इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ପାଇଁ ପରାମର୍ଶ

ଅଧ୍ୟୟନ ପାଇଁ ପରାମର୍ଶ

କʼଣ ଆପଣ କୌଣସି ପଦ ବିଷୟରେ ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍‌ରେ ଦିଆଯାଇଥିବା ତଥ୍ୟରୁ ପୂରା ଲାଭ ପାଉଛନ୍ତି ?

ପଦଗୁଡ଼ିକ ବିଷୟରେ ଦିଆଯାଇଥିବା ତଥ୍ୟକୁ ପଢ଼ିଲେ ଆପଣ ଆହୁରି ବହୁତ କିଛି ଜାଣିପାରିବେ ଓ ସେଗୁଡ଼ିକୁ ଭଲଭାବେ ବୁଝିପାରିବେ । ଯେପରି ଆପଣ ଜାଣିପାରିବେ ଯେ କୌଣସି ପଦରେ ଯେଉଁ ଘଟଣା ବିଷୟରେ କୁହାଯାଇଛି, ସେସମୟରେ ପରିସ୍ଥିତି କିପରି ଥିଲା, ତାହା କାହିଁକି ଲେଖାଯାଇଥିଲା କିମ୍ବା ତାହା କାହା ବିଷୟରେ ଅଛି । ଆପଣ କୌଣସି ପଦର ଶବ୍ଦଗୁଡ଼ିକ ଅର୍ଥ ମଧ୍ୟ ଜାଣିପାରିବେ ।

ଆପଣ ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀ କିମ୍ବା JW ଲାଇବ୍ରେରୀ ଆପ୍‌ରେ କୌଣସି ବି ବାଇବଲ ପଢ଼ୁଛନ୍ତି, ଆପଣ ସିଧା କୌଣସି ପଦରୁ ହିଁ ତାʼ ବିଷୟରେ ଗବେଷଣା ଗାଇଡ୍‌ରେ ଦିଆଯାଇଥିବା ଲେଖା ଦେଖିପାରିବେ । ଯଦି ସେହି ପଦ ବିଷୟରେ ଗବେଷଣା ଗାଇଡ୍‌ରେ ତଥ୍ୟ ଅଛି, ତେବେ ସେହି ପଦରେ କ୍ଲିକ୍‌ କଲେ ଗବେଷଣା ଗାଇଡ୍‌ର ଚିହ୍ନ ଦେଖାଯିବ । ତାʼପରେ ସେହି ଚିହ୍ନରେ କ୍ଲିକ୍‌ କଲେ ସେହି ପଦ ସହ ଜଡ଼ିତ ସବୁ ତଥ୍ୟ ଆପଣଙ୍କ ସ୍କ୍ରିନ୍‌ରେ (ସ୍ଟଡି ପେନ୍‌ରେ) ଦେଖାଯିବ ।

ଧ୍ୟାନ ଦିଅନ୍ତୁ ଯେ ନୂଆ ଲେଖାଗୁଡ଼ିକ ସବୁଠୁ ଉପରେ ଦେଖାଯାଏ । ପୁରୁଣା ଲେଖାଗୁଡ଼ିକ ତଳେ ଦେଖାଯାଏ ଯେଉଁଥିରେ ହୁଏତ ସେହି ପଦ ବିଷୟରେ ପୁରୁଣା ତଥ୍ୟ ଦିଆଯାଇଥିବ, ଯେଉଁଥିରେ ଏବେ ପରିବର୍ତ୍ତନ କରାଯାଇଛି ।

  • ୱାଚଟାୱର ଅନଲାଇନ୍‌ ଲାଇବ୍ରେରୀରେ କୌଣସି ପଦରେ ଟଚ୍‌ କଲେ ସେବିଷୟରେ ଗବେଷଣା ଗାଇଡ୍‌ରେ ଦିଆଯାଇଥିବା ତଥ୍ୟ ଖୋଲିଯିବ ।

  • JW ଲାଇବ୍ରେରୀ ଆପ୍‌ରୁ କୌଣସି ପଦ ବିଷୟରେ ଗବେଷଣା ଗାଇଡ୍‌ରେ ଦିଆଯାଇଥିବା ତଥ୍ୟ ଦେଖିବା ପାଇଁ ଗବେଷଣା ଗାଇଡ୍‌ ଡାଉନଲୋଡ୍‌ କରନ୍ତୁ ଓ ତାହାକୁ ଲଗାତାର ଅପଡେଟ୍‌ କରନ୍ତୁ । ତାʼପାଇଁ ସ୍ଟଡି ପେନ୍‌ରେ ଉପରେ ଦିଆଯାଇଥିବା ଡାଉନଲୋଡ୍‌ ବଟନ୍‌ ଉପରେ ଟଚ୍‌ କରନ୍ତୁ ।