ଆପଣଙ୍କ ପ୍ରଶ୍ନ
ଜୁନ୍ ୨୦୨୦ ମସିହାର ପ୍ରହରୀଦୁର୍ଗର “ତେରା ନାମ୍ ପୱିତ୍ର କିୟା ଜାଏ” ଲେଖାରେ ଯିହୋବାଙ୍କ ନାମ ଓ ତାଙ୍କ ଶାସନ କରିବାର ଅଧିକାର ବିଷୟରେ ଆମେ ଯାହା ମାନୁଥିଲୁ, ସେଥିରେ କʼଣ ପରିବର୍ତ୍ତନ କରାଯାଇଥିଲା ?
ସେହି ଲେଖାରେ ଆମେ ଶିଖିଥିଲୁ ଯେ ପ୍ରକୃତରେ ଦେଖିବାକୁ ଗଲେ ମଣିଷ ଓ ସ୍ୱର୍ଗଦୂତମାନଙ୍କ ଆଗରେ ଗୋଟିଏ ହିଁ ବଡ଼ ମାମଲା ଅଛି । ତାହା ହେଉଛି, ଯିହୋବାଙ୍କ ନାମ ପବିତ୍ର କରିବା । ତାʼଛଡ଼ା ଆଉ ଦୁଇଟି ପ୍ରଶ୍ନ କରାଯାଇଛି: (୧) କʼଣ ଯିହୋବାଙ୍କ ଶାସନ ହିଁ ସବୁଠୁ ବଢ଼ିଆ ଅଟେ ? (୨) କʼଣ ମଣିଷମାନେ ଯିହୋବାଙ୍କ ବିଶ୍ୱସ୍ତ ରହିବେ ? ଏଗୁଡ଼ିକର ଉତ୍ତର ପାଇବା ବି ଜରୁରୀ ଅଟେ, କିନ୍ତୁ ଏହା ସେହି ବଡ଼ ମାମଲାର ହିଁ ଭାଗ ଅଟେ ।
କିନ୍ତୁ ଏବେ ଆମେ ଯିହୋବାଙ୍କ ନାମକୁ ପବିତ୍ର କାରାଯିବାର ଗୁରୁତ୍ୱପୂର୍ଣ୍ଣ ମାମଲାକୁ କାହିଁକି ଏତେ ମହତ୍ତ୍ୱ ଦେଉଛୁ ? ଆସନ୍ତୁ ଏହାର ତିନୋଟି କାରଣ ଉପରେ ଧ୍ୟାନ ଦେବା ।
ପ୍ରଥମ କାରଣ, ଏଦନ ଉଦ୍ୟାନରେ ଶୟତାନ ଯିହୋବାଙ୍କ ନାମକୁ ବଦନାମ କରିବା ପାଇଁ ଚେଷ୍ଟା କଲା । ସେ ବହୁତ ଭାବିଚିନ୍ତି ହବାର ମନରେ ଏହି କଥା ପୂରାଇବା ପାଇଁ ଚେଷ୍ଟା କଲା ଯେ ଯିହୋବା ବହୁତ ନିଷ୍ଠୁର ଅଟନ୍ତି, ସେ ଏପରି ଆଜ୍ଞା ଦିଅନ୍ତି ଯାହାକୁ ପାଳନ କରିବା ବହୁତ କଠିନ ଅଟେ । ଆଉ ସେ ସେମାନଙ୍କୁ ଭଲ ଜିନିଷଗୁଡ଼ିକ ବି ଦେବା ପାଇଁ ଚାହାନ୍ତି ନାହିଁ । କେବଳ ଏତିକି ନୁହେଁ, ଯିହୋବା ଯାହା ବି କହିଥିଲେ ଶୟତାନ ପୂରାପୂରି ତାʼବିପରୀତ କଥା କହିଲା । ଏପରି ଭାବେ ସେ ଯିହୋବାଙ୍କୁ ମିଥ୍ୟାବାଦୀ କହିଲା ଓ ତାଙ୍କ ନାମ ବଦନାମ କଲା । ଏହି କାରଣ ଯୋଗୁଁ ତାକୁ “ଦିଆବଳ” କୁହାଗଲା, ଯାହାର ଅର୍ଥ ହେଉଛି “ନିନ୍ଦକ ।” (ପ୍ରକା. ୧୨:୯; ଯୋହ. ୮:୪୪) ଆଉ ହବା ବି ଶୟତାନର ମିଛ କଥା ଉପରେ ବିଶ୍ୱାସ କରିନେଲା । ସେ ଯିହୋବାଙ୍କ କଥା ମାନିଲା ନାହିଁ । ଏପରି ଭାବେ ସେ ଦେଖାଇଲା ଯେ ସେ ଯିହୋବାଙ୍କୁ ନିଜ ରାଜା ସ୍ୱୀକାର କରିବା ପାଇଁ ଚାହେଁ ନାହିଁ । (ଆଦି. ୩:୧-୬) ଆଜି ବି ଶୟତାନ, ଯିହୋବାଙ୍କ ନାମକୁ ବଦନାମ କରୁଛି । ସେ ତାଙ୍କ ବିଷୟରେ ମିଛ କଥାଗୁଡ଼ିକ ପ୍ରସାର କରୁଛି । ଆଉ ଯେଉଁ ଲୋକମାନେ ତାଙ୍କ ମିଛ କଥା ଉପରେ ବିଶ୍ୱାସ କରନ୍ତି, ସେମାନେ ହୁଏତ ଯିହୋବାଙ୍କ କଥା ମାନିବେନି । ଏପରି ଭାବେ ଯିହୋବାଙ୍କ ପବିତ୍ର ନାମକୁ ବଦନାମ କରିବାର ମାମଲା ବହୁତ ବଡ଼ ଅନ୍ୟାୟ ଅଟେ । ଏହା ଦେଖି ଯିହୋବାଙ୍କ ଲୋକମାନଙ୍କୁ ବହୁତ ଖରାପ ଲାଗେ । ଆଉ ଦେଖିବାକୁ ଗଲେ ଯଦି ଯିହୋବାଙ୍କ ନାମକୁ ବଦନାମ କରାଯାଇ ନ ଥାନ୍ତା, ତାହେଲେ ଆଜି ଦୁନିଆ ଏପରି ନ ଥାନ୍ତା । ଆଜି ଯେତେ ବି ଦୁଃଖକଷ୍ଟ ଓ ଦୁଷ୍ଟତାଗୁଡ଼ିକ ଅଛି, ସେସବୁ ଏହି କାରଣ ଯୋଗୁଁ ହିଁ ରହିଛି ।
ଦ୍ୱିତୀୟ କାରଣ, ଯିହୋବା ନିଷ୍ପତ୍ତି ନେଇଛନ୍ତି ଯେ ସେ ନିଜ ନାମରେ ଲାଗିଥିବା କଳଙ୍କ ହଟାଇଦେବେ । ଆଉ ଏପରି ସେ ମଣିଷ ଓ ସ୍ୱର୍ଗଦୂତମାନଙ୍କ ଭଲ ପାଇଁ କରିବେ । ନିଜ ନାମରୁ କଳଙ୍କ ହଟାଇବା ଯିହୋବାଙ୍କ ପାଇଁ ସବୁଠୁ ଜରୁରୀ କଥା ଅଟେ । ତେଣୁ ସେ କହିଲେ, “ଆମ୍ଭେ ଆପଣାର ସେହି ମହାନାମ ପବିତ୍ର କରିବା ।” (ଯିହି. ୩୬:୨୩) ଯୀଶୁ ବି କହିଲେ ଯେ ଈଶ୍ୱରଙ୍କ ବିଶ୍ୱସ୍ତ ସେବକମାନଙ୍କୁ ବିଶେଷ କରି ଏବିଷୟରେ ପ୍ରାର୍ଥନା କରିବା ଉଚିତ୍ ଯେ ଯିହୋବାଙ୍କ ‘ନାମ ପବିତ୍ର ହେଉ ।’ (ମାଥି. ୬:୯) ତାʼଛଡ଼ା ବାଇବଲରେ ବାରମ୍ବାର ଏକଥାକୁ ଜୋର୍ ଦେଇ କୁହାଯାଇଛି ଯେ ଯିହୋବାଙ୍କ ନାମକୁ ମହିମା କରିବା କେତେ ଜରୁରୀ ଅଟେ । ଯେପରି, ଲେଖାଅଛି: ‘ଯିହୋବାଙ୍କ ନାମର ଯଥୋଚିତ ଗୌରବ କୀର୍ତ୍ତନ କର ।’ (୧ ବଂଶା. ୧୬:୨୯; ଗୀତ. ୯୬:୮) “ତାହାଙ୍କ ନାମର ମହିମା କୀର୍ତ୍ତନ କର ।” (ଗୀତ. ୬୬:୨) “ମୁଁ ଅନନ୍ତକାଳ ତୁମ୍ଭ ନାମର ଗୌରବ କରିବି ।” (ଗୀତ. ୮୬:୧୨) ଯିହୋବା ନିଜେ ବି କହିଲେ ଯେ ସେ ନିଜ ନାମର ମହିମା କରିବେ । ଥରେ ଯେବେ ଯୀଶୁ ଯିରୂଶାଲମ ମନ୍ଦିରରେ ଥିଲେ ତେବେ ସେ ଯିହୋବାଙ୍କୁ କହିଲେ, “ପିତଃ, ଆପଣା ନାମ ମହିମାନ୍ୱିତ କର ।” ଆଉ ଯିହୋବା ସ୍ୱର୍ଗରୁ ଉତ୍ତର ଦେଲେ, “ଆମ୍ଭେ ତାହା ମହିମାନ୍ୱିତ କରିଅଛୁ, ଆଉ ପୁନର୍ବାର ମହିମାନ୍ୱିତ କରିବୁ ।”—ଯୋହ. ୧୨:୨୮. a
ତୃତୀୟ କାରଣ, ଯିହୋବାଙ୍କ ଉଦ୍ଦେଶ୍ୟ ହେଉଛି ଯେ ତାଙ୍କ ପବିତ୍ର ନାମର ଲଗାତାର ମହିମା ହେଉ । ଏହା ବୁଝିବା ପାଇଁ ଧ୍ୟାନ ଦିଅନ୍ତୁ ଯେ ଖ୍ରୀଷ୍ଟଙ୍କ ହଜାର ବର୍ଷର ଶାସନ ପରେ ଯେବେ ଶେଷ ପରୀକ୍ଷା ପରେ କʼଣ ହେବ । କʼଣ ସେସମୟରେ ବି ଯିହୋବାଙ୍କ ନାମକୁ ପବିତ୍ର କରିବାର
ବଡ଼ ମାମଲା ଜାରି ରହିଥିବ ? ଆଉ କʼଣ କିଛି ସ୍ୱର୍ଗଦୂତ ଓ ମଣିଷମାନେ ଯିହୋବାଙ୍କ ତରଫରେ ଥିବେ ଓ କିଛି ଅନ୍ୟ ତରଫରେ ? ଏହା ଜାଣିବା ପାଇଁ ଆସନ୍ତୁ ପୁଣିଥରେ ସେହି ଦୁଇଟି ପ୍ରଶ୍ନ ଉପରେ ଧ୍ୟାନ ଦେବା ଯାହା ସବୁଠୁ ବଡ଼ ମାମଲା ସହିତ ଜଡ଼ିତ ଅଛି । ପ୍ରଥମ, ମଣିଷମାନେ ଈଶ୍ୱରଙ୍କ ବିଶ୍ୱସ୍ତ ରହିବେ ନା ନାହିଁ ? ହଜାର ବର୍ଷ ପରେ ଏହି ପ୍ରଶ୍ନର ଉତ୍ତର ମିଳିସାରିଥିବ । ମଣିଷମାନେ ପରିପୂର୍ଣ୍ଣ ହୋଇଯିବେ ଓ ସେମାନଙ୍କ ପରୀକ୍ଷା ପୂରାପୂରି ହୋଇ ସାରିଥିବ । ତାʼପରେ ସେମାନଙ୍କୁ ନିଜ ବିଶ୍ୱସ୍ତତାର ପ୍ରମାଣ କେବେ ବି ଦେବାକୁ ପଡ଼ିବ ନାହିଁ ଆଉ ସେମାନଙ୍କୁ ଅନନ୍ତ ଜୀବନ ବି ମିଳିବ । ଆଉ ଦ୍ୱିତୀୟ ପ୍ରଶ୍ନ ହେଉଛି ଯେ ଯିହୋବାଙ୍କ ଶାସନ କରିବାର ଉପାୟ ସବୁଠୁ ଭଲ ଅଟେ ? ହଜାର ବର୍ଷ ପରେ ଏହି ପ୍ରଶ୍ନର ଉତ୍ତର ମିଳିସାରିଥିବ । ସେସମୟ ପର୍ଯ୍ୟନ୍ତ ସ୍ୱର୍ଗଦୂତ ଓ ମଣିଷମାନଙ୍କ ମଧ୍ୟରେ ଏକତା ଥିବ ଓ ସେମାନେ ଈଶ୍ୱରଙ୍କୁ ନିଜ ରାଜା ସ୍ୱୀକାର କରିବେ ।ଏହି ଦୁଇଟି ପ୍ରଶ୍ନର ଉତ୍ତର ମିଳିବା ପରେ, ସବୁଠୁ ବଡ଼ ମାମଲାର ସମାଧାନ ହୋଇଯିବ । ଯିହୋବାଙ୍କ ନାମ ପବିତ୍ର ହୋଇଯିବ ଓ ତାଙ୍କ ନାମରେ ଲଗାଯାଇଥିବା କଳଙ୍କ ହଟିଯିବ । ତାହେଲେ କʼଣ ଯିହୋବାଙ୍କ ନାମର ମହତ୍ତ୍ୱ ବି ଶେଷ ହୋଇଯିବ ? ନା, ସମସ୍ତ ମଣିଷ ଓ ସ୍ୱର୍ଗଦୂତମାନଙ୍କ ପାଇଁ ଯିହୋବାଙ୍କ ନାମ ସବୁବେଳେ ମହତ୍ତ୍ୱ ରଖିବ, କାରଣ ସେ ସମସ୍ତଙ୍କ ପାଇଁ ଲଗାତାର ବଢ଼ିଆ ବ୍ୟବସ୍ଥା କରୁଥିବେ । ଯେପରି, ଯେବେ ଯୀଶୁ ଯିହୋବାଙ୍କୁ ଶାସନ କରିବାର ଅଧିକାର ଦେଇଦେବେ, ତେବେ ‘ଈଶ୍ୱର ସର୍ବେସର୍ବା ହେବେ ।’ (୧ କରି. ୧୫:୨୮) ତାʼପରେ ମଣିଷମାନଙ୍କୁ ‘ଈଶ୍ୱରଙ୍କ ସନ୍ତାନ ହେବାର ଗୌରବମୟ ସ୍ୱାଧୀନତା’ ମିଳିବ ଓ ସେମାନେ ବହୁତ ଖୁସି ହେବେ । (ରୋମୀ. ୮:୨୧) ଏପରି ଭାବେ ଯିହୋବା ମଣିଷ ଓ ସ୍ୱର୍ଗଦୂତମାନଙ୍କୁ ଗୋଟିଏ ପରିବାର କରିବାର ନିଜ ଉଦ୍ଦେଶ୍ୟକୁ ପୂରା କରିବେ ।—ଏଫି. ୧:୧୦.
ଏହିସବୁ ଦେଖି ସ୍ୱର୍ଗଦୂତ ଓ ମଣିଷମାନଙ୍କୁ କିପରି ଲାଗିବ ? ସେମାନେ ଯିହୋବାଙ୍କ ପବିତ୍ର ନାମର ମହିମା କରିବାରୁ ନିଜକୁ ରୋକିପାରିବେନି । ସେମାନେ ଦାଉଦଙ୍କ ଭଳି ଅନୁଭବ କରିବେ ଯେ ଲେଖିଲେ, “ପରମେଶ୍ୱର ଧନ୍ୟ ହେଉନ୍ତୁ, . . . ତାହାଙ୍କର ଗୌରବାନ୍ୱିତ ନାମ ଅନନ୍ତକାଳ ଧନ୍ୟ ହେଉ ।” (ଗୀତ. ୭୨:୧୮, ୧୯) ଆଉ ଆମକୁ ସବୁଦିନ ପାଇଁ ଯିହୋବାଙ୍କ ନାମର ମହିମା କରିବାର ନୂଆ ନୂଆ କାରଣ ମିଳୁଥିବ ।
ଈଶ୍ୱରଙ୍କ ନାମରୁ ହିଁ ଆମେ ତାଙ୍କ ବିଷୟରେ ବହୁତ କଥା ଜାଣିପାରୁ । ତାଙ୍କ ନାମ ଶୁଣିବା ମାତ୍ରେ ଆମ ମନରେ ଆସେ ଯେ ସେ କିପରି ଈଶ୍ୱର ଅଟନ୍ତି, ତାଙ୍କ ଭିତରେ କେଉଁ କେଉଁ ଗୁଣ ରହିଛି । ଆଉ ତାଙ୍କର ସବୁଠୁ ବିଶେଷ ଗୁଣ ହେଉଛି, ପ୍ରେମ । (୧ ଯୋହ. ୪:୮) ଆମେ ସବୁବେଳେ ମନେରଖିବା ଯେ ପ୍ରେମ ଯୋଗୁଁ ହିଁ ଯିହୋବା ଆମକୁ ସୃଷ୍ଟି କରିଛନ୍ତି ଓ ପ୍ରେମ ଯୋଗୁଁ ହିଁ ସେ ଆମ ପାଇଁ ମୁକ୍ତିର ମୂଲ୍ୟର ବ୍ୟବସ୍ଥା କରିଛନ୍ତି । ଆମେ ଏହା ବି ମନେରଖିବା ଯେ ସେ ଧାର୍ମିକ ଓ ପ୍ରେମମୟୀ ରାଜା ଅଟନ୍ତି । ଆଗକୁ ବି ଆମକୁ ଏହା ଦେଖିବା ପାଇଁ ମିଳିବ ଯେ ଯିହୋବା ଆମକୁ କେତେ ପ୍ରେମ କରନ୍ତି । ଆମେ ସବୁଦିନ ପାଇଁ ନିଜ ପିତା ଯିହୋବାଙ୍କ ନିକଟତର ହୋଇରହିବା ଓ ତାଙ୍କ ପବିତ୍ର ନାମକୁ ମହିମା କରୁଥିବା ।—ଗୀତ. ୭୩:୨୮.