इस जानकारी को छोड़ दें

ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁର ଦିନକୁ ସ୍ମରଣ କରନ୍ତୁ

୧୨ ଏପ୍ରିଲ୍‌ ୨୦୨୫, ଶନିବାର

ଯିହୋବାଙ୍କ ସାକ୍ଷୀମାନେ ବର୍ଷକୁ ଥରେ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁର ଦିନକୁ ସ୍ମାରକ ଭାବେ ପାଳନ କରନ୍ତି । କାରଣ ଯୀଶୁ ଆଜ୍ଞା ଦେଇଥିଲେ: “ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।”—ଲୂକ ୨୨:୧୯.

ଏହି କାର୍ଯ୍ୟକ୍ରମ ପାଇଁ ଆପଣଙ୍କୁ ସ୍ୱାଗତ କରୁଛୁ ।

ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

କାର୍ଯ୍ୟକ୍ରମ କେତେ ସମୟ ଯାଏ ଚାଲିବ ?

ଏହା ପାଖାପାଖି ଗୋଟିଏ ଘଣ୍ଟା ଯାଏ ଚାଲିବ ।

ଏହା କେଉଁଠାରେ ହେବ ?

ଏହା ଜାଣିବା ପାଇଁ ନିଜ ଅଞ୍ଚଳର ଯିହୋବାଙ୍କ ସାକ୍ଷୀଙ୍କ ସହ ସମ୍ପର୍କ କରନ୍ତୁ ।

କʼଣ ଏଠାରେ ଉପସ୍ଥିତ ହେବା ପାଇଁ କୌଣସି ପଇସା ଲାଗିବ ?

ନାହିଁ ।

କʼଣ ସେଠାରେ ଆପଣଙ୍କଠାରୁ ଚାନ୍ଦା ମଗାଯିବ ?

ନାହିଁ ।

କʼଣ ଏହା ପାଇଁ ଆପଣଙ୍କୁ କୌଣସି ଖାସ୍‌ ପ୍ରକାର କପଡ଼ା ପିନ୍ଧି ଆସିବାକୁ ହେବ ?

ନାହିଁ । ଜରୁରୀ ନୁହେଁ ଯେ ଆପଣଙ୍କ କପଡ଼ା ଦାମୀ ହେଉ କିମ୍ବା କୌଣସି ଖାସ୍‌ ପ୍ରକାରର ହେଉ । କିନ୍ତୁ ଯିହୋବାଙ୍କ ସାକ୍ଷୀ ବାଇବଲରେ ଦିଆଯାଇଥିବା ପରାମର୍ଶକୁ ମାନି ଏପରି କପଡ଼ା ପିନ୍ଧନ୍ତି, ଯାହା ଉପଯୁକ୍ତ କପଡ଼ା ଅଟେ ଏବଂ ଯେଉଁଥିରୁ ମର୍ଯ୍ୟାଦା ଦେଖାଯାଉଥିବ ।—୧ ତୀମଥି ୨:୯.

ସ୍ମାରକରେ କ’ଣ କରାଯାଏ ?

ସଭାକୁ ଗୀତ ଓ ପ୍ରାର୍ଥନାରୁ ଆରମ୍ଭ ଓ ଶେଷ କରାଯାଏ । ଯିହୋବାଙ୍କ ସାକ୍ଷୀମାନଙ୍କ ମଧ୍ୟରୁ ଜଣେ ଭାଇ ପ୍ରାର୍ଥନା କରନ୍ତି । ତାʼପରେ ଗୋଟିଏ ବାଇବଲ ଆଧାରିତ ଭାଷଣ ହେବ ଯେଉଁଥିରେ ବୁଝାଇଦିଆଯିବ ଯେ ଯୀଶୁ କାହିଁକି ନିଜ ଜୀବନ ଦେଲେ । ସେଥିରେ ଏହା ମଧ୍ୟ କୁହାଯିବ ଯେ ଈଶ୍ୱର ଓ ଯୀଶୁ ଖ୍ରୀଷ୍ଟ ଆମ ପାଇଁ ଯାହା କରିଛନ୍ତି, ସେଥିରୁ ଆମକୁ କʼଣ ଲାଭ ମିଳିପାରେ ।

ଆଗାମୀ ଦିନରେ ସ୍ମାରକ କେବେ ପାଳନ କରାଯିବ ?

୨୦୨୫: ୧୨ ଏପ୍ରିଲ୍‌, ଶନିବାର

୨୦୨୬: ୨ ଏପ୍ରିଲ୍‌, ଗୁରୁବାର