इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ପାଇଁ ପରାମର୍ଶ

ଅଧ୍ୟୟନ ପାଇଁ ପରାମର୍ଶ

ଆମ ଜ୍ଞାନରେ ହୋଇଥିବା ପରିବର୍ତ୍ତନ ବିଷୟରେ ନୂଆ ତଥ୍ୟ କେଉଁଠୁ ପାଇବା ?

ଆଜି ଆମେ ରୋମାଞ୍ଚକ ସମୟରେ ବଞ୍ଚୁଛୁ । ଧିରେ ଧିରେ ଯିହୋବା ଆମକୁ ନିଜ ବାକ୍ୟ ବିଷୟରେ ଆଗ ଅପେକ୍ଷା ଅଧିକ ଜ୍ଞାନ ଦେଉଛନ୍ତି । (ଦାନି. ୧୨:୪) କିନ୍ତୁ ବାଇବଲର ଶିକ୍ଷାଗୁଡ଼ିକ ବିଷୟରେ ଆମ ଜ୍ଞାନରେ ଯେଉଁ ପରିବର୍ତ୍ତନ ହୁଏ, ସେବିଷୟରେ ନୂଆ ତଥ୍ୟ ଜାଣିବା ହୁଏତ ଆମକୁ କଠିନ ଲାଗିବ । କିନ୍ତୁ ଆମକୁ ଏବିଷୟରେ ହୋଇଥିବା ପରିବର୍ତ୍ତନର ତଥ୍ୟ କେଉଁଠି ମିଳିବ ?

• ଯେଉଁ ବିଷୟଗୁଡ଼ିକ ଉପରେ ଆମ ଜ୍ଞାନରେ ପରିବର୍ତ୍ତନ ହୋଇଛି, ସେମଧ୍ୟରୁ କିଛି ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ରେ ଦିଆଯାଇଛି । ଏହି ବିଷୟଗୁଡ଼ିକର ସୂଚୀ ଦେଖିବା ପାଇଁ “ୟହୋୱା କେ ସାକ୍ଷୀ” ବିଷୟ ତଳେ ଦିଆଯାଇଥିବା “ନଜରିୟା ଔର ଶିକ୍ଷାଏଁ” ଉପଶୀର୍ଷକରେ “ହାମାରି ଶିକ୍ଷାଓଁ କି ବାଢ଼ତି ସମଝ୍‌” ବିଷୟରେ ଯାʼନ୍ତୁ । କିମ୍ବା ଆପଣ ଚାହିଁଲେ ୱାଚଟାୱର ଲାଇବ୍ରେରୀ କିମ୍ବା ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀରେ ଖୋଜନ୍ତୁ ବକ୍ସରେ “ହାମାରି ଶିକ୍ଷାଓଁ କି ବାଢ଼ତି ସମଝ୍‌” ଟାଇପ୍‌ କରିପାରିବେ (“” ଏହି ଚିହ୍ନ ମଧ୍ୟ ଟାଇପ୍‌ କରନ୍ତୁ) ।

ଏପରି କଲେ କିପରି ହୁଅନ୍ତା ଯଦି ଆପଣ ନିଜ ବ୍ୟକ୍ତିଗତ ଅଧ୍ୟୟନରେ ଏବେ ଏବେ ହୋଇଥିବା କୌଣସି ପରିବର୍ତ୍ତନ ଉପରେ ଅନୁସନ୍ଧାନ କରିବେ ? ଆପଣ ଜାଣିବା ପାଇଁ ଚେଷ୍ଟା କରିପାରିବେ ଯେ ସେହି ବିଷୟ ଉପରେ ଏବେ ଆମ ଜ୍ଞାନ କʼଣ ରହିଛି ଏବଂ ଆମ ଜ୍ଞାନରେ କାହିଁକି ପରିବର୍ତ୍ତନ କରାଗଲା ।