इस जानकारी को छोड़ दें

ଏକ ଶାନ୍ତିମୟ ନୂତନ ପୃଥିବୀରେ ଜୀବନ

ଏକ ଶାନ୍ତିମୟ ନୂତନ ପୃଥିବୀରେ ଜୀବନ

ଏକ ଶାନ୍ତିମୟ ନୂତନ ପୃଥିବୀରେ ଜୀବନ

ଏହି ପୁସ୍ତିକାଟିର ଆରମ୍ଭରେ ଥିବା ଦୃଶ୍ୟଟିକୁ ଦେଖିଲେ ଆପଣଙ୍କୁ କିପରି ବୋଧ ହୋଇଥାଏ ? ଏଇ ଛବିରେ ଥିବା ଶାନ୍ତିମୟ ବାତାବରଣ, ଆନନ୍ଦ ତଥା ସୁଖସମୃଦ୍ଧି ନିମନ୍ତେ ଆପଣଙ୍କର ହୃଦୟ ବ୍ୟାକୁଳ ହୋଇଉଠେନାହିଁ କି ? ନିଶ୍ଚୟ, ଏପରି ହେବା ସ୍ୱାଭାବିକ । ମାତ୍ର ଏଇ ପୃଥିବୀରେ ଯେ ଦିନେ ଏଭଲି ବାତାବରଣ ସୃଷ୍ଟି ହେବ, ଏହା ବିଶ୍ୱାସ କରିବା କʼଣ ସ୍ୱପ୍ନ ନା ନିଚ୍‌ଥକ ଏକ କଳ୍ପନାମାତ୍ର ?

ସମ୍ଭବତଃ, ଅଧିକାଂଶ ଲୋକଙ୍କର ଧାରଣା ଏୟା । କାରଣ, କହିବାକୁ ଗଲେ, ଆଜିର ବାସ୍ତବତାଗୁଡିକ ହେଲା, କେବଳ ଯୁଦ୍ଧ, ଅପରାଧ, ଖାଦ୍ୟାଭାବ, ରୋଗବ୍ୟାଧି, ଅକାଳ ବାର୍ଦ୍ଧକ୍ୟ, ଇତ୍ୟାଦି, ଇତ୍ୟାଦି । କିନ୍ତୁ ତଥାପି ସୁଦ୍ଧା ଆଶାର ଆଲୋକ ଦେଖିବାକୁ ମିଳେ । ଭବିଷ୍ୟତ୍‌ ପ୍ରତି ଦୃଷ୍ଟିପାତପୂର୍ବକ ବାଇବଲ ପ୍ରକାଶ କରେ: “ଆମ୍ଭେମାନେ ତାହାଙ୍କ [ଈଶ୍ୱରଙ୍କ] ପ୍ରତିଜ୍ଞାନୁସାରେ ଗୋଟିଏ ନୂତନ ଆକାଶମଣ୍ଡଲ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସସ୍ଥଳ ହେବ ।”—୨ ପିତର ୩:୧୩; ଯିଶାଇୟ ୬୫:୧୭ ।

ବାଇବଲର ବର୍ଣ୍‌ଙନାନୁଯାୟୀ ଏଇ “ନୂତନ ଆକାଶମଣ୍ଡଲ” ଏବଂ “ନୂତନ ପୃଥିବୀ” ଏକ ନୂତନ ଭୌତିକ ଆକାଶମଣ୍ଡଲ ଅବା ନୂତନ ବାସ୍ତବ ପୃଥିବୀ ନୁହେଁ । କାରଣ ସ୍ଥୂଲ ପୃଥିବୀ ତଥା ଆକାଶମଣ୍ଡଲ ସମ୍ପୂର୍ଣ୍‌ଙ ବୁଦ୍ଧିରେ ନିର୍ମିତ ହୋଇଥିଲା ଏବଂ ସେସବୁ ଯେ ସଦାକାଳ ସୁସ୍ଥିର ରହିବ, ଏହା ବାଇବଲ୍‌ ପ୍ରକାଶ କରିଥାଏ । (ଗୀତସଂହିତା ୮୯:୩୬, ୩୭; ୧୦୪:୫) ପୃଥିବୀରେ ବାସ କରୁଥିବା ଧର୍ମମୟ ଲୋକମାନଙ୍କର ଏକ ସମାଜକୁ ନେଇ ଗଠିତ ହେବ “ନୂତନ ପୃଥିବୀ,” ପୁଣି ଏଇ ପାର୍ଥିବ ଲୋକସମାଜ ଉପରେ ରାଜତ୍ୱ କରିବା ସକାଶେ ଏକ ସମ୍ପୂର୍ଣ୍‌ଙ ସ୍ୱର୍ଗିୟ ରାଜ୍ୟ ଅବା ଶାସନକଳ ହେବ “ନୂତନ ଆକାଶମଣ୍ଡଲ ।” କିନ୍ତୁ “ଏକ ନୂତନ ପୃଥିବୀ” କିମ୍ବା ଆନନ୍ଦଦାୟକ ନୂତନ ଜଗତ ଯେ ସମ୍ଭବ ହୋଇଉଠିବ, ଏହା ବିଶ୍ୱାସ କରିବା କʼଣ ଯୁକ୍ତିସଙ୍ଗତ ?

ଏହା ଅବଶ୍ୟ ଜାଣି ରଖନ୍ତୁ ଯେ, ଏଇ ପୃଥିବୀ ସକାଶେ ଏଭଳି ଶାନ୍ତିମୟ ବାତାବରଣ ଇଶ୍ୱରଙ୍କ ମୂଳ ଯୋଜନାରେ ନିହିତ ଥିଲା । ତେଣୁ, ଏଇ ପାର୍ଥିବ ସ୍ୱର୍ଗୋଦ୍ୟାନ ଏଦନରେ ଯେ ସର୍ବପ୍ରଥମ ମାନବ-ଦମ୍ପତିକୁ ସ୍ଥାପନ କରି ସେମାନଙ୍କୁ ଏକ ଚମତ୍କାର ନିର୍ଦ୍ଦେଶନାମା ଦେଲେ: “ପ୍ରଜାବନ୍ତ ଓ ବହୁବଂଶ ହୁଅ, ପୁଣି ପୃଥିବୀକି ପରିପୂର୍ଣ୍‌ଙ କରି ବଶୀଭୂତ କର ।” (ଆଦିପୁସ୍ତକ ୧:୨୮) ହଁ, ସେମାନେ ଯେପରି ସନ୍ତାନସନ୍ତତି ଜନ୍ମ କରି ଅବଶେଷରେ ପୃଥିବୀ ଉପରେ ସେମାନଙ୍କ ସ୍ୱର୍ଗୋଦ୍ୟାନକୁ ବିସ୍ତୃତ କରିପାରନ୍ତି, ଏହା ହିଁ ଥିଲା ସେମାନଙ୍କ ପ୍ରତି ଈଶ୍ୱରଙ୍କର ଉଦ୍ଦେଶ୍ୟ । ମାତ୍ର ପରବର୍ତ୍ତୀ କାଳରେ ଯଦିଚ ସେମାନେ ଈଶ୍ୱରଙ୍କର ଅନାଜ୍ଞାବହ ହୋଇ ଏକ ଅନନ୍ତ ଜୀବନ ଲାଭ ସକାଶେ ଅନୁପଯୁକ୍ତ ହୋଇ ପଡ଼ିଲେ, ତଥାପି ସୁଦ୍ଧା ଈଶ୍ୱରଙ୍କର ମୂଳ ଉଦ୍ଦେଶ୍ୟ କିନ୍ତୁ ପରିବର୍ତ୍ତିତ ହୋଇ ନ ଥିଲା । ଆଉ, ଏକ ନୂତନ ପୃଥିବୀରେ ତାହା ନିଶ୍ଚୟ ସଫଳୀକୃତ ହେବ !—ଯିଶାଇୟ ୫୫:୧୧ ।

ବାସ୍ତବିକ, ଯେତେବେଳେ ଆପଣ ପ୍ରଭୁଙ୍କ ପ୍ରାର୍ଥନା ଅବା ହେ ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା, ବୋଲି କହି ଈଶ୍ୱରଙ୍କ ରାଜ୍ୟର ଆଗମନ ନିମନ୍ତେ ପ୍ରାର୍ଥନା କରନ୍ତି, ସେତେବେଳେ ଆପଣ ତାହାଙ୍କର ସ୍ୱର୍ଗୀୟ ରାଜ୍ୟ ନିମନ୍ତେ ହିଁ ପ୍ରାର୍ଥନା କରିଥାʼନ୍ତି, ଯାହାକି ଏଇ ପୃଥିବୀକୁ ମନ୍ଦତାଠାରୁ ରକ୍ଷା କରିବ ଏବଂ ଏଇ ନୂତନ ପୃଥିବୀ ଉପରେ ରାଜତ୍ୱ ମଧ୍ୟ କରିବ । (ମାଥିଉ ୬:୯) ପୁଣି, ଈଶ୍ୱର ଯେ ଏଇ ପ୍ରାର୍ଥନା ସଫଳ କରିବେ, ଏ ସମ୍ବନ୍ଧରେ ଆମେ ସୁନିଶ୍ଚିତ ରହିପାରୁ, ଯେହେତୁ ତାହାଙ୍କ ବାକ୍ୟ ଏଇ ପ୍ରତିଶ୍ରୁତି ପ୍ରଦାନ କରିଥାଏ: “ଧାର୍ମିକ ଦେଶାଧିକାର କରିବ ଓ ସଦାକାଳ ତହିଁରେ ବାସ କରିବ ।”—ଗୀତସଂହିତା ୩୭:୨୯ ।

ଈଶ୍ୱରଙ୍କ ନୂତନ ପୃଥିବୀରେ ଜୀବନ

ପୃଥିବୀ ଉପରେ ଈଶ୍ୱରଙ୍କ ଲୋକେ ଯେଉଁ ସମସ୍ତ ଉକୃଷ୍ଟ ବିଷୟ ଉପଭୋଗ କରିବା ଈଶ୍ୱରଙ୍କର ମୂଳ ଉଦ୍ଦେଶ୍ୟ ଥିଲା, ସେହି ସମସ୍ତ ପାର୍ଥିବ ସୁଖସମୃଦ୍ଧିକୁ ଅତୁଳନୀୟ ରୂପେ ଆଣିଦେବ ଈଶ୍ୱରଙ୍କ ରାଜ୍ୟ । ସମସ୍ତ ବିଦ୍ୱେଷଭାବ ତଥା କୁସଂସ୍‌କାରର ଅବସାନ ଘଟିବ ଏବଂ ପରିଶେଷରେ ଏଇ ପୃଥିବୀରେ ପ୍ରତ୍ୟେକେ ପ୍ରତ୍ୟେକଙ୍କର ପ୍ରକୃତ ବନ୍ଧୁ ହୋଇ ଉଠିବେ । ବାଇବଲ୍‌ରେ ଈଶ୍ୱର ପ୍ରତିଜ୍ଞା କରନ୍ତି ଯେ, ‘ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯୁଦ୍ଧ ନିବୃତ୍ତ କରନ୍ତି ।’ “ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନହିଁ ।”—ଗୀତସଂହିତା ୪୬:୯; ଯିଶାଇୟ ୨:୪ ।

ଅବଶେଷରେ, ସମଗ୍ର ପୃଥିବୀ ଏକ ସ୍ୱର୍ଗୋଦ୍ୟାନରେ ପରିଣତ ହୋଇ ଉଠିବ । ବାଇବଲ୍‌ କହିଥାଏ: “ପ୍ରାନ୍ତର ଓ ଶୁନ୍ୟସ୍ଥାନ ଆନନ୍ଦିତ ହେବ; ଆଉ, ମରୁଭୂମି ଉଲ୍ଲସିତ ହୋଇ ଗୋଲାପ ତୁଲ୍ୟ ପ୍ରଫୁଲ୍ଲ ହେବ । . . . କାରଣ ପ୍ରାନ୍ତରରେ ଜଳ ଓ ମରୁଭୂମିରେ ସ୍ରୋତ ବାହାରିବ । ପୁଣି, ମୃଗତୃଷ୍‌ଙା ଜଳାଶୟ ହେବ ଓ ଶୁଷ୍କ ଭୂମି ନିର୍ଝରମୟ ହେବ ।”—ଯିଶାଇୟ ୩୫:୧, ୬, ୭ ।

ଏଇ ପାର୍ଥିବ ସ୍ୱର୍ଗୋଦ୍ୟାନରେ ସୁନିଶ୍ଚିତ ରୂପେ ସୁଖଶାନ୍ତି ବିରାଜିତ ହେବ । ପୁଣି, ଖାଦ୍ୟାଭାବର ଦାରୁଣ କଷ୍ଟରେ କେହି ହେଲେ ପୀଡ଼ିତ ନୋହିବେ । କାରଣ ବାଇବଲ୍‌ ପ୍ରକାଶ କରେ, “ପୃଥିବୀ ନିଜ ଫଳ ଉତ୍ପନ୍ନ କରିଅଛି ।” (ଗୀତସଂହିତା ୬୭:୬; ୭୨:୧୬) ସମସ୍ତେ ନିଜ ନିଜ ପରିଶ୍ରମର ଫଳ ଭୋଗ କରିବେ, ଯେପରି କି ଆମ୍ଭମାନଙ୍କର ସୃଷ୍ଟିକର୍ତ୍ତା ପ୍ରତିଜ୍ଞା କରିଅଛନ୍ତି: “ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ . . . । ସେମାନେ ରୋପଣ କଲେ, ଅନ୍ୟ କେହି ଫଳ ଭୋଗ କରିବ ନାହିଁ ।”—ଯିଶାଇୟ ୬୫:୨୧, ୨୨ ।

ଈଶ୍ୱରଙ୍କର ଏଇ ନୂତନ ପୃଥିବୀରେ ଲୋକମାନେ ଆଉ ବିରାଟ ବିରାଟ ଅଟ୍ଟାଳିକାସକଳର କୋଠରିଗୁଡ଼ିକରେ ଖୁନ୍ଦାଖୁନ୍ଦି ଅବସ୍ଥାରେ ରହିବେ ନାହିଁ କିଅବା କଦର୍ଯ୍ୟ ବସ୍ତିଗୁଡ଼ିକରେ ପୋକମାଛି ପରି ଜୀବନ ଅତିବାହିତ କରିବେ ନାହିଁ, କାରଣ ଈଶ୍ୱରଙ୍କ ଉଦ୍ଦେଶ୍ୟ ଅନୁଯାୟୀ: “ଲୋକମାନେ ଗୃହ ନିର୍ମାଣ କରି ତହିଁରେ ବାସ କରିବେ . . . ସେମାନେ ନିର୍ମାଣ କଲେ, ଅନ୍ୟ ତହିଁରେ ବାସ କରିବ ନାହିଁ ।” ବାଇବେଲ୍‌ ଆହୁରି ମଧ୍ୟ ପ୍ରତିଜ୍ଞା କରିଥାଏ: “ସେମାନେ ବୃଥା ପରିଶ୍ରମ କରିବେ ନାହିଁ ।” (ଯିଶାଇୟ ୬୫:୨୧-୨୩) ଏହି ପ୍ରକାରେ, ଲୋକେ ନିର୍ମାଣାତ୍ମକ ତଥା ସନ୍ତୋଷଜନକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଜୀବନ ଆଉ କ୍ଳାନ୍ତିକର ହୋଇ ଉଠିବ ନାହିଁ ।

ପୁଣି, କେବଳ ଏତିକି ନୁହେଁ, ମାତ୍ର ଏଦନ ଉଦ୍ୟାନରେ ବିଭିନ୍ନ ପଶୁ ଏବଂ ମନୁଷ୍ୟ ତଥା ପଶୁମାନଙ୍କ ମଧ୍ୟରେ ଥିବା ଶାନ୍ତିମୟ ବାତାବରଶକୁ ମଧ୍ୟ ଈଶ୍ୱରଙ୍କ ରାଜ୍ୟ ଯଥା ସମୟରେ ଫେରାଇ ଆଣିବା । ଏ ସମ୍ବନ୍ଧରେ ବାଇବଲ୍‌ କହେ: “ଆଉ, କେନ୍ଦୁଆ ବାଘ ମେଷଛୁଆ ସଙ୍ଗେ ବାସ କରିବ ଓ ଚିତାବାଘ ଛେଳିଛୁଆ ସଙ୍ଗେ ଶୟନ କରିବ; ବାଛୁରୀ, ଯୁବାସିଂହ ଓ ହୃଷ୍ଟପୁଷ୍ଟ ପଶୁ ଏକତ୍ର ରହିବେ; ଆଉ, ଏକ ସାନ ପିଲା ସେମାନଙ୍କୁ ଅଡ଼ାଇବ ।—ଯିଶାଇୟ ୧୧:୬-୯; ହୋଶେୟ ୨:୧୮ ।

ଆଉ ସର୍ବୋପରି, ଏଇ ପାର୍ଥିବ ସ୍ୱର୍ଗୋଦ୍ୟାନରେ କୌଣସି ପ୍ରକାର ରୋଗବ୍ୟାଧି କିଅବା ଶାରୀରିକ ଦୋଷଦୁର୍ବଳତାର ଚିହ୍ନବର୍ଣ୍‌ଙ ସୁଦ୍ଧା ରହିବ ନାହିଁ । ଏ ସମ୍ପର୍କରେ ଈଶ୍ୱରଙ୍କ ବାକ୍ୟ ଆମ୍ଭମାନଙ୍କୁ ଭରସା ପ୍ରଦାନପୂର୍ବକ କହିଥାଏ: “ପୁଣି, ‘ମୁଁ ପୀଡ଼ିତ ଅଛି’ ବୋଲି ନିବାସୀଲୋକ କହିବ ନାହିଁ ।” (ଯିଶାଇୟ ୩୩:୨୪) “[ଈଶ୍ୱର] ସ୍ୱୟଂ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛି ଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନହିଁ, କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି ।”—ପ୍ରକାଶିତ ବାକ୍ୟ ୨୧:୪ ।

ଆପଣଙ୍କ ନିମନ୍ତେ ଏହା କିପରି ସମ୍ଭବ ହେବ

ଈଶ୍ୱରଙ୍କର ଉପରୋକ୍ତ ଧର୍ମମୟ ନୂତନ ପୃଥିବୀରେ ସୁଖଶାନ୍ତି ସମ୍ବନ୍ଧରେ ଈଶ୍ୱରଙ୍କର ପ୍ରତିଜ୍ଞା ବିଷୟରେ ଜ୍ଞାତ ହୋଇ ଆପଣଙ୍କର ହୃଦୟ ନିଶ୍ଚିତ ରୂପେ ଉଦବେଲିତ ହୋଇ ଉଠିଥିବ । ପୁଣି ଆପଣ ମାନଙ୍କ ମଧ୍ୟରୁ କେତେକଙ୍କ ମନରେ ହୁଏତ ଏତାଦୃଶ ଏକ ଧାରଣା ଜାତହୋଇଥିବ ଯେ, ଯହି ଈଶ୍ୱରଙ୍କର ଏଇ ଆଶୀର୍ବାଦ ସତ୍ୟ ହୁଏ ତାହା ଖୁବ ଆଶ୍ଚର୍ଯ୍ୟଜନକ ହେବ, ମାତ୍ର ତାହା ଆମର ପ୍ରେମମୟ ସୃଷ୍ଟିକର୍ତ୍ତାଙ୍କ ପକ୍ଷରେ ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ ।—ଗୀତସଂହିତା ୧୪୫:୧୬; ମୀଖା ୪:୪ ।

ମାତ୍ର ପୃଥିବୀ ଉପରେ ଆସିବାକୁ ଥିବା ଏଇ ସ୍ୱର୍ଗୋଦ୍ୟାନରେ ଆମ୍ଭମାନେ ଚିରକାଳ ଧରି ବାସ କରିବାକୁ ଗ୍ଭହିଁଲେ, ତନ୍ନିମନ୍ତେ ଆମ୍ଭମାନଙ୍କୁ କେତେକ ସର୍ତ୍ତ ଅବଶ୍ୟ ପୂରଣ କରିବାକୁ ପଡ଼ିବ । ଆଉ, ଯୀଶୁ ଆପଣା ପିତାଙ୍କ ନିକଟରେ ନିମ୍ନୋକ୍ତ ପ୍ରାର୍ଥନା କରି ଏ ସମ୍ବନ୍ଧରେ ଏକ ଚରମ ଆଦର୍ଶ ଉପସ୍ଥାପିତ କରି ଯାଇଅଛନ୍ତି: “ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ ।”—ଯୋହନ ୧୭:୩ ।

ତେଣୁ ଆମ୍ଭେମାନେ ଯଦି ଈଶ୍ୱରଙ୍କ ନୂତନ ପୃଥିବୀରେ ପ୍ରକୃତରେ ବାସ କରିବାକୁ ଚାଁହୁଥାଉ, ତେବେ ସର୍ବପ୍ରଥମେ ଆମ୍ଭେମାନେ ଈଶ୍ୱରଙ୍କ ଇଚ୍‌ଥା ଜ୍ଞାତ ହୋଇ ତାହା ସାଧନ କରିବା ଆବଶ୍ୟକ । କାରଣ ଏହା ସତ୍ୟ ଯେ, ଏହ “ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ୱରଙ୍କ ଇଚ୍‌ଥା ପାଳନ କରେ, ସେ ନିତ୍ୟସ୍ଥାୟୀ” ହୋଇ ଆମ୍ଭମାନଙ୍କ ପ୍ରେମମୟ ପିତାଙ୍କ ଦ୍ୱାରା ପ୍ରଦତ୍ତ ହେବାକୁ ଥିବା ଆଶିଷସକଳ ଅନନ୍ତ କାଳ ସକାଶେ ଉପଭୋଗ କରିବ ।—୧ ଯୋହନ ୨:୧୭ ।

ଅନ୍ୟରୂପେ ଦର୍ଶିତ ନହୋଇଥିବା ସମସ୍ତ ବାଇବଲ୍‌ ଉଦ୍ଧୃତାଂଶ ଗୁଡ଼ିକ ଓଡ଼ିଆ ବାଇବଲ୍‌ ଷ୍ଟାଣ୍ଡାର୍ଡ ଟ୍ରାନ୍‌ସଲେଶନ୍‌ରୁ ଆନୀତ ।