ମୃତ ପ୍ରିୟଜନଙ୍କ ନିମନ୍ତେ କିଛି ଆଶା ଅଛି କି ?
ମୃତ ପ୍ରିୟଜନଙ୍କ ନିମନ୍ତେ କିଛି ଆଶା ଅଛି କି ?
“ମନୁଷ୍ୟ ମଲେ କʼଣ ପୁନର୍ବାର ବଞ୍ଚିବ ?” ବହୁ କାଳ ପୂର୍ବେ ଆୟୁବ ଏହା ପଗ୍ଭରିଥିଲେ । (ଆୟୁବ ୧୪:୧୪, କିଙ୍ଗ୍ ଜେମ୍ସ୍ ଭର୍ସନ୍) ହୁଏତ, ଆପଣଙ୍କ ମନରେ ମଧ୍ୟ ଏଇ ପ୍ରଶ୍ନଟି ଉଙ୍କି ମାରି ଥାଇ ପାରେ । ତେବେ, ଏଇ ପୃଥିବୀ ପୃଷ୍ଠରେ ହିଁ ଯେ ଦିନେ ଆପଣଙ୍କ ପ୍ରିୟଜନମାନଙ୍କ ସହିତ ବେଶ୍ ଆନନ୍ଦମୟଭାବେ ଆପଣଙ୍କର ପୁନର୍ମିଳନ ସମ୍ଭବ ହୋଇ ପାରିବ, ଏହା ଜାଣିଲେ ଆପଣଙ୍କୁ କିପରି ବୋଧ ହୁଅନ୍ତା ?
ବାଇବଲ୍ ଏ ସମ୍ବନ୍ଧରେ ଏକ ପ୍ରତିଶ୍ରୁତି ପ୍ରଦାନ କରି କହିଥାଏ: “ତୁମ୍ଭର ମୃତମାନେ ଜୀବିତ ହେବେ . . . ଶବସବୁ ଉଠିବେ ।” ବାଇବଲ୍ ଏହା ମଧ୍ୟ କହିଥାଏ: “ଧାର୍ମିକ ଦେଶାଧିକାର କରିବ ଓ ସଦାକାଳ ତହିଁରେ ବାସ କରିବ ।”—ଯିଶାଇୟ ୨୬:୧୯; ଗୀତସଂହିତା ୩୭:୨୯ ।
ମାତ୍ର ଉପରୋକ୍ତ ପ୍ରତିଶ୍ରୁତିସକଳକୁ ବିଶ୍ୱାସ କରିବାକୁ ହେଲେ, ଆମ୍ଭମାନଙ୍କୁ କେତେକ ମୂଳ ପ୍ରଶ୍ନର ଉତ୍ତର ଦେବାକୁ ହେବ: ଲୋକମାନେ ମୃତ୍ୟୁଭୋଗ କରନ୍ତି କାହିଁକି ? ମୃତମାନେ କେଉଁଠାରେ ଅଛନ୍ତି ? ପୁଣି, ସେମାନେ ଯେ ପୁନର୍ବାର ଜୀବନ ଲାଭ କରିବେ, ଏ ବିଷୟରେ ଆମେ କିପରି ସୁନିଶ୍ଚିତ ହୋଇ ପାରିବା ?
ମୃତ୍ୟୁ, ଏବଂ ମୃତ୍ୟୁପର ଅବସ୍ଥା
ବାଇବଲ ସୁସ୍ପଷ୍ଟ ରୂପେ ପ୍ରକାଶ କରିଥାଏ ଯେ, ମାନବ ଜାତିର ମୃତ୍ୟୁଭୋଗ ନିମନ୍ତେ ଆଦ୍ୟରେ ଈଶ୍ୱରଙ୍କର କୌଣସି ଯୋଜନା ହିଁ ନଥିଲା । ସେ ସର୍ବପ୍ରଥମ ମାନବ-ଦମ୍ପତି ଆଦମ ଓ ହବାଙ୍କ ସୃଷ୍ଟି କଲେ, ସେମାନଙ୍କୁ ଏକ ପାର୍ଥିବ ସ୍ୱର୍ଗୋଦ୍ୟାନରେ ରଖିଲେ, ପୁଣି ସନ୍ତାନସନ୍ତତି ଲାଭପୂର୍ବକ ସମଗ୍ର ଭୂପୃଷ୍ଠରେ ସେମାନଙ୍କ ସ୍ୱର୍ଗୋଦ୍ୟାନମୟ ଗୃହକୁ ପରିବ୍ୟାଯ୍ତ କରିବା ନିମନ୍ତେ ସେମାନଙ୍କୁ ଆଦେଶ ଦେଲେ । ମାତ୍ର ତାହାଙ୍କର ଆଦେଶର ଅବମାନନା କଲେ, ସେମାନେ ମୃତ୍ୟୁଭୋଗ କରିବେ ।—ଆଦିପୁସ୍ତକ ୧:୨୮; ୨:୧୫-୧୭ ।
ମାତ୍ର ଈଶ୍ୱରଙ୍କ ମହାଦୟା ପ୍ରତି କୃତଜ୍ଞ ହେବା ପରିବର୍ତ୍ତେ ଆଦମ ଓ ହବା ଅବାଧ୍ୟ ହେଲେ, ଫଳତଃ, ସେମାନଙ୍କୁ ନିରୂପିତ ଶାସ୍ତି ଭୋଗ କରିବାକୁ ପଡ଼ିଲା । “ତୁମ୍ଭେ ଯେଉଁ ମୃତ୍ତିକାରୁ ଗୃହୀତ ହେଲ, ତହିଁରେ ମିଶିଯିବ,” ଈଶ୍ୱର ଆଦମଙ୍କୁ କହିଥିଲେ, “ଯେହେତୁ ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିଯିବ ।” (ଆଦିପୁସ୍ତକ ୩:୧୯) ଈଶ୍ୱରଙ୍କର ସୃଷ୍ଟିକାର୍ଯ୍ୟ ପୂର୍ବରୁ ଆଦମଙ୍କର କୌଣସି ସତ୍ତା ହିଁ ନଥିଲା, ସେତେବେଳେ ସେ ମୃତ୍ତିକାମାତ୍ର ଥିଲେ । ପୁଣି, ସୃଷ୍ଟି ପରେ ଆଦମଙ୍କର ଅବାଧ୍ୟତାରୂପକ ପାପ ହେତୁରୁ ସେ ମୃତ୍ତିକାରେ ଲୀନ ହୋଇଯିବା ନିମନ୍ତେ, ଅର୍ଥାତ୍, ଅସ୍ତିତ୍ୱବିହୀନ ଏକ ଅବସ୍ଥାନ୍ତର ପ୍ରାଯ୍ତିର ଦଣ୍ଡ ପ୍ରାଯ୍ତ ହେଲେ ।
ଏହିରୂପେ, ଜୀବନଶୂନ୍ୟତାର ନାମ ହେଲା ମୃତ୍ୟୁ । ବାଇବଲ୍ ଏହାର ବିଶେଷତ୍ୱ ପ୍ରତିପାଦନ କରିବାକୁ ଯାଇ କହିଥାଏ: “ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହଦାନ ଅନନ୍ତ ଜୀବନ ଅଟେ ।” (ରୋମୀୟ ୬:୨୩) ମୃତ୍ୟୁ ଏକ ସମ୍ପୂର୍ଣ୍ଙ ଅବଚେତନାବସ୍ଥା ବୋଲି ଦେଖାଇବାକୁ ଯାଇ ବାଇବଲ ପ୍ରକାଶ କରେ: “ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି; ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ ।” (ଉପଦେଶକ ୯:୫) ଜଣେ ମନୁଷ୍ୟର ମୃତ୍ୟୁଭୋଗ କାଳରେ ବାଇବଲ୍ର ମତାନୁଯାୟୀ: “ତାହାର ନିଶ୍ୱାସ ବାହାରିଯାଏ; ସେ ନିଜ ମୃତ୍ତିକାକୁ ଫେରିଯାଏ; ସେହିଦିନ ତାହାର ସଂକଳ୍ପସବୁ ନଷ୍ଟ ହୁଏ ।”—ଗୀତସଂହିତା ୧୪୬:୩, ୪ ।
ସେ ଯାହାହେଉ ନା କାହିଁକି, ଏଦନ ଉଦ୍ୟାନରେ କେବଳ ଆଦମ ଓ ହବାଙ୍କର ଅବାଧ୍ୟତା ସକାଶେ ଆମେ ସମସ୍ତଙ୍କୁ କାହିଁକି ମୃତ୍ୟୁଭୋଗ କରିବାକୁ ପଡ଼ିବ ? ଏହାର କାରଣ ହେଉଛି ଯେ, ଆମେ ସମସ୍ତେ ଆଦମଙ୍କର ଅବାଧ୍ୟାଚରଣ ପରେ ହିଁ ଜନ୍ମଲାଭ କରିଛୁ, ତେଣୁ ତାଙ୍କଠାରୁ ପାପ ଏବଂ ମୃତ୍ୟୁକୁ ଆମେ ସମସ୍ତେ ଉତ୍ତରାଧିକାର ସୂତ୍ରରେ ପ୍ରାଯ୍ତ ହୋଇଛୁ । ବାଇବଲ୍ର ବର୍ଣ୍ଙନାନୁସାରେ: “ଅତଏବ, ଯେପରି ଜଣେ ଲୋକ [ଆଦମ] ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହି ପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା ।”—ରୋମୀୟ ୫:୧୨; ଆୟୁବ ୧୪:୪ ।
ତଥାପି ସୁଦ୍ଧା ଯେକେହି ହେଲେ ପଗ୍ଭରି ପାରେ: ‘ମୃତ୍ୟୁରୁ ବଞ୍ଚିରହିବା ସକାଶେ ମନୁଷ୍ୟମାନଙ୍କୁର କʼଣ ଏକ ଅମର ଆମି । ଦିଆଯାଇ ନାହିଁ ?’ ଅନେକେ ଅବଶ୍ୟ ଏ ବିଷୟ ବୁଝାଇବାକୁ ଯାଇ ଏପରିକି ସୁଦ୍ଧା କହିଛନ୍ତି ଯେ, ମୃତ୍ୟୁ ହେଉଛି ଅନ୍ୟ ଏକ ଜୀବନର ପ୍ରବେଶ-ଦ୍ୱାର । ମାତ୍ର ବାଇବଲ୍ର ଧାରଣା କିନ୍ତୁ ଏପ୍ରକାର ନୁହେଁ । ବରଞ୍ଚ, ଈଶ୍ୱରଙ୍କ ବାକ୍ୟ ଶିକ୍ଷା ଦେଇଥାଏ ଯେ, ଆପଣ ଏକ ପ୍ରାଣୀ ଅଟନ୍ତି ଏବଂ ଆପଣଙ୍କର ସମସ୍ତ ଶାରୀରିକ ତଥା ମାନସିକ ସ୍ୱଭାବ ସହିତ ଯେହ ପ୍ରାଣୀ ସ୍ୱୟଂ ଆପଣ ଅଟନ୍ତି । (ଆଦିପୁସ୍ତକ ୨:୭; ଯିରିମିୟ ୨:୩୪; ହିତୋପଦେଶ ୨:୧୦) ଆହୁରି ମଧ୍ୟ, ବାଇବଲ୍ ପ୍ରକାଶ କରେ: “ଯେଉଁ ପ୍ରାଣୀ ପାପ କରେ, ସେହି ମରିବ ।” (ଯିହିଜିକଲ ୧୮:୪) ଶାରୀରିକ ମୃତ୍ୟୁରୁ ବଞ୍ଚି ରହିବା ସକାଶେ ମନୁଷ୍ୟ ଯେ ଏକ ଅମର ପ୍ରାଣୀ ଅଟେ, ଏ ସମ୍ବନ୍ଧରେ ବାଇବଲ୍ କୌଣସି ସ୍ଥାନରେ ଶିକ୍ଷା ଦେଇ ନାହିଁ ।
ମନୁଷ୍ୟଗଣ କିପରି ପୁନର୍ବାର ବଞ୍ଚି ଉଠିବେ
ପୃଥିବୀରେ ପାପ ତଥା ମୃତ୍ୟୁ ପ୍ରବେଶକରିବା ଉତ୍ତାରେ ଈଶ୍ୱର ପ୍ରକାଶ କଲେ ଯେ, ମୃତଗଣ ଏକ ପୁନରୁତ୍ଥାନ ଦ୍ୱାରା ଜୀବନ ପୁନଃପ୍ରାପ୍ତି ହେବା ତାହାଙ୍କର ଅଭିପ୍ରାୟ ଥିଲା । ତେଣୁ ବାଇବଲ୍ ଏ ସମ୍ପର୍କରେ ବର୍ଣ୍ଙନା କରିଥାଏ: “. . . ଈଶ୍ୱର ଯେ ମୃତମାନଙ୍କ ମଧ୍ୟରୁ ସୁଦ୍ଧା [ଇସ୍ହାକଙ୍କୁ] ଉତ୍ଥାପନ କରିବାକୁ ସମର୍ଥ, ଏହା ସେ [ଅବ୍ରହାମ] ମନେ କରିଥିଲେ ।” (ଏବ୍ରୀ ୧୧:୧୭-୧୯) ପୁଣି, ଅବ୍ରହାମଙ୍କ ବିଶ୍ୱାସ ମଧ୍ୟ ଅକାରଣ ହୋଇ ନଥିଲା, କାରଣ ସର୍ବଶକ୍ତିମାନ୍ଙ୍କ ସମ୍ବନ୍ଧରେ ବାଇବଲ୍ କହେ: “ସେ ତ ମୃତମାନଙ୍କ ଈଶ୍ୱର ନୁହନ୍ତି, ମାତ୍ର ଜୀବିତମାନଙ୍କର; କାରଣ ସମସ୍ତେ ତାହାଙ୍କ ସାକ୍ଷାତରେ ଜୀବିତ ଅଟନ୍ତି ।”—ଲୂକ ୨୦:୩୭, ୩୮ ।
ହଁ ଆଜ୍ଞା, ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ପୁନରୁତ୍ଥିତ କରିବା ସକାଶେ ସର୍ବଶକ୍ତିମାନ ଈଶ୍ୱରଙ୍କର କେବଳ ଯେ ଶକ୍ତି ଅଛି, ତାହା ନୁହେଁ, ମାତ୍ର ତତ୍ନିମନ୍ତେ ତାହାଙ୍କର ଇଚ୍ଥା ମଧ୍ୟ ଅଛି । ସ୍ୱୟଂ ଯୀଶୁ ଖ୍ରୀଷ୍ଟ ଆପେ କହିଥିଲେ: “ଏଥିରେ ଚମୃତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି ।”—ଯୋହନ ୫:୨୮, ୨୯; ପ୍ରେରିତ ୨୪:୧୫ ।
ଯୀଶୁ ଉପରୋକ୍ତ ମନ୍ତବ୍ୟଟି ପ୍ରଦାନ କରିବାର କିୟତ୍କାଳ ଉତ୍ତାରେ ନାଇନ ନାମକ ଏକ ଇସ୍ରାଏଲୀୟ ନଗରରୁ ବାହାରି ଆସୁଥିବା ଏକ ଶବ ଶୋଭାଯାତ୍ରାକୁ ଭେଟିଲେ । ସେଇ ମୃତ ଯୁବକଟି ଥିଲା ଜଣେ ବିଧବାର ଏକମାତ୍ର ସନ୍ତାନ । ତେଣୁ ସେଇ ବିଧବାଟିର ମର୍ମନ୍ତୁଦ ବେଦନାକୁ ଉପଲବ୍ଧି କରି ଯୀଶୁ ଦୟାରେ ବିଗଳିତ ହୋଇ ଉଠିଲେ । ସେଥିସକାଶେ ସେଇ ଶବଟିକୁ ସମ୍ବୋଧିତ କରି ସେ ଆଜ୍ଞା ଦେଲେ: “ଯୁବକ, ମୁଁ ତୁମ୍ଭକୁ କହୁଅଛି, ଉଠ !” ତହୁଁ ମୃତ ବ୍ୟକ୍ତିଟି ଉଠି ବସିଲା, ପୁଣି ଯୀଶୁ ତାକୁ ତାʼର ମାତାଙ୍କ ହସ୍ତରେ ସମର୍ପଣ କଲେ ।—ଲୂକ ୭:୧୧-୧୭ ।
ସେଇ ବିଧବାଟିର ଆନନ୍ଦୋଲ୍ଲାସ ସଦୃଶ ସେଦିନ ଏକ ଯିହୁଦୀୟ ସମାଜଗୃହର ଲୂକ ୮:୪୦-୫୬ ।
ଯାଈରସ୍ ନାମକ ଜଶେ ଅଧ୍ୟକ୍ଷଙ୍କ ଗୃହରେ ଯୀଶୁ ପଦାର୍ପଶ କରିବା ବେଳେ ମଧ୍ୟ ତଦ୍ରୁପ ଆନନ୍ଦୋଲ୍ଲାସ ଖେଳି ଯାଇଥିଲା । ସେଇ ଅଧ୍ୟକ୍ଷଙ୍କର ୧୨-ବର୍ଷ ବୟସ୍କା ଝିଅଟି ମରି ଯାଇଥିଲା । ମାତ୍ର ଯୀଶୁ ଯେତେବେଳେ ଯାଈରସ୍ଙ୍କ ଗୃହରେ ପହଞ୍ଚିଲେ, ସେତେବେଳେ ସେ ସେଇ ମୃତା ବାଳିକାଟି ନିକଟକୁ ଯାଇ କହି ଉଠିଲେ: “ଆଗୋ ବାଳିକା, ଉଠ ।” ଆଉ, ସେ ଉଠି ବସିଲା !—ପରବର୍ତ୍ତୀ କାଳରେ ଯୀଶୁଙ୍କର ବନ୍ଧୁ ଲାଜାର ମୃତ୍ୟୁଭୋଗ କଲା । ଆଉ, ଯୀଶୁ ଲାଜାରର ଗୃହରେ ପହଞ୍ଚିବା ବେଳକୁ ସେ ମୃତ ହେବାର ଚାରିଦିନ ଗତ ହୋଇ ସାରିଥିଲା । ପୁଣି, ତାʼର ଭଉଣୀ ମାର୍ଥା ଦାରୁଣ ଶୋକାଭିଭୂତ ହେଲେ ହେଁ ଆଶା ପ୍ରକାଶପୂର୍ବକ କହି ଉଠିଲା: “ସେ ଯେ ଶେଷ ଦିନରେ ପୁନରୁତ୍ଥାନ ସମୟରେ ଉଠିବ, ଏହା ମୁଁ ଜାଣେ ।” ମାତ୍ର ଯୀଶୁ ସମାଧି ନିକଟକୁ ଯାଇ ସମାଧି ମୁହଁରେ ଥିବା ପଥରଟିକୁ ଘୁଞ୍ଚାଇବା ନିମନ୍ତେ କହି ଉଚ୍ଚ ସ୍ୱରରେ ଡାକିଲେ: “ଲାଜାର, ବାହାରି ଆସ !” ତହୁଁ ସେ ବାହାରି ଆସିଲା !—ଯୋହନ ୧୧:୧୧-୪୪ ।
ବର୍ତ୍ତମାନ ଏ ସମ୍ବନ୍ଧରେ ଟିକେ ଚିନ୍ତା କରନ୍ତୁ: ଲାଜାରର ମୃତାବସ୍ଥାର ସେଇ ଚାରି ଦିନ ଧରି ତାʼର ସ୍ଥିତି କି ରୂପ ଥିଲା ? ଲାଜାର ଏକ ପରମାନନ୍ଦମୟ ସ୍ୱର୍ଗରେ ଥିବା କିଅବା ଯାତନାପୂର୍ଣ୍ଙ ଏକ ନରକରେ ଥିବା ବିଷୟରେ କିଛି କହି ନ ଥିଲା । କାରଣ ଏଇ ଦୁଇଟି ସ୍ଥାନ ମଧ୍ୟରୁ ଯେକୌଣସି ଗୋଟିକରେ ଥିଲେ, ସେ ନିଶ୍ଚିତ ରୂପେ ସେସମ୍ପର୍କରେ କହିଥାʼନ୍ତା । ନା, ଲାଜାର ମୃତ ହୋଇ ସମ୍ପୂର୍ଣ୍ଙ ଅବଚେତନାବସ୍ଥାରେ ଥିଲା, ପୁଣି ଯୀଶୁ ଯଦି ତାକୁ ସେଦିନ ପୁନର୍ଜୀବିତ କରି ନ ଥାଆନ୍ତେ, ତେବେ ସେ ସେଇ “ଶେଷ ଦିନର ପୁନରୁତ୍ଥାନ ସମୟ” ପର୍ଯ୍ୟନ୍ତ ସେଇ ଅବଚେତନାବସ୍ଥାରେ ହିଁ ଥାʼନ୍ତା ।
ଏହା ଅବଶ୍ୟ ସତ୍ୟ ଯେ, ଯୀଶୁଙ୍କର ଉପରୋକ୍ତ ଆଶ୍ଚର୍ଯ୍ୟକର୍ମସକଳ କ୍ଷଣସ୍ଥାୟୀ ଲାଭଦାୟକ ଥିଲା, ଯେହେତୁ ସେ ଯେଉଁମାନଙ୍କୁ ପୁନର୍ଜୀବିତ କରିଥିଲେ, ସେସମସ୍ତେ ପୁନଶ୍ଚ ମୃତ୍ୟୁଭୋଗ କରିଥିଲେ । ଯାହାହେଉ ନା କାହିଁକି, ଆଜିକୁ ୧,୯୦୦ ବର୍ଷ ପୂର୍ବେ ଯୀଶୁ ପ୍ରମାଣିତ କରି ଦେଇଥିଲେ ଯେ, ଈଶ୍ୱରଙ୍କ ଶକ୍ତିରେ ମୃତମାନେ ବାସ୍ତବରେ ପୁନର୍ଜୀବିତ ହୋଇପାରନ୍ତି ! ତେଣୁ ଈଶ୍ୱରଙ୍କ ରାଜ୍ୟ ଅଧୀନରେ ଏଇ ପୃଥିବୀ ପୃଷ୍ଠରେ ଯାହାସବୁ ଘଟିବ, ଯୀଶୁ ତାହାଙ୍କ ଆଶ୍ଚର୍ଯ୍ୟକର୍ମ ଦ୍ୱାରା ସେସବୁକୁ ଏକ କ୍ଷୁଦ୍ର ଅନୁପାତରେ ଦେଖାଇ ଦେଇଥିଲେ ।
ଜଣେ ପ୍ରିୟଜନଙ୍କ ମୃତ୍ୟଭୋଗ ସମୟରେ
ମୃତ୍ୟୁରୂପୀ ଶତ୍ରୁର ଆଘାତ ସମୟରେ ଆପଣଙ୍କର ପୁନରୁତ୍ଥାନରେ ଯେତେ ଆଶା ଥିଲେ ସୁଦ୍ଧା ଆପଣଙ୍କର ଶୋକ ଦୁର୍ବିସହ ହୋଇ ଉଠିଥାଏ । ଅବ୍ରହାମଙ୍କର ବିଶ୍ୱାସ ଥିଲା ଯେ, ତାଙ୍କ ପତ୍ନୀ ପୁନରାୟ ଜୀବିତ ହୋଇ ଉଠିବେ, ତଥାପି ଆମେ ପାଠ କରୁ “ଅବ୍ରହାମ ଶାରା ନିମନ୍ତେ ଶୋକ ଓ କ୍ରନ୍ଦନ କରିବାକୁ ଭିତରକୁ ଗଲେ ।” (ଆଦିପୁସ୍ତକ ୨୩:୨) ପୁଣି, ଯୀଶୁଙ୍କ ବିଷୟରେ କʼଣ କୁହାଯିବ ? ଲାଜାର ମୃତ୍ୟୁଭୋଗ କରିବା ସମୟରେ ସେ “ଆତ୍ମାରେ ଉତ୍ତେଜିତ ହେଲେ,” ପୁଣି, କିଛି ସମୟ ପରେ ସେ “କାନ୍ଦିଲେ ।” (ଯୋହନ ୧୧:୩୩, ୩୫) ତେଣୁ ଯେତେବେଳେ ଆପଣଙ୍କର କୌଣସି ପ୍ରିୟଜନଙ୍କର ମୃତ୍ୟୁ ଘଟେ, ସେତେବେଳେ ଆପଣଙ୍କ ପକ୍ଷରେ କ୍ରନ୍ଦନ କରିବାଟା ଆଦୌ ଆପଣଙ୍କର ଦୁର୍ବଲତା ହୋଇ ନ ପାରେ ।
ପୁଣି, ଜଣେ ଶିଶୁର ମୃତ୍ୟୁ ଘଟିଲେ, ବିଶେଷତଃ ତାʼର ମାତା ପକ୍ଷରେ ତାହା ସହ୍ୟ କରିବା ଅତୀବ କଷ୍ଟକର ହୋଇ ପଡ଼ିଥାଏ । ଜଣେ ମାତାର ଦାରୁଣ ଶୋକ ସମ୍ବନ୍ଧରେ ବାଇବଲ୍ ସ୍ୱୀକାରୋକ୍ତି ପ୍ରଦାନ କରେ । (୨ ରାଜାବଲି ୪:୨୭) ପୁଣି, ଜଣେ ଶୋକସନ୍ତଯ୍ତ ପିତା ପକ୍ଷରେ ମଧ୍ୟ ଏହା ସହ୍ୟ କରିବା ଅବଶ୍ୟ କଷ୍ଟକର ହୋଇ ଉଠିଥାଏ । “ଯେବେ ତୁମ୍ଭ ବଦଳେ ଆମ୍ଭେ ମରିଥାʼନ୍ତୁ,” ନିଜ ପୁତ୍ର ଅବଶାଲୋମର ମୃତ୍ୟୁରେ ରାଜା ଦାଉଦ ଏହା କହି ବିଳାପ କରିଥିଲେ ।—୨ ଶାମୁୟେଲ ୧୮:୩୩ ।
ତଥାପି ସୁଦ୍ଧା, ଯେହେତୁ ପୁନରୁତ୍ଥାନରେ ଆପଣଙ୍କର ବିଶ୍ୱାସ ନିହିତ ଅଛି, ସେହେତୁ ଆପଣଙ୍କର ଶୋକ କଦାଚିତ୍ ଅକାରଣ ହୋଇ ନପାରେ । କାରଣ ବାଇବଲ୍ ପ୍ରକାଶ କରେ “ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମ୍ଭେମାନେ ଯେପରି ଶୋକାକୁଳ ନହୁଅ ।” (୧ ଥେସଲନିକୀୟ ୪:୧୩) ବରଞ୍ଚ, ପ୍ରାର୍ଥନାରେ ଈଶ୍ୱରଙ୍କର ନିକଟବର୍ତ୍ତୀ ହୁଅ, ଆଉ ବାଇବଲ୍ ଏଇ ପ୍ରତିଜ୍ଞା ପ୍ରଦାନ କରିଥାଏ ଯେ, “ସେ ତୁମ୍ଭକୁ ସମ୍ଭାଳିବେ ।”—ଗୀତସଂହିତା ୫୫:୨୨ ।
ଅନ୍ୟରୂପେ ଦର୍ଶିତ ନହୋଇଥିବା ସମସ୍ତ ବାଇବଲ୍ ଉଦ୍ଧୃତାଂଶ ଗୁଡ଼ିକ ଓଡ଼ିଆ ବାଇବଲ୍ ଷ୍ଟାଣ୍ଡାର୍ଡ ଟ୍ରାନ୍ସଲେଶନ୍ରୁ ଆନୀତ ।