ଆପଣ ବାଇବଲ ବିଷୟରେ କʼଣ ଭାବନ୍ତି?
ଆପଣ କି କହିବେ . . .
-
ଏହା ଏକ ମନୁଷ୍ୟ ଦ୍ୱାରା ଲିଖିତ ବହି?
-
ଏହା ଏକ ଗପ ଓ କଥା କାହାଣୀର ବହି?
-
କିମ୍ବା ଈଶ୍ୱରଙ୍କ ଦ୍ୱାରା ଦିଆ ଯାଇଥିବା ବହି?
ବାଇବଲ କʼଣ କହେ
“ସମସ୍ତ ଶାସ୍ତ୍ର ଈଶ୍ୱରନିଶ୍ୱସିତ ଏବଂ ଶିକ୍ଷା, ଅନୁଯୋଗ, ସଂଶୋଧନ ଓ ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାରୀ ।”—୨ ତୀମଥି ୩:୧୬, BSI ବାଇବଲ ।
ଏହା ଜାଣିବା ଦ୍ୱାରା ଆପଣଙ୍କୁ କʼଣ ଲାଭ ହେବ
ଜୀବନର ଜରୁରୀ ପ୍ରଶ୍ନଗୁଡ଼ିକର ସଠିକ୍ ଉତ୍ତର ପାଇବେ ।—ହିତୋପଦେଶ ୨:୧-୫.
ଦୈନନ୍ଦିୟ ଜୀବନରେ ନିର୍ଭରଯୋଗ୍ୟ ଉପଦେଶ ଦିଏ ।—ଗୀତସଂହିତା ୧୧୯:୧୦୫.
ଭବିଷ୍ୟତ ପାଇଁ ପ୍ରକୃତ ଆଶା ଦିଏ ।—ରୋମୀୟ ୧୫:୪.
ଆମେ ପ୍ରକୃତରେ ବାଇବଲରେ ଲିଖିତ ବିଷୟ ଉପରେ ବିଶ୍ୱାସ କରି ପାରିବା କି?
ହଁ, ଆସନ୍ତୁ ଅତି କମ୍ରେ ତିନୋଟି କାରଣ ଦେଖିବା:
-
ଅତୁଳନୀୟ ସମାନତା । ପ୍ରାୟ ୪୦ଜଣ ଭିନ୍ନ ଭିନ୍ନ ଲୋକ ୧,୬୦୦ ବର୍ଷରୁ ଅଧିକ ସମୟ ଧରି ବାଇବଲକୁ ଲେଖିଥିଲେ । ଅଧିକାଂଶ ଲୋକ କେହି କାହାକୁ କେବେ ଦେଖି ନ ଥିଲେ । ତଥାପି, ସମ୍ପୂର୍ଣ୍ଣ ବାଇବଲର ମୂଳ ବିଷୟରେ ସମାନତା ରହିଛି ଏବଂ ଏହା ଈଶ୍ୱରଙ୍କ ନାମ ଓ ତାହଙ୍କ ଶାସନକୁ ପ୍ରଶଂସା କରେ ।
-
ବିଶ୍ୱାସଯୋଗ୍ୟ ଲେଖକ । ପ୍ରାୟ ସାଧାରଣ ଲେଖକମାନେ ନିଜ ଲୋକମାନଙ୍କ ଭୁଲଗୁଡ଼ିକକୁ ଲୁଚାଇ ଥାନ୍ତି । କିନ୍ତୁ, ବାଇବଲର ଲେଖକମାନେ ନିଜ ଓ ନିଜର ଲୋକମାନଙ୍କର ଭୁଲଗୁଡ଼ିକକୁ ଲେଖିଛନ୍ତି ।—୨ ବଂଶାବଳି ୩୬:୧୫, ୧୬; ଗୀତସଂହିତା ୫୧:୧-୪.
-
ସତ୍ୟ ଭବିଷ୍ୟବାଣୀ । ପ୍ରାୟ ୨୦୦ବର୍ଷ ପୂର୍ବେ ପ୍ରାଚୀନ କାଳର ବାବିଲନ ନାମକ ଏକ ସହରର ଧ୍ୱଂସ ବିଷୟରେ ଭବିଷ୍ୟବାଣୀ କରା ଯାଇଥିଲା । (ଯିଶାଇୟ ୧୩:୧୭-୨୨) ଏଥିରେ ବାବିଲନ ସହର କିପରି ଧ୍ୱଂସ ହେବ ଏବଂ କେଉଁ ରାଜା ଧ୍ୱଂସ କରିବେ ତାହାଙ୍କ ନାମ ମଧ୍ୟ ଲେଖା ଯାଇଥିଲା ।—ଯିଶାଇୟ ୪୫:୧-୩.
ଏପରି ବାଇବଲର ଅନେକ ଛୋଟ ବଡ଼ ଭବିଷ୍ୟବାଣୀ ବିସ୍ତାରିତ ଭାବେ ପୂରା ହୋଇଛି । ଈଶ୍ୱରଙ୍କ ବାକ୍ୟରୁ ଏହା ହିଁ ଆମେ ଆଶା କରିବା, ନୁହେଁ କି?—୨ ପିତର ୧:୨୧.
ଏହା ଭାବି ଦେଖନ୍ତୁ
ଈଶ୍ୱରଙ୍କ ଏହି ବହିଟି ଆପଣଙ୍କ ଜୀବନରେ କିପରି ଲାଭ ପହଞ୍ଚାଇବ?
ବାଇବଲ ଏହି ପ୍ରଶ୍ନର ଉତ୍ତର ଏଠାରେ ଦିଏ ଯିଶାଇୟ ୪୮:୧୭, ୧୮ ଏବଂ ୨ ତୀମଥି ୩:୧୬, ୧୭.