इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୩୨

ଯୁବାମାନେ, ବାପ୍ତିସ୍ମ ନେବା ପରେ ବି ଆଗକୁ ବଢ଼ିବା ଜାରି ରଖନ୍ତୁ

ଯୁବାମାନେ, ବାପ୍ତିସ୍ମ ନେବା ପରେ ବି ଆଗକୁ ବଢ଼ିବା ଜାରି ରଖନ୍ତୁ

‘ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଅ ।’—ଏଫି. ୪:୧୫.

ଗୀତ ୫୬ ସଚ୍ଚାଇ କୋ ଆପନା ବନାଏଁ

ଲେଖାର ଝଲକ a

୧. ଅନେକ ଯୁବାମାନେ କʼଣ କʼଣ କରିଛନ୍ତି ?

 ପ୍ରତି ବର୍ଷ ହଜାର ହଜାର ଯୁବାମାନେ ବାପ୍ତିସ୍ମ ନିଅନ୍ତି । କʼଣ ଆପଣ ବି ବାପ୍ତିସ୍ମ ନେଇସାରିଛନ୍ତି ? ଯଦି ହଁ, ତାହେଲେ ଆପଣଙ୍କ ଏହି ନିଷ୍ପତ୍ତିରୁ ଆପଣଙ୍କ ମଣ୍ଡଳୀର ଭାଇଭଉଣୀଙ୍କୁ ଓ ଯିହୋବାଙ୍କୁ ବହୁତ ଖୁସି ହୋଇଥିବ । (ହିତୋ. ୨୭:୧୧) ଟିକେ ଭାବନ୍ତୁ, ଏବେ ଯାଏ ଆପଣ କʼଣ କʼଣ କରିଛନ୍ତି । ହୁଏତ ଆପଣ ଅନେକ ବର୍ଷ ଯାଏ ଭଲଭାବେ ବାଇବଲର ଅଧ୍ୟୟନ କଲେ ଆଉ ତାʼପରେ ଆପଣଙ୍କୁ ଭରସା ହୋଇଗଲା ଯେ ବାଇବଲକୁ ଈଶ୍ୱର ହିଁ ଲେଖାଇଛନ୍ତି । ତାʼଠୁ ବି ବଡ଼ କଥା ହେଉଛି ଆପଣ ଯିହୋବାଙ୍କୁ ଜାଣିବାକୁ ଲାଗିଲେ, ତାଙ୍କୁ ପ୍ରେମ କରିବାକୁ ଲାଗିଲେ । ଆଉ ତାଙ୍କ ପାଇଁ ଆପଣଙ୍କ ପ୍ରେମ ଏତେ ବଢ଼ିଗଲା ଯେ ଆପଣ ତାଙ୍କୁ ନିଜ ଜୀବନ ସମର୍ପଣ କରିଦେଲେ ଆଉ ବାପ୍ତିସ୍ମ ନେଇ ତାଙ୍କ ସେବକ ହୋଇଗଲେ । ଆପଣଙ୍କ ନିଷ୍ପତ୍ତିରୁ ଆମେ ବହୁତ ଖୁସି !

୨. ଏହି ଲେଖାରେ ଆମେ କʼଣ ଜାଣିବା ?

  ବାପ୍ତିସ୍ମ ନେବା ପୂର୍ବରୁ ଆପଣଙ୍କ ଆଗରେ ଅନେକ ସମସ୍ୟା ଆସିଥିବ, ଯାହା ଯୋଗୁଁ ଆପଣଙ୍କୁ ଯିହୋବାଙ୍କ ବିଶ୍ୱସ୍ତ ରହିବା ଆହୁରି କଷ୍ଟକର ଲାଗିଥିବ । ଯେପରି ଆପଣ ଧିରେ ଧିରେ ବଡ଼ ହେବେ, ଆପଣଙ୍କ ଆଗରେ ଏପରି ଆହୁରି ସମସ୍ୟା ଆସିବ । ଶୟତାନ ଚାହେଁ ଯେ ଆପଣ ଧିରେ ଧିରେ ଯିହୋବାଙ୍କ ଠାରୁ ଦୂରେଇ ଯାʼନ୍ତୁ, ତାଙ୍କୁ ପ୍ରେମ କରିବା ଛାଡ଼ି ଦିଅନ୍ତୁ ଆଉ ତାଙ୍କ ସେବା ମଧ୍ୟ କରିବା ଛାଡ଼ି ଦିଅନ୍ତୁ । (ଏଫି. ୪:୧୪) କିନ୍ତୁ ଆପଣ ଏପରି ହେବାକୁ ଦିଅନ୍ତୁ ନାହିଁ । ଯେବେ ଆପଣ ନିଜ ଜୀବନ ସମର୍ପଣ କରିଥିଲେ, ତେବେ ଆପଣ ତାଙ୍କୁ ପ୍ରତିଜ୍ଞା କରିଥିଲେ ଯେ ଆପଣ ସବୁବେଳେ ତାଙ୍କର ବିଶ୍ୱସ୍ତ ରହିବେ । ଆପଣ ନିଜର ଏହି ପ୍ରତିଜ୍ଞା କିପରି ପୂରା କରିପାରିବେ ? ବାପ୍ତିସ୍ମ ନେବା ପରେ ମଧ୍ୟ ଆପଣଙ୍କୁ “ପୂରା ଜୋର୍‌ ଦେଇ” ଆଗକୁ ବଢ଼ିବାକୁ ହେବ, ପ୍ରୌଢ଼ ହେବାକୁ ପଡ଼ିବ । (ଏବ୍ରୀ ୬:୧, NWT) ଏହି ଲେଖାରେ କୁହାଯିବ ଯେ ଆପଣ ଏହା କିପରି କରିପାରିବେ ।

ଆମେ ପ୍ରୌଢ଼ ଖ୍ରୀଷ୍ଟିୟାନ କିପରି ହୋଇପାରିବା ?

୩. ବାପ୍ତିସ୍ମ ପରେ ସବୁ ଖ୍ରୀଷ୍ଟିୟାନମାନଙ୍କୁ କʼଣ କରିବା ଜାରି ରଖିବା ଉଚିତ୍‌ ?

ବାପ୍ତିସ୍ମ ନେବା ପରେ ଆମେ ସମସ୍ତଙ୍କୁ ପ୍ରେରିତ ପାଉଲଙ୍କ ସେହି ପରାମର୍ଶ ମାନିବା ଉଚିତ୍‌, ଯାହା ସେ ଏଫିସର ଖ୍ରୀଷ୍ଟିୟାନମାନଙ୍କୁ ଦେଇଥିଲେ । ସେ ସେମାନଙ୍କୁ “ପୂର୍ଣ୍ଣ ବୟସ୍କ” ହେବାକୁ କହିଲେ କିମ୍ବା ବଡ଼ ହେବାକୁ କହିଲେ । (ଏଫି. ୪:୧୩) ସେ ଚାହୁଁଥିଲେ ଯେ ସେମାନେ ଆଗକୁ ବଢ଼ନ୍ତୁ ଓ ପ୍ରୌଢ଼ ଖ୍ରୀଷ୍ଟିୟାନ ହୁଅନ୍ତୁ । ଏହି କଥାକୁ ବୁଝାଇବା ପାଇଁ ପାଉଲ ଗୋଟିଏ ଖ୍ରୀଷ୍ଟିୟାନର ତୁଳନା ଶିଶୁ ସହିତ କଲେ । ଯେବେ ଗୋଟିଏ ଶିଶୁ ଜନ୍ମ ହୁଏ, ତେବେ ତାʼ ବାପାମାଆଙ୍କୁ ବହୁତ ଖୁସି ହୁଏ । କିନ୍ତୁ ସେ ସାରା ଜୀବନ ଶିଶୁ ହୋଇ ରହିପାରିବନି । ଦିନେ ନା ଦିନେ ତାକୁ “ଶିଶୁର ବିଷୟସବୁ ପରିତ୍ୟାଗ” କରିବାକୁ ହେବ ବା ପିଲାଳିଆ ସ୍ୱଭାବ ଛାଡ଼ିବାକୁ ହେବ ଆଉ ବଡ଼ ହେବାକୁ ପଡ଼ିବ । (୧ କରି. ୧୩:୧୧) ସେହିପରି ଖ୍ରୀଷ୍ଟିୟାନମାନଙ୍କୁ ବି ବାପ୍ତିସ୍ମ ନେବା ପରେ ସେଇଠି ହିଁ ଅଟକି ଯିବା ଉଚିତ୍‌ ନୁହେଁ, ବରଂ ଆଗକୁ ବଢ଼ିବା ଜାରି ରଖିବା ଉଚିତ୍‌ । ଆମେ ଏହା କିପରି କରିପାରିବା ? ଆସନ୍ତୁ କିଛି ପରାମର୍ଶ ଉପରେ ଧ୍ୟାନ ଦେବା ?

୪. ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ହେବା ପାଇଁ ଆପଣଙ୍କୁ କʼଣ କରିବାକୁ ପଡ଼ିବ ? ବୁଝାନ୍ତୁ । (ଫିଲିପ୍ପୀୟ ୧:୯)

ଯିହୋବାଙ୍କୁ ଆହୁରି ବେଶି ପ୍ରେମ କରନ୍ତୁ । ଏପରି ନୁହେଁ ଯେ ଆପଣ ଯିହୋବାଙ୍କୁ ପ୍ରେମ କରନ୍ତି ନାହିଁ, କିନ୍ତୁ ଆପଣ ତାଙ୍କୁ ଆହୁରି ବେଶି ପ୍ରେମ କରିପାରିବେ । ଯେବେ ଆପଣ ଏପରି କରିବେ, ତେବେ ଆପଣ ପ୍ରୌଢ଼ ହୋଇପାରିବେ । ପାଉଲ ଚାହୁଁଥିଲେ ଯେ ଫିଲିପ୍ପୀର ଖ୍ରୀଷ୍ଟିୟାନମାନଙ୍କର ମଧ୍ୟ ଯିହୋବାଙ୍କ ପାଇଁ ପ୍ରେମ “ଅଧିକରୁ ଅଧିକ ବୃଦ୍ଧି ପାଉ ।” ସେ ସେମାନଙ୍କୁ ଏପରି କରିବାର ଗୋଟିଏ ଉପାୟ କହିଲେ ଯାହା ଆମେ ଫିଲିପ୍ପୀୟ ୧:୯ ପଦରେ ପଢ଼ିପାରୁ । (ପଢ଼ନ୍ତୁ ।) ସେ କହିଲେ ‘ଜ୍ଞାନ ଓ ସମସ୍ତ ସୂକ୍ଷ୍ମ ବିଚାର’ ଥିଲେ ସେମାନେ ଏପରି କରିପାରିବେ । ଆମେ ଏଥିରୁ କʼଣ ଶିଖିପାରୁ ? ଆମେ ଯେତେ ବେଶି ଯିହୋବାଙ୍କୁ ଜାଣିବା, ସେତେ ବେଶି ଆମେ ତାଙ୍କୁ ପ୍ରେମ କରିବାକୁ ଲାଗିବା । ଆମେ ଜାଣିପାରିବା ଯେ ତାଙ୍କ ଠାରେ କʼଣ କʼଣ ଭଲ ଗୁଣ ରହିଛି ଆଉ ତାଙ୍କ କାମ କରିବାର ଉପାୟ କେତେ ଭଲ । ତାʼପରେ ଆମକୁ ଇଚ୍ଛା ହେବ ଯେ ଆମେ ସବୁବେଳେ ଏପରି କାମ କରିବା ଯେଉଁଥିରୁ ସେ ଖୁସି ହେବେ ଓ କେବେ ବି ତାଙ୍କ ହୃଦୟକୁ କଷ୍ଟ ପହଞ୍ଚାଇବା ନାହିଁ । ଆମେ ସବୁବେଳେ ଏହା ଭାବିବା ଯେ ଯିହୋବା କʼଣ ଚାହାନ୍ତି ଆଉ ସେପରି ହିଁ କରିବା ପାଇଁ ଚେଷ୍ଟା କରିବା ।

୫-୬. ଯଦି ଆମେ ଯିହୋବାଙ୍କୁ ଆହୁରି ବେଶି ପ୍ରେମ କରିବାକୁ ଚାହୁଁ, ତାହେଲେ ଆମକୁ କʼଣ କରିବାକୁ ହେବ ? ବୁଝାନ୍ତୁ ।

ଯେପରି ଆମେ ଦେଖିଲୁ ଯଦି ଆମେ ଯିହୋବାଙ୍କୁ ଆହୁରି ବେଶି ପ୍ରେମ କରିବାକୁ ଚାହୁଁ, ତାହେଲେ ଆମକୁ ତାଙ୍କୁ ଭଲଭାବେ ଜାଣିବାକୁ ହେବ । ଏପରି କରିବାର ଗୋଟିଏ ଉପାୟ ହେଉଛି, ତାଙ୍କ ପୁତ୍ର ଯୀଶୁଙ୍କୁ ଜାଣିବା । (ଏବ୍ରୀ ୧:୩) ଯୀଶୁଙ୍କୁ ଭଲଭାବେ ଜାଣିବା ପାଇଁ ଆମେ ସୁସମାଚାରର ଚାରୋଟି ବହି, ମାଥିଉ, ମାର୍କ, ଲୂକ ଓ ଯୋହନ ପଢ଼ିପାରିବା । ଯଦି ଆପଣ ପ୍ରତିଦିନ ବାଇବଲ ପଢ଼ିପାରନ୍ତି ନାହିଁ, ତାହେଲେ ଆପଣ ଏହି ବହି ଗୁଡ଼ିକରୁ ଆରମ୍ଭ କରିପାରିବେ ଓ ପ୍ରତିଦିନ ବାଇବଲ ପଢ଼ିବାର ଅଭ୍ୟାସ କରିପାରିବେ । ଯୀଶୁଙ୍କ ବିଷୟରେ ପଢ଼ିବା ସମୟରେ ଧ୍ୟାନ ଦିଅନ୍ତୁ ଯେ ତାଙ୍କଠାରେ କʼଣ କʼଣ ଭଲ ଗୁଣ ଥିଲା ଓ ସେ ଲୋକମାନଙ୍କ ସହ କିପରି ବ୍ୟବହାର କରୁଥିଲେ । ଲୋକମାନଙ୍କୁ ତାଙ୍କ ପାଖକୁ ଯିବା ଓ ତାଙ୍କ ସହ କଥା ହେବା ବହୁତ ଭଲ ଲାଗୁଥିଲା ଏପରିକି ଛୋଟ ପିଲାମାନଙ୍କୁ ମଧ୍ୟ ତାଙ୍କ ପାଖକୁ ଯିବା ଭଲ ଲାଗୁଥିଲା ଓ ସେ ସେମାନଙ୍କୁ ନିଜ କୋଳରେ ବସାଉଥିଲେ । (ମାର୍କ ୧୦:୧୩-୧୬) ତାଙ୍କ ଶିଷ୍ୟମାନେ ମଧ୍ୟ ତାଙ୍କୁ ଡ଼ରି ଡରି ରହୁ ନ ଥିଲେ, ବରଂ ସେମାନେ ମନ ଖୋଲି ତାଙ୍କ ସହ କଥା ହେଉଥିଲେ । (ମାଥି. ୧୬:୨୨) ଯୀଶୁ ନିଜ ପିତାଙ୍କ ଭଳି ଥିଲେ ତେଣୁ ସେ ଏପରି ଥିଲେ । ଆମେ ଯିହୋବାଙ୍କୁ ବିନା ଡରି ନିଜ ମନର ସବୁ କଥା କହିପାରିବା । ଆମେ ଭରସା ରଖିପାରିବା ଯେ ସେ ଆମ ବିଷୟରେ କେବେ ବି ଖରାପ ଭାବିବେନି । ସେ ଆମକୁ ବହୁତ ପ୍ରେମ କରନ୍ତି, ସେ ସତରେ ଆମର ଚିନ୍ତା କରନ୍ତି ।—୧ ପିତ. ୫:୭.

ଯେବେ ଯୀଶୁ ଦେଖୁଥିଲେ ଯେ ଲୋକମାନଙ୍କର ପରିସ୍ଥିତି କେତେ ଖରାପ ଅଛି, ତେବେ ତାଙ୍କୁ ଲୋକମାନଙ୍କ ଉପରେ ବହୁତ ଦୟା ଆସୁଥିଲା । ଏବିଷୟରେ ମାଥିଉ ବହିରେ ଲେଖାଅଛି, “ଆଉ ଲୋକସମୂହକୁ ଦେଖି ସେମାନଙ୍କ ପ୍ରତି ସେ ଦୟାରେ ବିଗଳିତ ହେଲେ, କାରଣ ସେମାନେ ଅରକ୍ଷକ ମେଷ ପରି ଦୁର୍ଦ୍ଦଶାଗ୍ରସ୍ତ ଓ ଛିନ୍ନଭିନ୍ନ ଥିଲେ ।” (ମାଥି. ୯:୩୬) ଯେବେ ଯିହୋବା ଏପରି ଲୋକମାନଙ୍କୁ ଦେଖନ୍ତି ଯେଉଁମାନେ ତାଙ୍କୁ ଜାଣନ୍ତି ନାହିଁ ତେବେ ଯିହୋବାଙ୍କୁ ବି ସେହି ଲୋକମାନଙ୍କ ଉପରେ ଦୟା ଆସେ । ଯୀଶୁ କହିଲେ, “ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଯେ ଗୋଟିଏ ବିନଷ୍ଟ ହୁଏ, ଏହା ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ଇଚ୍ଛା ନୁହେଁ ।” (ମାଥି. ୧୮:୧୪) କʼଣ ଏହି କଥା ଆପଣଙ୍କ ହୃଦୟକୁ ଛୁଏନି ? ସତରେ, ଯେତେ ବେଶି ଆପଣ ଯୀଶୁଙ୍କୁ ଜାଣିବେ, ସେତେ ବେଶି ଯିହୋବାଙ୍କୁ ପ୍ରେମ କରିବାକୁ ଲାଗିବେ ।

୭. ଅନୁଭବୀ ଭାଇଭଉଣୀଙ୍କ ସହିତ ସମୟ ବିତାଇଲେ ଆପଣ କʼଣ କରିପାରିବେ ?

ଯଦି ଆପଣ ଯିହୋବାଙ୍କୁ ଆହୁରି ପ୍ରେମ କରିବା ପାଇଁ ଚାହାନ୍ତି ଆଉ ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ହେବାକୁ ଚାହାନ୍ତି, ତେବେ ଆପଣ ନିଜ ମଣ୍ଡଳୀର ଅନୁଭବୀ ଭାଇଭଉଣୀଙ୍କ ସହିତ ସମୟ ବିତାନ୍ତୁ । ଧ୍ୟାନ ଦିଅନ୍ତୁ ଯେ ସେମାନେ କେତେ ଖୁସିରେ ରହନ୍ତି । ସେମାନଙ୍କୁ ଏହି କଥାର ଅବଶୋଷ ନାହିଁ ଯେ ସେମାନେ ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନେଲେ । ଆପଣ ସେମାନଙ୍କୁ ପଚାରିପାରିବେ ଯେ ଯିହୋବାଙ୍କ ସେବା କରିବା ସମୟରେ ସେମାନଙ୍କୁ କʼଣ କʼଣ ଭଲ ଅନୁଭୂତି ମିଳିଛି । ଯଦି ଆପଣଙ୍କୁ କୌଣସି ବଡ଼ ନିଷ୍ପତ୍ତି ନେବାକୁ ପଡ଼େ, ତେବେ ଆପଣ ସେମାନଙ୍କଠୁ ପରାମର୍ଶ ନେଇପାରିବେ । ମନେ ରଖନ୍ତୁ, “ବହୁତ ଉପଦେଷ୍ଟାମାନଙ୍କ ଦ୍ୱାରା ସଫଳତା ଆସିଥାଏ ।”—ହିତୋ. ୧୧:୧୪, ଇଜି-ଟୁ-ରିଡ୍‌ ଭର୍ସନ ।

ଯଦି ଆପଣଙ୍କୁ ସ୍କୁଲରେ ବିବର୍ତ୍ତନ ବିଷୟରେ ଶିଖାଯାଏ, ତେବେ ଆପଣ କʼଣ କରିପାରିବେ ? (ପାରାଗ୍ରାଫ ୮-୯)

୮. ଯଦି ଆପଣଙ୍କୁ ବାଇବଲର ସତ୍ୟଗୁଡ଼ିକ ଉପରେ ସନ୍ଦେହ ହେଉଛି, ତାହେଲେ ଆପଣ କʼଣ କରିପାରିବେ ?

ବାଇବଲର ସତ୍ୟଗୁଡ଼ିକ ଉପରେ ଭରସା ବଢ଼ାନ୍ତୁ । ଯେପରି ଆମେ  ପାରାଗ୍ରାଫ ୨ରେ ଦେଖିଲୁ, ଶୟତାନ ଆପଣଙ୍କ ବିଶ୍ୱାସକୁ ଦୁର୍ବଳ କରିବାକୁ ଓ ଆପଣଙ୍କୁ ଯିହୋବାଙ୍କଠାରୁ ଦୂରକୁ ନେବା ପାଇଁ ଚେଷ୍ଟା କରିବ । ସେ ଚାହେଁ ଯେ ଆପଣ ବାଇବଲର ସତ୍ୟଗୁଡ଼ିକ ଉପରେ ସନ୍ଦେହ କରନ୍ତୁ । ଯେପରି, ଗୋଟିଏ ସତ୍ୟ ହେଉଛି ଯେ ଆମକୁ ଈଶ୍ୱର ସୃଷ୍ଟି କରିଛନ୍ତି । କିନ୍ତୁ ହୁଏତ, କିଛି ଲୋକ ଆପଣଙ୍କୁ ଏହା ଭରସା କରାଇବା ପାଇଁ ଚେଷ୍ଟା କରିବେ ଯେ ଆମକୁ କେହି ସୃଷ୍ଟି କରି ନାହାନ୍ତି, ଆମର କ୍ରମବିକାଶ ହୋଇଛି । ଯେବେ ଆପଣ ଛୋଟ ଥିଲେ, ତେବେ ହୁଏତ ଆପଣ ଏ ବିଷୟରେ ଏତେ ଭାବି ନ ଥିବେ । କିନ୍ତୁ ଏବେ ଆପଣଙ୍କୁ ସ୍କୁଲରେ ଏବିଷୟରେ ଶିଖାଯାଉଛି ଓ ଆପଣଙ୍କ ଟିଚର ଯେପରି ଭାବେ ଆପଣଙ୍କୁ ଏବିଷୟରେ ଶିଖାଉଛନ୍ତି, ସେଥିରୁ ହୁଏତ ଆପଣଙ୍କୁ ଲାଗୁଛି ଯେ ବୋଧେ ଏହି ଶିକ୍ଷା ଠିକ୍‌ ଅଟେ । କିନ୍ତୁ କʼଣ ସେମାନେ କେବେ ଏହି ପ୍ରମାଣଗୁଡ଼ିକ ଉପରେ ଧ୍ୟାନ ଦେଇଛନ୍ତି ଯେଉଁଥିରୁ ଜଣାପଡ଼େ ଯେ ଜଣେ ଈଶ୍ୱର ଅଛନ୍ତି ଯିଏ ସବୁକିଛି ସୃଷ୍ଟି କରିଛନ୍ତି ? ଧ୍ୟାନ ଦିଅନ୍ତୁ ହିତୋପଦେଶ ୧୮:୧୭ ପଦରେ କʼଣ ଲେଖାଯାଇଛି, “ଯେଉଁ ଲୋକ ପ୍ରଥମେ ଆପଣା ବିବାଦ ଜଣାଏ, ସେ ଧାର୍ମିକ ଦେଖାଯାଏ, ମାତ୍ର ତାହାର ପ୍ରତିବାସୀ ଆସି ତାହାକୁ ପରୀକ୍ଷା କରେ ।” ସ୍କୁଲରେ ଆପଣଙ୍କୁ ବହୁତ କିଛି ଶିଖାଯିବ, କିନ୍ତୁ ସବୁ କଥାକୁ ସତ ବୋଲି ଭାବନ୍ତୁ ନାହିଁ । ବାଇବଲ ଓ ଆମ ପ୍ରକାଶନଗୁଡ଼ିକରେ ଅନୁସନ୍ଧାନ କରନ୍ତୁ । ସେହି ଭାଇଭଉଣୀମାନଙ୍କ ସହ କଥା ହୁଅନ୍ତୁ ଯେଉଁମାନେ ପୂର୍ବେ ବିବର୍ତ୍ତନର ଶିକ୍ଷାକୁ ମାନୁଥିଲେ । b ସେମାନଙ୍କୁ ପଚାରନ୍ତୁ ଯେ ସେମାନଙ୍କୁ କିପରି ଭରସା ହେଲା ଯେ ଜଣେ ସୃଷ୍ଟିକର୍ତ୍ତା ଅଛନ୍ତି ଯିଏ ଆମକୁ ବହୁତ ପ୍ରେମ କରନ୍ତି । ତେବେ ଆପଣ ଜାଣିପାରିବେ ଯେ ସତ କʼଣ ଅଟେ ।

୯. ଆପଣ ମେଲିସାରୁ କʼଣ ଶିଖିପାରିବେ ?

ମେଲିସା c ନାମକ ଜଣେ ଭଉଣୀଙ୍କ ମନରେ ପ୍ରଶ୍ନ ଥିଲା ଯେ କʼଣ କେହି ଆମକୁ ସୃଷ୍ଟି କରିଛନ୍ତି ନା ଆମେ ଆପେ ଆପେ ଆସିଗଲୁ । କିନ୍ତୁ ଯେବେ ସେ ଏବିଷୟରେ ଅନୁସନ୍ଧାନ କଲେ, ତେବେ ତାଙ୍କ ସନ୍ଦେହ ଦୂର ହେଲା । ସେ କହନ୍ତି, “ସ୍କୁଲରେ ଟିଚର ଯେପରି ଭାବରେ ବିବର୍ତ୍ତନ ବିଷୟରେ ଶିଖାନ୍ତି, ସେଥିରୁ ଲାଗେ ଯେ ଏହା ହିଁ ସତ ଅଟେ । ଆରମ୍ଭରେ ତ ମୁଁ ଏବିଷୟରେ କିଛି ଅନୁସନ୍ଧାନ କରିବାକୁ ଚାହୁଁ ନ ଥିଲି, କାରଣ ମୋତେ ଡର ଥିଲା ଯେ ମୋତେ ଏକଥାର କିଛି ପ୍ରମାଣ ହିଁ ମିଳିବନି ଯେ ଆମକୁ କେହି ସୃଷ୍ଟି କରିଛନ୍ତି । କିନ୍ତୁ ଯିହୋବା ଚାହାନ୍ତିନି ଯେ ଆମେ ଆଖି ବନ୍ଦ କରି କୌଣସି କଥାକୁ ବିଶ୍ୱାସ କରୁ । ବିଶ୍ୱାସ କରିବାର ଆମ ପାଖରେ ପ୍ରମାଣ ହେବା ଉଚିତ୍‌ ।” ମେଲିସା ଜୀବନର ଆରମ୍ଭ, ପାଞ୍ଚଟି ପ୍ରଶ୍ନର ଉତ୍ତର ପାଇବା ଜରୁରୀ ନାମକ ପତ୍ରିକା ଓ ଅନ୍ୟ କିଛି ପ୍ରକାଶନ ପଢ଼ିଲେ । d ସେ କହନ୍ତି, “ସେଗୁଡ଼ିକୁ ପଢ଼ିବାରୁ ମୋର ସନ୍ଦେହ ପୂରାପୂରି ଦୂର ହୋଇଗଲା । ଏହି ବହିଗୁଡ଼ିକୁ ଆଗରୁ ପଢ଼ିଥିଲେ ବହୁତ ଭଲ ହୁଅନ୍ତା ।”

୧୦-୧୧. ଆପଣ ଖରାପ କାମ କରିବାରୁ ନିଜକୁ କିପରି ରୋକିପାରିବେ ? (୧ ଥେସଲନୀକୀୟ ୪:୩, ୪)

୧୦ ଖରାପ କାମ କରିବାରୁ ନିଜକୁ ରୋକନ୍ତୁ । ଯେପରି ଯୁବାମାନେ ବଡ଼ ହୁଅନ୍ତି, ସେମାନଙ୍କ ଭିତରେ ଅନ୍ୟ କୌଣସି ବ୍ୟକ୍ତି ସହ ସମ୍ପର୍କ ରଖିବାର ଇଚ୍ଛା ବଢ଼ିବାକୁ ଲାଗେ । ଦୁନିଆର ଲୋକମାନେ କହନ୍ତି ଯେ ବିବାହର ପୂର୍ବରୁ ଯୌନ ସମ୍ପର୍କ ରଖିବାରେ କିଛି ଭୁଲ ନାହିଁ ଓ ସେମାନେ ଆପଣଙ୍କୁ ମଧ୍ୟ ଏପରି କରିବା ପାଇଁ କହିପାରନ୍ତି । ଶୟତାନ ବି ଚାହେଁ ଯେ ଆପଣ ଏପରି ଇଚ୍ଛାଗୁଡ଼ିକୁ ନିଜ ଉପରେ ପ୍ରଭାବ ପକାଇବାକୁ ଦିଅନ୍ତୁ ଓ କୌଣସି ଭୁଲ କାମ କରନ୍ତୁ । ଆପଣ କୌଣସି ଭୁଲ କାମ କରିବାରୁ କିପରି ନିଜକୁ ରୋକିପାରିବେ ? (୧ ଥେସଲନୀକୀୟ ୪:୩, ୪ ପଢ଼ନ୍ତୁ ।) ଯେବେ ଆପଣ ଏକୁଟିଆରେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତି, ତେବେ ତାଙ୍କୁ ସ୍ପଷ୍ଟ ଭାବେ କହନ୍ତୁ ଯେ ଆପଣଙ୍କ ମନରେ କʼଣ ଚାଲୁଛି ଏବଂ ତାଙ୍କୁ କହନ୍ତୁ ଯେ ସେ ଆପଣଙ୍କୁ ଏହି ଇଚ୍ଛାଗୁଡ଼ିକୁ କାବୁ କରିବା ପାଇଁ ସାହାଯ୍ୟ କରନ୍ତୁ । (ମାଥି. ୬:୧୩) ଏହା ଭାବି ଡରନ୍ତୁନି ଯେ ଯିହୋବା ଆପଣଙ୍କ ବିଷୟରେ କʼଣ ଭାବିବେ କିମ୍ବା ଆପଣଙ୍କୁ ଦଣ୍ଡ ଦେବେ । ସେ ଆପଣଙ୍କର ସାଙ୍ଗ ଅଟନ୍ତି, ଶତ୍ରୁ ନୁହନ୍ତି । (ଗୀତ. ୧୦୩:୧୩, ୧୪) ବାଇବଲ ପଢ଼ିଲେ ମଧ୍ୟ ଆପଣଙ୍କୁ ବହୁତ ସାହାଯ୍ୟ ମିଳିପାରେ । ମେଲିସାକୁ ବି ଖରାପ ଇଚ୍ଛାଗୁଡ଼ିକରୁ କାବୁ ପାଇବା କଷ୍ଟକର ଲାଗୁଥିଲା । ସେ କହେ, “ପ୍ରତିଦିନ ବାଇବଲ ପଢ଼ିବାରୁ ମୋତେ ବହୁତ ସାହାଯ୍ୟ ମିଳିଛି । ଏହାକୁ ପଢ଼ିଲେ ମୁଁ ମନେ ରଖିପାରେ ଯେ ମୁଁ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କରିଛି ଓ ମୋତେ ତାଙ୍କୁ ଖୁସି କରିବାର ଅଛି ।”—ଗୀତ. ୧୧୯:୯.

୧୧ ଏପରି ଭାବନ୍ତୁନି ଯେ ଆପଣଙ୍କୁ ନିଜେ ହିଁ ନିଜ ଇଚ୍ଛା ବିରୁଦ୍ଧରେ ଲଢ଼ିବାର ଅଛି । ଆପଣ ଏବିଷୟରେ ନିଜ ବାପାମାଆଙ୍କ ସହ କଥା ହୋଇପାରିବେ । ହୁଏତ ଆପଣଙ୍କୁ ଏପରି ବିଷୟରେ ସେମାନଙ୍କ ସହ କଥା ହେବା କଷ୍ଟକର ଲାଗିପାରେ, କିନ୍ତୁ ତାଙ୍କ ସହ କଥା ହେବା ଜରୁରୀ ଅଟେ । ମେଲିସା କହନ୍ତି, “ମୁଁ ଯିହୋବାଙ୍କୁ ସାହସ ପାଇଁ ପ୍ରାର୍ଥନା କଲି ଓ ତାʼପରେ ବାପାଙ୍କୁ କହିଲି ଯେ ମୋ ମନରେ କʼଣ ଚାଲୁଛି । ତାଙ୍କ ସହ କଥା ହୋଇ ମୋତେ ବହୁତ ଭଲ ଲାଗିଲା ଆଉ ମୁଁ ଜାଣିଥିଲି ଯେ ଯିହୋବା ମୋଠାରୁ ନିଶ୍ଚୟ ଖୁସି ହେବେ ।”

୧୨. ଆପଣ ଠିକ୍‌ ନିଷ୍ପତ୍ତି କିପରି ନେଇପାରିବେ ?

୧୨ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଅନ୍ତୁ । ଯେତେବେଳେ ଆପଣ ଛୋଟ ଥିଲେ, ସେତେବେଳେ ହୁଏତ ଆପଣଙ୍କ ବାପାମାଆ ଆପଣମାନଙ୍କୁ କହୁଥିଲେ ଯେ ଆପଣଙ୍କୁ କʼଣ କରିବା ଉଚିତ୍‌ । କିନ୍ତୁ ଯେପରି ଆପଣ ଧିରେ ଧିରେ ବଡ଼ ହେବେ, ଆପଣଙ୍କୁ ନିଜେ ଅନେକ ନିଷ୍ପତ୍ତି ନେବାକୁ ପଡ଼ିବ । କିନ୍ତୁ ଆପଣଙ୍କୁ ଜୀବନର ଏତେ ଅନୁଭୂତି ନାହିଁ । ତାହେଲେ ଆପଣ କିପରି ଭଲ ନିଷ୍ପତ୍ତି ନେଇପାରିବେ ଯେଉଁଥିରୁ ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ ଖରାପ ହେବନି ? (ହିତୋ. ୨୨:୩) କାରି ନାମକ ଜଣେ ଭଉଣୀ କହନ୍ତି ଯେ ଭଲ ନିଷ୍ପତ୍ତି ନେବା ପାଇଁ ଏହା ଜରୁରୀ ନୁହେଁ ଯେ ଆପଣଙ୍କ ପାଖରେ ସବୁ କଥା ପାଇଁ ଆଇନକାନୁନ ରହୁ । ସେ କହନ୍ତି, “ମୁଁ ବୁଝିଗଲି ଯେ ମୋତେ ସବୁ ଜିନିଷ ପାଇଁ ନିୟମ ଖୋଜିବା ଦରକାର ନାହିଁ, ବରଂ ମୋତେ ଏହା ଭାବିବା ଉଚିତ୍‌ ଯେ ବାଇବଲରେ ଏବିଷୟରେ କʼଣ ସିଦ୍ଧାନ୍ତ ଦିଆଯାଇଛି ।” ତେଣୁ ଆପଣ ଯେବେବି ବାଇବଲ ପଢ଼ନ୍ତି, ତେବେ ନିଜକୁ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: ‘ଏହି ପଦଗୁଡ଼ିକରୁ ମୁଁ ଯିହୋବାଙ୍କ ବିଷୟରେ କʼଣ ଜାଣିଲି, ସେ କିପରି ଭାବନ୍ତି ? କʼଣ ଏଗୁଡ଼ିକରେ କିଛି ଏପରି ସିଦ୍ଧାନ୍ତ ଦିଆଯାଇଛି ଯାହାକୁ ଧ୍ୟାନରେ ରଖି ମୁଁ ଠିକ୍‌ ନିଷ୍ପତ୍ତି ନେଇପାରିବି ? ଆଉ ଏହି ସିଦ୍ଧାନ୍ତଗୁଡ଼ିକୁ ମାନିଲେ ମୋତେ କʼଣ ଲାଭ ହେବ ?’ (ଗୀତ. ୧୯:୭; ଯିଶା. ୪୮:୧୭, ୧୮) ଯଦି ଆପଣ ବାଇବଲ ପଢ଼ନ୍ତି ଓ ସେଥିରେ ଦିଆଯାଇଥିବା ସିଦ୍ଧାନ୍ତଗୁଡ଼ିକ ବିଷୟରେ ଚିନ୍ତନ କରନ୍ତି, ତାହେଲେ ଆପଣ ଏପରି ନିଷ୍ପତ୍ତି ନେଇପାରିବେ ଯେଉଁଥିରୁ ଯିହୋବା ଖୁସି ହେବେ । ପ୍ରତ୍ୟେକ ଥର କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆପଣଙ୍କୁ ସେବିଷୟରେ କୌଣସି ନିୟମ ଖୋଜିବାକୁ ପଡ଼ିବନି । ଆପଣଙ୍କୁ ଜଣାଥିବ ଯେ ଯିହୋବା କିପରି ଭାବନ୍ତି, ତେଣୁ ଆପଣ ସଠିକ୍‌ ନିଷ୍ପତ୍ତି ନେଇପାରିବେ ।

ଏହି ଯୁବା ଭଉଣୀ କିପରି ସାଙ୍ଗ କରିଲେ ଓ ଲକ୍ଷ୍ୟ ରଖିଲେ ? (ପାରାଗ୍ରାଫ ୧୩)

୧୩. ଭଲ ସାଙ୍ଗମାନଙ୍କର ଆମ ଉପରେ କʼଣ ପ୍ରଭାବ ପଡ଼ିପାରେ ? (ହିତୋପଦେଶ ୧୩:୨୦)

୧୩ ଏପରି ଲୋକମାନଙ୍କ ସହ ସାଙ୍ଗ ହୁଅନ୍ତୁ ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି । ଆମେ ଯେଉଁ ଲୋକମାନଙ୍କ ସହ ସାଙ୍ଗ ହେଉ, ଧିରେ ଧିରେ ତାଙ୍କ ଭଳି ହୋଇଯାଉ । ତେଣୁ ଯେପରି ଆମେ ପାରାଗ୍ରାଫ ୭ରେ ଦେଖିଲୁ, ଯଦି ଆପଣ ପ୍ରୌଢ଼ ହେବାକୁ ଚାହାନ୍ତି, ତାହେଲେ ପ୍ରୌଢ଼ ଭାଇଭଉଣୀମାନଙ୍କ ସହ ସାଙ୍ଗ ହୁଅନ୍ତୁ । (ହିତୋପଦେଶ ୧୩:୨୦ ପଢ଼ନ୍ତୁ ।) ସାରା ନାମକ ଜଣେ ଭଉଣୀ କହନ୍ତି ଯେ କିଛି ସମୟ ପୂର୍ବରୁ ତାଙ୍କୁ ଯିହୋବାଙ୍କ ସେବାରେ ଏତେ ଖୁସି ମିଳୁ ନ ଥିଲା । ତାହେଲେ କେଉଁ କଥା ତାଙ୍କୁ ସାହାଯ୍ୟ କଲା ? ସେ କହନ୍ତି, “ମୋତେ ଠିକ୍‌ ସମୟରେ ଅନେକ ଭଲ ସାଙ୍ଗ ମିଳିଲେ । ଜଣେ ଯୁବା ଭଉଣୀ ପ୍ରତି ସପ୍ତାହ ମୋ ସହ ପ୍ରହରୀଦୁର୍ଗର ଅଧ୍ୟୟନ କରିବାକୁ ଲାଗିଲେ । ମୋର ଆଉ ଜଣେ ସାଙ୍ଗ ମୋତେ ସଭାରେ ଉତ୍ତର ଦେବା ପାଇଁ ସାହାଯ୍ୟ କଲେ । ନିଜ ସାଙ୍ଗମାନଙ୍କ ସାହାଯ୍ୟରେ ମୁଁ ଆହୁରି ଭଲଭାବେ ବ୍ୟକ୍ତିଗତ ଅଧ୍ୟୟନ ଓ ପ୍ରାର୍ଥନା କରିବାକୁ ଲାଗିଲି । ଯିହୋବାଙ୍କ ସହ ମୋ ସମ୍ପର୍କ ମଜବୁତ୍‌ ହେବାକୁ ଲାଗିଲା ଓ ମୁଁ ପୁଣିଥରେ ଖୁସିରେ ରହିବାକୁ ଲାଗିଲି ।”

୧୪. ଜୁଲିୟନ ଭଲ ସାଙ୍ଗ କିପରି କରିପାରିଲା ?

୧୪ ଆପଣ କିପରି ଭଲ ସାଙ୍ଗ କରିପାରିବେ ? ଜୁଲିୟନ ଯିଏ ଜଣେ ପ୍ରାଚୀନ ଅଟେ, ସେ କହେ, “ଯେବେ ମୁଁ ଛୋଟ ଥିଲି ତେବେ ପ୍ରଚାର କରିବା ସମୟରେ ଭାଇଭଉଣୀମାନେ ମୋର ବହୁତ ଭଲ ସାଙ୍ଗ ହୋଇଗଲେ । ସେମାନେ ବହୁତ ଉତ୍ସାହର ସହ କାମ କରୁଥିଲେ ଓ ସେମାନଙ୍କ ସହ ରହିବାରୁ ମୋତେ ମଧ୍ୟ ପ୍ରଚାର କାମରେ ବହୁତ ମଜା ଲାଗିଲା । ମୁଁ ଭାବି ନେଇଥିଲି ଯେ ମୁଁ ବଡ଼ ହୋଇ ପୂର୍ଣ୍ଣ ସମୟର ସେବା କରିବି । ପୂର୍ବରୁ ମୁଁ କେବଳ ନିଜ ବୟସର ପିଲାମାନଙ୍କ ସହ ସାଙ୍ଗ ହେଉଥିଲି, କିନ୍ତୁ ପରେ ମୁଁ ଦେଖିଲି ଯେ ବଡ଼ ଲୋକମାନେ ମଧ୍ୟ ବହୁତ ଭଲ ସାଙ୍ଗ ହୋଇପାରିବେ । ତାʼପରେ ମୁଁ ବୈଥେଲ ଆସିଗଲି ଓ ସେଠାରେ ମଧ୍ୟ ମୁଁ ବହୁତ ଭଲ ସାଙ୍ଗ କରିପାରିଲି । ସେମାନଙ୍କୁ ଦେଖି ମୁଁ ଏକଥା ଉପରେ ଧ୍ୟାନ ଦେବାକୁ ଲାଗିଲି ଯେ ମୁଁ କେଉଁ ପ୍ରକାରର ମନୋରଞ୍ଜନ କରେ ଓ ଏଥିରୁ ଯିହୋବାଙ୍କ ସହ ମୋ ସମ୍ପର୍କ ଆହୁରି ଦୃଢ଼ ହୋଇଗଲା ।”

୧୫. ପାଉଲ ତୀମଥିକୁ କେଉଁମାନଙ୍କଠାରୁ ଦୂରେଇ ରହିବା ପାଇଁ କହିଲେ ? (୨ ତୀମଥି ୨:୨୦-୨୨)

୧୫ ଆମେ ସମସ୍ତେ ଏପରି ସାଙ୍ଗ କରିବାକୁ ଚାହୁଁ ଯାହାର ଯିହୋବାଙ୍କ ସହ ମଜବୁତ୍‌ ସମ୍ପର୍କ ଥିବ । ତେଣୁ ମଣ୍ଡଳୀରେ ମଧ୍ୟ ଆମେ ଭାବିଚିନ୍ତି ସାଙ୍ଗ କରିବା ଉଚିତ୍‌ । କାରଣ ଏହା ଜରୁରୀ ନୁହେଁ ଯେ ପ୍ରତ୍ୟେକ ବ୍ୟକ୍ତିର ଯିହୋବାଙ୍କ ସହ ଭଲ ସମ୍ପର୍କ ଥିବ । ପ୍ରଥମ ଶତାବ୍ଦୀରେ ମଧ୍ୟ ଏପରି କିଛି ଲୋକ ଥିଲେ, ତେଣୁ ପାଉଲ ତୀମଥିକୁ ଏପରି ଲୋକମାନଙ୍କଠାରୁ ଦୂରେଇ ରହିବା ପାଇଁ କହିଲେ । (୨ ତୀମଥି ୨:୨୦-୨୨ ପଢ଼ନ୍ତୁ ।) ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ ବହୁମୂଲ୍ୟ ଅଟେ । ଆଉ ତାଙ୍କ ସହ ସମ୍ପର୍କ ଗଢ଼ିବା ପାଇଁ ଆପଣ ବହୁତ ପରିଶ୍ରମ କରିଛନ୍ତି । ତେଣୁ ଏପରି କୌଣସି ବି ବ୍ୟକ୍ତି ସହ ସାଙ୍ଗ ହୁଅନ୍ତୁ ନାହିଁ ଯାହାଯୋଗୁଁ ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ ଖରାପ ହୋଇଯିବ ।—ଗୀତ. ୨୬:୪.

ଲକ୍ଷ୍ୟ ରଖନ୍ତୁ ଓ ଆଗକୁ ବଢ଼ନ୍ତୁ

୧୬. ଆପଣଙ୍କୁ କିପରି ଲକ୍ଷ୍ୟ ରଖିବା ଉଚିତ୍‌ ?

୧୬ ଭଲ ଲକ୍ଷ୍ୟ ରଖନ୍ତୁ । ଏପରି ଲକ୍ଷ୍ୟ ରଖନ୍ତୁ ଯେଉଁଥିରୁ ଆପଣଙ୍କ ବିଶ୍ୱାସ ବଢ଼ିବ ଓ ଆପଣ ଏକ ପ୍ରୌଢ଼ ଖ୍ରୀଷ୍ଟିୟାନ ହୋଇପାରିବେ । (ଏଫି. ୩:୧୬) ଯେପରି, ଆପଣ ପ୍ରତିଦିନ ବାଇବଲ ପଢ଼ିବା ଓ ଲଗାତାର ବ୍ୟକ୍ତିଗତ ଅଧ୍ୟୟନ କରିବାର ଅଭ୍ୟାସ କରିପାରିବେ । (ଗୀତ. ୧:୨, ୩) କିମ୍ବା ଆପଣ ଆହୁରି ଭଲଭାବେ ପ୍ରାର୍ଥନା କରିବାର ଲକ୍ଷ୍ୟ ରଖିପାରିବେ ଓ ଅଧିକରୁ ଅଧିକ ପ୍ରାର୍ଥନା କରିବା ପାଇଁ ଚେଷ୍ଟା କରିପାରିବେ । କିମ୍ବା ଆପଣ ଲକ୍ଷ୍ୟ ରଖିପାରିବେ ଯେ ଏବେ ଠାରୁ ଆପଣ ଏ କଥା ଉପରେ ଆହୁରି ଧ୍ୟାନ ଦେବେ ଯେ ଆପଣ କିପରି ମନୋରଞ୍ଜନ କରନ୍ତି ଓ କେଉଁ କାମଗୁଡ଼ିକରେ ସମୟ ବିତାନ୍ତି । (ଏଫି. ୫:୧୫, ୧୬) ଯେବେ ଯିହୋବା ଦେଖିବେ ଯେ ଆପଣ ଆଗେ ବଢ଼ିବା ପାଇଁ କେତେ ପରିଶ୍ରମ କରୁଛନ୍ତି, ତେବେ ସେ ବହୁତ ଖୁସି ହେବେ ।

ଏହି ଯୁବା ଭଉଣୀ କିପରି ସାଙ୍ଗ କରିଲେ ଓ ଲକ୍ଷ୍ୟ ରଖିଲେ ? (ପାରାଗ୍ରାଫ ୧୭)

୧୭. ଆପଣଙ୍କୁ କାହିଁକି ଅନ୍ୟମାନଙ୍କୁ ସାହାଯ୍ୟ କରିବା ଉଚିତ୍‌ ? 

୧୭ ଅନ୍ୟମାନଙ୍କୁ ସାହାଯ୍ୟ କରି ମଧ୍ୟ ଆପଣ ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୋଇପାରିବେ । ଯୀଶୁ କହିଥିଲେ, “ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଶ୍ରେୟସ୍କର ।” (ପ୍ରେରି. ୨୦:୩୫) ଏବେ ଆପଣ ଯୁବା ଅଛନ୍ତି ଓ ଆପଣଙ୍କ ପାଖରେ ବହୁତ ଶକ୍ତି ଅଛି । ଯଦି ଆପଣ ସମୟ ବାହାର କରି ଅନ୍ୟମାନଙ୍କୁ ସାହାଯ୍ୟ କରିବେ, ତାʼହେଲେ ଆପଣଙ୍କୁ ବହୁତ ଖୁସି ମିଳିବ । ଯେପରି, ଆପଣ ନିଜ ମଣ୍ଡଳୀର ବୃଦ୍ଧ କିମ୍ବା ରୋଗରେ ଥିବା ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବାର ଲକ୍ଷ୍ୟ ରଖିପାରିବେ । ଯଦି ସେମାନଙ୍କୁ ବଜାରରୁ କିଛି ଆଣିବାର ଅଛି, ତାହେଲେ ଆପଣ ସେମାନଙ୍କୁ ଆଣିକି ଦେଇପାରିବେ । କିମ୍ବା ଆପଣ ସେମାନଙ୍କୁ ଫୋନ୍‌ ବା କମ୍ପ୍ୟୁଟର ଭଳି ଉପକରଣ ଚଳାଇବାରେ ମଧ୍ୟ ସାହାଯ୍ୟ କରିପାରିବେ । ଭାଇମାନେ ସହାୟକ ସେବକ ହେବା ପାଇଁ ଲକ୍ଷ୍ୟ ରଖିପାରିବେ, କାରଣ ଏପରି ଭାବେ ସେମାନେ ଭାଇଭଉଣୀମାନଙ୍କୁ ଆହୁରି ଅଧିକ ସାହାଯ୍ୟ କରିପାରିବେ । (ଫିଲିପ୍‌. ୨:୪) ଆପଣ ପ୍ରଚାର କରି ଅନ୍ୟ ଲୋକମାନଙ୍କୁ ସାହାଯ୍ୟ କରିପାରିବେ । (ମାଥି. ୯:୩୬, ୩୭) ଆଉ ଯଦି ସମ୍ଭବ ତାʼହେଲେ ଆପଣ ପୂର୍ଣ୍ଣ ସମୟର ସେବା କରିବାର ମଧ୍ୟ  ଲକ୍ଷ୍ୟ ରଖିପାରିବେ ।  

୧୮. ପୂର୍ଣ୍ଣ ସମୟର ସେବା କଲେ ଆପଣ ଯିହୋବାଙ୍କର ଆହୁରି ନିକଟତର କିପରି ହୋଇପାରିବେ ?

୧୮ ପୂର୍ଣ୍ଣ ସମୟର ସେବା କଲେ ଆପଣଙ୍କୁ ଯିହୋବାଙ୍କ ସେବା କରିବାର ଆହୁରି ସୁଯୋଗ ମିଳିବ । ଏପରି ଭାବେ ଆପଣ ତାଙ୍କର ଆହୁରି ନିକଟତର ହୋଇପାରିବେ ଓ ପ୍ରୌଢ଼ ହୋଇପାରିବେ । ଯେପରି, ଯଦି ଆପଣ ଅଗ୍ରଦୂତ ସେବା କରିବେ, ତାʼହେଲେ ଆପଣଙ୍କୁ ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ ଯିବାର ସୁଯୋଗ ମିଳିପାରେ, ଆପଣ ହୁଏତ ବୈଥେଲରେ ସେବା କରିପାରିବେ କିମ୍ବା ନିର୍ମାଣ କାମରେ ସାହାଯ୍ୟ କରିପାରିବେ । କେଟ୍‌ଲିନ ନାମକ ଜଣେ ଭଉଣୀ, ଯିଏ ୨୧ ବର୍ଷର ଅଟେ ଓ ଅଗ୍ରଦୂତ ସେବା କରୁଛି, ସେ କହେ, “ବାପ୍ତିସ୍ମ ନେବା ପରେ, ମୁଁ ଅନୁଭବୀ ଭାଇଭଉଣୀଙ୍କ ସହ ପ୍ରଚାରରେ ଅଧିକ ସମୟ ବିତାଇଲି । ସେଥିରୁ ଯିହୋବାଙ୍କ ସହ ମୋ ସମ୍ପର୍କ ଆହୁରି ଦୃଢ଼ ହୋଇଗଲା । ସେମାନଙ୍କୁ ଦେଖି ମୋତେ ବି ଇଚ୍ଛା ହେଲା ଯେ ମୁଁ ମଧ୍ୟ ଭଲଭାବେ ବାଇବଲ ଅଧ୍ୟୟନ କରେ ଓ ଅନ୍ୟମାନଙ୍କୁ ଆହୁରି ଭଲଭାବେ ଶିଖାଇବା ପାଇଁ ଚେଷ୍ଟା କରେ ।” 

୧୯. ଯେପରି ଆପଣ ପ୍ରୌଢ଼ ହୋଇ ହୋଇଯିବେ ଆପଣଙ୍କୁ କʼଣ କʼଣ ଆଶିଷ ମିଳିବ ?

୧୯ ଯେପରି ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ ମଜବୁତ୍‌ ହୋଇ ହୋଇଯିବ ଓ ଆପଣ ପ୍ରୌଢ଼ ହୋଇଯିବେ, ଆପଣଙ୍କୁ ଅନେକ ଆଶିଷଗୁଡ଼ିକ ମିଳିବ । ନିଜର ସବୁ ସମୟ ଦୁନିଆରେ ନଷ୍ଟ କରିବା ପରିବର୍ତ୍ତେ, ଆପଣ ଠିକ୍‌ କାମରେ ସମୟ ଦେଇପାରିବେ । (୧ ଯୋହ. ୨:୧୭) ଆପଣ ଭୁଲ ନିଷ୍ପତ୍ତି ନେବାରୁ ରକ୍ଷା ପାଇପାରିବେ ଓ ଆପଣଙ୍କୁ କୌଣସି କଥାର ଅବଶୋଷ ହେବ ନାହିଁ । ଆପଣ ଠିକ୍‌ ନିଷ୍ପତ୍ତି ନେବେ ଓ ଖୁସିରେ ରହିବେ । (ହିତୋ. ୧୬:୩) ଆପଣଙ୍କର ବଢ଼ିଆ ଉଦାହରଣର ମଣ୍ଡଳୀର ଅନ୍ୟ ଭାଇଭଉଣୀଙ୍କ ଉପରେ ଭଲ ପ୍ରଭାବ ପଡ଼ିବ ଓ ସେମାନଙ୍କର ଉତ୍ସାହ ବଢ଼ିବ । (୧ ତୀମ. ୪:୧୨) ସବୁଠୁ ବଡ଼ କଥା, ଆପଣଙ୍କୁ ଏ କଥାର ଖୁସି ଥିବ ଯେ ଆପଣଙ୍କର ଯିହୋବାଙ୍କ ସହିତ ଭଲ ସମ୍ପର୍କ ଅଛି ଓ ସେ ଆପଣଙ୍କ ଠାରୁ ବହୁତ ଖୁସି ଅଛନ୍ତି ।—ହିତୋ. ୨୩:୧୫, ୧୬.

ଗୀତ ୮୮ ମୁଝେ ଅପନୀ ରାହେଁ ସିଖା

a ଯେବେ ଯୁବାମାନେ ବାପ୍ତିସ୍ମ ନିଅନ୍ତି, ତେବେ ଯିହୋବାଙ୍କ ସମସ୍ତ ସେବକମାନଙ୍କୁ ବହୁତ ଖୁସି ହୁଏ । କିନ୍ତୁ ବାପ୍ତିସ୍ମ ନେବା ହିଁ ସବୁକିଛି ନୁହେଁ । ତାʼପରେ ମଧ୍ୟ ଏହି ଭାଇଭଉଣୀଙ୍କୁ ଆଗକୁ ବଢ଼ିବା ଜାରି ରଖିବାକୁ ହେବ । ଏହି ଲେଖାରେ ଆମେ ଜାଣିବା ଯେ ଯେଉଁ ଯୁବା ଭାଇଭଉଣୀମାନେ ବାପ୍ତିସ୍ମ ନେଇଛନ୍ତି, ସେମାନେ କିପରି ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୋଇପାରିବେ ।

b ଏପରି କିଛି ଭାଇଭଉଣୀମାନଙ୍କ ଇଣ୍ଟରଭ୍ୟୁ ଦେଖିବା ପାଇଁ JW.ORG ୱେବସାଇଟ୍‌ରେ “ଜୀବନର ଆରମ୍ଭ ବିଷୟରେ ସେମାନଙ୍କର ମତ” ଭାଗରେ ଯାଆନ୍ତୁ ।

c କିଛି ନାମ ବଦଳାଇ ଦିଆଯାଇଛି ।