ପାଇବେ ।—ମାର୍କ ୧୦:୬-୯.

ଆମେ ପ୍ରକୃତରେ ବାଇବଲରେ ଲିଖିତ ବିଷୟ ଉପରେ ବିଶ୍ୱାସ କରି ପାରିବା କି?

ହଁ, ଆସନ୍ତୁ ଅତି କମ୍‌ରେ ଦୁଇଟି କାରଣ ଦେଖିବା:

  • ଈଶ୍ୱର ହିଁ ପରିବାରର ଆରମ୍ଭକର୍ତ୍ତା । ବାଇବଲ କହେ ଯେ ଯିହୋବାଙ୍କ ଠାରୁ ହିଁ “ପ୍ରତ୍ୟେକ ପିତୃକୁଳ ନାମ ପ୍ରାପ୍ତ ହୁଏ ।” (ଏଫିସୀୟ ୩:୧୪, ୧୫) ଅନ୍ୟ କଥାରେ କହିବାକୁ ଗଲେ, ପରିବାର ଆଜି ଏଥିପାଇଁ ଅଛି କାରଣ ଯିହୋବା ଏହା ସୃଷ୍ଟି କରିଥିଲେ । ଏହା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ଅଟେ?

    ଥରେ ଭାବି ଦେଖନ୍ତୁ: ଆପଣ ଗୋଟିଏ ସୁସ୍ୱାଦ ଖାଦ୍ୟ ଖାଉଛନ୍ତି ଏବଂ ଜାଣିବାକୁ ଚାହୁଁଛନ୍ତି ଏଥିରେ କʼଣ କʼଣ ମିଶିଛି । ଆପଣ କାହାକୁ ପଚାରିବେ? ନିସନ୍ଦେହ, ଯିଏ ତାହାକୁ ତିଆରି କରିଛନ୍ତି ।

    ଠିକ୍‌ ସେହିପରି, ଗୋଟିଏ ପରିବାର ସୁଖୀ କିପରି ହୋଇ ପାରିବ ସେଇ ବିଷୟରେ ପରିବାରର ଆରମ୍ଭକର୍ତ୍ତା ଯିହୋବା ହିଁ କହି ପାରିବେ ।—ଆଦିପୁସ୍ତକ ୨:୧୮-୨୪.

  • ଈଶ୍ୱର ଆପଣଙ୍କର ଚିନ୍ତା କରନ୍ତି । ଯିହୋବା ଈଶ୍ୱରଙ୍କ ଦ୍ୱାରା ଦିଆ ଯାଇଥିବା ଉପଦେଶଗୁଡ଼ିକୁ ପାଳନ କରିବା ହିଁ ବୁଦ୍ଧିମାନର କାମ ଅଟେ । କାହିଁକି? “କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି ।” (୧ ପିତର ୫:୬, ୭) ଯିହୋବା ଆମମାନଙ୍କର ସର୍ବଦା ଭଲ ଚାହାଁନ୍ତି । ପ୍ରକୃତରେ, ତାହାଙ୍କ ଉପଦେଶଗୁଡ଼ିକ ଆମ ପାଇଁ ବହୁତ ଲାଭଦାୟକ ।—ହିତୋପଦେଶ ୩:୫, ୬; ଯିଶାଇୟ ୪୮:୧୭, ୧୮.

ଏହା ଭାବି ଦେଖନ୍ତୁ

ଆପଣ କିପରି ଜଣେ ଭଲ ପତି, ପତ୍ନୀ ଓ ମାତା ପିତା ହୋଇ ପାରିବେ?

ବାଇବଲ ଏହି ପ୍ରଶ୍ନର ଉତ୍ତର ଏଠାରେ ଦିଏ ଏଫିସୀୟ ୫:୧, ୨ ଏବଂ କଲସୀୟ ୩:୧୮-୨୧.