इस जानकारी को छोड़ दें

ସମସ୍ତ ଲୋକ ପରସ୍ପରକୁ ପ୍ରେମ କରିବେ କି ?

ସମସ୍ତ ଲୋକ ପରସ୍ପରକୁ ପ୍ରେମ କରିବେ କି ?

ରାଜ୍ୟ ଖବର ସଂ. ୩୫

ସମସ୍ତ ଲୋକ ପରସ୍ପରକୁ ପ୍ରେମ କରିବେ କି ?

ପ୍ରତିବାସୀଙ୍କ ପ୍ରେମ ଶୀତଳ ହୋଇଅଛି

ସାହାଯ୍ୟ ପାଇଁ କେଉଁଠାରେ ହେଲେ ବି ବାଟ ନଥିବା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଦୀନହୀନ ଓ ଦୁଃଖୀ ମନେକରନ୍ତି । ଜଣେ ଅବସର ପ୍ରାପ୍ତ ବ୍ୟବସାୟୀ ମହିଳା ଲକ୍ଷ କରିଥିଲେ: ‘ଦିନେ ସନ୍ଧ୍ୟାରେ ତଳ ମହଲାରେ ରହୁଥିବା ଜଣେ ବିଧବା ମୋର ଦ୍ୱାରରେ ଆଘାତ କରି କହିଲେ, ସେ ଏକାକୀ ଅଛନ୍ତି । ମୁଁ ବ୍ୟସ୍ତ ଅଛି ବୋଲି ତାଙ୍କୁ ଭଦ୍ର କିନ୍ତୁ ସ୍ପଷ୍ଟ ଭାବରେ କହିଲି । ସେ ମୋତେ ବିରକ୍ତ କରିଥିବା ହେତୁ କ୍ଷମା ମାଗି ଚାଲିଗଲେ ।’

ଅତି ଦୁଃଖରେ, ବିଧବାଟି ସେହିଦିନ ରାତିରେ ଆତ୍ମହତ୍ୟା କଲା । ପରବର୍ତ୍ତି କାଳରେ ସେହି ବ୍ୟବସାୟୀ ମହିଳା କହିଲେ, ସେ ଗୋଟିଏ “ଦୁର୍ବୋଧ୍ୟ ଶିକ୍ଷା” ପାଇଲେ ।

ପ୍ରତିବାସୀଙ୍କ ପ୍ରେମର ଅଭାବ ବେଳେ ବେଳେ ଦୁଃଖ ଜନକ ହୋଇଥାଏ । ପୂର୍ବେ ୟୁଗୋସ୍ଲୋଭିଆର ଅଶଂ ଥିବା ବୋସ୍‌ନିଆ ଓ ହର୍ଜଗୋଭିନାରେ ଜାତି ସମ୍ବନ୍ଧୀୟ ବିବାଦ ଯୋଗୁଁ ପ୍ରାୟ ଦଶ ଲକ୍ଷରୁ ଅଧିକ ଲୋକଙ୍କୁ ବଳପୂର୍ବକ ସେମାନଙ୍କ ଘରୁ ବିତାଡ଼ିତ କରାଯାଇଥିଲା ଏବଂ ହଜାର ହଜାର ଲୋକଙ୍କୁ ହତ୍ୟା କରାଯାଇଥିଲା । କାହା ଦ୍ୱାରା ? “ଆମର ପଡ଼ୋଶୀଙ୍କ ଦ୍ୱାରା,” ବଳପୂର୍ବକ ନିଜ ଗ୍ରାମରୁ ବିତାଡ଼ିତା ଜଣେ ଶେକାତୁରା ବାଳିକା ଏହା କହିଲେ । “ଆମେ ସେମାନଙ୍କୁ ଜାଣିଥିଲୁ ।”

ରୁୱାଣ୍ଡାରେ ଅନେକ ଥର ପ୍ରତିବାସୀଙ୍କ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କୁ ହତ୍ୟା କରାଯାଇଥିଲା । ନ୍ୟୁୟର୍କ ଟାଇମ୍‌ସର ରିପୋର୍ଟ ଅନୁସାରେ, “ହୁଟୁ ଓ ଟୁଟ୍‌ସି ଏକତ୍ର [ବାସ] କରୁଥିଲେ, କିଏ ହୁଟୁ ଓ କିଏ ଟୁଟ୍‌ସି ଏହି କଥାର ବାଛ ବିଚାର ନ କରି କିମ୍ବା ଏହା ନ ଜାଣି ଅନ୍ତର୍ବିବାହ କରୁଥିଲେ । ପୁଣି ହଠାତ୍‌ କିଛି ଘଟିଲା,” ଏବଂ “ଗଣହତ୍ୟା ଆରମ୍ଭ ହୋଇଗଲା ।”

ସେହିପରି, ଯିହୂଦୀ ଓ ଆରବବାସୀ ଇଶ୍ରାୟେଲରେ ଏକତ୍ର ରହନ୍ତି, କିନ୍ତୁ ଅନେକେ ପରସ୍ପରକୁ ଘୃଣା କରନ୍ତି । ଆୟରଲାଣ୍ଡର କ୍ୟାଥ୍‌ଲିକ ଓ ପ୍ରୋଟେଷ୍ଟାଣ୍ଟ ଏବଂ ଅନେକ ଦେଶରେ ଅନ୍ୟମାନଙ୍କ ବର୍ଦ୍ଧିତ ସଂଖ୍ୟାର ଅବସ୍ଥା ମଧ୍ୟ ସମାନ । ଜଗତରେ ପ୍ରେମର ଏତେ ଅଭାବ ଇତିହାସରେ କେବେହେଲେ ହୋଇନାହିଁ ।

ପ୍ରତିବାସୀଙ୍କ ମଧ୍ୟରେ ପ୍ରେମ କାହିଁକି ଶୀତଳ ହୋଇଅଛି ?

ଆମର ସୃଷ୍ଟିକର୍ତ୍ତା ଏହାର ଉତ୍ତର ଦିଅନ୍ତି । ତାଙ୍କର ବାକ୍ୟ ବାଇବଲ କହେ, ଏହା “ଶେଷକାଳ,” ଯେଉଁଥିରେ ଆମେ ବାସ କରୁଅଛୁ । ବାଇବଲ ଭବିଷ୍ୟଦ୍‌ବାଣୀ କହେ ଯେ ଏହି ସମୟରେ ଲୋକମାନେ “ସ୍ନେହଶୂନ୍ୟ” (ଆମର ବକ୍ର ମୁଦ୍ରାକ୍ଷର) ହେବେ । “ଭୀଷଣ ସମୟ” ବିଷୟରେ, ଯାହାକୁ ଶାସ୍ତ୍ରରେ “ରୀତିବ୍ୟବସ୍ଥାର ଅନ୍ତ” କୁହାଯାଇଛି, ଯୀଶୁଖ୍ରୀଷ୍ଟ ଭବିଷ୍ୟଦ୍‌ବାଣୀ କରିଥିଲେ ଯେ “ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ ।” (ଆମର ବକ୍ର ମୁଦ୍ରାକ୍ଷର)—୨ ତୀମଥି ୩:୧-୫; ମାଥିଉ ୨୪:୩, ୧୨.

ଆଜିର ପ୍ରେମର ଅଭାବ ଗୋଟିଏ ପ୍ରମାଣ ଯେ ଆମେ ଏହି ଜଗତର ଶେଷ ସମୟରେ ବାସ କରୁଅଛୁ । ଖୁସିର ବିଷୟ, ଏହାର ଅର୍ଥ ମଧ୍ୟ ଶୀଘ୍ର ଏହି ଜଗତର ଅଧାର୍ମିକ ଲୋକମାନଙ୍କର ସ୍ଥାନରେ ପ୍ରେମ ଦ୍ୱାରା ସାଶିତ ନୂତନ ଧାର୍ମିକ ଜଗତ ଆସିବ ।—ମାଥିଉ ୨୪:୩-୧୪; ୨ ପିତର ୨:୫; ୩:୭, ୧୩.

କିନ୍ତୁ ପ୍ରକୃତରେ କʼଣ ବିଶ୍ୱାସ କରିବା ପାଇଁ ଆମ ପାଖରେ କିଛି କାରଣ ଅଛି ଯେ ଏହି ପ୍ରକାର ପରିବର୍ତ୍ତନ ସମ୍ଭବ—ସମସ୍ତ ଲୋକ ପରସ୍ପରକୁ ପ୍ରେମ କରିବା ପାଇଁ ଏବଂ ପରସ୍ପର ସହିତ ଶାନ୍ତିରେ ଏକତ୍ର ବାସ କରିବା ପାଇଁ ଶିକ୍ଷା କରିବେ କି ?

ପ୍ରତିବାସୀଙ୍କ ପ୍ରେମ—ଗୋଟିଏ ବାସ୍ତବିକତା

“ମୋର ପ୍ରତିବାସୀ କିଏ ?” ଜଣେ ପ୍ରଥମ ଶତାବ୍ଦୀର ଓକିଲ ଯୀଶୁଙ୍କୁ ପଚାରିଥିଲେ । ଯୀଶୁ କହିବେ, ‘ତୁମର ସାଥୀ ଯିହୂଦୀ’ ବୋଲି ନିଃସନ୍ଦେହରେ ସେ ଆଶା କରିଥିଲେ । କିନ୍ତୁ ପ୍ରତିବାସୀସୁଲଭ ଗୋଟିଏ ସମରୀୟ ଗଳ୍ପ ମାଧ୍ୟମରେ ଯୀଶୁ ଦର୍ଶାଇଥିଲେ ଯେ, ଅନ୍ୟ ଜାତୀୟ ଲୋକେ ମଧ୍ୟ ଆମର ପ୍ରତିବାସୀ ।ଲୂକ ୧୦:୨୯-୩୭; ଯୋହନ ୪:୭-୯.

ଯୀଶୁ ଗୁରୁତ୍ୱାରୋପ କରିଥିଲେ ଯେ, ଈଶ୍ୱରଙ୍କ ପ୍ରେମ ଓ ତାʼପରେ ପ୍ରତିବାସୀଙ୍କ ପ୍ରେମ ଆମ ଜୀବନକୁ ନିୟନ୍ତ୍ରଣ କରିବା ଉଚିତ୍‌ । (ମାଥିଉ ୨୨:୩୪-୪୦) କିନ୍ତୁ, କୌଣସି ଦଳର ଲୋକ ପ୍ରକୃତରେ ସେମାନଙ୍କ ପ୍ରତିବାସୀଙ୍କୁ କେବେ ପ୍ରେମ କରିଛନ୍ତି କି ? ପ୍ରାଚୀନ ଖ୍ରୀଷ୍ଟିୟ ଲୋକମାନେ କରିଥିଲେ ! ଅନ୍ୟମାନଙ୍କୁ ପ୍ରେମ ଦେଖାଇବାରେ ସେମାନେ ସୁପରିଚିତ ଥିଲେ ।—ଯୋହନ ୧୩:୩୪, ୩୫.

ଆଜିର ବିଷୟ କʼଣ ? ଖ୍ରୀଷ୍ଟତୁଲ୍ୟ ପ୍ରେମ କେହି ଅଭ୍ୟାସ କରୁଛନ୍ତି କି ? ଏନସାଇକ୍ଲୋପିଡ଼ିଆ କାନାଡ଼ିଆନା ମନ୍ତବ୍ୟ ଦିଏ: “ଯିହୋବା ସାକ୍ଷୀମାନଙ୍କର କାମ ହେଲା ଯୀଶୁ ଓ ତାଙ୍କର ଶିଷ୍ୟମାନଙ୍କ ଦ୍ୱାରା ଅଭ୍ୟାସ କରାଯାଉଥିବା ପ୍ରାଚୀନ ଖ୍ରୀଷ୍ଟଧର୍ମର ପୁନର୍ଜାଗରଣ ଓ ପୁନଃସ୍ଥାପନ କରିବା . . . ଆମେ ସମସ୍ତେ ଭାଇ ଭାଇ ଅଟୁ ।”

ତାହାର ଅର୍ଥ କʼଣ ? ଏହାର ଅର୍ଥ ହେଲା ଜାତି, ଜାତୀୟତା, ବା ରାଷ୍ଟ୍ରିୟ ପୃଷ୍ଟଭୂମିକୁ ଯିହୋବା ସାକ୍ଷୀମାନେ ସେମାନଙ୍କ ଭିତରେ ପ୍ରବେଶ କରେଇ ଦିଅନ୍ତି ନାହିଁ, ଯାହା ଦ୍ୱାରା କି ସେମାନେ ସେମାନଙ୍କ ପ୍ରତିବାସୀଙ୍କୁ ଘୃଣା କରିବେ । ସେମାନେ କାହାକୁ ହତ୍ୟା କରିବେ ନାହିଁ, କାରଣ ସେମାନେ ଲାକ୍ଷଣିକରୂପେ ସେମାନଙ୍କ ଖଡ଼୍‌ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ ଓ ସେମାନଙ୍କ ବର୍ଛା ଭାଙ୍ଗି ଦା ନିର୍ମାଣ କରିବେ । (ଯିଶାଇୟ ୨:୪) ପ୍ରକୃତରେ ସାକ୍ଷୀମାନେ ସେମାନଙ୍କ ପ୍ରତିବାସୀଙ୍କୁ ସ୍ୱତଃପ୍ରବୃତ ହୋଇ ସାହାଯ୍ୟ କରିବାରେ ସୁପରିଚିତ ।—ଗାଲାତୀୟ ୬:୧୦.

ଏଥିରେ କୌଣସି ଆଶ୍ଚର୍ଯ୍ୟ ନାହିଁ ଯେ କାଲିଫର୍ନିଆର ସାକ୍ରାମେଣ୍ଟୋ ୟୂନିଅନ ସମ୍ପାଦକୀୟ ଲେଖା ମନ୍ତବ୍ୟ ଦେଇଥିଲା: “ଏତିକି କହିଲେ ଯଥେଷ୍ଟ ହେବ, ଯଦି ଜଗତର ସମସ୍ତ ଲୋକ ଯିହୋବା ସାକ୍ଷୀମାନଙ୍କ ଧର୍ମମତ ଅନୁଯାଇ ବାସ କରିବେ, ତେବେ ରକ୍ତପାତ ଓ ଘୃଣାର ଅନ୍ତ ହୋଇଯିବ ଏବଂ ପ୍ରେମ ଏକ ରାଜା ପରି ରାଜତ୍ୱ କରିବ ।” ହଙ୍ଗେରିର ରିଙ୍ଗ୍‌ ପତ୍ରିକାର ଜଣେ ଲେଖକ କହିଥିଲେ: “ମୁଁ ଏହି ସିଦ୍ଧାନ୍ତରେ ଉପନିତ ହୋଇଛି ଯେ, ଯଦି କେବଳ ଯିହୋବା ସାକ୍ଷୀମାନେ ହିଁ ଏହି ପୃଥିବୀରେ ବାସ କରିଥାନ୍ତେ, ଯୁଦ୍ଧର ଅସ୍ତିତ୍ୱ ନଥାନ୍ତା, ଏବଂ ପୋଲିସ୍‌ମାନଙ୍କର କାର୍ଯ୍ୟ କେବଳ ଯାତାୟତ ନିୟନ୍ତ୍ରଣ ଓ ବିଦେଶ ଭ୍ରମଣପତ୍ର ଜାରି ହୋଇଥାଆନ୍ତା ।”

ସ୍ପଷ୍ଟତଃ ସଠିକ୍‌ ଭାବେ, ଯଦି ପ୍ରତେକ ଲୋକ ପରସ୍ପରକୁ ପ୍ରେମ କରନ୍ତି, ତେବେ ସାରାବିଶ୍ୱରେ ଗୋଟିଏ ବଡ଼ ପରିବର୍ତ୍ତନ ହେବ । କିପରି ଏହି ପରିବର୍ତ୍ତନ ହେବ ? (ପରବର୍ତ୍ତି ପୃଷ୍ଠା ଦେଖନ୍ତୁ ।)

ଯେଉଁ ସମୟରେ ପ୍ରତେକ ଲୋକ ପରସ୍ପରକୁ ପ୍ରେମ କରିବେ

ଯୀଶୁ ଖ୍ରୀଷ୍ଟ ଶିକ୍ଷା ଦେଇଥିବା ପ୍ରର୍ଥନା ଦର୍ଶାଏ ଯେ, ଗୋଟିଏ ନାଟକୀୟ ପରିବର୍ତ୍ତନ ହାତ ପାଆନ୍ତାରେ ଅଛି । ତାଙ୍କର ପ୍ରସିଦ୍ଧ ପାର୍ବତ୍ୟ ଉପଦେଶରେ ଯୀଶୁ ଆମ୍ଭମାନଙ୍କୁ ପ୍ରାର୍ଥନା କରିବାକୁ ଶିକ୍ଷା ଦେଇଥିଲେ: “ତୁମ୍ଭର ରାଜ୍ୟ ଆସୁ । ଯେପରି ସ୍ୱର୍ଗରେ, ସେପରି ପୃଥିବୀରେ ତୁମ୍ଭର ଇଚ୍ଛା ସଫଳ ହେଉ ।”—ମାଥିଉ ୬:୧୦.

ପରମେଶ୍ୱରଙ୍କ ରାଜ୍ୟ କʼଣ ? ଏହା ଏକ ବାସ୍ତବ ସରକାର, ଯାହା ସ୍ୱର୍ଗରୁ ଶାସନ କରୁଅଛି । ସେଥିପାଇଁ ଏହାକୁ “ସ୍ୱର୍ଗରାଜ୍ୟ” କୁହାଯାଏ । “ଶାନ୍ତିର ରାଜ୍‌କୁମାର” ଯୀଶୁଖ୍ରୀଷ୍ଟ, ଶାସନ କରିବା ପାଇଁ ତାଙ୍କର ପିତାଙ୍କ ଦ୍ୱରା ନିଯୁକ୍ତି ପାଇଛନ୍ତି ।—ମାଥିଉ ୧୦:୭ ଯିଶାଇୟ ୯:୬, ୭(NW); ଗୀତସଂହିତା ୭୨:୧-୮.

ଯେତେବେଳେ ପରମେଶ୍ୱରଙ୍କ ରାଜ୍ୟ ଆସିବ, ସେତେବେଳେ ଦ୍ୱେଶରେ ପରିପୂର୍ଣ୍ଣ ହୋଇଯାଇଥିବା ଜଗତର କʼଣ ଘଟିବ ? ସେହି ‘ରାଜ୍ୟ’ ଏହି ଜଗତର ସମସ୍ତ ଦୁର୍ନୀତିଯୁକ୍ତ ସରକାରଗୁଡ଼ିକୁ ‘ଖଣ୍ଡ ଖଣ୍ଡ ଓ ନଷ୍ଟ କରିଦେବ ।’ (ଦାନିୟେଲ ୨:୪୪) ବାଇବଲ ବ୍ୟାଖ୍ୟା କରେ: “ସଂସାର . . . ଉଭେଇ ଯାଉଅଛି, କିନ୍ତୁ ଯିଏ ଈଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ଅନନ୍ତ କାଳ ବ୍ୟାପି ସ୍ଥାୟୀ ରହେ ।”—୧ ଯୋହନ ୨:୧୭, ଓଡ଼ିଆ କ୍ୟାଥ୍‌ଲିକ ବାଇବଲ ।

ପରମେଶ୍ୱରଙ୍କ ନୂତନ ଜଗତ ବିଷୟରେ ବାଇବଲ କହେ: “ଧାର୍ମିକ ଦେଶାଧିକାର କରିବ ଓ ସଦାକାଳ ତହିଁରେ ବାସ କରିବ ।” (ଗୀତସଂହିତା ୩୭:୯-୧୧, ୨୯; ହିତୋପଦେଶ ୨:୨୧, ୨୨) ତାହା କେଡ଼େ ଆନନ୍ଦମୟ ସମୟ ହେବ ! “ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ ।” (ପ୍ରକାଶିତ ବାକ୍ୟ ୨୧:୪) ମୃତମାନେ ମଧ୍ୟ ଆଉ ଥରେ ଜୀବିତ ହେବେ, ଏବଂ ସମଗ୍ର ପୃଥିବୀକୁ ଆକ୍ଷରିକ ପାରଦୀଶରେ ପରିଣତ କରାଯିବ ।—ଯିଶାଇୟ ୧୧:୬-୯; ୩୫:୧, ୨; ଲୂକ ୨୩:୪୩; ପ୍ରେରିତ ୨୪:୧୫.

ପରମେଶ୍ୱରଙ୍କ ନୂତନ ଜଗତରେ ବାସ କରିବା ପାଇଁ ଆମେ ନିଶ୍ଚିତଭାବେ ପରସ୍ପରକୁ ପ୍ରେମ କରିବା ଆବଶ୍ୟକ । ଯେହେତୁ ଈଶ୍ୱର ମଧ୍ୟ ଆମକୁ ସେହି ଶିକ୍ଷା ଦିଅନ୍ତି । (୧ ଥେସଲନୀକୀୟ ୪:୯) ଜଣେ ପ୍ରାଚ୍ୟ ଦେଶୀୟ ବାଇବଲ ଛାତ୍ର କହିଲେ: “ମୁଁ ସେହି ସମୟ ପର୍ଯ୍ୟନ୍ତ ଉତ୍ସୁକତାର ସହିତ ପ୍ରତ୍ୟାଶା କରିବି, ଯେହେତୁ ବାଇବଲ ପ୍ରତିଜ୍ଞା କରେ, ସେହି ସମୟରେ ସମସ୍ତ ଲୋକ ପରସ୍ପର ପ୍ରେମ କରିବା ପାଇଁ ଶିଖିଯାଇଥିବେ ।” ଆମେ ନିଶ୍ଚିତ ହେବା ଯେ ପରମେଶ୍ୱର ତାଙ୍କ ପ୍ରତିଜ୍ଞା ରକ୍ଷା କରିବେ ! ସେ କହନ୍ତି, “ଆମ୍ଭେ କହିଅଛୁ, ଆଉ ଆମ୍ଭେ ତାହା ସିଦ୍ଧ କରିବୁ ।”—ଯିଶାଇୟ ୪୬:୧୧.

ପରମେଶ୍ୱରଙ୍କ ରାଜ୍ୟରେ ଆଶୀର୍ବାଦ ଉପଭୋଗ କରିବାକୁ ହେଲେ, ଆପଣଙ୍କୁ ନିଶ୍ଚିତ ଭାବରେ ବାଇବଲ ଜ୍ଞାନ ନେବାକୁ ହେବ, ଯେପରି ସାରାବିଶ୍ୱରେ ଲକ୍ଷ ଲକ୍ଷ ସହୃଦୟ ବ୍ୟକ୍ତି କରୁଛନ୍ତି । (ଯୋହନ ୧୭:୩) ପରମେଶ୍ୱର ଆମମାନଙ୍କ ଠାରୁ କʼଣ ଚାହାନ୍ତି ? ୩୨-ପୃଷ୍ଠା ବିଶିଷ୍ଟ ଏକ ବ୍ରୋସର ଆପଣଙ୍କୁ ସାହାଯ୍ୟ କରିବ । ଏଥିରୁ ଖଣ୍ଡେ ପୁସ୍ତକ ପାଇବା ପାଇଁ ପୂର୍ବ ପୃଷ୍ଟାରେ ଦିଆଯାଇଥିବା ପତ୍ରାଶଟିକୁ ପୁରଣ କରି ଆପଣଙ୍କ ଘରଠାରୁ ନିକଟତମ ଠିକଣାରେ ପଠାନ୍ତୁ ।

ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ? ନାମକ ପୁସ୍ତିକା ମୁଁ ପାଇବା ପାଇଁ ଚାହେଁ ।

□ ମୁଁ ବିନା ମୂଲ୍ୟରେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହେଁ । ଦୟାକରି ମୋ ସହ ଯୋଗାଯୋଗ କରନ୍ତୁ ।

[ପୃଷ୍ଠା ୨ରେ ଥିବା ଚିତ୍ରର ଶ୍ରେୟ]

ବୋସିନିଆରେ ଲୁଚିଛପି ଗୁଳିମାରିବା ବ୍ୟକ୍ତି ଏବଂ ଅନ୍ତ୍ୟେଷ୍ଟି: Reuters/Corbis-Bettmann