इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ପାଇଁ ପରାମର୍ଶ

ମୁଖ୍ୟ ବିଷୟଗୁଡ଼ିକୁ ଦୋହରାନ୍ତୁ

ମୁଖ୍ୟ ବିଷୟଗୁଡ଼ିକୁ ଦୋହରାନ୍ତୁ

କʼଣ ଆପଣଙ୍କ ସହିତ ବି ଏପରି ହୁଏ ଯେ ଆପଣ ଯାହା ପଢ଼ନ୍ତି ତାହା ଆପଣଙ୍କୁ ମନେ ହିଁ ରହେ ନାହିଁ ? ଆମ ସମସ୍ତଙ୍କ ସହିତ ଏପରି ହୁଏ । ତାହେଲେ ଆପଣ କʼଣ କରିପାରିବେ ? ନିଜ ମନରେ ମୁଖ୍ୟ ବିଷୟଗୁଡ଼ିକୁ ଦୋହରାନ୍ତୁ ।

ଅଧ୍ୟୟନ କରିବା ସମୟରେ ମଝି ମଝିରେ ରହି ଭାବନ୍ତୁ ଯେ ଆପଣ କେଉଁ ବିଶେଷ କଥାଗୁଡ଼ିକ ଶିଖିଲେ । ପ୍ରେରିତ ପାଉଲ ନିଜ ଗୋଟିଏ ଚିଠିରେ ଭାଇଭଉଣୀମାନଙ୍କୁ ଏପରି ହିଁ କରିବା ପାଇଁ ପ୍ରୋତ୍ସାହନ ଦେଇଥିଲେ । ସେ କହିଥିଲେ, “ଆମ୍ଭେମାନେ ଯାହା କହୁଅଛୁ, ସେଥିରେ ପ୍ରଧାନ ବିଷୟ ଏହି ।” (ଏବ୍ରୀ ୮:୧) ଏପରି କହି ସେ ଭାଇଭଉଣୀମାନଙ୍କୁ ଏହା ବୁଝାଉଥିଲେ ଯେ ସେ କʼଣ କହିବା ପାଇଁ ଚାହାନ୍ତି ଏବଂ ତାଙ୍କ ପ୍ରତ୍ୟେକ କଥା କିପରି ମୁଖ୍ୟ ବିଷୟ ସହ ଜଡ଼ିତ ଅଛି ।

ଯଦି ସମ୍ଭବ ତାହେଲେ ଅଧ୍ୟୟନ କଲା ପରେ ୧୦ ମିନିଟ୍‌ ବାହାର କରି ଭାବନ୍ତୁ ଯେ ଆପଣ ଯାହା ପଢ଼ିଲେ ତାʼର ମୁଖ୍ୟ ବିଷୟଗୁଡ଼ିକ କʼଣ । ଯଦି ଆପଣଙ୍କୁ ମନେ ପଡ଼େ ନାହିଁ ତେବେ ପୁଣିଥରେ ଏହି ଲେଖାର ଉପଶୀର୍ଷକଗୁଡ଼ିକୁ ଦେଖନ୍ତୁ । ପ୍ରାୟ ପ୍ରତ୍ୟେକ ପାରାଗ୍ରାଫର ପ୍ରଥମ ଧାଡ଼ିରେ ହିଁ ମୁଖ୍ୟ ବିଷୟ ଦିଆଯାଇଥାଏ, ତାହା ମଧ୍ୟ ପଢ଼ନ୍ତୁ । ଯଦି ଆପଣ କିଛି ନୂଆ କଥା ଶିଖିଲେ, ତାହେଲେ ତାʼକୁ ନିଜ ଶବ୍ଦରେ ବୁଝାଇବା ପାଇଁ ଚେଷ୍ଟା କରନ୍ତୁ । ଏପରି ଭାବେ ଯେବେ ଆପଣ ମୁଖ୍ୟ ବିଷୟଗୁଡ଼ିକୁ ଦୋହରାଇବେ, ତେବେ ଆପଣ ବହୁତ ସହଜରେ ସେଗୁଡ଼ିକୁ ମନେ ରଖିପାରିବେ ଓ ବୁଝିପାରିବେ ଯେ ତାହା କିପରି ଲାଗୁ କରିବାର ଅଛି ।